ଗୃହ ସଙ୍ଗରୋଧକାରୀଙ୍କୁ ଗ୍ରୀନ୍‌, ରେଡ୍‌ ଫ୍ଲାଗ୍‌ରେ ବର୍ଗୀକରଣ

ଭୁବନେଶ୍ୱର, ୨୦।୫(ବ୍ୟୁରୋ): କରୋନା ସଂକ୍ରମିତଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୁପରିଚାଳନା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଗୃହ ସଙ୍ଗରୋଧରେ ଥିବା ରୋଗୀଙ୍କୁ ନିୟମିତ ଆବଶ୍ୟକ ସେବା ଯୋଗାଇ ଦେବା ପାଇଁ ବର୍ଗୀକରଣ କରାଯାଇଛି। ସ୍ବଳ୍ପ ଲକ୍ଷଣଯୁକ୍ତଙ୍କୁ ଗ୍ରୀନ୍‌ ଫ୍ଲାଗରେ ଓ ଅପେକ୍ଷାକୃତ ଭାବେ ଅଧିକ ଲକ୍ଷଣଯୁକ୍ତ ସଙ୍ଗରୋଧକାରୀଙ୍କୁ ରେଡ୍‌ ଫ୍ଲାଗ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି। ରେଡ୍‌ ଫ୍ଲାଗ୍‌ରେ ଥିବା ସଂକ୍ରମିତଙ୍କୁ ଲଗାତର ୩ଦିନ ଫୋନ୍‌ କରି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନିରୀକ୍ଷଣ କରିବା ସହ ସମୀକ୍ଷା କରିବାକୁ କମିଶନର ସଞ୍ଜୟ କୁମାର ସିଂହଙ୍କ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ଦିନରେ ୨୨ଜଣଙ୍କୁ କଲ୍‌ କରାଯାଇ ସେମାନଙ୍କ ସ୍ଥିତି ସମୀକ୍ଷା କରାଯାଇଛି। ରାପିଡ୍‌ ରେସ୍‌ପନ୍ସ ଟିମ୍‌ (ଆର୍‌ଆର୍‌ଟି)ଙ୍କ ରୋଗ ନିରୀକ୍ଷଣ ସୂଚନାକୁ ଭିତ୍ତିକରି ରେଡ୍‌ ଫ୍ଲାଗ୍‌ ରୋଗୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ଏହି ଟିମ୍‌ରେ ଅଭିଜ୍ଞ ଡାକ୍ତରମାନେ ରହିଛନ୍ତି। ମହାନଗର ନିଗମର ୩ ଜୋନ୍‌ ମାଧ୍ୟମରେ ସେବା ଯୋଗାଣକୁ ତ୍ୱରାନ୍ବିତ କରାଯାଉଥିବାବେଳେ ଜୋନ୍‌ର ଜୋନାଲ୍‌ ଡେପୁଟି କମିଶନରଙ୍କଠାରୁ ଗୃହ ସଙ୍ଗରୋଧରେ ଥିବା ରୋଗୀଙ୍କ ସୂଚନା ପାଇବା ପରେ ରେଡ୍‌ ଫ୍ଲାଗ୍‌ ତାଲିକା ପ୍ରସ୍ତୁତ କରାଯାଉଛି। ବର୍ଗୀକରଣ କରିବା ଦ୍ୱାରା ୧୯୨୯ କଲ୍‌ସେଣ୍ଟର୍‌ରୁ ସଂପୃକ୍ତ ସଂକ୍ରମିତଙ୍କୁ କଲ୍‌ କରାଯାଇ ସେମାନଙ୍କ ରୋଗର ସ୍ଥିତିକୁ ସମାକ୍ଷା କରିବା ଓ ହସ୍ପିଟାଲ୍‌ ପଠାଇବାକୁ ସୁବିଧା ହୋଇପାରୁଛି। କଲ୍‌ସେଣ୍ଟରରେ ପ୍ରଥମ ଶିଫ୍ଟରେ ୭ ଜଣ, ଦ୍ୱିତୀୟ ଶିଫ୍ଟରେ ୭ ଜଣ ଏବଂ ତୃତୀୟ ଶିଫ୍ଟରେ ୪ ଜଣ ଡାକ୍ତର ରହି ସେବା ଯୋଗାଉଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ବସ୍‌ ଚାଳକଙ୍କୁ ହତ୍ୟା ପରେ ଜାଳିଦେଲେ

ଖୋର୍ଦ୍ଧା ଅଫିସ,୧୫ା୧୦: ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅନ୍ତର୍ଗତ ବରୁଣେଇସ୍ଥିତ ଏକ ଘରୋଇ କଲେଜରେ କାର୍ଯ୍ୟରତ ଜଣେ ଡ୍ରାଇଭରଙ୍କୁ ହତ୍ୟା ପରେ ପେଟ୍ରୋଲ ଢାଳି ଜାଳି ଦିଆଯାଇଥିବା...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୮।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ସୂର୍ଯ୍ୟବଂଶୀଙ୍କ ପାଇଁ ଭୋଟ୍‌ ମାଗିଲେ ସମୀର

ଧାମନଗର,୨୧।୧୦(ଡି.ଏନ୍‌.ଏ): ଧାମନଗର ଉପନିର୍ବାଚନ ରଣକ୍ଷେତ୍ରରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଚାର ମଇଦାନରେ ସାମିଲ ହୋଇଛନ୍ତି। ସେ ଗତ ଦୁଇଦିନ ଧରି ଏହି ନିର୍ବାଚନମଣ୍ଡଳୀ...

ସେପ୍ଟେମ୍ବରରେ ପିଲାଙ୍କୁ ଟିକା

ନୂଆଦିଲ୍ଲୀ, ୧୯ା୮: ପିଲାମାନଙ୍କ ଉପରେ କୋଭିଡ୍‌ ଟିକାର ପରୀକ୍ଷା ଚାଲିଥିବାବେଳେ ଖୁବ୍‌ଶୀଘ୍ର ଏହାର ଫଳାଫଳ ମିଳିଯିବ ବୋଲି ଆଶା କରାଯାଉଛି। ଉକ୍ତ ଫଳାଫଳ ଭାରତର ଔଷଧ...

ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବ ବିଏମ୍‌ସି ମୋବାଇଲ ଭ୍ୟାନ

ଭୁବନେଶ୍ୱର, ୬।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ଗୋଟିଏ ଦିନରେ ଭୁବନେଶ୍ୱରରେ ୧୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

ସପ୍ତମ ଟାର୍ଗେଟ୍‌ ସମୁଦ୍ରକୁ ଶଙ୍ଖେ

ଅନୁଗୋଳ ଅଫିସ, ୭।୩: ଅନୁଗୋଳ ଜିଲାର ୯୪ ମଣ୍ଡିରେ ଧାନ ବିକ୍ରି କରିବାକୁ ମୋଟ ୩୪ ହଜାର ୯୨୬ ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ...

କରୋନା ଭୟରେ ପୁଣି ଚାଇନାରେ ଲକ୍‌ଡାଉନ

ବେଜିଂ,୮ ।୧: କରୋନା ମହାମାରୀ ଏବେବି ବିଶ୍ୱବାସୀଙ୍କୁ ତା’ କବଳରେ ରଖିଛି । କରୋନାର ଉତ୍ପତି ସ୍ଥଳ ଚାଇନା ବି ଏଥିରୁ ବାଦ୍ ପଡିନାହିଁ ।...

ସିବିଆଇ ହାତରେ ଧରାପଡ଼ିଲେ ଇଓଡ୍‌ବ୍ଲ୍ୟୁ କନ୍‌ଷ୍ଟେବଳ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଭୁବନେଶ୍ୱର ଆସି ସାଢ଼େ ୪ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଦିଲ୍ଲୀ ଅର୍ଥନୈତିକ ଅପରାଧ ଶାଖା(ଇଓଡ୍‌ବ୍ଲ୍ୟୁ )ର କନ୍‌ଷ୍ଟେବଳ ଅମିତ୍‌...

Advertisement
Archives

Model This Week