Posted inଖେଳ

ମୌଳିକ ବ୍ୟାୟାମ ସହ ଟ୍ରେନିଂ ଆରମ୍ଭ କଲେ ହକି ଖେଳାଳି

ନୂଆଦିଲ୍ଲୀ,୨୩।୮(ପି.ଟି.): ଭାରତୀୟ ପୁରୁଷ ହକି ଦଳର କୋର ଗ୍ରୁପ୍‌ କେତୋଟି ମୌଳିକ ବ୍ୟାୟାମ ସହ ଟ୍ରେନିଂ ଆରମ୍ଭ କରିଛନ୍ତି। ତେବେ କେତେ ସପ୍ତାହ ପରେ ଦଳ ସ୍କିଲ୍‌ ଡେଭଲପମେଣ୍ଟ ଉପରେ ଫୋକସ କରିବ ବୋଲି ଶନିବାର ଭାରତୀୟ ହେଡ୍‌ କୋଚ୍‌ ଗ୍ରାହାମ ରିଡ୍‌ କହିଛନ୍ତି। ଭାରତର ୬ ଜଣ ଖେଳାଳି କୋଭିଡ୍‌-୧୯ର ଶିକାର ହୋଇଥିବାରୁ ସାମାନ୍ୟ ସମସ୍ୟା ରହିଛି ବୋଲି ସେ କହିଛନ୍ତି।
ଅଧିନାୟକ ମନପ୍ରୀତ ସିଂ, ସୁରେନ୍ଦର କୁମାର, ଜସକରଣ ସିଂ, ବରୁଣ କୁମାର, କ୍ରିଷନ ବାହାଦୁର ପାଠକ ଓ ମନଦୀପ ସିଂ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ୍‌ ବୋଲି ଜଣାପଡିବା ପରେ ବେଙ୍ଗାଲୁରୁର ଏକ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଗତ ୧୦ରୁ ୧୨ ତାରିଖ ମଧ୍ୟରେ ଖେଳାଳିମାନଙ୍କର ପରୀକ୍ଷା ହୋଇଥିଲା। ଇତିମଧ୍ୟରେ ୫ ଖେଳାଳି ସୁସ୍ଥ ହୋଇଛନ୍ତି। ତେବେ ସୁରେନ୍ଦରଙ୍କୁ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତିକରିବାକୁ ପଡିଛି। ଦଳରେ ଯୋଗ ଦେବା ପୂର୍ବରୁ ଏହି ୫ ଖେଳାଳି ଆହୁରି କିଛି ଦିନ ଆଇସୋଲେଶନରେ ରହିବାକୁ ପଡିବ।
ତେବେ ବାକି ଖେଳାଳିମାନେ ବୁଧବାରଠାରୁ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକଳାପ ଆରମ୍ଭ କରିଛନ୍ତି। ଆଉ କେତେ ସପ୍ତାହ ପରେ ସବୁ ଖେଳାଳିଙ୍କ ଡେଭଲପ୍‌ମେଣ୍ଟ ପ୍ଲାନ ଓ ସ୍ପିଲ୍‌ ଡେଭଲପମେଣ୍ଟ ଉପରେ ଫୋକସ କରାଯିବ ରିଡ୍‌ କହିଛନ୍ତି। ଆସନ୍ତାବର୍ଷ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଥିବାରୁ ଖେଳାଳିମାନେ କେତେ ପ୍ରସ୍ତୁତ ସେନେଇ ଆକଳନ କରାଯିବ। ଅଲିମ୍ପିକ୍‌ ପ୍ରସ୍ତୁତି ନେଇ ସବୁ ଖେଳାଳିଙ୍କୁ ଅବଗତ କରାଇଛି ବୋଲି ୫୬ ବର୍ଷିଆ ରେଡ୍‌ କହିଛନ୍ତି। ଦଳରେ ଯୋଗ ଦେବା ପୂର୍ବରୁ ରିଡ୍‌ ଦୁଇ ସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ଏହି ସମୟରେ ଖେଳାଳିଙ୍କୁ ଭାରତର ସ୍ବର୍ଣ୍ଣିମ ଅଲିମ୍ପିକ ଇତିହାସ ସମ୍ପର୍କରେ ଅବଗତ କରାଯାଇଥିଲା। ଏହା ଖେଳାଳିମାନଙ୍କ ଅଲିମ୍ପିକ ସ୍ବପ୍ନ ପୂରଣ କରିବାରେ ସହାୟକ ହେବ। ଅଲିମ୍ପିକ୍ସରେ ସଫଳତା ପାଇବା ପାଇଁ ଖେଳାଳିମାନଙ୍କୁ ବିଭିନ୍ନ କାର୍ଯ୍ୟ କରିବାକୁ କୁହାଯାଇଛି। ଗତ ଦୁଇ ସପ୍ତାହ ମଧ୍ୟରେ ଭାରତର ଅତୀତ ତଥା ସ୍ବର୍ଣ୍ଣିମ ଅଲିମ୍ପିକ୍‌ ଇତିହାସ ସମ୍ପର୍କରେ ଶିକ୍ଷା କରିବାକୁ ଆମେ ପ୍ରୟାସ କରିଛୁ ବୋଲି କୋଚ୍‌ ରେଡ୍‌ କହିଛନ୍ତି। ଏଥିସହିତ ଅଗାମୀ ୧୨ମାସରେ ଆମେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେବୁ ବୋଲି ସେ କହିଛନ୍ତି। ବେଙ୍ଗାଲୁରୁ କ୍ୟାମ୍ପରେ ଏବେ ୩୩ ପୁରୁଷ ଓ ୨୪ଜଣ ମହିଳା ଖେଳାଳି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭଲିରେ ଭାରତର ମିଳିଲା ବ୍ରୋଞ୍ଜ

ଅହମ୍ମଦାବାଦରେ,୨୮।୬: AVC କପ୍‌ ପୁରୁଷ ଭଲିବଲରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି। ଡିଫେଣ୍ଡିଂ ଚାମ୍ପିୟନ ବାହାରିନକୁ ୪ ସେଟ୍‌ ମୁକାବିଲାରେ ଭାରତ ହରାଇ ଏହି ପଦକ ହସଲ…

IND vs IRE: ପୁଣି ନିରାଶ ହେଲେ ବୈଭବ; କିଏ ସେହି ସୂର୍ଯ୍ୟାଂଶ-ପ୍ରିନ୍ସ, ଯାହାଙ୍କୁ ମିଳିଲା ସୁଯୋଗ?

ବେଲଫାଷ୍ଟ,୨୮।୬: ଭାରତ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ର ଆରମ୍ଭ ବେଶ୍ ରୋମାଞ୍ଚକର ରହିଛି, ଯେଉଁଠାରେ ଘରୋଇ ଦଳ ପ୍ରଥମ ମ୍ୟାଚ୍‌ରେ ଭାରତକୁ ହରାଇ ଇତିହାସ…

ଏକାସଙ୍ଗେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ୩ କ୍ରିକେଟର, ଲୁହରେ ଭିଜିଲା…

ନୂଆଦିଲ୍ଲୀ,୨୮।୬: ICC ମହିଳା T20 ବିଶ୍ୱକପ 2026 ର ଗ୍ରୁପ B ର ଦୁଇ ସେମିଫାଇନାଲିଷ୍ଟ ନିର୍ଣ୍ଣୟ କରାଯାଇଛି। ଶନିବାର ଇଂଲଣ୍ଡ ବିପକ୍ଷରେ ଏକ ଦମଦାର ପରାଜୟ…

ସିୟା-ଚେତନଙ୍କ ପ୍ରେମ କାହାଣୀର କ୍ରିକେଟ ସହ ରହିଛି ବିଶେଷ ସମ୍ପର୍କ, ପ୍ରଥମ ସାକ୍ଷାତର କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

ପୁଣେ,୨୮।୬: କେତନ ଅଗ୍ରୱାଲ ହତ୍ୟା ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ – ସିୟା ଗୋୟଲ ଏବଂ ଚେତନ ଚୌଧୁରୀଙ୍କ ସମ୍ପର୍କରେ ଏକ ନୂଆ ଦିଗ ସାମ୍ନାକୁ ଆସିଛି।…

India Playing XI: ୨ଟି ପରିବର୍ତ୍ତନ, ତଥାପି ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ଥାନ ନାହିଁ…

ନୂଆଦିଲ୍ଲୀ,୨୮।୬: ବେଲଫାଷ୍ଟର ସିଭିଲ ସର୍ଭିସ କ୍ରିକେଟ କ୍ଲବ ଗ୍ରାଉଣ୍ଡରେ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ରବିବାର ଅନୁଷ୍ଠିତ ହେବ। ଶ୍ରେୟସ ଆୟର ଏବଂ…

ପୁଣି ବିବାହ ବନ୍ଧନରେ ବାନ୍ଧିହେଲେ ହାର୍ଦ୍ଦିକ ପାଣ୍ଡ୍ୟା? ଭାଇରାଲ ହେଲା ମାହିକା ଶର୍ମାଙ୍କ ସହ ଫଟୋ

ମୁମ୍ବାଇ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା କ’ଣ ନିଜ ଗର୍ଲଫ୍ରେଣ୍ଡ ମହିକା ଶର୍ମାଙ୍କୁ ବିବାହ କରିଛନ୍ତି? ସୋସିଆଲ ମିଡିଆରେ ଏକ ନୂଆ ଫଟୋ ସାମ୍ନାକୁ ଆସିବା ପରଠାରୁ…

ବିରାଟ କୋହଲି ହଠାତ ଟେଷ୍ଟ କ୍ରିକେଟରୁ କାହିଁକି ନେଇଥିଲେ ସନ୍ନ୍ୟାସ? ହେଲା ବଡ଼ ଖୁଲାସା…

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟର ‘ରନ ମେଶିନ’ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ପ୍ରାୟ ବର୍ଷେରୁ ଅଧିକ ସମୟ ବିତିଗଲାଣି। ହେଲେ ଆଜି ବି ପ୍ରଶଂସକଙ୍କ…

FIFA World Cup 2026ରେ ଇତିହାସ ରଚିଲା କେପ ଭର୍ଡେ: ନକ୍‌ଆଉଟ୍‌ ପହଞ୍ଚିବାରେ ବିଶ୍ୱର ସବୁଠୁ ଛୋଟ ଦେଶ

ଫିଲାଡେଲଫିଆ,୨୭।୬:୨୦୨୬ ଫିଫା ବିଶ୍ୱକପ୍‌ରେ ରାଉଣ୍ଡ ଅଫ ୩୨ ପୂର୍ବରୁ କେପ ଭର୍ଡେ ଏକ ଚମତ୍କାର ପ୍ରଦର୍ଶନ ସହିତ ଇତିହାସ ରଚିଛି। ପ୍ରାୟ ୫୫୦,୦୦୦ ଜନସଂଖ୍ୟା ବିଶିଷ୍ଟ ଆଫ୍ରିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri