Posted inଜାତୀୟ

ବ୍ରହ୍ମୋସ, ଅଗ୍ନୀ, ୟୁସିଭି ଭଳି ମିଶାଇଲର ତଥ୍ୟ ପାକିସ୍ତାନ ପଠାଇଲେ ଡିଆରଡିଓ ସାଇଣ୍ଟିଷ୍ଟ, ଚାର୍ଜସିଟରେ ଦିଆଯାଇଛି ଅନେକ ତଥ୍ୟ

ନୂଆଦିଲ୍ଲୀ,୮।୭: ପଡୋଶୀ ଦେଶ ପାକିସ୍ତାନ ସହ ଗୁଇନ୍ଦା ତଥ୍ୟ ଶେୟାର କରିବା ଅଭିଯୋଗରେ ଗିରଫ ହୋଇଥିବା ସାଇଣ୍ଟିଷ୍ଟ ପ୍ରଦିପ କୁରୁଲକରଙ୍କୁ ନେଇ ଚାର୍ଜସିଟରେ ବହୁ ତଥ୍ୟ ସାମ୍ନାକୁ ଆସିଛି। ଏଟିଏସ ଜୁନ ୩୦ରେ ଏକ ସ୍ବତନ୍ତ୍ର କୋର୍ଟଙ୍କୁ ଚାର୍ଜସିଟ ଦେଇଥିଲେ, ଯେଉଁଥିରେ କୁହାଯାଇଛି କି ପ୍ରଦୀପ କୁରୁଲକର ପାକିସ୍ତାନ ମହିଳା ଗୁଇନ୍ଦା ଅପରେଟରଙ୍କ ସହ ଭାରତର ମିଶାଇଲ, ଡ୍ରୋନ ଓ ରୋବୋଟିକ୍ସ କାର୍ଯ୍ୟକ୍ରମ ସମ୍ପର୍କିତ ତଥ୍ୟ ଶେୟାର କରିଛନ୍ତି।

ଚାର୍ଜସିଟ ଅନୁଯାୟୀ, ପାକିସ୍ତାନୀ ଏଜେଣ୍ଟ ସୋସିଆଲ ମିଡିଆରେ କୁରୁଲକରଙ୍କ ସହ ଯୋଡି ହେବା ପାଇଁ ବିଭିନ୍ନ ନାମରେ ନକଲି ଆକାଉଣ୍ଟ ଖୋଲିଥିଲେ। ଏହି ଦୁଇଟି ନାମ ଥିଲା ଜାରା ଦାସଗୁପ୍ତା ଏବଂ ଜୁହି ଆରୋରା। ଜାରା ଦାସଗୁପ୍ତାଙ୍କ ନାମରେ ଏକ ଆଇଡି ଖୋଲି ପ୍ରଦୀପଙ୍କ ସହ ଯୋଗଯୋଗ କରିଥିବା ପାକିସ୍ତାନ ଏଜେଣ୍ଟ୍ଟ କହିଥିଲେ କି ସେ ବ୍ରିଟେନର ଜଣେ ସଫ୍ଟୱେୟାର ଇଞ୍ଜିନିୟର। କେବଳ ଏତିକି ନୁହେଁ ଜାରା ପ୍ରଦିପଙ୍କ ସହ ବନ୍ଧୁତା କରି ବ୍ରାହ୍ମୋସ ଲଞ୍ଚର୍‌, ଅଗ୍ନି ମିଶାଇଲ ଲଞ୍ଚର୍‌ ଏବଂ ମିଲିଟାରୀ ବିଡିଂ ସିଷ୍ଟମ, ଡ୍ରୋନ, ୟୁସିଭି ସମେତ ଅନ୍ୟାନ୍ୟ ଜିନିଷ ବିଷୟରେ ସୂଚନା ମାଗିଥିଲେ। ଏହା ପରେ ପ୍ରଦୀପ ଏହି ସମସ୍ତ ତଥ୍ୟ ସଂଗ୍ରହ କରି ପାକିସ୍ତାନୀ ଏଜେଣ୍ଟକୁ ପଠାଇଥିଲେ।
ଏହା ବ୍ୟତୀତ ଚାର୍ଜସିଟରେ କୁହାଯାଇଛି ଯେ ପ୍ରଦିପ ଜାରାଙ୍କ ସାମ୍ନାରେ ନିଜ କାମ ବିଷୟରେ ଗର୍ବ କରୁଥିଲେ। ଏହି ୧୮୩୭ ପୃଷ୍ଠାର ଚାର୍ଜସିଟରେ ଅନ୍ତର୍ଭୁକ୍ତ ହୋଇଥିବା ଏକ ଚାଟରେ ପାକିସ୍ତାନୀ ଏଜେଣ୍ଟମାନେ ପଚାରିଥିଲେ ଯେ ଅଗ୍ନି-୬ ଲଞ୍ଚର ପରୀକ୍ଷା ସଫଳ ହୋଇଛି କି ନାହିଁ, ସେ ଉତ୍ତର ଦେଇଥଲେ ଯେ ଲଞ୍ଚର ମୋର ଡିଜାଇନ। ଏହା ଏକ ବଡ଼ ସଫଳତା ଥିଲା। କୁରୁଲକର ଏବଂ ପାକିସ୍ତାନୀ ଏଜେଣ୍ଟମାନଙ୍କ ମଧ୍ୟରେ ଏହି ଚାଟ ସେପ୍ଟେମ୍ବର ୨୦୨୨ରୁ ଫେବୃଆରୀ ୨୦୨୩ ମଧ୍ୟରେ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri