Posted inଜାତୀୟ

ବ୍ରହ୍ମୋସ, ଅଗ୍ନୀ, ୟୁସିଭି ଭଳି ମିଶାଇଲର ତଥ୍ୟ ପାକିସ୍ତାନ ପଠାଇଲେ ଡିଆରଡିଓ ସାଇଣ୍ଟିଷ୍ଟ, ଚାର୍ଜସିଟରେ ଦିଆଯାଇଛି ଅନେକ ତଥ୍ୟ

ନୂଆଦିଲ୍ଲୀ,୮।୭: ପଡୋଶୀ ଦେଶ ପାକିସ୍ତାନ ସହ ଗୁଇନ୍ଦା ତଥ୍ୟ ଶେୟାର କରିବା ଅଭିଯୋଗରେ ଗିରଫ ହୋଇଥିବା ସାଇଣ୍ଟିଷ୍ଟ ପ୍ରଦିପ କୁରୁଲକରଙ୍କୁ ନେଇ ଚାର୍ଜସିଟରେ ବହୁ ତଥ୍ୟ ସାମ୍ନାକୁ ଆସିଛି। ଏଟିଏସ ଜୁନ ୩୦ରେ ଏକ ସ୍ବତନ୍ତ୍ର କୋର୍ଟଙ୍କୁ ଚାର୍ଜସିଟ ଦେଇଥିଲେ, ଯେଉଁଥିରେ କୁହାଯାଇଛି କି ପ୍ରଦୀପ କୁରୁଲକର ପାକିସ୍ତାନ ମହିଳା ଗୁଇନ୍ଦା ଅପରେଟରଙ୍କ ସହ ଭାରତର ମିଶାଇଲ, ଡ୍ରୋନ ଓ ରୋବୋଟିକ୍ସ କାର୍ଯ୍ୟକ୍ରମ ସମ୍ପର୍କିତ ତଥ୍ୟ ଶେୟାର କରିଛନ୍ତି।

ଚାର୍ଜସିଟ ଅନୁଯାୟୀ, ପାକିସ୍ତାନୀ ଏଜେଣ୍ଟ ସୋସିଆଲ ମିଡିଆରେ କୁରୁଲକରଙ୍କ ସହ ଯୋଡି ହେବା ପାଇଁ ବିଭିନ୍ନ ନାମରେ ନକଲି ଆକାଉଣ୍ଟ ଖୋଲିଥିଲେ। ଏହି ଦୁଇଟି ନାମ ଥିଲା ଜାରା ଦାସଗୁପ୍ତା ଏବଂ ଜୁହି ଆରୋରା। ଜାରା ଦାସଗୁପ୍ତାଙ୍କ ନାମରେ ଏକ ଆଇଡି ଖୋଲି ପ୍ରଦୀପଙ୍କ ସହ ଯୋଗଯୋଗ କରିଥିବା ପାକିସ୍ତାନ ଏଜେଣ୍ଟ୍ଟ କହିଥିଲେ କି ସେ ବ୍ରିଟେନର ଜଣେ ସଫ୍ଟୱେୟାର ଇଞ୍ଜିନିୟର। କେବଳ ଏତିକି ନୁହେଁ ଜାରା ପ୍ରଦିପଙ୍କ ସହ ବନ୍ଧୁତା କରି ବ୍ରାହ୍ମୋସ ଲଞ୍ଚର୍‌, ଅଗ୍ନି ମିଶାଇଲ ଲଞ୍ଚର୍‌ ଏବଂ ମିଲିଟାରୀ ବିଡିଂ ସିଷ୍ଟମ, ଡ୍ରୋନ, ୟୁସିଭି ସମେତ ଅନ୍ୟାନ୍ୟ ଜିନିଷ ବିଷୟରେ ସୂଚନା ମାଗିଥିଲେ। ଏହା ପରେ ପ୍ରଦୀପ ଏହି ସମସ୍ତ ତଥ୍ୟ ସଂଗ୍ରହ କରି ପାକିସ୍ତାନୀ ଏଜେଣ୍ଟକୁ ପଠାଇଥିଲେ।
ଏହା ବ୍ୟତୀତ ଚାର୍ଜସିଟରେ କୁହାଯାଇଛି ଯେ ପ୍ରଦିପ ଜାରାଙ୍କ ସାମ୍ନାରେ ନିଜ କାମ ବିଷୟରେ ଗର୍ବ କରୁଥିଲେ। ଏହି ୧୮୩୭ ପୃଷ୍ଠାର ଚାର୍ଜସିଟରେ ଅନ୍ତର୍ଭୁକ୍ତ ହୋଇଥିବା ଏକ ଚାଟରେ ପାକିସ୍ତାନୀ ଏଜେଣ୍ଟମାନେ ପଚାରିଥିଲେ ଯେ ଅଗ୍ନି-୬ ଲଞ୍ଚର ପରୀକ୍ଷା ସଫଳ ହୋଇଛି କି ନାହିଁ, ସେ ଉତ୍ତର ଦେଇଥଲେ ଯେ ଲଞ୍ଚର ମୋର ଡିଜାଇନ। ଏହା ଏକ ବଡ଼ ସଫଳତା ଥିଲା। କୁରୁଲକର ଏବଂ ପାକିସ୍ତାନୀ ଏଜେଣ୍ଟମାନଙ୍କ ମଧ୍ୟରେ ଏହି ଚାଟ ସେପ୍ଟେମ୍ବର ୨୦୨୨ରୁ ଫେବୃଆରୀ ୨୦୨୩ ମଧ୍ୟରେ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରିଜ୍‌ରୁ ମିଳିଥିଲା ଗୋମାଂସ, ୧୧ ଜଣଙ୍କ ଘର ଉପରେ ବୁଲ୍‌ଡୋଜର ଚଢ଼ାଇଲା ପୋଲିସ

ଭୋପାଳ,୧୬।୬: ମଧ୍ୟପ୍ରଦେଶର ମଣ୍ଡଳାରେ ୧୧ଜଣଙ୍କ ଘରେ ଥିବା ଫ୍ରିଜ୍‌ରୁ ଗୋମାଂସ ମିଳିଥିଲା। ପ୍ରଶାସନ ପକ୍ଷରୁ ଉକ୍ତ ଘରଗୁଡ଼ିକୁ ବୁଲଡୋଜର ଚଳାଇ ଭାଙ୍ଗି ଦିଆଯାଇଛି। ଏପରିକି ପୋଲିସ...

ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ଆଜି ଜମ୍ମୁ କଶ୍ମୀର ଗସ୍ତ କରିବେ ଅମିତ ଶାହା

ଜମ୍ମୁ କଶ୍ମୀର,୧୬।୬: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ରବିବାର ଜମ୍ମୁକଶ୍ମୀର ଗସ୍ତ କରିବେ। ସେଠାରେ ସେ...

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ମାମଲା: ୧୮ ଗିରଫ

ପାଟନା,୧୫ା୬: ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି)-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ସହ ବ୍ୟାପକ ଅନିୟମିତତା ଅଭିଯୋଗ...

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା; ୨ ମାସ ମଧ୍ୟରେ…

ନୂଆଦିଲ୍ଲୀ,୧୫।୬: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ବଡ଼ ଘୋଷଣା କରିଛନ୍ତି। ମାତ୍ର ୨ ମାସ ମଧ୍ୟରେ ଦେଶରେ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍‌ ଗଡ଼ିବ।...

ମୋଦିଙ୍କୁ ପ୍ରଶଂସା କଲେ ଶରଦ ପାଓ୍ବାର, କହିଲେ ତୁମ ପାଇଁ ଆମେ…

ମୁମ୍ବାଇ,୧୫ା୬: ଶନିବାର ଏମ୍‌ଭିଏ ନେତା ଶରଦ ପାଓ୍ବାର, ଉଦ୍ଧବ ଠାକରେ ଏବଂ ପୃଥ୍ବୀରାଜ ଚୌହାନ ମୁମ୍ବାଇରେ ମିଳିତ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ୨୦୨୪ ଲୋକ...

ଇନ୍ଦିରା ଗାନ୍ଧୀଙ୍କୁ ‘ମଦର ଅଫ୍‌ ଇଣ୍ଡିଆ’ କହିଲେ ମୋଦି ସରକାରଙ୍କ ଏହି ମନ୍ତ୍ରୀ, କଂଗ୍ରେସର ବି କଲେ ପ୍ରଶଂସା

ନୂଆଦିଲ୍ଲୀ,୧୫।୬: ମୋଦି ସରକାରଙ୍କ ଜଣେ ମନ୍ତ୍ରୀ କଂଗ୍ରେସ ଏବଂ ଇନ୍ଦିରା ଗାନ୍ଧୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ସେ ହେଲେ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପି। ପୂର୍ବତନ ପ୍ରଧାନମନ୍ତ୍ରୀ...

ଏନ୍‌କାଉଣ୍ଟରରେ ଟଳିପଡ଼ିଲେ ୮ ମାଓବାଦୀ: ଜଣେ ଯବାନ ଶହୀଦ

ବିଜାପୁର,୧୫।୬: ଛତିଶଗଡ଼ ବିଜାପୁର ଜିଲାର ଅବୁଝମାଡ଼ ଜଙ୍ଗଲରେ ଶନିବାର ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବନିମୟ ଘଟିଛି।...

ଭାରତ ସରକାର କାହାକୁ ଦିଅନ୍ତି ଅଧିକ ଦରମା? ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନା ରାଜ୍ୟପାଳ, ମୋଦିଙ୍କୁ ମିଳେ…

ଜାଣନ୍ତି କି ଭାରତ ସରକାର କେଉଁ ବ୍ୟକ୍ତିଙ୍କୁ ସର୍ବାଧିକ ଦରମା ପ୍ରଦାନ କରନ୍ତି? ସେ କେଉଁ ପଦବୀରେ ରହିଥାନ୍ତି ଏବଂ କେତେ ଟଙ୍କା ଦରମା ପାଆନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri