ମାଇଗ୍ରେନ୍‌ ସମସ୍ୟାର ଘରୋଇ ଉପଚାର

ମାଇଗ୍ରେନ ସମସ୍ୟା ନେଇ ଚିନ୍ତିତ କି? ଯଦି ହଁ, ତେବେ ଏ ନେଇ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଆନ୍ତୁ। ହେଲେ ଏପରି କେତେକ ଘରୋଇ ଉପଚାର ରହିଛି, ଯାହାକୁ ଆପଣେଇ ପାରିଲେ ତାହା ଏଭଳି ସମସ୍ୟାରୁ କେତେକାଂଶରେ ଉପଶମ ମିଳିପାରେ। ଅଦା ରସରେ ପ୍ରସ୍ତୁତ ଚା’ ପିଇଲେ ତାହା ମାଇଗ୍ରେନ୍‌ ସମସ୍ୟାରୁ ଉପଶମ ଦେଇଥାଏ। ଏହାକୁ ଦିନକୁ ୨-୩ ଥର ପିଇପାରନ୍ତି। ଏପରି ଚା’ ପିିଇବା ଦ୍ୱାରା ରକ୍ତରେ ଇନଫ୍ଲାମେଶନ୍‌ କମିଯାଏ ଏବଂ ସେହି ଅନୁସାରେ ମୁଣ୍ଡବିନ୍ଧାରୁ ଆରାମ ଲାଗେ। ଯଦି ପ୍ରବଳ ମୁଣ୍ଡ ବିନ୍ଧୁଛି, ତେବେ ବେକ ମୂଳରେ ଧୀରେ ଧୀରେ ବରଫ ଘଷିଲେ ଏଥିରୁ ଉପଶମ ମିଳିଥାଏ। ଆହୁରି ଉପଶମ ପାଇବା ପାଇଁ ପିମ୍ପିରିମେଣ୍ଟ ତେଲ ବ୍ୟବହାର କରିପାରନ୍ତି। ଏହାବ୍ୟତୀତ ଲବଙ୍ଗକୁ ଗୁଣ୍ଡ କରି ପରିଷ୍କାର କପଡାରେ ବାନ୍ଧି ଶୁଙ୍ଘିଲେ ମୁଣ୍ଡବିନ୍ଧାରୁ କେତେକାଂଶରେ ଆରାମ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ବିକ୍ରମ

”ବିକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଚନ୍ଦ୍ରର ଦକ୍ଷିଣ ମେରୁଠାରେ ବରଫ ଅବସ୍ଥାରେ ଥିବା ଜଳର ସନ୍ଧାନ କରିବା । ବିଗତ ଅଭିଯାନ ସବୁରୁ ସୂଚନା ମିଳେ...

ସୁସ୍ଥ ହାର୍ଟ ପାଇଁ..

ହୃତ୍‌ପିଣ୍ଡ(ହାର୍ଟ) ସୁସ୍ଥ ରହିଲେ ଆମେ ନୀରୋଗ ରହିବା। କିନ୍ତୁ କେତେକ କାରଣରୁ ହାର୍ଟ ପ୍ରଭାବିତ ହେବା ଦ୍ୱାରା ଆମେ ହୃଦ୍‌ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଉ। ତେଣୁ...

ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଗାଜର ଜୁସ୍‌

ନିୟମିତ ରୂପେ ଗାଜର ଜୁସ୍‌ ସେବନ କଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଗାଜରରେ ଭରପୂର୍‌ ମାତ୍ରାରେ କ୍ୟାଲ୍‌ସିୟମ୍‌, ଫାଇବର୍‌, ଭିଟାମିନ୍‌ ଏ, ବି,...

ବହୁ ରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଗାଈ କ୍ଷୀର ସହିତ ଡାଳଚିନି ଗୁଣ୍ଡ ମିଶାଇ ପିଇଲେ ବହୁରୋଗରୁ ମୁକ୍ତି ମିଳିଥାଏ। ଏହାଦ୍ୱାରା ଥଣ୍ଡା, କାଶ, ଆଦି ରୋଗ ଭଲ ହେବା ସହିତ କର୍କଟ...

ଏସିଡିଟି ପାଇଁ ଯୋଗ

ଦୈନନ୍ଦିନ ଜୀବନରେ ଖାଇବା ପିଇବା ସମୟରେ ପରିବର୍ତ୍ତନ ଯୋଗୁଁ ଏସିଡିଟି ବା ଗ୍ୟାସ୍‌ଷ୍ଟ୍ରିକ ସମସ୍ୟା ଦେଖାଯାଏ। ଅତ୍ୟଧିକ ତେଲ ଏବଂ ମସଲାଜାତୀୟ ଖାଦ୍ୟ ଖାଇବା ଦ୍ୱାରା...

ଅଣ୍ଟା ବିନ୍ଧା ଓ ମୋବାଇଲ୍‌

ବର୍ତ୍ତମାନ ଦୁନିଆରେ ମୋବାଇଲ୍‌ର ମହତ୍ତ୍ୱ କେତେ ତାହା କହିବା ବାହୁଲ୍ୟ। କାରଣ ପ୍ରତିଟି କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇପାରୁଛି। ହେଲେ ଯଦି ଜଣେ ବ୍ୟକ୍ତି ନିଜକୁ...

ଏହି ସମସ୍ୟାରେ ଚୁପ୍‌ଚାପ ବସି ହୁଏନି…

ବେଳେବେଳେ କେତେକ କୌଣସି ସ୍ଥାନରେ ସ୍ଥିର ରହିପାରନ୍ତି ନାହିଁ। ଏଭଳି ସମସ୍ୟାରେ ଚୁପ୍‌ଚାପ୍‌ ବସିବା ଏକ ପ୍ରକାର ଅସମ୍ଭବ ହୋଇଥାଏ। ଏହାକୁ ଡାକ୍ତରୀଭାଷାରେ ଆକାଥିସିଆ ବା...

ବ୍ଲସର ସିଲେକ୍ସନ

ମେକ୍‌ଅପ୍‌ରେ ବ୍ଲସର ଭୂମିକା ମୁଖ୍ୟ। କାରଣ ଏହା ମେକ୍‌ଅପ୍‌କୁ ଆହୁରି ଆକର୍ଷଣୀୟ କରିଥାଏ। ତେବେ ଏହାର ଚୟନ ବେଳେ ତ୍ୱଚାର ରଙ୍ଗ ଏବଂ ପ୍ରକାରଭେଦ ପ୍ରତି...

Advertisement


Archives

Model This Week