ନୂଆ ଟର୍ଫରେ ଖେଳାଯିବ ହକି ବିଶ୍ୱକପ୍‌

ଭୁବନେଶ୍ୱର,୯ା୧୨(ସ୍ପୋଟ୍ସର୍ର୍ ବ୍ୟୁରୋ):ପୁରୁଷ ହକି ବିଶ୍ୱକପର ଆଗା ସଂସ୍କରଣ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ। ଜାନୁୟାରୀ ୧୩ରୁ ୨୯ ଯାଏ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବାକୁ ଥିବା ବେଳେ ଉଭୟ କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପ୍ରସ୍ତୁତ। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟ ପିଚ୍‌ ଓ ଅଭ୍ୟାସ ପିଚରେ ନୂତନ ଟର୍ଫ ବିଛାଯାଇଥିବା ବେଳେ ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ନୂତନ ଟର୍ଫ ପ୍ରସ୍ତୁତ କରାଯାଇଛି। ଉଭୟ ଷ୍ଟାଡିୟମର ଟର୍ଫକୁ ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫ୍‌ଆଇଏଚ୍‌) ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି ଓ ଏହା ବିଶ୍ୱକପ ମୁକାବିଲା ପାଇଁ ପ୍ରସ୍ତୁତ। ଉଭୟ ଷ୍ଟାଡିୟମରେ ବିଶ୍ୱକପର ୧୫ ତମ ସଂସ୍କରଣ ଆୟୋଜିତ ହେବ। କଳିଙ୍ଗ ଷ୍ଟାଡିୟମରେ ହକିର ଏକ ସ୍ବର୍ଣ୍ଣିମ ଇତିହାସ ରହିଥିବା ବେଳେ ପ୍ରଥମ ଥର ପାଇଁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହେବ ଅନ୍ତର୍ଜାତୀୟ ମ୍ୟାଚ୍‌। ଭାରତ ସମେତ ବିଶ୍ୱର ଶ୍ରେଷ୍ଠ ୧୬ ଦଳ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ। ୧୬ ଟିମକୁ ୪ଟି ପୁଲ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି। ଇଂଲଣ୍ଡ, ସ୍ପେନ୍‌ ଓ ଓ୍ବେଲ୍ସ ସହିତ ଭାରତ ଗ୍ରୁପ୍‌ ଡିରେ ସ୍ଥାନ ପାଇଛି। ପ୍ରଥମ ସ୍ଥାନରେ ରହିଥିବା ୪ ଟିମ୍‌ ସିଧାସଳଖ କ୍ୱାର୍ଟରରେ ପ୍ରବେଶ କରିବେ ଓ ଅନ୍ୟ ୮ ଦଳ ମଧ୍ୟରୁ କ୍ରସ୍‌ ଓଭର ମ୍ୟାଚ ଜରିଆରେ ୪ ଦଳଯୋଗ୍ୟତା ହାସଲ କରିବେ। ଅନ୍ୟ ପକ୍ଷରେ ପୁଲ ଏରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା, ପୁଲ୍‌ ବିରେ ବେଲଜିୟମ, ଜର୍ମାନୀ, କୋରିଆ ଓ ଜାପାନ ଏବଂ ପୁଲ୍‌ ସିରେ ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ, ମାଲେସିଆ ଓ ଚିଲି ସ୍ଥାନ ପାଇଛନ୍ତି। ଭୁବନେଶ୍ୱରରେ ସମସ୍ତ କ୍ରସ୍‌ ଓଭର, କ୍ୱାର୍ଟର, ସେମି ଓ ଫାଇନାଲ ମ୍ୟାଚକୁ ମିଶାଇ ୨୪ଟି ମ୍ୟାଚ ଖେଳାଯିବାକୁ ଥିବା ବେଳେ ରାଉରକେଲାରେ ୨୦ ମ୍ୟାଚ ଖେଳାଯିବ। ଭାରତୀୟ ଦଳ ଏହାର ପ୍ରଥମ ଦୁଇ ଲିଗ୍‌ ମ୍ୟାଚ୍‌ ଜାନୁୟାରୀ ୧୩ ଓ ୧୬ ତାରିଖରେ ଖେଳିବ। ହକି ବିଶ୍ୱକପକୁ ମାତ୍ର କିଛି ସପ୍ତାହ ବାକି ଥିବା ବେଳେ ୪ଟି ଯାକ ହକି ଟର୍ଫକୁ ଏଫ୍‌ଆଇଏଚ୍‌ ମଞ୍ଜୁରୀ ମିଳିଛି। ଉଭୟ ଷ୍ଟାଡିୟମ ପ୍ରସ୍ତୁତିରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଶ୍ରେଷ୍ଠ ପ୍ରୟାସ କରାଯାଇଥିବା ବେଳେ ଦର୍ଶକ ଓ ଖେଳାଳିଙ୍କୁ ଏହା ବିଶ୍ୱସ୍ତରୀୟ ଅନୁଭୂତି ପ୍ରଦାନ କରିବ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ୨୦୧୦ ଓ ୨୦୧୮ରେ ଭାରତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ ଆୟୋଜନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?