ଗୃହ ବିଦ୍ୟାଳୟ

ଆଜି ସବୁଠି ଅଭିଯୋଗ ଯେ ପଞ୍ଚମ ଶ୍ରେଣୀରେ ପଢୁଥିବା ପିଲା ନିଜ ନାଁ ବି ଠିକ୍‌ ସେ ଲେଖି ପାରୁନି ଏବଂ ହାଇସ୍କୁଲରେ ପାଠ ପଢୁଥିବା ଅନେକ ପିଲା ଯୋଗ, ବିୟୋଗ, ଗୁଣନ, ହରଣ ନିର୍ଭୁଲ ଭାବରେ କରିପାରୁ ନାହାନ୍ତି। ଆଜି ଶିକ୍ଷା ଏତେ ତଳକୁ ଯାଇଛି କାହିଁକି ଏବଂ ଏହାର ସମାଧାନ ତା’ ହେଲେ କ’ଣ ଏହି ପ୍ରଶ୍ନ ଦୁଇଟି ବାରମ୍ବାର ମନକୁ ଅସ୍ଥିର କରୁଛି। ଶିକ୍ଷକମାନଙ୍କ ସହିତ ଏହି ସମ୍ବନ୍ଧରେ ଆଲୋଚନା କଲେ ପ୍ରାଥମିକ ବିଦ୍ୟାଳୟରେ କାଯର୍ର୍‌ୟରତ ଶିକ୍ଷକ ଶିକ୍ଷୟିତ୍ରୀ କୁହନ୍ତି, ସରକାର ତାଙ୍କୁ ବର୍ଷସାରା ତାଲିମ, ମଧ୍ୟାହ୍ନଭୋଜନ ଭଳି ପାଠଭିନ୍ନ ଅନ୍ୟ କାମରେ ନିୟୋଜିତ କରିବା ତଥା ଆବଶ୍ୟକ ସଂଖ୍ୟକ ଶିକ୍ଷକର ଅଭାବ ଯୋଗୁଁ ସେମାନେ ସର୍ବନିମ୍ନ ଜିନିଷ ବି ପିଲାଙ୍କୁ ଶିଖାଇବାରେ ବିଫଳ ହେଉଛନ୍ତି ବୋଲି କହୁଥିବାବେଳେ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କହିବା କଥା ହେଲା ସେମାନେ ପ୍ରାଥମିକ ସ୍ତରରୁ ଦୁର୍ବଳ ହୋଇ ଆସୁଥିବାରୁ ସେମାନେ କିଛି କରି ପାରୁ ନାହାନ୍ତି ଏବଂ ଏଦିଗରେ ସରକାର ଉତ୍ଥାନ, ଉତ୍କର୍ଷ ଭଳି କାର୍ଯ୍ୟକ୍ରମର ବ୍ୟବସ୍ଥା ମାଧ୍ୟମରେ ପଛୁଆ ରହିଥିବା ପିଲାଙ୍କ ସକାଶେ ଅତିରିକ୍ତ ପାଠପଢାର ବ୍ୟବସ୍ଥା କରିବା ଦ୍ୱାରା ସିଲାବସରେ ଉଦ୍ଦିଷ୍ଟ ଥିବା ବିଷୟସବୁ ସୂଚାରୁ ରୂପେ ସଂପୂର୍ଣ୍ଣ ହୋଇ ନ ପାରି ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଛି। ଠିକ୍‌ ସେହିପରି ଆଗରୁ ଥିବା ଟିଉଟୋରିଆଲ୍‌ କ୍ଲାସର ବ୍ୟବସ୍ଥା ପ୍ରାୟତଃ ଆଉ ନାହିଁ କହିଲେ ଚଳେ।
ଏହି ଅସୁବିଧାକୁ ଅନେକ ମାତ୍ରାରେ ଲାଘବ କରିବା ନିମିତ୍ତ ବିକଳ୍ପ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇପାରେ। ସରକାରଙ୍କ କହିବା ପ୍ରକାରେ ପ୍ରାଥମିକ ଶିକ୍ଷା ସମସ୍ତ ବାଳକ ବାଳିକା ନିହାତି ପକ୍ଷେ ସଂପୂର୍ଣ୍ଣ କରିବେ ବୋଲି ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମରେ ପ୍ରାବଧାନତା ରହିଛି ଯେ ଜଣେ ୬ରୁ ୧୪ ବର୍ଷ ମଧରେ ବର୍ଷର ଯେକୌଣସି ସମୟରେ ନିଜ ବୟସକୁ ଦେଖି ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇ ପାରିବ। ଏଥି ସକାଶେ ତାକୁ କୌଣସି କାଗଜପତ୍ରର ଅଭାବ ଦର୍ଶାଇ ନାମଲେଖାରୁ ବଞ୍ଚିତ କରାଯାଇ ପାରିବ ନାହିଁ। ତେଣୁ ଏଠି ପ୍ରକାରାନ୍ତରେ ଶିଶୁଟି ଘରେ ରହି ସର୍ବନିମ୍ନ ପାଠ ଅକ୍ତିୟାର କଲାପରେ ବିଦ୍ୟାଳୟରେ ମଧ୍ୟ ନାମ ଲେଖାଇପାରିବ ବୋଲି କୁହାଯାଇଅଛି। ସେହି ଦୃଷ୍ଟିରୁ ମାଆବାପା ଯେଉଠି କିଛି ମାତ୍ରାରେ ଶିକ୍ଷିତ ଅଛନ୍ତି ସେମାନେ ନିଜ ସନ୍ତାନ ସନ୍ତତିଙ୍କୁ ଘରେ ଯେତେ ସମୟ ରହୁଛନ୍ତି ନିଜ ନଜରରେ ରଖିବା ସହିତ କର୍ମସ୍ଥଳକୁ ମଧ୍ୟ ତାଙ୍କୁ ଧରି ଯାଇପାରିବେ। ଆଜିକାଲି ଆମେ ଦେଖୁଛୁ ବହୁତ କମ୍‌ ବୟସର ଶିଶୁ ଟେଲିଭିଜନ ବା ୟୁଟ୍ୟୁବରେ ବହୁତ କଠିନ ଶ୍ଲୋକ ଭଳି ଜିନିଷ ମୁଖସ୍ତ କରି ଶୁଣାଉଛନ୍ତି। ଏଥିରୁ ଜଣାପଡୁଛି ଯେ ମାଆବାପା ନିଶ୍ଚିତ ରୂପେ ଶିଶୁକୁ ତାହା ଅକ୍ତିୟାର କରିବାରେ ସାହାଯ୍ୟ କରିଥିବେ। ତା’ ହେଲେ ମାଆବାପା ଯଦି ଚାହିଁବେ ଶିଶୁଟିଏ ଅକ୍ଷର ଶିଖିବା, ବହି ପଢ଼ି ଜାଣିବା, ଯୋଗ, ବିୟୋଗ ଇତ୍ୟାଦି କାହିଁକି ଜାଣିବନି? ଅବଶ୍ୟ ଏଠାରେ କେହି କେହି କହିପାରନ୍ତି ସମସ୍ତଙ୍କର ମାଆବାପା ସେତେ ମାତ୍ରାରେ ଶିକ୍ଷିତ ନୁହନ୍ତି ବା ତାଙ୍କ ପାଖରେ ସେତେଟା ସମୟ ନାହିଁ ଏକଥା ସତ କିନ୍ତୁ ମାଆଟିଏ ପିଲାଟିକୁ ତ ରନ୍ଧାବଢ଼ା କଲା ସମୟରେ ପାଖରେ ବସାଇ ପାରିବ ଏବଂ କହିପାରିବ ପିଲାଟି ଯାହା ଜାଣିଛି ବଡ଼ ପାଟିରେ ପଢୁ। ତା’ ଛଡ଼ା ପାଠ କେବଳ ବହିରେ ନ ଥାଏ। ମାଆବାପା ଚାହିଁଲେ ଶିଶୁକୁ ଅନେକ ଜିନିଷ ବିଷୟରେ ପରିଚିତ କରାଇ ପାରିବେ, ଯେମିତି କି ରୋଷେଇ ଘରେ ବ୍ୟବହୃତ ହେଉଥିବା ବିଭିନ୍ନ ଜିନିଷ, କେଉଁଟି ରୋଷେଇ ଘର, କେଉଁଟି ଗାଧୁଆ ଘର, କେଉଁଟି ଶୋଇବା ଘର, କେଉଁଟି କି ଡାଲି, କି ପରିବା, କାହାକୁ ମାନ୍ୟରେ କ’ଣ କହିବ, କେଉଁଟି କି ପକ୍ଷୀ, କି ଗଛ, କି ପତ୍ର, କି ପଶୁ ଇତ୍ୟାଦି। ଏସବୁ ଜିନିଷ ଖାଇବା ବେଳେ ବା ଯେକୌଣସି ଖାଲି ସମୟରେ ଶିଶୁ ସହିତ ଆଲୋଚନା ମାଧ୍ୟମରେ ପରିଚିତ କରାଯାଇପାରେ। ସଂଖ୍ୟା ଗଣିବା ପାଇଁ ମାଟିରେ ଗୋଲି ବା ବାଉଁଶର କାଠି ତିଆରି କରିବା, ମାଟି, କାଗଜ ଇତ୍ୟାଦି ବ୍ୟବହାର କରି ବିଭିନ୍ନ ଜିନିଷ ତିଆରି କରିବା, ନିଜ ମନ ମୁତାବକ ଚିତ୍ରାଙ୍କନ କରିବାକୁ ଉତ୍ସାହିତ କରିବା, ପ୍ରାର୍ଥନା, ଭଜନ ଇତ୍ୟାଦି ମନେ ରଖିବା ତଥା ବୋଲିବାକୁ ଉତ୍ସାହିତ କରିବା, ହସ୍ତାକ୍ଷର ଲେଖିବା, ନିଜେ ଯାଉଥିବା ସ୍ଥାନ ସବୁକୁ ସାଙ୍ଗରେ ନେଇକି ଯିବା ଏବଂ ଯା’ଆସ ସମୟରେ ଶିଶୁ ଭିନ୍ନ ଭିନ୍ନ ଜିନିଷ ଦେଖି ଯେତେ ପ୍ରଶ୍ନ ପଚାରୁଛି ବିରକ୍ତ ନ ହୋଇ ତାକୁ ମନ ଦେଇ ଶୁଣି ସହଜ ଭାବରେ ବୁଝାଇ ଦେବା ଇତ୍ୟାଦି କରିବା ଆବଶ୍ୟକ। ଆଜିକାଲି ପ୍ରାୟ ଶିଶୁ ମୋବାଇଲ ଫୋନ ନ ଦେଖି ରହି ପାରୁ ନାହାନ୍ତି। ତେଣୁ ତହିଁରୁ ଶିକ୍ଷଣୀୟ ଜିନିଷ ସବୁ ବାହାର କରି ଶିଶୁକୁ ଦେଖାଇବା ଉଚିତ; ଯଦ୍ଦ୍ବାରା ଶିଶୁଟି କମ ସମୟରେ ଅନେକ ଜିନିଷ ମନେ ରଖିପାରିବ। ଏଥିରେ ଛୋଟ ଛୋଟ ସିନେମା ବି ରହିବ। ଏହା ଭିନ୍ନ ଶିଶୁକୁ ବିଭିନ୍ନ ଖେଳ ସହ ମଧ୍ୟ ପରିଚିତ କରାଇବା ଆବଶ୍ୟକ। ପରିବାରକୁ କେହି ବୁଲି ଆସିଲେ ଶିଶୁକୁ ତାଙ୍କ ଆଗରେ ଜାଣିଥିବା ପ୍ରାର୍ଥନା,ଗପ ଇତ୍ୟାଦି ବୋଲିବା/କହିବାକୁ କହିବା ବା ଆଙ୍କିଥିବା ଚିତ୍ରାଙ୍କନ ବା ତିଆରି କରିଥିବା ଜିନିଷ ଦେଖାଇବାକୁ ଉତ୍ସାହିତ କରିବା ଆବଶ୍ୟକ; ଯଦ୍ଦ୍ବାରା ଶିଶୁକୁ ଏଭଳି ଜିନିଷ ଆହୁରି କରିବାକୁ ଇଚ୍ଛା ଲାଗିବ। ଆଗରୁ ଅଜାଆଈ ଯେମିତି ନାତିନାତୁଣୀମାନଙ୍କୁ ଅନେକ ଗପ/କାହାଣୀ ଶୁଣାଉଥିଲେ ସେସବୁ ଯଦିଓ ପ୍ରାୟତଃ ନାହିଁ ତେଣୁ ବାପାମାଆ ଚାହିଁଲେ ପିଲାଙ୍କୁ ଅବସର ସମୟରେ ପାଖରେ ବସାଇ ନୀତିଶିକ୍ଷା ସମ୍ବଳିତ କାହାଣୀ ଶୁଣାଇ ପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏଠାରେ ହେଲା ଶିଶୁଟି ଖେଳିବା,ବୁଲିବା ଭିତରେ ଅନେକ କଥା ଜାଣିଯାଉଛି ଏବଂ ପାଠ ପଢିବାକୁ ସେ ବୋଝ ବୋଲି ଆଦୌ ଭାବୁନାହିଁ। ଏହା ବାଦ୍‌ ବିଦ୍ୟାଳୟରେ କେଉଁଠି ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହିଁ ବୋଲି ନ ପଢ଼ାଇବା ବା ଅନ୍ୟାନ୍ୟ କାମ ବୋଝ ଯୋଗୁ ନ ପଢ଼ାଇବା ଭଳି ବିଷୟ ଆସିବ ନାହିଁ। ଆହୁରି ମଧ୍ୟ ଗୋଟିଏ ଶିକ୍ଷକ ଏକା ଥରକୁ ଚାଳିଶ/ପଚାଶ ପିଲାଙ୍କୁ ପଢ଼ାଇବା ଏବଂ ବାପାମାଆ ଗୋଟିଏ ପିଲାକୁ ପଢ଼ାଇବା ଭିତରେ ଅନେକ ଫରକ୍‌ ରହିବ। କଥାରେ ଅଛି ‘ଘରନିଅଁ ଯେତେଦିନ ପର୍ଯ୍ୟନ୍ତ ମଜଭୁତ ଅଛି ଉପରେ ଯେତେ ଝଡଝା ଆସିଲେ ଯା’ଆସ ନାହିଁ। ତେଣୁ ପ୍ରାଥମିକ ଶିକ୍ଷା ଠିକ୍‌ ଭାବରେ ଜଣେ ଶିଶୁ ସମ୍ପୂର୍ଣ୍ଣ କରିଥିଲେ ସେ ନିଜକୁ ଠିକ୍‌ ରୂପେ ଗଢ଼ି ତୋଳିବାରେ ଅସୁବିଧା ନାହିଁ। ତେଣୁ ଘରକୁ ବିଦ୍ୟାଳୟ ମଣି ପ୍ରତ୍ୟେକ ମାଆବାପା ଯଦି ପିଲାଙ୍କ ପ୍ରତି ଥିବା ନିଜ ଦାୟିତ୍ୱ ହୃଦ୍‌ବୋଧ କରି ନିଜ ବ୍ୟସ୍ତ ବହୁଳ ସମୟରୁ କିଛି କାଢ଼ି ପିଲାଙ୍କ ସକାଶେ ଦେବାର ଦାୟିତ୍ୱ ସଂପାଦନ କରନ୍ତି, ପିଲା ଉପର ଶ୍ରେଣୀକୁ ଯିବାପରେ ତଳ ଶ୍ରେଣୀର ପାଠ ନ ଜାଣିବା ଯେଉଁ ଅଭିଯୋଗ ରହୁଛି ତାହା ଅନେକ ମାତ୍ରାରେ ନିଶ୍ଚିତ ରୂପେ ହ୍ରାସ ପାଇବ।
ମୋ: ୯୪୩୭୫୭୧୮୩୧


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?