Posted inଖେଳ

ହକି ଇଣ୍ଡିଆର ସୁପାରିସ: ଶ୍ରୀଜେସ୍‌ ଓ ଦୀପିକା ଖେଳରତ୍ନ, ହରମନପ୍ରୀତ ଅର୍ଜୁନ

ନୂଆଦିଲ୍ଲୀ,୨୭ା୬(ପି.ଟି.)- ଚଳିତବର୍ଷର ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇଁ ହକି ଇଣ୍ଡିଆ ଶନିବାର ଭାରତର ଭେଟେରାନ ଗୋଲକିପର ପି.ଆର. ଶ୍ରୀଜେସ୍‌ ଓ ମହିଳା ଦଳର ପୂର୍ବତନ ଖେଳାଳି ଦୀପିକାଙ୍କ ନାମ ସୁପାରିସ କରିଛି। ଏହି ଦୁଇଜଣକଙ୍କ ବ୍ୟତୀତ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ପୁରୁଷ ହକି ଦଳର ଉପଅଧିନାୟକ ହରମନପ୍ରୀତ ସିଂ ଏବଂ ମହିଳା ଦଳର ସଦସ୍ୟା ବନ୍ଦନା କାଟାରିୟା ଓ ନବଜୋତ କୌରଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ ହୋଇଛି। ଜାତୀୟ ମହାସଂଘ ଆହୁରି ମଧ୍ୟ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ପାଇଁ ଉଦ୍ଦିଷ୍ଟ ଧ୍ୟାନଚାନ୍ଦ ପୁରସ୍କାର ଲାଗି ଆର୍‌.ପି. ସିଂ ଓ ସିଏଚ୍‌ ସାଙ୍ଗାଇ ଇବେମ୍‌ହାଲଙ୍କ ନାମ ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ କୋଚ୍‌ ବିଜେ କାପାରିଆ ଓ ସି.ଆର୍‌. କୁମାରଙ୍କ ନାମ ସୁପାରିସ କରିଛି। ୨୦୧୭ ଜାନୁୟାରୀ ୧ରୁ ୨୦୨୦ ଡିସେମ୍ବର ୩୧ ମଧ୍ୟରେ ପ୍ରଦର୍ଶନକୁ ଭିତ୍ତିକରି ଖେଳରନତ୍ ପୁରସ୍କାର ପାଇଁ ନାମ ବଛାଯାଇଛି। ୩୫ ବର୍ଷୀୟ ଶ୍ରୀଜେସ୍‌ ତାଙ୍କ ତୃତୀୟ ଥର ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଛନ୍ତି। ସମ୍ଭବତଃ ଏହା ତାଙ୍କର ଶେଷ ଅଲିମ୍ପିକ୍ସ। ୨୦୧୮ରେ ବ୍ରେଡାଠାରେ ଅନୁଷ୍ଠିତ ହକି ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ, ୨୦୧୮ ଏସିଆନ ଗେମ୍ସରେ ବ୍ରୋଞ୍ଜ ଏବଂ ଭୁବନେଶ୍ୱରରେ ୨୦୧୯ରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସରେ ଭାରତକୁ ସ୍ବର୍ଣ୍ଣ ଜିତାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶ୍ରୀଜେସ୍‌ ୨୦୧୫ରେ ଅର୍ଜୁନ ପୁରସ୍କାର ଏବଂ ୨୦୧୭ରେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ଅନ୍ୟପକ୍ଷରେ ଦୀପିକା ଭାରତୀୟ ମହିଳା ହକି ଦଳର ଜଣେ ପ୍ରମୁଖ ସଦସ୍ୟା ଥିଲେ। ତାଙ୍କ ସମୟରେ ମହିଳା ଦଳ ୨୦୧୮ ଏସିଆନ ଗେମ୍ସ ଏବଂ ୨୦୧୮ ଏସିଆନ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଲାଭ କରିଥିଲା। ଡ୍ରାଗ୍‌ଫ୍ଲିକ ସେନସେସନ ହରମନପ୍ରୀତ ୧୦୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ମ୍ୟାଚ ଖେଳିସାରିଥିବାବେଳେ ବନ୍ଦନା ୨୦୦ ଅନ୍ତର୍ଜାତୀୟ ଏବଂ ନବଜୋତ ଦେଶ ତରଫରୁ ୧୫୦ରୁ ଅଧିକ ମ୍ୟାଚ ଖେଳି ସାରିଛନ୍ତି। ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ରୋ ନିନ୍‌ଗମବାମ୍‌ କହିଛନ୍ତି, ଗତବର୍ଷ ରାଣୀ ରାମପାଲ ଯେତେବେଳେ ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇଲେ, ଆମ ପାଇଁ ଗୌରବର ମୁହୂର୍ତ୍ତ ଥିଲା। ଚଳିତ ବର୍ଷ ଆମେ ଦେଶର ଦୁଇଜଣ ଦକ୍ଷ ହକି ଖେଳାଳି ଶ୍ରୀଜେସ୍‌ ଓ ଦୀପିକାଙ୍କ ନାମ ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇଁ ସୁପାରିସ କରିଛୁ। ଆହୁରି ମଧ୍ୟ ଖୁସିର ବିଷୟ ଯେ, ଆମେ ଅର୍ଜୁନ ପୁରସ୍କାର ପାଇଁ ହରମନପ୍ରୀତ୍‌ ସିଂ, ବନ୍ଦନା କାଟାରିୟା, ନଭଜୋତ କୌରଙ୍କ ନାମ ସୁପାରିସ କରିଛୁ। ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଅବସରରେ ପ୍ରତିବର୍ଷ ଅଗଷ୍ଟ ୨୯ରେ ଜାତୀୟ କ୍ରୀଡ଼ା ପୁରସ୍କାର ଦେଶର କ୍ରୀଡ଼ାବିତ୍‌ମାନଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ଦିଆଯାଇ ଆସୁଛି। ସମସ୍ତ ମନୋନୀତ ଖେଳାଳିଙ୍କୁ ଟ୍ରଫି ଓ ମାନପତ୍ର ସମେତ ଆର୍ଥିକ ପୁରସ୍କାର ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଥିଲେ ବୈଭବ, ହେଲେ…

ନୂଆଦିଲ୍ଲୀ,୩୧।୮: ଦୁଲୀପ ଟ୍ରଫି ସେମିଫାଇନାଲରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ପୁଣିଥରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଇଷ୍ଟ ଜୋନ ପକ୍ଷରୁ ସେଣ୍ଟ୍ରାଲ ଜୋନ ବିପକ୍ଷରେ…

ଧୋନୀ ମାଗୁଛନ୍ତି ୨୫% ଅଂଶଧନ! ଏମିତି ଜବାବ ଦେଲା CSK

ନୂଆଦିଲ୍ଲୀ,୩୧।୮: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆଇପିଏଲର ସବୁଠାରୁ ସ୍ବତନ୍ତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଧୋନୀଙ୍କ…

ବୈଭବଙ୍କ ବଡ଼ କାରନାମା: ନାଁରେ କଲେ ଏମିତି ରେକର୍ଡ ଯାହା ଇତିହାସରେ କେହି କରିନଥିଲେ!

ନୂଆଦିଲ୍ଲୀ, ୩୧।୮: ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟରେ ଲଗାତାର ରେକର୍ଡ କରି ଚାଲିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏବେ ଦୁଲୀପ ଟ୍ରଫି ୨୦୨୬ର ସେମିଫାଇନାଲରେ ଆଉ…

୫ ବର୍ଷ ପରେ ଟିମ୍‌ଇଣ୍ଡିଆକୁ ଫେରିପାରନ୍ତି ଏହି ୩୫ ବର୍ଷୀୟ ବୋଲର୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୮: ଗତ ପାଞ୍ଚ ବର୍ଷ ଧରି ଭାରତୀୟ ଦଳରୁ ବାହାରେ ଥିବା କୃଣାଲ ପାଣ୍ଡ୍ୟା ପୁଣି ଦଳକୁ ଫେରିପାରନ୍ତି। ଦଳ ପରିଚାଳନା ନିୟମିତ ଭାବରେ ନୂତନ ଖେଳାଳିଙ୍କ…

୧୫ ବର୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ୭ଟି ବଡ଼ ରେକର୍ଡ: ଭାଙ୍ଗିବା ପ୍ରାୟ ଅସମ୍ଭବ! ବଡ଼ ବଡ଼ କ୍ରିକେଟର ଫଡିବେ ଫିକା

ନୂଆଦିଲ୍ଲୀ,୩୧।୮: ବୟସ ମାତ୍ର ୧୫ ବର୍ଷ। କିନ୍ତୁ କ୍ରିକେଟ ମଇଦାନରେ ରେକର୍ଡ ପରେ ରେକର୍ଡ କରି ଚର୍ଚ୍ଚାରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ଅତ୍ୟନ୍ତ କମ ବୟସରେ…

ମହିଳା ଏସିଆ କପ୍ ୨୦୨୬: ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୨ୟ ସର୍ବାଧିକ…

ନୂଆଦିଲ୍ଲୀ,୩୧।୮: ମହିଳା ଏସିଆ କପ୍‌ ୨୦୨୬ରେ ଭାରତୀୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଥାଇଲାଣ୍ଡକୁ ୯୪ ରନ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri