ହୋଲି କପଲ୍‌ ଟି-ଶାର୍ଟ

କପଲ୍‌ ଟି-ଶାର୍ଟର ଟ୍ରେଣ୍ଡ ଏବେ ଖୁବ୍‌ ଚାଲିଛି। ଖାସ୍‌କରି ଯୁବପିଢ଼ିଙ୍କ ଭିତରେ ଏହାର ଚାହିଦା ବେଶ୍‌ ରହୁଥିବା ଦେଖିବାକୁ ମିଳୁଛି। ତେବେ ହୋଲି ଭଳି ଏକ ବିଶେଷ ଦିନକୁ ଆହୁରି ଖାସ୍‌ କରିବା ପାଇଁ ଏବେ ମାର୍କେଟ୍‌କୁ ହୋଲି ଥିମ୍‌ ବାଲା ବିଭିନ୍ନ ଡିଜାଇନ୍‌ର କପଲ୍‌ ଟି-ଶାର୍ଟ ବି ଆସିଲାଣି; ଯାହା ଟ୍ରେଣ୍ଡି ଦେଖାଯିବା ସହ ପିନ୍ଧିବାକୁ ବେଶ୍‌ କମ୍ଫଟେବଲ୍‌ ବି ହୋଇପାରୁଛି…

ଆଜିକାଲି ଦେଖିବାକୁ ମିଳୁଛି, ହୋଲି ଭଳି ବିଶେଷ ଅବସରରେ ଲୋକମାନେ ଖାସ୍‌କରି ଯୁବପିଢ଼ି ଆଉ ପୁରୁଣା ପୋଷାକ ପିନ୍ଧି ହୋଲି ଖେଳିବାକୁ ପ୍ରାୟତଃ ପସନ୍ଦ କରୁନାହାନ୍ତି। ସେମାନଙ୍କୁ ପ୍ରତି ଅକେଜନ୍‌ରେ କିଛି ନା କିଛି ଲାଟେଷ୍ଟ ଡିଜାଇନ୍‌ର ଡ୍ରେସ୍‌ ପିନ୍ଧିବାକୁ ଇଚ୍ଛା ହେଉଛି। ଖାସ୍‌ ସେମାନଙ୍କର ଏହି ମନୋଭାବକୁ ଧ୍ୟାନରେ ରଖି ଏବେ ହୋଲି ପାଇଁ ବି ଅନେକ ଆକର୍ଷଣୀୟ କପଲ୍‌ ଟି-ଶାର୍ଟ ମାର୍କେଟ୍‌କୁ ଆସିଗଲାଣି; ଯେଉଁଥିରେ ମୁଖ୍ୟତଃ ହୋଲିର ବିଭିନ୍ନ ଥିମ୍‌ ପ୍ରିଣ୍ଟ ହୋଇଥିବା ଦେଖିବାକୁ ମିଳୁଛି। ଏହି ଟି-ଶାର୍ଟକୁ ପିନ୍ଧି ଯୁବପିଢ଼ି ବିଶେଷକରି ନବବିବାହିତା ଦମ୍ପତି ହୁଅନ୍ତୁ ଅବା ପ୍ରେମୀଯୁଗଳ ହୋଲିଦିନ ପାଇପାରିବେ କିଛିଟା ଭିନ୍ନ ଲୁକ୍‌।

ଧଳା ରଙ୍ଗର ଥାଏ ଖୁବ୍‌ ଚାହିଦା: ହୋଲିର ବିଭିନ୍ନ ମେସେଜ୍‌ ପ୍ରିଣ୍ଟ ହୋଇଥିବା ଏହି କପଲ୍‌ ଟି-ଶାର୍ଟ ଭିନ୍ନ ଭିନ୍ନ ରଙ୍ଗରେ ମଧ୍ୟ ଉପଲବ୍ଧ ହୋଇଥାଏ। କିନ୍ତୁ ଅନ୍ୟ ରଙ୍ଗ ତୁଳନାରେ ଧଳା ରଙ୍ଗର ଟି-ଶାର୍ଟକୁ ହୋଲି ଦିନ ପିନ୍ଧିବାକୁ ଯୁବତୀ ଯୁବକମାନେ ବେଶ୍‌ ପସନ୍ଦ କରିଥାନ୍ତି। କାରଣ ଧଳା ରଙ୍ଗର ଟି-ଶାର୍ଟରେ ଯେଉଁ ମେସେଜ୍‌ ପ୍ରିଣ୍ଟ ହୋଇଥାଏ, ତାହା ପ୍ରୋମିନେଣ୍ଟ ଦେଖାଯିବା ସହ ଆକର୍ଷଣୀୟ ବି ଲାଗିଥାଏ।

ବଜେଟ୍‌ ଫ୍ରେଣ୍ଡଲି ସହ କମ୍ଫଟେବଲ୍‌: ଏହି କପଲ୍‌ ଟି-ଶାର୍ଟର ଦାମ୍‌ ବି ବେଶି ନଥାଏ। ତା’ଛଡ଼ା ପିନ୍ଧିବାକୁ ବି ଏହା ବେଶ୍‌ କମ୍ଫଟେବଲ୍‌ ହୋଇଥାଏ।

ନିତ୍ୟ ବ୍ୟବହାର ବି କରିହେବ: ଏହି ଟି-ଶାର୍ଟର ଫ୍ୟାବ୍ରିକ୍‌ ବି ବେଶ୍‌ ଭଲ ହୋଇଥିବାରୁ କେବଳ ହୋଲି ଦିନ ନୁହେଁ ଆପଣ ଚାହିଁଲେ ଏହାକୁ ଭଲ ଭାବେ ସଫାକରି ନିତ୍ୟ ବ୍ୟବହାର ମଧ୍ୟ କରିପାରିବେ।

ହୋଲି ଗିଫ୍ଟ ପାଇଁ ବେଷ୍ଟ: ହୋଲି ଅବସରରେ ଯଦି ଆପଣ କୌଣସି ବନ୍ଧୁଙ୍କୁ ଗିଫ୍ଟ ଦେବା ପାଇଁ ଚାହୁଁଥାନ୍ତି, ତା’ହେଲେ ଏହି କପଲ୍‌ ଟି-ଶାର୍ଟ ଆପଣଙ୍କ ପାଇଁ ଏକ ଭଲ ଅପ୍ସନ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭରିଛି ରଙ୍ଗ

ପ୍ରକୃତି ଯେତିକି ସୁନ୍ଦର, ସେତିକି ବିସ୍ମୟରେ ଭରା। ଠିକ୍‌ ଯେମିତି ଏହିସବୁ ହ୍ରଦ ଓ ନଦୀ। ଏସବୁକୁ ଦେଖିଲେ ଲାଗେ ସତେଯେମିତି ପ୍ରକୃତି ଏହା ମଧ୍ୟରେ...

ଥାଇରଏଡ୍‌ ସମସ୍ୟା ଥିଲେ ଖାଆନ୍ତୁ ଏସବୁ

ଅଧିକାଂଶ ଲୋକଙ୍କଠାରେ ବର୍ତ୍ତମାନ ଥାଇରଏଡ୍‌ ସମସ୍ୟା ଦେଖାଦେଉଛି। ମାନସିକ ଦୁଃଶ୍ଚିନ୍ତା, ଖାଦ୍ୟରେ ଆୟୋଡିନ୍‌ ମାତ୍ରା କମ୍‌ କିମ୍ବା ଅଧିକ ହେଲେ ଏହି ସମସ୍ୟା ଦେଖାଦେଇଥାଏ। ଏହା...

ଖରାଦିନେ ଶରୀରରୁ ଜଳୀୟଅଂଶ କମିଯାଉଥିଲେ ଖାଆନ୍ତୁ ଏହି ପରିବା, ଅଂଶୁଘାତରୁ ପାଇବେ ରକ୍ଷା

କିଛି ଲୋକ ଖରାଦିନେ ମଧ୍ୟ କମ୍‌ ପାଣି ପିଇଥାନ୍ତି। ଫଳରେ ଶରୀରରୁ ଜଳୀୟଅଂଶ କମି ଯାଇଥାଏ। ଟିକେ ଟାଣଖରାରେ ବାହାରକୁ ଗଲେ ହାଲିଆ ଲାଗେ। ଏମିତିକି...

ଭାରତୀୟ ବୈଜ୍ଞାନିକଙ୍କ ନାମରେ ନକ୍ଷତ୍ର

”ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ୧୯୧୯ ଜୁଲାଇ ୨୮ରେ ଗଠିତ ହୋଇଥିଲା। ଏହା ଗତବର୍ଷ ତାହାର ଶତବାର୍ଷିକୀ ଉତ୍ସବ ପାଳନ କରିଥିଲା। ଏହି ଉପଲକ୍ଷେ ଏହା କେତୋଟି...

ମହିଳାଙ୍କ ଲାଗି ଆପ୍‌

ବର୍ତ୍ତମାନ ଛୋଟରୁ ବଡ଼, ପୁରୁଷଠୁ ମହିଳା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଦେଖିବାକୁ ମିଳୁଛି ମୋବାଇଲ ଫୋନ୍‌ । ଆଉ ସମସ୍ତଙ୍କ ଆବଶ୍ୟକତା ତଥା ରୁଚିକୁ ଦେଖି...

କଶ୍ମୀର ପନିର

ଆବଶ୍ୟକୀୟ ସାମଗ୍ରୀ: ତେଲ-ଅଧା ଚାମଚ, ଲବଙ୍ଗ- ୩ଟି, ତେଜପତ୍ର-୧ଟି, ଡାଳଚିନି ୧ ଖଣ୍ଡ, ଜିରା-୧ ଚାମଚ, ଗୁଜୁରାତି- ୩ଟି, ଅଦା ପେଷ୍ଟ-୧ଚାମଚ, ପାନମଧୁରି ଗୁଣ୍ଡ- ୧ଚାମଚ,...

ଶୀତଦିନେ ତ୍ୱଚାର ଯତ୍ନ

ଶୀତଦିନେ ତ୍ୱଚା ଶୁଷ୍କ ହୋଇଯିବା ଏକ ବଡ଼ ସମସ୍ୟା। ତେଣୁ ଏଦିନେ ତ୍ୱଚାକୁ ମଶ୍ଚରାଇଜ୍‌ କରି ରଖିବା ଲାଗି ଏହାର ବିଶେଷ ଯତ୍ନ ନେବା ଆବଶ୍ୟକ...

ଘରୋଇ ଉପାୟରେ ଦୂର ହୁଏ ଆଣ୍ଠୁ, କହୁଣୀରେ ପଡୁଥିବା କଳାଦାଗ

ବେଳେବେଳେ ଆଣ୍ଠୁ ବା କହୁଣୀ କଳା ପଡ଼ିଯାଉଥିବା ଦେଖାଯାଇଥାଏ। ଶରୀରରେ ଭିଟାମିନ୍‌ ‘ଏ’, ‘ବି’ ଏବଂ ‘ସି’ର ଅଭାବ ଦେଖାଦେଲେ ଏପରି ହୋଇଥାଏ। ଘରୋଇ ଉପାୟରେ...

Advertisement
Archives

Model This Week