କରୋନା କାଳରେ ହୋଲ୍ଡିଂ ଟିକସ ମାଡ଼

ଭୁବନେଶ୍ୱର, ୨୭।୨ (ବ୍ୟୁରୋ): କରୋନା ଭୂତାଣୁଜନିତ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏଭଳି କଠିନ ସମୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ହୋଲ୍ଡିଂ ଟିକସ ବହୁଗୁଣା ବଢ଼ାଇ ଆଦାୟ କରିବା ନିଷ୍ପତ୍ତି ସହରବାସୀଙ୍କ ଚିନ୍ତା ବୃଦ୍ଧିର କାରଣ ହୋଇଛି। ଏଥିଯୋଗଁୁ ମଧ୍ୟମ, ନିମ୍ନ ଆୟକାରୀ, ଗରିବ ଓ କ୍ଷୁଦ୍ର ବ୍ୟବସାୟୀ ଗଭୀର ଭାବେ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି।
ହୋଲ୍ଡିଂ ଟ୍ୟାକ୍ସ ବିଏମ୍‌ସି ଆୟର ଏକ ପ୍ରମୁଖ ଉତ୍ସ। ବିଏମ୍‌ସି କୌଣସି ସମ୍ପତ୍ତିର ବାର୍ଷିକ ଭଡ଼ା ମୂଲ୍ୟ (ଏଆର୍‌ଭି) ୧୭.୫% ରୂପେ ହୋଲ୍ଡିଂ ଟିକସ ଆକାରରେ ବାସଗୃହଗୁଡ଼ିକରୁ ଆଦାୟ କରିଥାଏ। ଆବାସିକ ଓ ବ୍ୟବସାୟିକ ଘର ଅନୁସାରେ ଏଆର୍‌ଭି ଭିନ୍ନ ଭିନ୍ନ ହୋଇଥାଏ। ତେବେ ହୋଲ୍ଡିଂ ଟିକସ ପରିମାଣ ସମ୍ପତ୍ତି ଟିକସ ଆକାରରେ ବହୁଗୁଣିତ ହୋଇଛି। ବାସଗୃହ ନିର୍ମିତ ଅଞ୍ଚଳରେ ଥିବା ବର୍ତ୍ତମାନର ଜମି ବେଞ୍ଚମାର୍କ ମୂଲ୍ୟର ୦.୫% ଆକାରରେ ଟିକସ ଆଦାୟ କରାଯିବ। ଏଥିଯୋଗଁୁ ଘର ମାଲିକଙ୍କୁ ହୋଲ୍ଡିଂ ଟିକସ ବାବଦରେ ବିଏମ୍‌ସି ନିକଟରେ ବହୁଗୁଣା ଅର୍ଥ ପଇଠ କରିବାକୁ ହେବ। ୨୦୧୯ ଅକ୍ଟୋବରରେ ବିଏମ୍‌ସି ନିଜ ରାଜସ୍ବ ବଢ଼ାଇବା ପାଇଁ ବିଭିନ୍ନ ରାଜସ୍ବ ଗ୍ରାମର ବେଞ୍ଚ ମାର୍କ ମୂଲ୍ୟ ଅନୁଯାୟୀ ହୋଲ୍ଡିଂ ଟିକସ ଧାର୍ଯ୍ୟ କରିଥିଲା। ଏହା ୨୦୨୦ ଏପ୍ରିଲରୁ ଲାଗୁ କରିବା ଲାଗି ବ୍ୟବସ୍ଥା ହୋଇଛି। ବିଏମ୍‌ସି ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ନୂତନ ଟିକସ କେତେକ କ୍ଷେତ୍ରରେ ୧୦ରୁ ୫୦ ଗୁଣା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଘର ମାଲିକମାନେ ଅଭିଯୋଗ କରିଛନ୍ତି। ବମିଖାଲରେ ରହୁଥିବା ବରିଷ୍ଠ ନାଗରିକ ପ୍ରଫୁଲ୍ଲ ପଣ୍ଡା କହିଛନ୍ତି ଯେ, ପୂର୍ବରୁ ସେ ହୋଲ୍ଡିଂ ଟିକସ ବାବଦରେ ବର୍ଷକୁ ୮ଶହ ଟଙ୍କା ଦେଉଥିଲେ। ଏବେ ତାଙ୍କୁ ମାସକୁ ପ୍ରାୟ ୭ ହଜାର ଟଙ୍କା ଦେବାକୁ ପଡ଼ିବ। ହଠାତ୍‌ ଏତେ ପରିମାଣ ବୃଦ୍ଧିକୁ ନେଇ ସେ ହତ୍‌ବାକ ହୋଇ ପଡିଛନ୍ତି। କୋଭିଡ୍‌ ସମୟରେ ଲୋକମାନେ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି। ଆମ ଭଳି ଲୋକ ପେନ୍‌ସନକୁ ଭରସା କରି ବଞ୍ଚୁଛୁ। ଏତେ ଟଙ୍କା ଟିକସ ବଢ଼ିଲେ ଆମେ କେଉଁଠାରୁ ଦେବୁ ବୋଲି ସେ କ୍ଷୋଭର ସହ ପ୍ରଶ୍ନ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ଯେଉଁମାନେ ୨କୋଟି ଟଙ୍କା ହୋଲ୍ଡିଂ ଟିକସ ଦେଉଥିଲେ ଏବେ ସେମାନଙ୍କୁ ପ୍ରାୟ ୧୮ କୋଟି ଟଙ୍କା ଟିକସ ଦେବାକୁ ପଡିବ। ଏଥିଯୋଗୁ ଛୋଟ ଛୋଟ ବ୍ୟବସାୟୀ ଓ ଚାଷୀମାନେ ଗଭୀର ଭାବେ ପ୍ରଭାବିତ ହୋଇପାରନ୍ତି। ବିଏମ୍‌ସି ଡେପୁଟି କମିଶନର (ରାଜସ୍ବ) ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ, ସହରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଟିକସ ଆଦାୟ ହେଉଛି। ପ୍ରତି ୨ ବର୍ଷରେ ଥରେ ସମ୍ପତ୍ତିର ବେଞ୍ଚମାର୍କ ମୂଲ୍ୟକୁ ନେଇ ହୋଲ୍ଡିଂ ଟିକସ ସଂଶୋଧନ କରାଯିବା କଥା। ମାତ୍ର ୧୯୯୮ ମସିହାରୁ ଏ ପର୍ଯନ୍ତ ତାହା କରାଯାଇ ନ ଥିଲା। ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ଅନୁଯାୟୀ ନୂତନ ଭାବେ ମୂଲ୍ୟାଙ୍କନ ହୋଇଥିବା ହୋଲ୍ଡିଂ ଟିକସର ୫୦% ଦେବା ପାଇଁ ବ୍ୟବସ୍ଥା ରହିଛି। ଘର ଓ ଜମି ମାଲିକମାନେ ଅବଶିଷ୍ଟ ଟିକସ ୩ ମାସ ଓ ୬ ମାସିଆ କିସ୍ତି ଭାବେ ଦେଇପାରିବେ। କେବଳ ସେତିକି ନୁହେଁ, ଜମିର ବେଞ୍ଚମାର୍କ ମୂଲ୍ୟ ସହିତ ପୂର୍ବରୁ ନିଆଯାଉଥିବା ୧୭.୫% ହୋଲ୍ଡିଂ ଟିକସରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। ଯେଉଁମାନେ ଟିକସ ପୈଠ କରିବେ ନାହିଁ ସେମାନଙ୍କୁ ପ୍ରଥମେ ରେଡ୍‌ ନୋଟିସ ଜାରି କରାଯିବ। ଏହାପରେ କିନ୍ନରମାନଙ୍କୁ ପଠାଇ ଟିକସ ଜୋର ଜବରଦସ୍ତ ଆଦାୟ କରିବାକୁ ବିଏମ୍‌ସି ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ ଯେ, ୧୬ହଜାର ଟିକସଦାତା ସେମାନଙ୍କର ହୋଲ୍ଡିଂ ଟ୍ୟାକ୍ସ ନିୟମିତ ପୈଠ କରିନାହାନ୍ତି। ଏ ବାବଦରେ ୪୩ କୋଟି ଟଙ୍କା ଆଦାୟ କରିବାକୁ ବିଏମ୍‌ସି ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri