Posted inଖେଳ

ହକି ବିଶ୍ୱକପ୍‌ରେ ଭାରତୀୟ ଟିମ୍‌କୁ ଚାମ୍ପିୟନ୍‌ କରିପାରନ୍ତି ଏହି ୫ ଖେଳାଳି…

ନୂଆଦିଲ୍ଲୀ,୧୧।୧: ହକି ବିଶ୍ୱକପ୍‌ ୨୦୨୩ ଆରମ୍ଭ ଜାନୁୟାରୀ ୧୩ ଶୁକ୍ରବାରଠାରୁ ହେବାକୁ ଯାଉଛି। ଚଳିତ ବର୍ଷ ଏହି ଟୁର୍ନାମେଣ୍ଟ ଭାରତରେ ଖେଳାଯାଉଛି। ଏଣୁ ଭାରତୀୟ ଟିମ୍‌ ପାଖରେ ସ୍ବଦେଶରେ ଦ୍ୱିତୀୟ ଟାଇଟଲ ଜିତିବାର ସୁବର୍ଣ୍ଣ ଅବସର ରହିବ। ଏହାପୂର୍ବରୁ ଭାରତ ୧୯୭୫ରେ ଏହି ଟାଇଟଲ ଜିତିଥିଲା।

ଚଳିତ ଥର ଭାରତୀୟ ଅଧିନାୟକ ହରମନପ୍ରିତ ସିଂହଙ୍କ ସମେତ ୫ ଏଭଳି ତାରକା ଖେଳାଳି ଅଛନ୍ତି, ଯେଉଁମାନେ ଦଳକୁ ଚାମ୍ପିୟନ କରିବାର କ୍ଷମତା ରଖିଛନ୍ତି। ଏହି ଖେଳାଳିଙ୍କ ମଧ୍ୟରେ ହରମନପ୍ରିତଙ୍କ ବ୍ୟତିତ ଆକାଶଦୀପ ସିଂହ, ମନପ୍ରିତ ସିଂହ, ମନଦୀପ ସିଂହ, ପିଆର୍‌ ଶ୍ରୀଜେଶ ଅଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ:-

हरमनप्रीत

ଭାରତୀୟ ଷ୍ଟାର ଡିଫେଣ୍ଡର ହରମନପ୍ରିତ ୨୦୧୮ରେ ମଧ୍ୟ ବିଶ୍ୱକପ୍‌ ଖେଳିଥିଲେ। ହେଲେ ଏଥର ତାଙ୍କ କାନ୍ଧରେ ଅଧିନାୟକତ୍ୱର ଦାୟିତ୍ୱ ରହିବ। ହକି କ୍ୟାରିୟରରେ ସେ ଏକ ଅଲିମ୍ପିକ କାଂସ୍ୟ ପଦକ, ଜୁନିୟର ବିଶ୍ୱକପ୍‌ ଏବଂ ଏସିଆ କପ୍‌ ଭଳି ଟାଇଟଲ ଜିତିଛନ୍ତି।

आकाशदीप

ଭାରତୀୟ ଟିମ୍‌ ପକ୍ଷରୁ ୨୦୦ରୁ ଅଧିକ ହକି ମ୍ୟାଚ୍‌ ଖେଳିଥିବା ଆକାଶଦୀପଙ୍କଠାରୁ ପ୍ରଶଂସକ ବହୁତ କିଛି ଆଶା କରିଛନ୍ତି। ୨୦୧୨ରେ ଡେବ୍ୟୁ କରିଥିବା ଆକାଶ ୮୦ରୁ ଅଧିକ ଗୋଲ କରିଛନ୍ତି। ତାଙ୍କୁ ଗୋଲ ମେଶିନ ମଧ୍ୟ କୁହାଯାଏ। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ହାଟ୍ରିକ କରିଥିବା ଆକାଶଦୀପ ନିଜର ତୃତୀୟ ବିଶ୍ୱକପ୍‌ ଖେଳିବେ।

मनप्रीत

ମନପ୍ରିତ ଗତ ବିଶ୍ୱକପ୍‌ରେ ଅଧିନାୟକ ଥିଲେ। ହେଲେ ଏଥର ତାଙ୍କ ଉପରେ ଏହାର ଚାପ ରହିବ ନାହିଁ। ଏମିତିରେ ସେ ଆରାମରେ ଖେଳିପାରିବେ। ଅଧିନାୟକ ଭାବେ ସେ ଟୋକିଓ ଅଲିମ୍ପିକ୍‌ରେ କାଂସ୍ୟ ପଦକ ଜିତିଥିଲେ। ତାଙ୍କର ଅନୁଭବ ଏବଂ ଖେଳିବାର ଶୈଳୀ ଭାରତୀୟ ଟିମ୍‌କୁ ଗୋଲ୍‌ କରିବାରେ ସହାୟକ ହେବ ବୋଲି କୁହାଯାଉଛି।

मनदीप

ମନଦୀପ ଗତ ବର୍ଷ ୨୦୨୨ରେ ଦଳ ପାଇଁ ଦ୍ୱିତୀୟ ସର୍ବାଧିକ ୧୩ ଗୋଲ କରିଥିଲେ।ସେ ବିରୋଧୀ ଖେଳାଳିଙ୍କୁ ଚକମା ଦେବା ଏବଂ ପେନାଲ୍ଟି କର୍ନର ସୁଯୋଗ ଛଡ଼ାଇବାରେ ମାହିର ବୋଲି କୁହାଯାଏ। ଏଣୁ ତାଙ୍କ ଅନୁଭବ ବିଶ୍ୱକପ୍‌ରେ ବେଶ ମହତ୍ୱପୂର୍ଣ୍ଣ ରହିବ।

श्रीजेश

ଭାରତୀୟ ଟିମ୍‌ର ଷ୍ଟାର ଗୋଲକିପର ଶ୍ରୀଜେଶ ମଧ୍ୟ ନିଜର ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ କରିଛନ୍ତି। ପୁରୁଷ ପ୍ରୋ ଲିଗ୍‌ରେ ପ୍ରଦର୍ଶନ ପରେ ଶ୍ରୀଜେଶ ଆଲୋଚନାର ଶିକାର ହୋଇଥିଲେ। ହେଲେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?