Posted inଜାତୀୟ

ହନି ଟ୍ରାପ୍‌ ମାମଲା, ଭାରତୀୟ ଯବାନ ଗିରଫ ପରେ ପଚରାଉଚରା ଜାରି…

ଜୟପୁର, ୨୨।୫ : ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ହନି ଟ୍ରାପ୍‌ରେ ପଡ଼ି ଦେଶର ଗୁପ୍ତ ସୂଚନା ଦେଇଥିବା ଅଭିଯୋଗରେ ଭାରତୀୟ ଯବାନଙ୍କୁ ଗିରଫ କରାଯାଇଛି। ରାଜସ୍ଥାନ ପୋଲିସ ଯବାନଙ୍କ ଗିରଫଦାରୀ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ରାଜସ୍ଥାନ ପୋଲିସ କହିଛି ଯେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସିରେ କାର୍ଯ୍ୟ କରୁଥିବା ଜଣେ ମହିଳା ଏଜେଣ୍ଟଙ୍କୁ ଗୁପ୍ତ ସୂଚନା ଲିକ ଅଭିଯୋଗରେ ଯବାନଙ୍କୁ ଗିରଫ କରାଯାଇଛି। ପୋଲିସ କହିଛି ଯେ ଭାରତୀୟ ସେନା ଯବାନଙ୍କ ନାମ ପ୍ରଦୀପ କୁମାର ବୋଲି ଜଣାପଡିଛି।

ରାଜସ୍ଥାନ ପୋଲିସର ମହାନିର୍ଦ୍ଦେଶକ (ଇଣ୍ଟେଲିଜେନ୍ସ) ଉମେଶ ମିଶ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସିରେ କାର୍ଯ୍ୟ କରୁଥିବା ଜଣେ ମହିଳା ଏଜେଣ୍ଟଙ୍କ ନିକଟରେ ସୂଚନା ଲିକ କରିବା କାରଣରୁ ରାଜସ୍ଥାନ ପୋଲିସ ଯୋଧପୁରରେ ଏକ ଅତ୍ୟଧିକ ସମ୍ବେଦନଶୀଳ ରେଜିମେଣ୍ଟରେ ପୋଷ୍ଟ ହୋଇଥିବା ଭାରତୀୟ ସେନା ଯବାନଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ପ୍ରଦୀପଙ୍କୁ ଯୋଧପୁରରେ ଭାରତୀୟ ସେନାର ଅତ୍ୟଧିକ ସମ୍ବେଦନଶୀଳ ରେଜିମେଣ୍ଟରେ ପୋଷ୍ଟ କରାଯାଇଥିଲା।

ସୋସିଆଲ ମିଡିଆ ମାଧ୍ୟମରେ ମହିଳା ଏଜେଣ୍ଟଙ୍କ ସହ ସେ ନିରନ୍ତର ସମ୍ପର୍କରେ ରହିଥିଲେ ଏବଂ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ସୂଚନା ତାଙ୍କୁ ଦେଇଥିଲେ। ପୋଲିସ ଏକ ପ୍ରେସ ବିବୃତ୍ତିରେ କହିଛି ଯେ ସେନା ଯବାନଙ୍କୁ ଗିରଫ ପରେ ପୋଲିସ ହେପାଜତରେ ପଚରାଉଚରା ମେ ୧୮ ତାରିଖ ଅପରାହ୍ନରେ ଆରମ୍ଭ ହୋଇଥିଲା। ପ୍ରାୟ ଛଅ-ସାତ ମାସ ପୂର୍ବେ ଅଭିଯୁକ୍ତଙ୍କ ମୋବାଇଲ ଫୋନରେ ଉକ୍ତ ମହିଳାଙ୍କଠାରୁ ଏକ କଲ ଆସିଥିଲା। ଏହା ପରେ ହ୍ବାଟସ ଆପ୍‌ ଚାଟ, ଭଏସ କଲ ଏବଂ ଭିଡିଓ କଲ ମାଧ୍ୟମରେ ଉଭୟ ପରସ୍ପର ସହ କଥା ହେବା ଆରମ୍ଭ କରିଥିଲେ।

ପରିଚୟ ସମୟରେ ମହିଳା ଜଣକ ନିଜକୁ ମଧ୍ୟପ୍ରଦେଶ ଗୋୱାଲିଅରର ବାସିନ୍ଦା ବୋଲି କହିଥିଲେ। ସେ ବିବାହର ବାହାନା କରି ଭାରତୀୟ ସେନା ସମ୍ବନ୍ଧୀୟ ଗୁପ୍ତ ସୂଚନା ସମ୍ପର୍କରେ କଥାରେ କଥାରେ ଅଭିଯୁକ୍ତ ଯବାନଙ୍କୁ ପଚାରିଥିଲେ। ପୋଲିସ କହିଛି ଯେ ଅଭିଯୁକ୍ତ ତାଙ୍କ କାର୍ଯ୍ୟାଳୟରୁ ସେନାର ଗୁପ୍ତ କାଗଜପତ୍ରର ଫଟୋ ଚୋରି କରି ମହିଳା ଏଜେଣ୍ଟଙ୍କ ନିକଟକୁ ପଠାଇଥିଲେ। ଏହି ମାମଲା ନିଶ୍ଚିତ ହେବାପରେ, ଅଫିସିଆଲ ସିକ୍ରେଟ ଆକ୍ଟ, ୧୯୨୩ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଆଖିବୁଜା ଗୁଳି ଚଳାଇଲେ ସପ୍ତମ ଶ୍ରେଣୀର ଛାତ୍ର, ୨ ମୃତ

ମାନିଲା,୧୮।୮: ଫିଲିପାଇନ୍ସର ଏକ ସ୍କୁଲରେ ଗୁଳିକାଣ୍ଡ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ଏହି ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜଣେ ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ମଙ୍ଗଳବାର…

ଶେଷ ପର୍ଯ୍ୟାୟରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ବାତିଲ: ପଲିଥିନରେ ଘୋଡ଼ାହୋଇ ରହିଛି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି

ଲୋଇସିଂହା,୧୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଅନ୍ତର୍ଗତ ଲୋଇସିଂହାସ୍ଥିତ ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୮୦…

ଦେବୋତ୍ତର ଜମି ଧାନବିକ୍ରି ପଞ୍ଜୀକରଣକୁ ନା: ଚିନ୍ତାରେ ଦେବଦେବୀଙ୍କ ସେବାୟତ

ବରଗଡ଼,୧୮।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପଞ୍ଜୀକରଣରେ ଏଥର ନୂଆଁ କଟକଣାଗୁଡ଼ିକ ଚାଷୀଙ୍କ ପାଇଁ ଅଡୁଆ ସାଜିଛି।…

୩୨୬ ଏମ୍‌ପି, ୧୪ ମୁଖ୍ୟମନ୍ତ୍ରୀଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୧୮ା୮(ପି.ଟି.): ଲୋକ ସଭାର ୫୪୩ ସଦସ୍ୟଙ୍କ ମଧ୍ୟରୁ ୨୫୧ ଜଣ ଏବଂ ରାଜ୍ୟ ସଭାର ୨୩୩ ସଦସ୍ୟଙ୍କ ମଧ୍ୟରୁ ୭୫ ଜଣଙ୍କ ନାମରେ ଆପରାଧିକ ମାମଲା ରହିଥିବା…

ଯୋବ୍ରା ଆନିକଟ ବ୍ରିଜ୍‌ରେ ଭାସୁଛି ମହିଳାଙ୍କ ମୃତଦେହ, ପୋଲିସ…

କଟକ,୧୮।୮(ପ୍ରଭୁକଲ୍ୟାଣ ପାଲ): କଟକ ଯୋବ୍ରା ଆନିକଟ ବ୍ୟାରେଜରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ସକାଳୁ ଗେଟ ନମ୍ବର ୪୧/୪୨ ରେ ଅଜଣା ମହିଳାଙ୍କ ମୃତଦେହ…

ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା, ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର,୧୮।୮(ସୁନିତ୍‌ ମିଶ୍ର): ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ୧୪ ତାରିଖରେ ଶୁଣାଣି ହୋଇଥିଲା।…

ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ଆକ୍ରମଣ: ୨ ମୃତ

ଲଣ୍ଡନ, ୧୮।୮: ୟୁକ୍ରେନ୍‌ସ୍ଥିତ ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ଜଣ ଆହତ ହୋଇଛନ୍ତି। ଭାରତୀୟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ମାଲିକାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri