ସର୍ବସାଧାରଣରେ ହେବନି ହୋଲି

ଢେଙ୍କାନାଳ ଅଫିସ, ୯।୩: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ଓସ୍‌ଓ୍ବାନ୍‌ ହଲ୍‌ରେ ସୋମବାର ଅପରାହ୍ନରେ ଜିଲାପାଳ ସରୋଜ କୁମାର ସେଠୀ ଜିଲାର କୋଭିଡ୍‌ସ୍ଥିତି, ପୌର ନିର୍ବାଚନ ଏବଂ ୫-ଟି ବ୍ୟବସ୍ଥାରେ ହେଉଥିବା ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ଲାଗି ଚଳିତବର୍ଷ ସର୍ବସାଧାରଣରେ ହୋଲି ଖେଳକୁ ବାରଣ କରାଯାଇଛି। ଜିଲାବାସୀ ପରିବାର ସହିତ ହୋଲି ଖେଳିବାକୁ ଅନୁରୋଧ କରାଯାଇଛି। ରାଜ୍ୟ ସରକାରଙ୍କ ପରିବର୍ତ୍ତିତ ଗାଇଡ୍‌ ଲାଇନ୍‌ ଅନୁଯାୟୀ ବିବାହରେ ୫୦୦ ଏବଂ ଶୁଦ୍ଧିକ୍ରିୟାରେ ୨୫୦ଜଣ ଯୋଗଦେଇପାରିବେ। କରୋନା ମାର୍ଗଦର୍ଶିକା ଅନୁଯାୟୀ ଉତ୍ସବ, ବାଣିଜ୍ୟ ମେଳା, ଶୋଭାଯାତ୍ରାକୁ ଅନୁମତି ଦିଆଯାଇଛି। ଜୁନ୍‌ ସୁଦ୍ଧା ଟିକାକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଜୁନ୍‌ ରେ ୪ର୍ଥ ଲହର ଆସିବା ଆଶଙ୍କା ଥିବାରୁ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସମଗ୍ର ରାଜ୍ୟରେ ଢେଙ୍କାନାଳ ଜିଲାର ସର୍ବାଧିକ ଟେଷ୍ଟିଂ ହେଉଛି। ବୁଷ୍ଟର ଡୋଜ୍‌ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସିଡିଏମ୍‌ଓ ଡା. ଅଶୋକ କୁମାର ଦାସ ସୂଚନା ଦେଇଛନ୍ତି।
ଜିଲାର ୧୦୫ ସ୍କୁଲରେ ୫-ଟି ଆନୁକୂଲ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟ ତୁରନ୍ତ ସାରିବା, ସରକାରୀ ଶିକ୍ଷାନୁଷ୍ଠାନର ନିଜସ୍ବ ଜମିପଟ୍ଟା କରିବା ଲାଗି ପଦକ୍ଷେପ ନେବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାର ସମସ୍ତ ୮ ବ୍ଲକରେ ଷ୍ଟାଡିୟମ, ବସ୍‌ଷ୍ଟାଣ୍ଡ ନିର୍ମାଣ ଲାଗି ଆଲୋଚନା କରାଯାଇଛି। ଖଣିଖାଦାନରୁ ବେଆଇନ ଚାଲାଣ ହେଉଥିବା ଲଘୁ ଖଣିଜ ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତହସିଲଦାରଙ୍କୁ କଡ଼ା ତାଗିଦ୍‌ କରାଯାଇଛି। ଏହି ଅବସରରେ ପୌର ନିର୍ବାଚନ ସୁପରିଚାଳନା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାସ, ପିଡି ଡିଆରଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ଆଇଏଏସ୍‌ ପ୍ରୋବେଶନର ବିଭୂତି ଭୂଷଣ ନାୟକ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଏଡିଏମ୍‌ଓ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଡିପିଏମ୍‌ ସୋନାଲି ପ୍ରିୟଦର୍ଶିନୀ, ଆପାତକାଳୀନ ଅଧିକାରୀ ସ୍ନିଗ୍ଧାଛାୟା ମହାପାତ୍ର, ଶିକ୍ଷାଧିକାରୀ ନିବେଦିତା ପାଣି, ସମାଜ ମଙ୍ଗଳ ଅଧିକାରୀ ଜ୍ୟୋତ୍ସ୍ନା ରାୟ, ତହସିଲଦାର ଅନୁପମା ମୁର୍ମୁ, ଭୂଅର୍ଜନ ଅଧିକାରୀ ସ୍ମୃତିରଞ୍ଜନ ମହାପାତ୍ର, ଓସ୍‌ଡମା ଡିପିଓ ନିମାଇଁ ଚରଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନଫସଲ ନଷ୍ଟ କଲେ ହାତୀପଲ

ଢେଙ୍କାନାଳ ଅଫିସ,୪ା୧: ଢେଙ୍କାନାଳ ସଦର ବ୍ଲକ ନୂଆଗାଁ ଏବଂ ଗୋଡ଼ି ସାହିରେ ଗୁରବାର ସକାଳେ ୪୦ ହାତୀ ପଶି ଉପଦ୍ରବ ଘଟାଇଛନ୍ତି। କ୍ଷେତରେ ପଶି ଦଳଚକଟି...

ଶାଳିଆପତନି ଉଦ୍ଧାର

ଭୁବନ,୭।୨(ଡି.ଏନ.ଏ.): ଭୁବନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନିକଟରୁ ସୋମବାର ଏକ ଶାଳିଆପତନି ଉଦ୍ଧାର କରାଯାଇଛି। ଶାଳିଆପତନିଟି ନୂଆଭୁବନ ଶିଶୁ ବିଦ୍ୟାମନ୍ଦିର ନିକଟସ୍ଥ ରାସ୍ତାପାର୍ଶ୍ୱରେ ବୁଲୁଥିବା ବେଳେ...

ସିଲାବସ୍‌ ବାହାରୁ ପ୍ରଶ୍ନ

କାମାକ୍ଷାନଗର, ୧୫ା୩(ଡି.ଏନ.ଏ.) – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଯୁକ୍ତ ୨ପରୀକ୍ଷା। ପରୀକ୍ଷାକୁ ଶୃଙ୍ଖଳିତ ଏବଂ ବିଧିବ୍ୟବସ୍ଥିତ...

ମହିମା ଟୁଙ୍ଗିରେ ନବାନ୍ନ

କାମାକ୍ଷାନଗର, ୪ ।୯-କାମାକ୍ଷାନଗର ମହିମା ଟୁଙ୍ଗିରେ ମଙ୍ଗଳବାର ନବାନ୍ନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରାହ୍ମମୁହୂର୍ତ୍ତରେ ମହିମା ଧର୍ମାବଲମ୍ବୀମାନେ ଶୁଦ୍ଧପୂତ ହୋଇ ମଠରେ ଏକାଠି ହୋଇଥିଲେ।...

ଘରଡିହ ପଟ୍ଟା ମିଳିବାର ୧୨ବର୍ଷ ବିତିଲା: ଚିହ୍ନଟ ହେଉନି ଜମି, ମିଳୁନି ଦଖଲ

ଢେଙ୍କାନାଳ ଅଫିସ, ୨୪।୧୨ – ଦୀର୍ଘ ୧୨ ବର୍ଷ ହେଲା ମିଳିଛି ଘରଡିହ। ହେଲେ ଜମି ଚିହ୍ନଟ ହେଉଛି ନା ମିଳୁଛି ଦଖଲ। କେବଳ ପଟ୍ଟା...

ଭୁଜାଲିରେ ହାଣି ଲୁଟିନେଲେ ୧୫ ଲକ୍ଷ ଟଙ୍କା

ପରଜଙ୍ଗ,୯ା୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା ଛକ ନିକଟରେ ରାଶନ ଦୋକାନ କରିଥିବା କ୍ଷୀରୋଦ ସାହୁଙ୍କ କର୍ମଚାରୀ ଜୟନ୍ତ ଆଚାର୍ଯ୍ୟ ସୋମବାର ଲୋଧଣି ଗ୍ରାମ୍ୟ...

ଖୋଲୁନି ମୂର୍ତ୍ତି ଚୋରି ରହସ୍ୟ

ଢେଙ୍କାନାଳ ଅଫିସ, ୧୨।୫: ରାଜ୍ୟର ପ୍ରସିଦ୍ଧ ଶୈବପୀଠ ତଥା ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ବିଜେସ୍ଥଳୀ କପିଳାସରୁ ୨୦୧୬ରେ ଚୋରି ହୋଇଯାଇଥିଲା ଦ୍ୱାଦଶ ଶତାବ୍ଦୀର ୩ ଦେବଦେବୀଙ୍କ ବିରଳ ମୂର୍ତ୍ତି।...

‘କୋଇ’ରେ ବଢୁଛନ୍ତି କଲରାପତରିଆ

ଢେଙ୍କାନାଳ ଅଫିସ,୧୧ା୨: ଜୈବ ବିବିଧତାରେ ଭରପୂର ଢେଙ୍କାନାଳ ଜିଲାର ସଂରକ୍ଷିତ ଜଙ୍ଗଲରେ ଦୀର୍ଘବର୍ଷ ହେଲା ବିଳୁପ୍ତ ହୋଇଯାଇଛି ମହାବଳ ବଂଶ। ଏହାର ଅଭାବକୁ ଏବେ ପୂରଣ...

Advertisement
Archives

Model This Week