Posted inବଜେଟ

ଜେ.କେ.ମହାନ୍ତିଙ୍କୁ ସମ୍ମାନଜନକ ଡକ୍ଟରେଟ୍‌

ଭୁବନେଶ୍ୱର,୨୧।୮: ରାଜ୍ୟର ଜଣାଶୁଣା ଶିଳ୍ପପତି ତଥା ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେ.କେ.ମହାନ୍ତିଙ୍କୁ ଶନିବାର ସମ୍ମାନଜନକ ଡକ୍ଟରେଟ୍‌ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, କିଟ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟର ୧୯ ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମହାନ୍ତିଙ୍କୁ ଡିଗ୍ରୀ ଅଫ୍‌ ଡକ୍ଟରେଟ୍‌ ଲେଟର(ଅନରିସି କାଜା) ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କଠାରୁ ମହାନ୍ତି ଉକ୍ତ ଉପାଧି ଗ୍ରହଣ କରିଥିଲେ। ବିଶେଷକରି ଓଡ଼ିଶା ହୋଟେଲ ଏବଂ ଟ୍ରାଭେଲ ଶିଳ୍ପରେ ଦୀର୍ଘ ୪୨ ବର୍ଷର ଅଭିଜ୍ଞତା ଓ ଅବଦାନ ପାଇଁ ମହାନ୍ତିଙ୍କୁ ଏହି ସମ୍ମାନଜନକ ଉପାଧି ଦିଆଯାଇଥିବା କିଟ୍‌ ପକ୍ଷରୁ କୁହାଯାଇଛି।

ଏ ସମ୍ପର୍କରେ ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ମହାନ୍ତି କହିଥିଲେ, ଏହି ସମ୍ମାନ ଓ ଉପାଧି ଆଗାମୀ ଦିନରେ ଏକ ନୂଆ ଉତ୍ସାହ ଓ ଶକ୍ତି ଯୋଗାଇବ। ଏପରିକି ଦୀର୍ଘ ବର୍ଷର କର୍ମଫଳ ଓ କଠିନ ପରିଶ୍ରମର ଏହା ଫଳ ବୋଲି ମହାନ୍ତି ମତପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ମହାନ୍ତି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଓଡ଼ିଶାର ଅଧ୍ୟକ୍ଷ ଥିବାବେଳେ ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ଭାବେ ଦୀର୍ଘ ବର୍ଷ ହେବ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆଇଟି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ପତଞ୍ଜଳି’

ଭୁବନେଶ୍ୱର,୯।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଆଇଟି (ଇନ୍‌ଫରମେଶନ ଟେକ୍ନୋଲୋଜି ବା ଆଇଟି) କମ୍ପାନୀ ଭରୁୱା ସଲ୍ୟୁଶନ ଅଧୀନରେ ଆୟୋଜିତ ‘ବୃତ୍ତିଗତ ବିକାଶ/କୋର ସ୍କିଲ୍‌...

୧୮ ବର୍ଷ ପରେ ଏକାଠି ହେଲେ ଭଉଣୀଭାଇ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ କାନପୁର ଅଞ୍ଚଳର ବାଲ୍‌ ଗୋବିନ୍ଦ ୧୮ ବର୍ଷ ପୂର୍ବେ କାମଧନ୍ଦା ଅନ୍ବେଷଣରେ ମୁମ୍ବାଇ ଯାଇ ନିଖୋଜ ହୋଇଯାଇଥିଲେ। ଗଁାକୁ ଫେରିବା ପାଇଁ ସେ ଏକ...

ରେକର୍ଡ ପରିମାଣର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୪ (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ଶେଷ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ ଟ୍ୟାକ୍ସ ବା ଜିଏସ୍‌ଟି)...

ରିଲାଏନ୍ସ ଜିଓର ଦ୍ୱିିତୀୟ ତ୍ରୈମାସରେ ୫୦୫୮କୋଟି ନିଟ୍‌ ଲାଭ

ଭୁବନେଶ୍ୱର,୨୮।୧୦(ଅନୁରାଧା ମହାରଣା) : ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ (ଆର୍‌ଜେଆଇଏଲ୍‌) ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଜୁଲାଇ-ସେପ୍ଟେମ୍ବର ୨୦୨୩...

ପ୍ଲାଷ୍ଟୋର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨।୬: ଦେଶର ପ୍ରମୁଖ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାନକାରୀ ବ୍ରାଣ୍ଡ୍‌ ପ୍ଲାଷ୍ଟୋର ନୂତନ ଉତ୍ପାଦ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଦେଶର ପ୍ରଥମ ଉତ୍ପାଦନକାରୀ ବ୍ରାଣ୍ଡ୍‌ ଭାବେ...

୪୭୦ ବିମାନକୁ ପ୍ରାୟ ୭୦ ବିଲିୟନ ଦେବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୮।୨ : ଟାଟା ଗ୍ରୁପ ଦ୍ୱାରା ପରିଚାଳିତ ଏୟାର ଇଣ୍ଡିଆ ନିକଟରେ ବିଦେଶୀ କମ୍ପାନୀଠାରୁ ୪୭୦ ବିମାନ କିଣିବ ବୋଲି ଅର୍ଡର ଦେଇଥିବା ଜଣାପଡିଛି। ଘରୋଇ...

ବଜେଟରେ ପର୍ଯ୍ୟଟନକୁ ଫୋକସ: ଅବଢା ଯୋଜନା ପାଇଁ ୨୨୪ କୋଟି

ଭୁବନେଶ୍ୱର,୨୪।୨(ବ୍ୟୁରୋ): ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ବଜେଟରେ ପର୍ଯ୍ୟଟନକୁ ମଧ୍ୟ ରାଜ୍ୟ ସରକାର...

ରେଳପଥର ବିକାଶ ପାଇଁ ୩୨୦ କୋଟି

ଭୁବନେଶ୍ୱର,୨୪।୨(ବ୍ୟୁରୋ): ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ବଜେଟରେ ୩୨୦ ଟଙ୍କାର ବ୍ୟୟବରାଦ କରିଛନ୍ତି। ଖୋର୍ଦ୍ଧାରୋଡ-ବଲାଙ୍ଗୀର, ଜୟପୁର- ନବରଙ୍ଗପୁର, ଜୟପୁର-ମାଲକାନଗିରି, ବରଗଡ-ନୂଆପଡା ଏହି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri