Posted inଖେଳ

ମୌଳିକ ବ୍ୟାୟାମ ସହ ଟ୍ରେନିଂ ଆରମ୍ଭ କଲେ ହକି ଖେଳାଳି

ନୂଆଦିଲ୍ଲୀ,୨୩।୮(ପି.ଟି.): ଭାରତୀୟ ପୁରୁଷ ହକି ଦଳର କୋର ଗ୍ରୁପ୍‌ କେତୋଟି ମୌଳିକ ବ୍ୟାୟାମ ସହ ଟ୍ରେନିଂ ଆରମ୍ଭ କରିଛନ୍ତି। ତେବେ କେତେ ସପ୍ତାହ ପରେ ଦଳ ସ୍କିଲ୍‌ ଡେଭଲପମେଣ୍ଟ ଉପରେ ଫୋକସ କରିବ ବୋଲି ଶନିବାର ଭାରତୀୟ ହେଡ୍‌ କୋଚ୍‌ ଗ୍ରାହାମ ରିଡ୍‌ କହିଛନ୍ତି। ଭାରତର ୬ ଜଣ ଖେଳାଳି କୋଭିଡ୍‌-୧୯ର ଶିକାର ହୋଇଥିବାରୁ ସାମାନ୍ୟ ସମସ୍ୟା ରହିଛି ବୋଲି ସେ କହିଛନ୍ତି।
ଅଧିନାୟକ ମନପ୍ରୀତ ସିଂ, ସୁରେନ୍ଦର କୁମାର, ଜସକରଣ ସିଂ, ବରୁଣ କୁମାର, କ୍ରିଷନ ବାହାଦୁର ପାଠକ ଓ ମନଦୀପ ସିଂ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ୍‌ ବୋଲି ଜଣାପଡିବା ପରେ ବେଙ୍ଗାଲୁରୁର ଏକ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଗତ ୧୦ରୁ ୧୨ ତାରିଖ ମଧ୍ୟରେ ଖେଳାଳିମାନଙ୍କର ପରୀକ୍ଷା ହୋଇଥିଲା। ଇତିମଧ୍ୟରେ ୫ ଖେଳାଳି ସୁସ୍ଥ ହୋଇଛନ୍ତି। ତେବେ ସୁରେନ୍ଦରଙ୍କୁ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତିକରିବାକୁ ପଡିଛି। ଦଳରେ ଯୋଗ ଦେବା ପୂର୍ବରୁ ଏହି ୫ ଖେଳାଳି ଆହୁରି କିଛି ଦିନ ଆଇସୋଲେଶନରେ ରହିବାକୁ ପଡିବ।
ତେବେ ବାକି ଖେଳାଳିମାନେ ବୁଧବାରଠାରୁ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକଳାପ ଆରମ୍ଭ କରିଛନ୍ତି। ଆଉ କେତେ ସପ୍ତାହ ପରେ ସବୁ ଖେଳାଳିଙ୍କ ଡେଭଲପ୍‌ମେଣ୍ଟ ପ୍ଲାନ ଓ ସ୍ପିଲ୍‌ ଡେଭଲପମେଣ୍ଟ ଉପରେ ଫୋକସ କରାଯିବ ରିଡ୍‌ କହିଛନ୍ତି। ଆସନ୍ତାବର୍ଷ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଥିବାରୁ ଖେଳାଳିମାନେ କେତେ ପ୍ରସ୍ତୁତ ସେନେଇ ଆକଳନ କରାଯିବ। ଅଲିମ୍ପିକ୍‌ ପ୍ରସ୍ତୁତି ନେଇ ସବୁ ଖେଳାଳିଙ୍କୁ ଅବଗତ କରାଇଛି ବୋଲି ୫୬ ବର୍ଷିଆ ରେଡ୍‌ କହିଛନ୍ତି। ଦଳରେ ଯୋଗ ଦେବା ପୂର୍ବରୁ ରିଡ୍‌ ଦୁଇ ସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ଏହି ସମୟରେ ଖେଳାଳିଙ୍କୁ ଭାରତର ସ୍ବର୍ଣ୍ଣିମ ଅଲିମ୍ପିକ ଇତିହାସ ସମ୍ପର୍କରେ ଅବଗତ କରାଯାଇଥିଲା। ଏହା ଖେଳାଳିମାନଙ୍କ ଅଲିମ୍ପିକ ସ୍ବପ୍ନ ପୂରଣ କରିବାରେ ସହାୟକ ହେବ। ଅଲିମ୍ପିକ୍ସରେ ସଫଳତା ପାଇବା ପାଇଁ ଖେଳାଳିମାନଙ୍କୁ ବିଭିନ୍ନ କାର୍ଯ୍ୟ କରିବାକୁ କୁହାଯାଇଛି। ଗତ ଦୁଇ ସପ୍ତାହ ମଧ୍ୟରେ ଭାରତର ଅତୀତ ତଥା ସ୍ବର୍ଣ୍ଣିମ ଅଲିମ୍ପିକ୍‌ ଇତିହାସ ସମ୍ପର୍କରେ ଶିକ୍ଷା କରିବାକୁ ଆମେ ପ୍ରୟାସ କରିଛୁ ବୋଲି କୋଚ୍‌ ରେଡ୍‌ କହିଛନ୍ତି। ଏଥିସହିତ ଅଗାମୀ ୧୨ମାସରେ ଆମେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେବୁ ବୋଲି ସେ କହିଛନ୍ତି। ବେଙ୍ଗାଲୁରୁ କ୍ୟାମ୍ପରେ ଏବେ ୩୩ ପୁରୁଷ ଓ ୨୪ଜଣ ମହିଳା ଖେଳାଳି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାର୍ସିଲୋନା ଛାଡ଼ିପାରିବେ ମେସି

ମାଡ୍ରିଡ୍‌, ୭।୯(ଏଏଫ୍‌ପି)- ସ୍ପାନିଶ ଦଳ ଆର୍ଜେଣ୍ଟିନା ଖେଳାଳି ଲିଓନେଲ ମେସିଙ୍କ ଭବିଷ୍ୟତ ନେଇ ଚିନ୍ତିତ ନୁହନ୍ତି ବାର୍ସିଲୋନା ସଭାପତି ଯୋସେପ ମାରିଆ ବାର୍ଟୋମେ। ମେସି ଚଳିତ...

ବାସନ୍ଦ କାରଣରୁ କୋଲମ୍ୟାନ ଟୋକିଓ ଅଲିମ୍ପିକ୍ସ ଖେଳିବେନି

ମୋନାକୋ,୨୯।୧୦(ଏପି): ପୁରୁଷ ୧୦୦ ମିଟର ବିଶ୍ୱ ଚାମ୍ପିୟନ ତଥା ଆମେରିକୀୟ ସ୍ପ୍ରିଣ୍ଟର ଖ୍ରୀଷ୍ଟିଆନ କୋଲମ୍ୟାନ ଡୋପିଂ କଣ୍ଟ୍ରୋଲ ନିୟମର ୩ଟି ଉଲ୍ଲଂଘନ କରି ଦୁଇ ବର୍ଷ...

୪୪୬ ରନ୍‌ର ଅଗ୍ରଣୀ ପରେ ପାଳି ଘୋଷଣା କଲା ଟିମ୍‌ ଇଣ୍ଡିଆ

ବେଙ୍ଗାଲୁରୁ,୧୩।୩: ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆ ୪୪୬ ରନ୍‌ରେ ଆଗୁଆ ରହିବା ପରେ ବ୍ୟାଟିଂ ସମାପ୍ତି ଘୋଷଣା...

ଭାରତୀୟ କ୍ରିକେଟ୍‌ ଦଳର ଅସଲ ‘ବାଦଶାହ’ କିଏ ଜାଣନ୍ତି କି, ରୋହିତ ଶର୍ମା କଲେ ଖୁଲାସା

ଲଣ୍ଡନ,୧।୮: ଭାରତୀୟ କ୍ରିକେଟ୍‌ ଦଳ ଏବେ ଇଂଲଣ୍ଡ ଗସ୍ତରେ ଅଛି। ଆସନ୍ତା ଅଗଷ୍ଟ ୫ରୁ ଦଳ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳିବ। ଏଥିପାଇଁ ଭାରତୀୟ...

ଭାରତ ଓ ଶ୍ରୀଲଙ୍କା ଟୁର୍‌ ସମ୍ପର୍କରେ ନିଷ୍ପତ୍ତି ଚଳିତ ସପ୍ତାହରେ

କଲମ୍ବୋ, ୧୪ା୫(ପି.ଟି.): ଭାରତ ଓ ବାଂଲାଦେଶ କ୍ରିକେଟ ଦଳ ଚଳିତ ସପ୍ତାହର ପରବର୍ତ୍ତୀ ଭାଗରେ ଶ୍ରୀଲଙ୍କା ଗସ୍ତରେ ଯିବେ କି ନା ତାହା ଚଳିତ ସପ୍ତାହ...

ଏହି ପ୍ରସିଦ୍ଧ କ୍ରିକେଟରଙ୍କ ପରଲୋକ

ଇଂଲଣ୍ଡର କାଉଣ୍ଟି ଦଳ କେଣ୍ଟର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଗ୍ରାହାମ କାଉଡ୍ରେଙ୍କ ପରଲୋକ ଘଟିଛି। ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା। ଗତ କିଛିଦିନ ହେବ ସେ...

ଆଇପିଏଲ୍‌ ପୂର୍ବରୁ କୋହଲିଙ୍କ ପ୍ରଶଂସାରେ ଶତମୁଖ ହେଲେ ଏହି ଅଷ୍ଟ୍ରେଲିୟ ଅଲ୍‌ରାଉଣ୍ଡର: କହିଲେ ‘ତାଙ୍କ ଠାରୁ ଶିଖିବି..’

ନୂଆଦିଲ୍ଲୀ,୧।୩: ଆଇପିଏଲ୍‌ ୨୦୨୦ରେ ପଞ୍ଜାବ କିଙ୍ଗ୍ସରେ ସାମିଲ ଥିଲେ ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର ଗ୍ଲେନ୍‌ ମାକ୍ସଓ୍ବେଲ୍‌। ହେଲେ ଆସନ୍ତା ଆଇପିଏଲ୍‌ରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ପକ୍ଷରୁ...

ମିଶ୍ରି ଖାଇଲେ ମିଳିବ ଏହି ୫ଟି ଫାଇଦା

ମିଶ୍ରି ପାଟିକୁ ଯେତିକି ମିଠା, ଶରୀର ପାଇଁ ମଧ୍ୟ ସେତିକି ଉପକାରୀ। ମିଶ୍ରି ସେବନ ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ। ମିଶ୍ରିର ୫ ଉପକାରୀ...

Advertisement
Archives

Model This Week