Posted inଜାତୀୟ

ହନି ଟ୍ରାପ୍‌ ମାମଲା, ଭାରତୀୟ ଯବାନ ଗିରଫ ପରେ ପଚରାଉଚରା ଜାରି…

ଜୟପୁର, ୨୨।୫ : ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ହନି ଟ୍ରାପ୍‌ରେ ପଡ଼ି ଦେଶର ଗୁପ୍ତ ସୂଚନା ଦେଇଥିବା ଅଭିଯୋଗରେ ଭାରତୀୟ ଯବାନଙ୍କୁ ଗିରଫ କରାଯାଇଛି। ରାଜସ୍ଥାନ ପୋଲିସ ଯବାନଙ୍କ ଗିରଫଦାରୀ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ରାଜସ୍ଥାନ ପୋଲିସ କହିଛି ଯେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସିରେ କାର୍ଯ୍ୟ କରୁଥିବା ଜଣେ ମହିଳା ଏଜେଣ୍ଟଙ୍କୁ ଗୁପ୍ତ ସୂଚନା ଲିକ ଅଭିଯୋଗରେ ଯବାନଙ୍କୁ ଗିରଫ କରାଯାଇଛି। ପୋଲିସ କହିଛି ଯେ ଭାରତୀୟ ସେନା ଯବାନଙ୍କ ନାମ ପ୍ରଦୀପ କୁମାର ବୋଲି ଜଣାପଡିଛି।

ରାଜସ୍ଥାନ ପୋଲିସର ମହାନିର୍ଦ୍ଦେଶକ (ଇଣ୍ଟେଲିଜେନ୍ସ) ଉମେଶ ମିଶ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସିରେ କାର୍ଯ୍ୟ କରୁଥିବା ଜଣେ ମହିଳା ଏଜେଣ୍ଟଙ୍କ ନିକଟରେ ସୂଚନା ଲିକ କରିବା କାରଣରୁ ରାଜସ୍ଥାନ ପୋଲିସ ଯୋଧପୁରରେ ଏକ ଅତ୍ୟଧିକ ସମ୍ବେଦନଶୀଳ ରେଜିମେଣ୍ଟରେ ପୋଷ୍ଟ ହୋଇଥିବା ଭାରତୀୟ ସେନା ଯବାନଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ପ୍ରଦୀପଙ୍କୁ ଯୋଧପୁରରେ ଭାରତୀୟ ସେନାର ଅତ୍ୟଧିକ ସମ୍ବେଦନଶୀଳ ରେଜିମେଣ୍ଟରେ ପୋଷ୍ଟ କରାଯାଇଥିଲା।

ସୋସିଆଲ ମିଡିଆ ମାଧ୍ୟମରେ ମହିଳା ଏଜେଣ୍ଟଙ୍କ ସହ ସେ ନିରନ୍ତର ସମ୍ପର୍କରେ ରହିଥିଲେ ଏବଂ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ସୂଚନା ତାଙ୍କୁ ଦେଇଥିଲେ। ପୋଲିସ ଏକ ପ୍ରେସ ବିବୃତ୍ତିରେ କହିଛି ଯେ ସେନା ଯବାନଙ୍କୁ ଗିରଫ ପରେ ପୋଲିସ ହେପାଜତରେ ପଚରାଉଚରା ମେ ୧୮ ତାରିଖ ଅପରାହ୍ନରେ ଆରମ୍ଭ ହୋଇଥିଲା। ପ୍ରାୟ ଛଅ-ସାତ ମାସ ପୂର୍ବେ ଅଭିଯୁକ୍ତଙ୍କ ମୋବାଇଲ ଫୋନରେ ଉକ୍ତ ମହିଳାଙ୍କଠାରୁ ଏକ କଲ ଆସିଥିଲା। ଏହା ପରେ ହ୍ବାଟସ ଆପ୍‌ ଚାଟ, ଭଏସ କଲ ଏବଂ ଭିଡିଓ କଲ ମାଧ୍ୟମରେ ଉଭୟ ପରସ୍ପର ସହ କଥା ହେବା ଆରମ୍ଭ କରିଥିଲେ।

ପରିଚୟ ସମୟରେ ମହିଳା ଜଣକ ନିଜକୁ ମଧ୍ୟପ୍ରଦେଶ ଗୋୱାଲିଅରର ବାସିନ୍ଦା ବୋଲି କହିଥିଲେ। ସେ ବିବାହର ବାହାନା କରି ଭାରତୀୟ ସେନା ସମ୍ବନ୍ଧୀୟ ଗୁପ୍ତ ସୂଚନା ସମ୍ପର୍କରେ କଥାରେ କଥାରେ ଅଭିଯୁକ୍ତ ଯବାନଙ୍କୁ ପଚାରିଥିଲେ। ପୋଲିସ କହିଛି ଯେ ଅଭିଯୁକ୍ତ ତାଙ୍କ କାର୍ଯ୍ୟାଳୟରୁ ସେନାର ଗୁପ୍ତ କାଗଜପତ୍ରର ଫଟୋ ଚୋରି କରି ମହିଳା ଏଜେଣ୍ଟଙ୍କ ନିକଟକୁ ପଠାଇଥିଲେ। ଏହି ମାମଲା ନିଶ୍ଚିତ ହେବାପରେ, ଅଫିସିଆଲ ସିକ୍ରେଟ ଆକ୍ଟ, ୧୯୨୩ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା: ଲଞ୍ଚ୍‌ପ୍ୟାଡ୍‌ରେ ସୁଯୋଗ ଉଣ୍ଡି ବସିଛନ୍ତି ୨୫୦

ଶ୍ରୀନଗର,୧୪।୩: ଜମ୍ମୁ-କଶ୍ମୀରରେ ଧୀରେଧୀରେ ଆତଙ୍କବାଦୀ ସଂଗଠନଗୁଡ଼ିକର କାର୍ଯ୍ୟ କଳାପ କମିବାରେ ଲାଗିଛି। ଲଗାତାର ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜାରି ରହିଥିବା ସର୍ଚ୍ଚ ଅପରେଶନ୍‌ ଏବଂ ଏନ୍‌କାଉଣ୍ଟର...

ମହିଳାଙ୍କ ଗହଣା ଲୁଟନ୍ତି ନାହିଁ ଏହି ଲୁଟେରା ଗ୍ୟାଙ୍ଗ୍‌: ଜାଣନ୍ତୁ କାହିଁକି

ଗ୍ରେଟର ନୋଏଡା, ୨୦।୫: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ପୋଲିସ ଏକ ଲୁଟେରା ଗ୍ୟାଙ୍ଗ୍‌କୁ ଗିରଫ କରିଛି। କାର୍‌ ଏବଂ ଗହଣା ଚୋରି କରୁଥିବା ଏହି...

ପଶ୍ଚିମବଙ୍ଗରେ ଭାଜପାକୁ ଲାଗିପାରେ ଆଉ ଏକ ଝଟ୍‌କା

କୋଲକତା,୬।୧୦: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଜିତିବା ପରେ ତୃଣମୂଳ କଂଗ୍ରେସ କ୍ରମାଗତ ଭାବରେ ଭାଜପାକୁ ଝଟକା ଦେଉଛି। ନିର୍ବାଚନ ଫଳାଫଳ ଆସିବା ପରେ ଭାଜପାର ଅନେକ...

ନିର୍ଭୟା ମାମଲା: ଫାଶୀଦଣ୍ଡର ସିଧାପ୍ରସାରଣ ପାଇଁ ଚିଠି ଲେଖିଲା ପରି

ନୂଆଦିଲ୍ଲୀ,୧୦।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଅପରାଧୀଙ୍କୁ ଆସନ୍ତା ୨୨ ତାରିଖରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।...

ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ପରିବାରରେ ୩ ଜଣଙ୍କୁ ହତ୍ୟା

ଚେନ୍ନାଇ,୧୮।୨: ଅନୁସୂଚିତ ଜନଜାତିର ଯୁବକଙ୍କୁ ଝିଅ ବିବାହ କରିବାରୁ ୨ ଝିଅ ଓ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି ଜଣେ ବ୍ୟକ୍ତି। ଏଭଳି...

ମୁସଲମାନ କଲେ ହିନ୍ଦୁ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର

ଗୁଆହାଟୀ, ୨୬।୮: ଆସାମରେ କାମରୂପ ଜିଲାରେ ଭାଇଚାରାର ଏକ ନିଆରା ଦିଗ୍‌ଦର୍ଶନ ଦେଖିବାକୁ ମିଳିଛି। ଜଣେ ହିନ୍ଦୁ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମୁସଲମାନ ସମ୍ପ୍ରଦାୟର ଲୋକେ...

ଏସିଡ୍‌ ଆକ୍ରମଣରେ ୨୧ ଗୁରୁତର

ହାଜିପୁର, ୨୯ା୮(ପି.ଟି.): ବିହାରର ବୈଶାଳୀ ଜିଲା ଅନ୍ତର୍ଗତ ଦୌଡ଼ନଗର ଗ୍ରାମରେ ଘରୋଇ କଳିକୁ ନେଇ ଏସିଡ୍‌ ଆକ୍ରମଣ ହୋଇଛି। ଏଥିରେ ୩ ମହିଳାଙ୍କ ସମେତ ୨୧...

ଶିବସେନା ବିବାଦକୁ ନେଇ ସୁପିମକୋର୍ଟଙ୍କ ବଡ ନିଷ୍ପତ୍ତି, ୫ ଜଜଙ୍କ ସମ୍ବିଧାନ ପୀଠକୁ ଦିଆଗଲା ମାମଲା

ନୂଆଦିଲ୍ଲୀ,୨୩ ।୮: ଶିବସେନା କାହାର? ଏବେ ଏହି ମାମଲା ସୁପ୍ରିମକାର୍ଟରେ । ମଙ୍ଗଳବାର ଏହାର ଏକ ଶୁଣାଣି କରି କୋର୍ଟ ଏହି ମାମଲାକୁ ୫ ଜଜଙ୍କ...

Advertisement
Archives

Model This Week