Posted inଖେଳ

ହକି କିମ୍ବଦନ୍ତୀ କେଶବ ଦତ୍ତଙ୍କ ପରଲୋକ

ନୂଆଦିଲ୍ଲୀ, ୮।୭(ପି.ଟି.)- ଦୁଇଥର ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ହକି କିମ୍ବଦନ୍ତୀ କେଶବ ଦତ୍ତଙ୍କର ବୁଧବାର ପରଲୋକ ଘଟିଛି। ବାର୍ଦ୍ଧକ୍ୟଜନିତ କାରଣରୁ ମୃତ୍ୟୁ ବରଣ କରିଥିବା କେଶବଙ୍କୁ ୯୫ ବର୍ଷ ହୋଇଥିଲା। ତାଙ୍କ ସ୍ତ୍ରୀ, ୨ ପୁଅ ଏବଂ ଝିଅ ବିଦେଶରେ ରହୁଛନ୍ତି। କୋଲକାତାସ୍ଥିତ ସନ୍ତୋଷପୁରରେ ଏକାକୀ ରହୁଥିବା କେଶବଙ୍କର ନିଜ ବାସଭବନରେ ଅପରାହ୍ନ ୧୨ଟା ୩୦ରେ ପରଲୋକ ଘଟିଥିଲା। ”ଆମ ପରିବାର ପାଇଁ ଅତ୍ୟନ୍ତ ଦୁଃଖ ସମୟ। ବର୍ଷରେ ମୁଁ ୩-୪ ଥର ତାଙ୍କ ନିକଟକୁ ଯାଇଥାଏ, ମାତ୍ର କରୋନା ମହାମାରୀ ପାଇଁ ୨୦୧୯ ପରଠାରୁ ତାଙ୍କୁ ଆଉ ଦେଖି ପାରିନାହିଁ“ ବୋଲି ସମ୍ପ୍ରତି କୋପେନହାଗେନରେ ରହୁଥିବା ତାଙ୍କ ଝିଅ ଅଞ୍ଜଳି କେଶବ ପୌଲସେନ ପ୍ରକାଶ କରିଛନ୍ତି। ୧୯୨୫ ଡିସେମ୍ବର ୨୯ରେ ଜନ୍ମଗ୍ରହଣ କରିଥିବା କେଶବ ଭାରତୀୟ ହକିର ସୁବର୍ଣ୍ଣ ଯୁଗର ଅଂଶୀଦାର ଥିଲେ। ସେ ଜଣେ ଦକ୍ଷ ହାଫ୍‌-ବ୍ୟାକ୍‌ଭାବେ ପରିଚିତ ଥିଲେ। ଲଣ୍ଡନର ଓ୍ବେମ୍ବଲି ଷ୍ଟାଡିୟମରେ ଅନୁଷ୍ଠିତ ୧୯୪୮ ଅଲିମ୍ପିକ୍ସର ଫାଇନାଲରେ ଘରୋଇ ବ୍ରିଟେନ ଦଳକୁ ୪-୦ ଗୋଲରେ ହରାଇ ଭାରତୀୟ ଦଳ ସ୍ବାଧୀନତା ପରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲା। ସେ ଏହି ଦଳର ସଦସ୍ୟ ଥିଲେ। ୧୯୪୮ ପୂର୍ବରୁ ସେ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ୧୯୪୭ରେ ଇଷ୍ଟ ଆଫ୍ରିକା ଯାତ୍ରା କରିଥିଲେ। ୧୯୫୨ ହେଲସିଙ୍କି ଗେମ୍ସର ଫାଇନାଲରେ ନେଦରଲାଣ୍ଡ୍ସକୁ ୬-୧ ଗୋଲରେ ହରାଇ କ୍ରମାଗତ ୫ଥର ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳ ପକ୍ଷରୁ ସେ ପ୍ରତିନିଧିତ୍ୱ କରିଥିଲେ।
୧୯୪୮ ଓ ୧୯୫୨ ଅଲିମ୍ପିକ୍ସ ଖେଳିଥିବା ଭାରତୀୟ ଦଳର ସଦସ୍ୟଭାବେ କେଶବ ଏକମାତ୍ର ଜୀବିତ ଥିଲେ। ତାଙ୍କ ମୃତ୍ୟୁରେ ଏକ ଯୁଗର ଅବସାନ ଘଟିଲା ବୋଲି ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ରୋ ନିଙ୍ଗୋମବାମ୍‌ ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ”ବିଶ୍ୱ ହକି ଆଜି ଜଣେ ପ୍ରକୃତ କିମ୍ବଦନ୍ତୀଙ୍କୁ ହରାଇଲା। ସେ ଭାରତ ଏବଂ ବେଙ୍ଗଲର ଜଣେ ଚାମ୍ପିୟନ ଖେଳାଳି ଥିଲେ। ତାଙ୍କ ପରଲୋକରେ ମୁଁ ବହୁତ ଦୁଃଖିତ“ ବୋଲି ମମତା କହିଛନ୍ତି। ଭାରତୀୟ ଦଳର ଜଣେ ନିର୍ଭରଯୋଗ୍ୟ ସଦସ୍ୟ ବ୍ୟତୀତ କେଶବ ୧୯୫୧-୫୩ ଏବଂ ୧୯୫୭-୫୮ରେ ମୋହନ ବାଗାନ ହକି ଦଳର ଅଧିନାୟକ ଥିଲେ। ମୋହନ ବାଗାନ ଖେଳାଳିଭାବେ ସେ ୧୦ ବର୍ଷ ମଧ୍ୟରେ ୬ ଥର ହକି ଲିଗ୍‌ ଏବଂ ୩ ଥର ବେଟନ କପ୍‌ ଟାଇଟଲ ଜିତିଥିଲେ। ୨୦୧୯ରେ ତାଙ୍କୁ ମୋହନବାଗାନ ରନତ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଜଣେ ଅଣ ଫୁଟବଲ ଖେଳାଳିଭାବେ ସେ ଏହି ସମ୍ମାନ ପାଇବାରେ ପ୍ରଥମ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ମଧ୍ୟ କେଶବଙ୍କ ପରଲୋକରେ ଶୋକ ପ୍ରକାଶ କରାଯାଇଛି। ଟେନିସ ତାରକା ଲିଆଣ୍ଡର ପେସ୍‌, ତାଙ୍କ ବାପା ତଥା ପୂର୍ବତନ ହକି ଅଲିମ୍ପିଆନ ଭେସ୍‌ ପେସ୍‌, କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ପ୍ରମୁଖ କେଶବଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri