Advertisement
Posted inଜାତୀୟ

‘ପ୍ରଧାନମନ୍ତ୍ରୀ ପଦ ପାଇଁ ଅଭିଳାଷ ନାହିଁ, ବିରୋଧୀଙ୍କୁ ଏକାଠି କରିବା ହିଁ ମୂଳ ଲକ୍ଷ୍ୟ’

ନୂଆଦିଲ୍ଲୀ,୧୨।୮: ନୀତୀଶ କୁମାର ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଛାଡ଼ି ପୁରୁଣା ସହଯୋଗୀ ଲାଲୁ ପ୍ରସାଦ ଯାଦବଙ୍କ ଆର୍‌ଜେଡିର ହାତ ଧରି ଅଷ୍ଟମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ଅବସରରେ ନୀତୀଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ସହ ୨୦୨୪ ସାଧାରଣ ନିର୍ବାଚନରେ ବିରୋଧୀ ଦଳଗୁଡ଼ିକୁ ଏକଜୁଟ୍‌ କରିବା ତାଙ୍କ ମୂଳ ଲକ୍ଷ୍ୟ ବୋଲି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଏଭଳି ସ୍ଥିତିରେ ଲୋକ ସଭା ନିର୍ବାଚନରେ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଆଗ୍ରହୀ ବୋଲି ଚର୍ଚ୍ଚା ଜୋର ଧରିଥିଲା। ଏହାକୁ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ହେବା ନେଇ ତାଙ୍କ ମନରେ କୌଣସି ଅଭିଳାଷ ନାହିଁ। ହେଲେ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବାକୁ ଚେଷ୍ଟା କରିବି। ଏପରି କି ସମସ୍ତେ ଏକାଠି ହୋଇ ଜନତାଙ୍କ ପାଇଁ କାମ କରିବା ଉଚିତ ବୋଲି ନୀତୀଶ କହିଛନ୍ତି। ଅନ୍ୟପକ୍ଷେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଅଗଷ୍ଟ ୨୪ରେ ଫ୍ଲୋର ଟେଷ୍ଟରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେଲେ ‘ଲେଡି ସିଘଂମ’, କହିଲେ ଆଇପିଏସ୍‌ ହୋଇ ଫେରିବି

ସୁରତ,୧୬।୭: ଗୁଜୁରାଟର ଜଣେ ଲେଡି କନଷ୍ଟେବଳ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୁନୀତା ଯାଦବ ନାମକ ଏହି କନଷ୍ଟେବଳ ଭାଜପା ସରକାରର ଜଣେ ମନ୍ତ୍ରୀଙ୍କ...

ରାଜନୀତିରେ କେବେ କ‘ଣ ହେବ କିଛି ବି କହି ହେବ ନାହିଁ, କହିଲେ ଗୁଲାମ ନବୀ…

ନୂଆଦିଲ୍ଲୀ,୫।୧୨: ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ଗୋଷ୍ଠୀ ଜି-୨୩ର ସଦସ୍ୟ ଗୁଲାମ ନବୀ ଆଜାଦ ଏକ ନୂତନ ଦଳ ଗଠନ ନେଇ କଳ୍ପନା ଜଳ୍ପନା ନେଇ ନୀରବତା...

ପେପର ବିକ୍ରେତାରୁ ଦେଶର ମିଶାଇଲ୍‌ ମ୍ୟାନ୍‌

ମିଶାଇଲ ମ୍ୟାନ ନାମରେ ଜଣାଶୁଣା ଡଃ ଏ.ପି.ଜେ ଅବଦୁଲ କଲାମଙ୍କର ଆଜି ହେଉଛି ୮୭ତମ ଜନ୍ମଜୟନ୍ତୀ। ଅକ୍ଟୋବର ୧୫ ତାରିଖ ୧୯୩୧ ମସିହାରେ ତାମିଲନାଡୁ ରାମେଶ୍ୱରମଠାରେରେ...

ନାମାଙ୍କନ ଦାଖଲ ପରେ ମମତାଙ୍କ ଉପରେ ଆକ୍ରମଣ

ନନ୍ଦିଗ୍ରାମ,୧୦।୩ : ନନ୍ଦିଗ୍ରାମ ଆସନ ପାଇଁ ନାମାଙ୍କନ ଦାଖଲ କରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏହି...

ଆପତ୍ତି ଜନକ ସିନ୍‌ ପାଇଁ ଏହି ହଲିଉଡ୍‌ ଫିଲ୍ମ ଭାରତରେ ବ୍ୟାନ୍‌: ରାହୁଲଙ୍କ ବିରୋଧରେ ଗୁଜବ…

ନୂଆଦିଲ୍ଲୀ,୨୦।୫: କେତେକ ଆପତ୍ତି ଜନକ ଦୃଶ୍ୟ ଥିବାରୁ ୨୦୧୫ରେ ହଲିଉଡ୍‌ ଫିଲ୍ମ ଫିଫ୍ଟି ଶେଡସ୍‌ ଅଫ୍‌ ଗ୍ରେକୁ ଭାରତୀୟ ସେନସର ବୋର୍ଡ ପକ୍ଷରୁ ରିଲିଜ୍‌ ପାଇଁ...

ଏୟାର ଇଣ୍ଡିଆର ୫ ପାଇଲଟ କରୋନା ପଜିଟିଭ

ନୂଆଦିଲ୍ଲୀ,୧୦।୫: ଚିନ୍ତା ବଢାଇଲାଣି କରୋନା। ଦେଶରେ ଏହା ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ରବିବାର ଏୟାର ଇଣ୍ଡିଆର ୫ ଜଣ ପାଇଲଟ କରୋନାରେ ସଂକ୍ରମିତ...

୩୦୦ ବର୍ଷ ପୁରୁଣା ମନ୍ଦିର ଉପରେ ଚଢିଲା ବୁଲ୍‌ଡୋଜର

ଜୟପୁର,୨୨।୪: ରାଜସ୍ଥାନର ଅଲୱାରରେ ୩୦୦ ବର୍ଷ ପୁରୁଣା ଶିବ ମନ୍ଦିର ବୁଲ୍‌ଡୋଜର ଦ୍ୱାରା ଭାଙ୍ଗି ଦିଆଯାଇଛି। ଶିବ ମନ୍ଦିରରେ ଜୋତା ପିନ୍ଧିବା ଏବଂ ମୂର୍ତ୍ତିଗୁଡ଼ିକ ଉପରେ...

‘କେଜ୍‌ରିଓ୍ବାଲଙ୍କୁ ଗାଦି ଛାଡିବାକୁ ପଡିବ’

ନୂଆଦିଲ୍ଲୀ,୧୬।୧୦: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡା ରବିବାର ଦିଲ୍ଲୀର ରାମଲିଲା ମଇଦାନରୁ ଏମସିଡି ନିର୍ବାଚନ ବିଗୁଲ ବଜାଇଛନ୍ତି। ସେ ‘ପଞ୍ଚ ପରମେଶ୍ୱର...

Advertisement
Archives

Model This Week