ବାଇକ୍‌ ଧକ୍କାରେ ହକି ଖେଳାଳିଙ୍କ ମୃତ୍ୟୁ: ୪ ଗୁରୁତର

ରିଆମାଳ, ୧୪।୧୨(ଡି.ଏନ.ଏ)-ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ କିର୍ତ୍ତନପାଲି ଗ୍ରାମ(ବାଲିନାଳ) ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ରବିବାର ସନ୍ଧ୍ୟାରେ ଏକ ବାଇକ ଧକ୍କାରେ ଜଣେ ହକି ଖେଳାଳିଙ୍କର ମୃତ୍ୟୁ ଘଟିଛି ା ସେ ହେଲେ ଆଦାମ ଡାଙ୍ଗ(୧୬)। ସେହିପରି ସମ୍ପୃକ୍ତ ବାଇକ ଆରୋହୀଙ୍କ ସମେତ ୪ଜଣ ଆହତ ହୋଇ ଛତାବର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ରବିବାର ସନ୍ଧ୍ୟା ପ୍ରାୟ ୬ଟାରେ ଚିଙ୍ଗୁଡିଝରଣ ଗ୍ରାମର ଆଦାମ ଡାଙ୍ଗ(୧୬), ସନ୍ତୋଷ କୁଜୁର(୧୯), ପ୍ରତାପ ହସ(୧୭) ଓ କାଳିଆ ହସ(୧୮) ନାମକ ୪ ଜଣ ହକି ଖେଳାଳୀ କିତ୍ତର୍ର୍ନପାଲି ପଡିଆରେ ହକି ଖେଳିସାରି ୫୩ ନମ୍ବର ଜାତୀୟ ରାଜପଥ ଦେଇ ନିଜ ଘରକୁ ଫେରୁଥିଲେ ା ଏହି ସମୟରେ ପଛପଟୁ ଏକ ବାଇକ (ନଂ.ଓଆର୍‌ ୨୩-୪୨୬୯)ରେ ଆସୁଥିବା ଖଣ୍ଡାଧୁଅଁା ଗ୍ରାମର ସୁଶାନ୍ତ ପ୍ରଧାନ(୨୨)ନାମକ ଜଣେ ଯୁବକ ସେମାନଙ୍କୁ ପଛପଟୁ ଧକ୍କା ଦେବାରୁ ହକି ଖେଳାଳି ଆଦାମ,ସନ୍ତୋଷ,ପ୍ରତାପ ଓ କାଳିଆ ଗୁରୁତର ଆହତ ହୋଇଥିଲେ। ସେହିପରି ବାଇକ ଆରୋହୀ ସୁଶାନ୍ତ ମଧ୍ୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବାସହ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସରେ ନିକଟସ୍ଥ ଛତାବର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଆଦାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ା ରିଆମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିଛି। ଏଥିସହ ଏକ ମାମଲା ରୁଜୁକରି ମୃତଦେହ ଜବତ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରାଣୀଧନ ଚିକିତ୍ସାଧିକାରୀ

ଦେବଗଡ଼,ରିଆମାଳ,୨୨ା୩( ଶଶାଙ୍କ ଶେଖର ଝାଙ୍କର/ନିରଞ୍ଜନ ବେହେରା):କୁକୁଡା ଫାର୍ମ ପାଇଁ ବିଦ୍ୟୁତ୍‌ ସଂଯୋଗ ଓ ସବ୍‌ସିଡି ପ୍ରଦାନ ପାଇଁ ଜଣେ ଚାଷୀଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା...

କଂଗ୍ରେସ ସାଧାରଣ ସମ୍ପାଦିକା ନିଯୁକ୍ତ

ଦେବଗଡ଼, ୧୪।୩ (ଶଶାଙ୍କ ଶେଖର ଝାଙ୍କର)ଦେବଗଡ଼ ଜିଲା ମହିଳା କଂଗ୍ରେସର ବରିଷ୍ଠ ନେତ୍ରୀ ମିନତୀ ନାଏକ ପ୍ରଦେଶ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତ...

ମୋର ଟିକେଟ ଫାଇନାଲ

ଦେବଗଡ଼, ୧୪।୩ (ଶଶାଙ୍କ ଶେଖର ଝାଙ୍କର)ଦେବଗଡ଼ ଜିଲା ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀ। ଏଠାରେ ସବୁ ଦଳରେ ଅନେକ ଟିକେଟ ଆଶାୟୀ ଅଛନ୍ତି। ତେବେ ଟିକେଟ କିଏ...

ସ୍ବାମୀ-ପୁଅଙ୍କୁ ଛାଡି ପ୍ରେମିକଙ୍କ ସହ ଯାଇଥିଲେ, ମାଟିତଳୁ ମିଳିଲା ମୃତଦେହ

ଦେବଗଡ,୫।୩: ସ୍ବାମୀ ଓ ପୁଅକୁ ଛାଡି ପ୍ରେମିକ ସହ ଫେରାର ହୋଇଥିଲେ। ହେଲେ ଯେଉଁ ପ୍ରେମିକଙ୍କ ହାତ ଧରି ଘରର ଏରୁଣ୍ଡି ଡେଇଁଥିଲେ, ସିଏ ସାଜିଲା...

ମାଟିତଳୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ: କୁକୁର ଟାଣିଟାଣି କାଢ଼ୁଥିଲା

ଦେବଗଡ଼,୨।୩(ଶଶାଙ୍କ ଶେଖର ଝାଙ୍କର): ମାଟି ତଳେ  ପୋତା ଯାଇଥିବା ମହିଳାଙ୍କ ଗଳିତ ମୃତଦେହ ଠାବ ହୋଇଛି। ତାଙ୍କୁ କେହି  ହତ୍ୟା କରିଥିବା  ସନ୍ଦେହ କରାଯାଉଛି। ଏଭଳି...

ଜଙ୍ଗଲ ଭିତରେ ନରକଙ୍କାଳ ଠାବ

ଦେଗଗଡ଼,୧୨ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା କାଉଁଶିବାହାଳ ଗାଁ ନିକଟ ଜଙ୍ଗଲ ଭିତରେ ସୋମବାର ଏକ ନରକଙ୍କାଳ ଠାବ କରାଯାଇଛି । ମଗରମୁହିଁ ହୁଲି ଜଙ୍ଗଲ...

ଲୁହାପଥର ଚୋରା ଚାଲାଣ କରୁଥିଲେ: ଧରାପଡ଼ିଲେ ପୋଲିସ କନଷ୍ଟେବଳ

ଦେବଗଡ଼,୯।୨(ଶଶାଙ୍କ ଶେଖର ଝାଙ୍କର): ଡେପୁଟି ଡାଇରେକ୍ଟର ଅଫ୍‌ ମାଇନ୍ସ ପକ୍ଷରୁ ଜବତ କରାଯାଇଥିବା ଲୁହାପଥର ଚାଲାଣ ବେଳେ ପୋଲିସ କନେଷ୍ଟବଳଙ୍କ ସହ ୪ଜଣ ଗିରଫ ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri