ହୋଲି କପଲ୍‌ ଟି-ଶାର୍ଟ

କପଲ୍‌ ଟି-ଶାର୍ଟର ଟ୍ରେଣ୍ଡ ଏବେ ଖୁବ୍‌ ଚାଲିଛି। ଖାସ୍‌କରି ଯୁବପିଢ଼ିଙ୍କ ଭିତରେ ଏହାର ଚାହିଦା ବେଶ୍‌ ରହୁଥିବା ଦେଖିବାକୁ ମିଳୁଛି। ତେବେ ହୋଲି ଭଳି ଏକ ବିଶେଷ ଦିନକୁ ଆହୁରି ଖାସ୍‌ କରିବା ପାଇଁ ଏବେ ମାର୍କେଟ୍‌କୁ ହୋଲି ଥିମ୍‌ ବାଲା ବିଭିନ୍ନ ଡିଜାଇନ୍‌ର କପଲ୍‌ ଟି-ଶାର୍ଟ ବି ଆସିଲାଣି; ଯାହା ଟ୍ରେଣ୍ଡି ଦେଖାଯିବା ସହ ପିନ୍ଧିବାକୁ ବେଶ୍‌ କମ୍ଫଟେବଲ୍‌ ବି ହୋଇପାରୁଛି…

ଆଜିକାଲି ଦେଖିବାକୁ ମିଳୁଛି, ହୋଲି ଭଳି ବିଶେଷ ଅବସରରେ ଲୋକମାନେ ଖାସ୍‌କରି ଯୁବପିଢ଼ି ଆଉ ପୁରୁଣା ପୋଷାକ ପିନ୍ଧି ହୋଲି ଖେଳିବାକୁ ପ୍ରାୟତଃ ପସନ୍ଦ କରୁନାହାନ୍ତି। ସେମାନଙ୍କୁ ପ୍ରତି ଅକେଜନ୍‌ରେ କିଛି ନା କିଛି ଲାଟେଷ୍ଟ ଡିଜାଇନ୍‌ର ଡ୍ରେସ୍‌ ପିନ୍ଧିବାକୁ ଇଚ୍ଛା ହେଉଛି। ଖାସ୍‌ ସେମାନଙ୍କର ଏହି ମନୋଭାବକୁ ଧ୍ୟାନରେ ରଖି ଏବେ ହୋଲି ପାଇଁ ବି ଅନେକ ଆକର୍ଷଣୀୟ କପଲ୍‌ ଟି-ଶାର୍ଟ ମାର୍କେଟ୍‌କୁ ଆସିଗଲାଣି; ଯେଉଁଥିରେ ମୁଖ୍ୟତଃ ହୋଲିର ବିଭିନ୍ନ ଥିମ୍‌ ପ୍ରିଣ୍ଟ ହୋଇଥିବା ଦେଖିବାକୁ ମିଳୁଛି। ଏହି ଟି-ଶାର୍ଟକୁ ପିନ୍ଧି ଯୁବପିଢ଼ି ବିଶେଷକରି ନବବିବାହିତା ଦମ୍ପତି ହୁଅନ୍ତୁ ଅବା ପ୍ରେମୀଯୁଗଳ ହୋଲିଦିନ ପାଇପାରିବେ କିଛିଟା ଭିନ୍ନ ଲୁକ୍‌।

ଧଳା ରଙ୍ଗର ଥାଏ ଖୁବ୍‌ ଚାହିଦା: ହୋଲିର ବିଭିନ୍ନ ମେସେଜ୍‌ ପ୍ରିଣ୍ଟ ହୋଇଥିବା ଏହି କପଲ୍‌ ଟି-ଶାର୍ଟ ଭିନ୍ନ ଭିନ୍ନ ରଙ୍ଗରେ ମଧ୍ୟ ଉପଲବ୍ଧ ହୋଇଥାଏ। କିନ୍ତୁ ଅନ୍ୟ ରଙ୍ଗ ତୁଳନାରେ ଧଳା ରଙ୍ଗର ଟି-ଶାର୍ଟକୁ ହୋଲି ଦିନ ପିନ୍ଧିବାକୁ ଯୁବତୀ ଯୁବକମାନେ ବେଶ୍‌ ପସନ୍ଦ କରିଥାନ୍ତି। କାରଣ ଧଳା ରଙ୍ଗର ଟି-ଶାର୍ଟରେ ଯେଉଁ ମେସେଜ୍‌ ପ୍ରିଣ୍ଟ ହୋଇଥାଏ, ତାହା ପ୍ରୋମିନେଣ୍ଟ ଦେଖାଯିବା ସହ ଆକର୍ଷଣୀୟ ବି ଲାଗିଥାଏ।

ବଜେଟ୍‌ ଫ୍ରେଣ୍ଡଲି ସହ କମ୍ଫଟେବଲ୍‌: ଏହି କପଲ୍‌ ଟି-ଶାର୍ଟର ଦାମ୍‌ ବି ବେଶି ନଥାଏ। ତା’ଛଡ଼ା ପିନ୍ଧିବାକୁ ବି ଏହା ବେଶ୍‌ କମ୍ଫଟେବଲ୍‌ ହୋଇଥାଏ।

ନିତ୍ୟ ବ୍ୟବହାର ବି କରିହେବ: ଏହି ଟି-ଶାର୍ଟର ଫ୍ୟାବ୍ରିକ୍‌ ବି ବେଶ୍‌ ଭଲ ହୋଇଥିବାରୁ କେବଳ ହୋଲି ଦିନ ନୁହେଁ ଆପଣ ଚାହିଁଲେ ଏହାକୁ ଭଲ ଭାବେ ସଫାକରି ନିତ୍ୟ ବ୍ୟବହାର ମଧ୍ୟ କରିପାରିବେ।

ହୋଲି ଗିଫ୍ଟ ପାଇଁ ବେଷ୍ଟ: ହୋଲି ଅବସରରେ ଯଦି ଆପଣ କୌଣସି ବନ୍ଧୁଙ୍କୁ ଗିଫ୍ଟ ଦେବା ପାଇଁ ଚାହୁଁଥାନ୍ତି, ତା’ହେଲେ ଏହି କପଲ୍‌ ଟି-ଶାର୍ଟ ଆପଣଙ୍କ ପାଇଁ ଏକ ଭଲ ଅପ୍ସନ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri