ହୁଦା, ବାଦୋନି ଇନିଂସ ସମ୍ଭାଳିଲେ

ମୁମ୍ବାଇ, ୨୮।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦୁଇ ନୂଆ ଦଳ ଗୁଜରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ ପ୍ରଥମ ମ୍ୟାଚ ସୋମବାର ଅନୁଷ୍ଠିତ ହୋଇଛି। ଦୀପକ ହୁଦା ଓ ଆୟୂଷ ବାଦୋନୀଙ୍କ ଅର୍ଦ୍ଧଶତକ ବଳରେ ଲକ୍ଷ୍ନୌ ଦଳ ୨୦ଓଭରରେ ୬ ଉଇକେଟ ହରାଇ ୧୫୮ ରନ ସଂଗ୍ରହ କରିଛି। ଟସ୍‌ ଜିତି ଗୁଜରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ମହମ୍ମଦ ଶାମି ଓ ବରୁଣ ଆରୋନ ମାତ୍ର ୨୯ ରନ ମଧ୍ୟରେ ଲକ୍ଷ୍ନୌର ୪ଟି ଉଇକେଟ ନେଇ ଅଧିନାୟକଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରିଥିଲେ। ଶାମି ଘାତକ ବୋଲିଂ କରି ପ୍ରତିପକ୍ଷ ଦଳର ଅଧିନାୟକ ଲୋକେଶ ରାହୁଲ (୦) କ୍ୱିଣ୍ଟନ ଡି’କକ୍‌ (୭) ଓ ମନୀଷ ପାଣ୍ଡେ (୬)ଙ୍କୁ ଆଉଟ କରିଥିଲେ। ଇଭିନ ଲିଓ୍ବିସ (୧୦)ଙ୍କୁ ପ୍ୟାଭିଲିୟନ ପଠାଇଥିଲେ ଆରୋନ। ତେବେ ଦୀପକ ହୁଦା ଓ ଯୁବ ଖେଳାଳି ଆୟୂଷ ବାଦୋନୀ ୫ମ ଉଇକେଟରେ ୬୮ ବଲ୍‌ରୁ ୮୭ ରନ କରି ଇନିଂସ ସମ୍ଭାଳିଥିଲେ। ୪୧ ବଲ୍‌ରୁ ୬ ଚୌକା ଓ ୨ ଛକା ସହାୟତାରେ ୫୫ ରନ କରିଥିବା ହୁଦାଙ୍କୁ ଆଉଟ କରି ଗୁଜରାଟକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ତାରକା ସ୍ପିନର ରଶିଦ ଖାଁ। ସେଟ୍‌ ବ୍ୟାଟର ବୋଦାନୀ ନିଜ ପ୍ରଥମ ଆଇପିଏଲ୍‌ ମ୍ୟାଚରେ ହାସଲ କରିଥିଲେ ଅର୍ଦ୍ଧଶତକ। ସେ ୪୧ ବଲ୍‌ରୁ ୪ ଚୌକା ଓ ୩ ଛକା ସହାୟତାରେ ୫୪ ରନକରି ଶେଷ ବଲ୍‌ରେ ଆଉଟ ହୋଇଥିଲେ। କୃନାଲ ପାଣ୍ଡ୍ୟା ୧୩ ବଲ୍‌ରୁ ୨୧ (୩ ଚୌକା) ରନରେ ଅପରାଜିତ ରହିଥିଲେ। ଗୁଜରାଟ ପକ୍ଷରୁ ମହମ୍ମଦ ସାମି ୩ଟି ବରୁଣ ଆରୋନ ୨ଟି ଓ ରଶିଦ ଖାଁ ଗୋଟିଏ ଉଇକେଟ ନେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗରେ ଭାରତୀୟ ହକି କ୍ୟାମ୍ପ: ୫ ଓଡ଼ିଆଙ୍କ ସହ ୩୨ ଖେଳାଳି ସାମିଲ

ଭୁବନେଶ୍ୱର, ୨୦।୫(କ୍ରୀଡ଼ା ପ୍ରତିନିଧି)- ଅଷ୍ଟ୍ରେଲିଆ ଟୁର୍‌ ଶେଷ କରି ୧୮ ଜଣିଆ ଭାରତୀୟ ହକି ଦଳ ରବିବାର ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ସେମାନଙ୍କ ସହ କୋର୍‌ ଗ୍ରୁପ୍‌ର...

ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ପରେ କରୋନାରେ ଚାଲିଗଲେ ପୁଅ  

ଭୁବନେଶ୍ୱର,୧୯।୫(ବ୍ୟୁରୋ): ବିଧିର ବିଧାନ ବଡ଼ ବିଚିତ୍ର। ଦଇବ ଦାଉ ସାଧିଲା। ୧୧ଦିନ ପୂର୍ବରୁ ବାପା ପରପାରିକୁ ଚାଲିଯାଇଥିବା ବେଳେ ଏବେ ପୁଅଙ୍କର ଦେହାନ୍ତ ହୋଇଛି। ପଦ୍ମଶ୍ରୀ...

ଫିଫା ର଼୍ୟାଙ୍କିଙ୍ଗ: ଭାରତକୁ ୧୦୧ତମ ସ୍ଥାନ

ନୂଆଦିଲ୍ଲୀ, ୧୪।୬ (ପି.ଟି.)-ଶୁକ୍ରବାର ଫିଫା (ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ) ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତ ୧୦୧ତମ ସ୍ଥାନ ବଜାୟ ରଖିଛି।...

ଆଇପିଏଲ୍‌ ଫାଇନାଲରେ ସିଏସ୍‌କେ ସହ ଲଢ଼ିବ ଆର୍‌ସିବି: ଆକାଶ ଚୋପ୍ରା

ନୂଆଦିଲ୍ଲୀ,୧୪।୯: ସେପ୍ଟେମ୍ବର ୧୯ରୁ ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ମ୍ୟାଚ୍‌ ପାଇଁ ୮ଟିମ୍‌ ୟୁଏଇରେ ପହଞ୍ଚିଛନ୍ତି। ଚଳିତ ଥର ଟୁର୍ନାମେଣ୍ଟ କିଏ...

ଆଇଏସ୍‌ଏଲ୍‌: ବେଙ୍ଗଲ- ନର୍ଥଇଷ୍ଟ ମ୍ୟାଚ୍‌ ଡ୍ର

ବେଙ୍ଗାଲୁରୁ,୨୨।୧୦(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଗତଥରର ଚାମ୍ପିୟନ ବେଙ୍ଗାଲୁରୁ ଏଫ୍‌ସି ଓ ନର୍ଥ ଇଷ୍ଟ ୟୁନାଇଟେଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଗୋଲ ଶୂନ୍ୟ...

ପେସରଙ୍କ ପାଇଁ ଅଭ୍ୟାସ ମ୍ୟାଚ୍‌ରେ ଭାରତ ଆଗୁଆ

ଚେଷ୍ଟର-ଲି-ଷ୍ଟ୍ରିଟ୍‌,୨୧।୭: କାଉଣ୍ଟି ସିଲେକ୍ଟ ଏକାଦଶ ବିପକ୍ଷ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ଟସ୍‌ ଜିତି ଭାରତ...

ଛେତ୍ରୀଙ୍କୁ ଆଦର୍ଶ ମାନିବାକୁ ଯୁବ ଫୁଟବଲରୁ ବିଜୟନ୍‌ଙ୍କ ପରାମର୍ଶ

ନୂଆଦିଲ୍ଳୀ,୧୧।୫(ପି.ଟି.): ଦେଶର ଯୁବ ଫୁଟବଲରଙ୍କୁ କିମ୍ବଦନ୍ତୀ ଫୁଟବଲର ଆଇ.ଏମ୍‌. ବିଜୟନ ଏକ ବହୁମୂଲ୍ୟ ପରାମର୍ଶ ଦେଇଛନ୍ତି। ଭାରତୀୟ ଦଳ ଅଧିନାକ ସୁନୀଲ ଛେତ୍ରୀଙ୍କ ପଦାନୁସରଣ କରିବାକୁ...

୩୫ ବର୍ଷରେ ଧାଓ୍ବନ

ନୂଆଦିଲୀ,୬।୧୨: ଭାରତୀୟ ଅଭିଜ୍ଞ ଓପନର ଶିଖର ଧାଓ୍ବନ ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ଶନିବାର ସେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ଯୁବରାଜ...

Advertisement
Archives

Model This Week