ହଂକଂର ଗୃହ ସମସ୍ୟା: ଚାଇନାର ଉଦ୍ଦେଶ୍ୟ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ…

ବେଜିଂ,୧୪।୩ :  ଦାମୀ ଆକାଶ ଛୁଆଁ କୋଠାଥିବା ହଂକଂରେ ଏବେ ଗୃହ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି। ହଂକଂର ସାଧାରଣ ଘର ମଧ୍ୟ ଲକ୍ଷ ଲକ୍ଷ ଡଲାରରେ ବିକ୍ରି ହେଉଛି। ଏପରିକି ପାର୍କିଂ ସ୍ଥାନଗୁଡ଼ିକର ମୂଲ୍ୟ ଦଶ ଲକ୍ଷ ଟଙ୍କା ଛୁଇଁଛି। କିନ୍ତୁ ଏହି ସହରରେ ଅତି କମରେ ଦୁଇ ଲକ୍ଷ ଲୋକ ଅଛନ୍ତି ଯେଉଁମାନେ ପାଞ୍ଚ ବର୍ଷରୁ ଅଧିକ ସମୟ ପୂର୍ବରୁ ସବସିଡିଯୁକ୍ତ ଫ୍ଲାଟ ପାଇଁ ଆବେଦନ କରିଥିଲେ ଏବଂ ସେମାନଙ୍କର ଅପେକ୍ଷା ଶେଷ ହୋଇନାହିଁ।

ହଂକଂର ସାଧାରଣ ପରିଚିତି ହେଉଛି ଧନୀ ଲୋକଙ୍କ ସହର। କିନ୍ତୁ ଜନସଂଖ୍ୟାର ପ୍ରାୟ ୨୦ ପ୍ରତିଶତ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରନ୍ତି। ଏହିପରି ଲୋକମାନେ ଗୋଟିଏ ଘର ଭିତରେ ଅତି କଷ୍ଟରେ ରହିଥାନ୍ତି। ୧୯୯୭ରେ ବ୍ରିଟେନ ହଂକଂକୁ କମ୍ୟୁନିଷ୍ଟ ଚାଇନାକୁ ଫେରାଇ ଦେଇଥିଲା। କିନ୍ତୁ ଏଠାରେ ଶାସନ ପରିବର୍ତ୍ତନ ସତ୍ତ୍ୱେ ଗରିବ ଲୋକଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ।

ହଂକଂର ଜନସଂଖ୍ୟା ୭୦ ଲକ୍ଷରୁ ଅଧିକ। ଅଧିକାରୀ କହିଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ ଏଠାକୁ ଆସୁଥିବା ଏବଂ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ତେଣୁ ସେମାନେ ଚାହିଦା ଅନୁଯାୟୀ ଘର ଯୋଗାଇବାରେ ସକ୍ଷମ ହୋଇ ନାହାଁନ୍ତି। ଏହି କାରଣରୁ ଅନେକ ଲୋକଙ୍କୁ ଅସୁବିଧାରେ ରହିବାକୁ ପଡୁଛି। ଗତ ବର୍ଷ ଚାଇନାର ଶି ଜିନପିଙ୍ଗ ସରକାର ସ୍ଥାନୀୟ ପ୍ରଶାସନକୁ ଗୃହ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ସହରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜନ ଲି ପାଞ୍ଚ ବର୍ଷ ମଧ୍ୟରେ ୩୦ ହଜାର ଘର ନିର୍ମାଣ ପାଇଁ ଏକ ଯୋଜନା ଘୋଷଣା କରିଥିଲେ।

କିନ୍ତୁ ଯୋଜନା ସମାପ୍ତ ହେବା ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି। ସେମାନଙ୍କ କହିବାନୁସାରେ, ଜମି ନିଲାମ, ବିକ୍ରୟ ଏବଂ ଟିକସ ଉପରେ ସ୍ଥାନୀୟ ସରକାର ନିର୍ଭରଶୀଳ। ବାର୍ଷିକ ଆୟର ପ୍ରାୟ ୨୦ ପ୍ରତିଶତ ଏଥିରୁ ଆସିଥାଏ। ଏହିପରି, ଜମି ଯୋଗାଣକୁ ସୀମିତ କରିବାରେ ଚାଇନାର ନିଜର ସ୍ବାର୍ଥ ରହିଛି । ଯେପର୍ଯ୍ୟନ୍ତ ଏହି ପରିସ୍ଥିତି ଜାରି ରହିବ, ହଂକଂର ଗୃହ ସମସ୍ୟା ସମାଧାନ ହୋଇପାରିବ ନାହିଁ ବୋଲି ଲୋକେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ସାହସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ! ଚଳନ୍ତା ବସ୍‌ ଆଗରେ ଛିଡା ହୋଇଗଲେ ACP ମୋନିକା, ଜାଣନ୍ତୁ କାରଣ

ଭୋପାଳ,୩୦।୭: ମଧ୍ୟପ୍ରଦେଶର ଭୋପାଳରେ କୃଷକ ଆନ୍ଦୋଳନ ସମୟରେ ACP ମୋନିକା ଶୁକ୍ଲାଙ୍କ ସାହସିକ ପଦକ୍ଷେପ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ଦୋଳନକାରୀମାନେ ବ୍ୟାରିକେଡ୍…

ଗୋରୁ ବୋଝେଇ ଗାଡ଼ି ସହ ୨ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ହାଟରେ ବିକ୍ରି ପାଇଁ ନେଉଥିଲେ

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କିଛି ଗୋରୁ ବେପାରୀ ଗତ କିଛିଦିନ ହେଲା ବେଧଡକ ଭାବେ ବେଆଇନ ଗୋରୁ ବ୍ୟବସାୟ…

ପେଲେଟ୍ ଗନ୍ କ’ଣ, ଏହା କେତେ ଘାତକ? କେଉଁ ପରିସ୍ଥିତିରେ ବ୍ୟବହାର ହୁଏ ଜାଣନ୍ତୁ

ନୂଆଦିଲ୍ଲୀ,୩୦।୭: ସଂସଦରେ ଆଣ୍ଟି ପେପର ଲିକ୍ ବିଲ୍ ଉପରେ ଆଲୋଚନା ସମୟରେ ପେଲେଟ୍ ଗନ୍ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଦେଖିବାକୁ…

ବିଦ୍ୟୁତ୍‌ ଖୁଣ୍ଟ ଉପରେ ୫ ଦିନ ହେଲା ପଡ଼ିଛି ଗଛ, ହଟାଇବାର ନାଁ ଧରୁନି ବିଭାଗ, ଆନ୍ଦୋଳନ ପାଇଁ…

ଦାରିଙ୍ଗବାଡ଼ି,୩୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ଦୁର୍ଗମ ଗ୍ରାମ ପାଙ୍ଗାଲିଠାରୁ ଗଣ୍ଡିଗୁଡ଼ାକୁ ସଂଯୋଗ କରୁଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟ ପାଙ୍ଗାଲି ନିକଟ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ AAPର ବିକ୍ଷୋଭ ପ୍ରଦର୍ଶନ, ଜିଲାପାଳଙ୍କୁ ଦେଲେ ଏହି ଦାବିପତ୍ର

ଛତ୍ରପୁର,୩୦।୭(ଦିଲ୍ଲୀପ ସାମଲ/ ଦ୍ଵାରିକା ପଟନାୟକ): ଗଞ୍ଜାମ ଜିଲାପାଳଙ୍କ ଅଫିସ ଆଗରେ ଆମ ଆଦମୀ ପାର୍ଟୀର ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସାନଖେମୁଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ…

୬ ମାସ ହେଲା ହୋଇନି ଛତ୍ରପୁର ପଞ୍ଚାୟତ ସମିତି ବୈଠକ, ବ୍ଲକ ଅଧ୍ୟକ୍ଷା ଜିଲାପାଳଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ବୈଠକ ତୁରନ୍ତ କରିବାକୁ ଗୁରୁବାର ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ ଗଞ୍ଜାମ ଜିଲାପାଳଙ୍କୁ ଭେଟି…

କାଦୁଅ ପଚପଚରେ ଖୋଲା ଜିମ୍‌ କେନ୍ଦ୍ର ନିର୍ମାଣ, ବିନା ସୂଚନାଫଳକକୁ ନେଇ ତାତିଲେ ଗ୍ରାମବାସୀ

କେସିଙ୍ଗା,୩୦ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ତୁର୍ଳାଖମାନ ଗ୍ରାମରେ ଲୋକଙ୍କ ସ୍ବାସ୍ଥ୍ୟ ସୁଦୃଢ଼ କରିବା ପାଇଁ ଲୋକ ସଭା ଏମ୍‌ପି ସୁଜିତ କୁମାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri