ମୋ ବସ୍‌ରେ ମାଗଣା ଯାତ୍ରା କରିବେ ହକି ଦର୍ଶକ

ଭୁବନେଶ୍ୱର,୧୩।୧(ବ୍ୟୁରୋ): ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି କ୍ରୁଟ୍‌ ପକ୍ଷରୁ ସ୍ମାର୍ଟସିଟି ରାଉରକେଲାରେ ମୋ ବସ୍‌ ସେବା ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ରାଉରକେଲା ମଧ୍ୟରେ ଯାତ୍ରୀଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଏହି ସେବା ଆରମ୍ଭ ହୋଇଥିବାବେଳେ ଭୁବନେଶ୍ୱରରେ ୧୫ଟି ଅତିରିକ୍ତ ଇ-ବସ୍‌ ସେବା ଆରମ୍ଭ ହୋଇଛି। ଆଗାମୀ ଦିନରେ ଆହୁରି ୧୦ଟି ଇ-ବସ୍‌ ରାଜଧାନୀରେ ଚଳାଚଳ କରିବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ହକି ବିଶ୍ୱକପ୍‌ର ବୈଧ ଟିକେଟ ରଖିଥିବା ଯାତ୍ରୀ ଭୁବନେଶ୍ୱରରୁ ରାଉରକେଲା କ୍ରୁଟ୍‌ର ସ୍ବତନ୍ତ୍ର ଶଟଲ୍‌ରେ ନିଶୁଳ୍କ ଯାତ୍ରା କରି ପାରିବେ। ଟିକେଟ ଉପରେ ଲେଖାଯାଇଥିବା ତାରିଖ ଆଧାରରେ କ୍ରୀଡ଼ାପ୍ରେମୀମାନେ ଏହି ସୁବିଧା ପାଇ ପାରିବେ। ସେହିପରି ୧୩ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ସେବା ଭୁବନେଶ୍ୱରର ୩ଟି ରୁଟ୍‌ରେ ଉପଲବ୍ଧ ହେବ। ଡଟ୍‌ଫେଷ୍ଟ ଏବଂ କଳିଙ୍ଗ ଷ୍ଟାଡିୟମ୍‌କୁ ଯିବାକୁ ଥିବା ଯାତ୍ରୀ ଟିକେଟ୍‌ ଦେଖାଇ ଅନୁରୂପ ସୁବିଧା ପାଇପାରିବେ। ସେହିପରି କ୍ରୁଟ୍‌ର ଅନ୍ୟାନ୍ୟ ସେବା ସହ ‘ହେରିଟେଜ୍‌ ଅନ୍‌ ମୋ ଇ-ରାଇଡ୍‌’ ସେବା ଯୋଡ଼ିହେବାକୁ ଯାଉଛି। ଏହି ସେବା ହକି ବିଶ୍ୱକପ୍‌ ସମୟରେ ନାଗରିକ ଓ ପର୍ଯ୍ୟଟକ ପାଇପାରିବେ। ଇ-ରିକ୍ସାରେ ଯାତ୍ରୀମାନେ ଏକାମ୍ର କ୍ଷେତ୍ର ଓ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିପାରିବେ। ପର୍ଯ୍ୟଟକମାନେ ୧୩ରୁ ୧୫ ତାରିଖ ମଧ୍ୟରେ ସକାଳ ୭ଟାରୁ ୯ଟା ଏବଂ ଅପରାହ୍ନ ୩ ଟାରୁ ୫ଟା ଦୁଇଟି ପର୍ଯ୍ୟାୟରେ ନିଶୁକ୍ଳ ଭାବେ ଯାତ୍ରା କରି ପାରିବେ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?