ଇତିହାସର ମୂକସାକ୍ଷୀ – ବିଜୁଙ୍କ ଡାକୋଟା

ସେ ଥିଲେ ଜଣେ ସ୍ବପ୍ନିଳ ମଣିଷ I ପୁଞ୍ଜିପତିର ସ୍ବପ୍ନ, ରାଜନୀତିର ସ୍ବପ୍ନ, ଦୁର୍ଦ୍ଧର୍ଷ ପାଇଲଟ ହେବାର ସ୍ବପ୍ନ ଭିତରେ ଅପୂର୍ବ ସମନ୍ବୟ ଘଟିଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୀବନରେ। ଖଟିଖିଆ ମଣିଷର ସ୍ବପ୍ନ ସାକାର କରିବାକୁ ଯାଇ ପୁଞ୍ଜିପତି ହେବାରେ ସେ ସଫଳ ହୋଇପାରିଲେ ନାହିଁ। ଏକଦା ରୟାଲ ଏୟାର ଫୋର୍ସର ଏକ ହେଲିକପ୍ଟରକୁ ଅତି ନିକଟରୁ ଛୁଇଁବାପାଇଁ ଯାଇ ଯେଉଁ ଯୁବକ ପୋଲିସର ଲାଠିମାଡ଼ ଖାଇ ରକ୍ତାକ୍ତ ହୋଇଥିଲା, ସେଇ ଜିଦ୍‌ଖୋର ମନୋବୃତ୍ତି ଯୋଗୁ ରେଭେନ୍ସା କଲେଜରେ ବିଜ୍ଞାନରେ ସ୍ନାତକ ପଢ଼ା ନ ସରୁଣୁ ରୟାଲ ଏୟାର ଫୋର୍ସର ପାଇଲଟ ଭାବେ ତାଲିକାର ଶୀର୍ଷରେ ରହି ମନୋନୀତ ହେଲେ। ପ୍ରଚଣ୍ଡ ଧୀ ଶକ୍ତି ଓ ଉପସ୍ଥିତ ବୁଦ୍ଧିସମ୍ପନ୍ନ ଏହି ଯୁବକଙ୍କୁ ମନୋନୟନ କମିଟି ଦୁଇଥର ସାକ୍ଷାତ୍‌କାର କରାଇଥିଲେ। ସାକ୍ଷାତ୍‌କାର ସମୟରେ ପ୍ରଥମ ପ୍ରଶ୍ନଥିଲା ଯେ ପାଇଲଟ ଭଳି ଏକ ବିପଦପୂର୍ଣ୍ଣ ଓ କଷ୍ଟସାଧ୍ୟ କାମ ବିଷୟରେ ଜାଣିବି ସେ କାହିଁକି ସେଥିପାଇଁ ଆଗ୍ରହୀ। ବିଜୁଙ୍କ ଉତ୍ତର ଥିଲା ଯେ ସେ ଗଛ, ପର୍ବତ, ବରଫ, ସମୁଦ୍ର ଓ ବିଭିନ୍ନ ପ୍ରାନ୍ତରେ ଉଡ଼ିବାକୁ ଏକ ସଉକ ରଖନ୍ତି; ପୃଥିବୀକୁ ପକ୍ଷୀର ଦୂରତା ଓ ପକ୍ଷୀର ସ୍ବାଧୀନତା ସହ ପକ୍ଷୀର ଆଖିରେ ଦେଖିବାକୁ ଚାହାନ୍ତି; ଆଉ ଯଦି କିଛି ଅଘଟଣ ଘଟେ ତେବେ କିଛି ଅନୁଶୋଚନା ବା ପରବାୟ ନାହିଁ। ବିଜୁଙ୍କ ଉତ୍ତରରେ ମନୋନୟନ କମିଟିର ଅଧ୍ୟକ୍ଷ ପ୍ରଭାବିତ ହୋଇ କହିଥିଲେ, ସେ ଉତ୍ତରରେ ଦର୍ଶନ ଓ କାବ୍ୟର ଅପୂର୍ବ ଭାବପୂର୍ଣ୍ଣ ସମନ୍ବୟ କରିଛନ୍ତି।
ଇଣ୍ଡୋନେସିଆ ଯୁଦ୍ଧ ସମୟରେ ଯେତେବେଳେ ସୁକର୍ନୋ, ସାହାରିଆର ଓ ହାଟା ଆଦି ନେତୃବୃନ୍ଦ ଡଚ୍‌ଙ୍କ ଦ୍ୱାରା ଗୃହବନ୍ଦୀ ଥିଲେ ଠିକ୍‌ ସେତିକିବେଳେ ରୟାଲ ଏୟାରଫୋର୍ସର ଏହି ସୁଦୀର୍ଘ ଓଡ଼ିଆ ପାଇଲଟ ଜବାହରଲାଲ ନେହେରୁଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ତାଙ୍କର ହୃଦ୍‌ବୋଧ ହୋଇଥିଲା ଓ ଆତ୍ମବିଶ୍ବାସ ଥିଲା ଯେ ଏହି ଯୁବକ ଇଣ୍ଡୋନେସିଆର ଗୃହବନ୍ଦୀ ନେତୃବର୍ଗଙ୍କୁ ଉଦ୍ଧାର କରିପାରିବେ I ୧୯୪୭ରେ ନେହେରୁଙ୍କ ଏହି ଆତ୍ମବିଶ୍ବାସକୁ ସାକାର କରିଥିଲେ ବିଜୁ ପଟ୍ଟନାୟକ I ପ୍ରତିକୂଳ ପାଗ ଓ କଡ଼ା ପହରା ସତ୍ତ୍ୱେ ଶତ୍ରୁପକ୍ଷ ଆଖିରେ ଧୂଳିଦେଇ ସୁକର୍ନୋଙ୍କ ପରି ନେତୃବର୍ଗଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ। ଆଉ ଏହି ଐତିହାସିକ ବୀରତ୍ୱ ପ୍ରଦର୍ଶନ ସମୟରେ ପାଖରେ ଥିଲେ ବୀରତ୍ୱର ପୂଜାରିଣୀ ତାଙ୍କ ସ୍ତ୍ରୀ ଜ୍ଞାନ ପଟ୍ଟନାୟକ। ଇଣ୍ଡୋନେସିଆ ଯୁଦ୍ଧର ଏହି ସଫଳ ନାୟକଙ୍କୁ ତାଙ୍କ ସରକାର ‘ଭୂମିପୁତ୍ର’ର ଆଖ୍ୟାଦେଇ ଦେଶର ସର୍ବୋଚ୍ଚ ସମ୍ମାନ ‘ବିନ୍‌ତାଙ୍ଗ ଯଶ୍‌ ଉତ୍ତମ’ରେ ବିଭୂଷିତ କରାଇଥିଲେ। ସେ ଯେଉଁ ବିମାନରେ ଦ୍ୱିତୀୟ ବିଶଯୁଦ୍ଧ ସମୟରେ ଏହି କାର୍ଯ୍ୟ କରିଥିଲେ ତାହାଥିଲା ବିଜୁଙ୍କ ‘ଡାକୋଟା’ ବିମାନ। ଏକ ଦୁର୍ଦ୍ଧର୍ଷ ପାଇଲଟ ହିସାବରେ ପାକିସ୍ତାନର ଆକ୍ରମଣକୁ ଖାତିର ନ କରି ୧୯୪୭ରେ କଶ୍ମୀରକୁ ପ୍ରଥମ ସେନାଦଳ ନେଇ ଶ୍ରୀନଗର ବିମାନ ଘାଟିରେ ପହଞ୍ଚତ୍ଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଏକ ଦୁର୍ଦ୍ଧର୍ଷ ଓ ଦକ୍ଷ ପାଇଲଟ ଭାବେ ଜାପାନ ଆକ୍ରମଣକୁ ଭ୍ରୂକ୍ଷେପ ନ କରି ମାଲେସିଆ, ସିଙ୍ଗାପୁର ଓ ବର୍ମାରେ ଥିବା ବ୍ରିଟିଶ ପରିବାରମାନଙ୍କୁ ବିମାନରେ ଉଦ୍ଧାର କରିଥିଲେ। ନାଜି ଆକ୍ରମଣ ସମୟରେ ଲାଲବାହିନୀ ସପକ୍ଷରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟପାଇଁ ଏହି ଦୁର୍ଦ୍ଧର୍ଷ ପାଇଲଟଙ୍କୁ ସୋଭିଏଟ୍‌ ରୁଷ୍‌ ପକ୍ଷରୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଅଡର୍ର୍‌ ଅଫ୍‌ ଲେନିନ’ ଉପାଧିରେ ଭୂଷିତ କରାଯାଇଥିଲା।
ବିଜୁଙ୍କ ଏହି ଡାକୋଟା ବିମାନ ଓଡ଼ିଆ ଜାତିର ଗର୍ବ ଓ ଗୌରବର ପ୍ରତୀକ, ଓଡ଼ିଆଙ୍କ ସ୍ବାଭିମାନର ସଙ୍କେତ, ଓଡ଼ିଆଙ୍କ ବୀରତ୍ୱ ଓ ସାହସିକତାର ପ୍ରତୀକ। ବିଜୁବାବୁ ଜଣେ ଶିଳ୍ପପତି ହିସାବରେ ପ୍ରତିଷ୍ଠା କରିଥିଲେ କଳିଙ୍ଗ ଏୟାର ଲାଇନ୍ସ, ଯଦିଓ ଏହା କ୍ରମଶଃ ଦୁର୍ବଳହୋଇ ବେଶିଦିନ ତିଷ୍ଠି ରହିପାରିଲାନି, କିନ୍ତୁ ପାଇଲଟ ହିସାବରେ ବିଜୁଙ୍କ ପରାକ୍ରମ ଚିରଦିନ ରହିଗଲା ଅମରହୋଇ। ବ୍ରିଟିଶ ଅଧୀନରେ ଚାକିରି କରି ମଧ୍ୟ ବିଜୁ ଭାରତର ସ୍ବାଧୀନତା ସଂଗ୍ରାମ ପାଇଁ କାର୍ଯ୍ୟ କରୁଥିଲେ। ନିଜଘରେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ରଖୁଥିଲେ ଓ ବ୍ରିଟିଶ ସରକାରଙ୍କୁ ଭାରତରୁ ହଟାଇବା ପାଇଁ ଆନ୍ଦୋଳନରେ ସାମିଲ ହୋଇଥିଲେ। ସେଥିପାଇଁ ତାଙ୍କୁ ଅପରାଧୀ ଭାବେ ବିବେଚନା କରାଯାଇ ଜେଲ ଯିବାକୁ ପଡ଼ିଥିଲା।
ବିଜୁଙ୍କ ଡାକୋଟା ଏକାଧାରରେ ସାହସ ଓ ପ୍ରେମର ପ୍ରତୀକ। ଇଣ୍ଡୋନେସିଆ ଯିବାର ସୁରାକ ପାଇଲା ପରେ ଜ୍ଞାନ ପଟ୍ଟନାୟକ ବିଜୁଙ୍କୁ ଏକୁଟିଆ ଛାଡ଼ିବାକୁ ଚାହୁଁ ନ ଥିଲେ। ତେଣୁ ଡାକୋଟାରେ ବିଜୁଙ୍କ ସହିତ ଗଲେ। ସେ କହୁଥିଲେ ଯେହେତୁ ବିଜୁ ଏହି ଡାକୋଟାକୁ ଭଲ ପାଉଥିଲେ ଓ ସେ ବିଜୁଙ୍କୁ ଭଲ ପାଉଥିଲେ, ତେଣୁ ପରୋକ୍ଷରେ ସେ ଡାକୋଟାକୁ ଭଲ ପାଇବାକୁ ବାଧ୍ୟ। ଅମା ଅନ୍ଧାର ରାତିରେ ପ୍ରଥମେ ନ ଯିବା ପାଇଁ ବାରଣ କରିଥିଲେ ହେଁ ତାହା ବିଜୁଙ୍କ ଲକ୍ଷ୍ୟ ଭ୍ରଷ୍ଟ କରିପାରି ନ ଥିଲା। ଝଡ଼ ଓ ତୋଫାନ ମଧ୍ୟରେ ଡାକୋଟା ଗତି କରିଥିଲା ଯଦି କିଛି ଅଘଟଣ ଘଟିଥା’ନ୍ତା ଦୁହେଁ ଏହା ଭୋଗିଥାନ୍ତେ। ଯେଭଳି ଗୋଟିଏ ଇଗଲ ନୀଳ ଆକାଶର ଦୂରତାକୁ ଭଲପାଏ ଠିକ୍‌ ସେଇଭଳି ବିଜୁ ଭଲପାଉଥିଲେ- ଗତି, ଖେଳ ଓ ଦୁଃସାହସକୁ। ବିଜୁଙ୍କ ଏହି ସାହସିକ ଯାତ୍ରା ସମୟରେ ବିଜୁ ଜ୍ଞାନ ପଟ୍ଟନାୟକଙ୍କୁ ଭୟ ଲାଗୁଛିକି ବୋଲି ପ୍ରଶ୍ନ କରିଥିଲେ। କିନ୍ତୁ ଜ୍ଞାନଙ୍କ ନିର୍ଭୟ ଉତ୍ତର ଥିଲା ସେ ଅର୍ଜୁନଙ୍କ ସ୍ତ୍ରୀ। ଏହି ଭକ୍ତି ଏକ ଭାରତୀୟ ନାରୀର ପତିବ୍ରତାର ସନ୍ଦେଶ।
ଆଜି ବିଜୁ ନାହାନ୍ତି ସତ କିନ୍ତୁ ତାଙ୍କ ବୀରତ୍ୱର ଗାଥା ବହନ କରୁଛି ତାଙ୍କ ଡାକୋଟା ବିମାନ। ପାଇଲଟ ଚାକିରି ଛାଡ଼ି ନେହେରୁଙ୍କ ପ୍ରରୋଚନାରେ ସେ ଓହ୍ଲାଇ ଆସିଥିଲେ ରାଜନୀତିକୁ। କିନ୍ତୁ ରାଜନୀତିର ପଙ୍କିଳ ଗୋଲକଧନ୍ଦା ଭିତରେ ସହଜରେ ଆଗକୁ ବଢ଼ି ପାରି ନ ଥିଲେ। କିନ୍ତୁ ପ୍ରଥମରୁ ଶେଷଯାଏ ଖେଳୁଆଡ଼ ମନୋଭାବ ନେଇ ରାଜନୀତିର ମଇଦାନରେ ଖେଳିଥିଲେ। ଇତିହାସ ପୃଷ୍ଠା ଉନ୍ମୋଚନ କଲେ ଆମେ ଦେଖିବା ଯେ ବିଜୁବାବୁ ଖୁବ୍‌ କମ ସମୟ କ୍ଷମତାରେ ରହିଥିଲେ- ୧୯୬୧-୬୩ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ, ୧୯୭୭-୮୦ କେନ୍ଦ୍ରମନ୍ତ୍ରୀ ଓ ପୁଣି ୧୯୯୦ରେ ଦ୍ୱିତୀୟବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ। କିନ୍ତୁ ୧୯୪୭ ମସିହାରୁ ୧୯୯୭ ଏହି ଅର୍ଦ୍ଧ ଶତାବ୍ଦୀର ଇତିହାସରେ ଓଡ଼ିଶାର ସବୁଠାରୁ ଚର୍ଚ୍ଚିତ ବ୍ୟକ୍ତିଥିଲେ ବିଜୁ ପଟ୍ଟନାୟକ। ଏହି ସମୟରେ ଓଡ଼ିଶାରେ ତାଙ୍କର ବ୍ୟକ୍ତିତ୍ୱ କ୍ଷମତା ଜାହିର କରୁଥିଲା, କ୍ଷମତାକୁ ନିୟନ୍ତ୍ରଣ କରୁଥିଲା ଓ କ୍ଷମତା ସମ୍ପନ୍ନଙ୍କୁ ଲକ୍ଷ୍ମଣରେଖା ଭିତରେ ରହିବାକୁ ବାଧ୍ୟ କରୁଥିଲା। ସାଧାରଣ ଜନତାଠାରୁ ଆରମ୍ଭକରି ଅସାଧାରଣ ବ୍ୟକ୍ତି ଏ ସମସ୍ତଙ୍କର ନେତାଥିଲେ ବିଜୁବାବୁ। ସେଇଥିପାଇଁ ଓଡ଼ିଶାର କୋଣ ଅନୁକୋଣରେ ”ବିଜୁ ପଟ୍ଟନାୟକ“ କହିଲେ ଅନେକେ ଭାବପ୍ରବଣ ହୋଇଉଠନ୍ତି; ଓଡ଼ିଶାର ସ୍ବାଭିମାନ କଥା ମନେପଡ଼େ, ଦେଶପ୍ରେମର କଥା ସ୍ବତଃ ଉଙ୍କିମାରେ, ବଳିଷ୍ଠ ବ୍ୟକ୍ତିତ୍ୱ ଓ ନେତୃତ୍ୱର ଝଲକ ଆଇନା ଭଳି ଦେଖାଯାଏ। ରାଜନୀତିର ପଶାପାଲିରେ ହୁଏତ ସେ କେତେବେଳେ ନିରାଶ ହୋଇଛନ୍ତି ବା ତାଙ୍କର ଉଚିତ ଆସନ ପାଇନାହାନ୍ତି କିନ୍ତୁ ଜୀବନ ସାରା ଏକ ବଳିଷ୍ଠ ବ୍ୟକ୍ତିତ୍ୱର ନିଦର୍ଶନ ଦେଇ ଜନମାନସରେ ଅମର ହୋଇଯାଇଛନ୍ତି। ଜୀବନର ପ୍ରତି ପାହାଚରେ ସେ ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ କିଛି କରିବାକୁ ଚାହୁଁଥିଲେ। ”ନେହେରୁଙ୍କ ପରେ କିଏ“ ପୁସ୍ତକର ଲେଖକ ୱେଲ୍‌ସ ହେଙ୍ଗନ ବିଜୁଙ୍କଠାରେ ସେଇ ବ୍ୟକ୍ତିତ୍ୱ ଓ ପରାକ୍ରମ ଅନୁଭବ କରି ବିଜୁଙ୍କୁ ନେହେରୁଙ୍କ ଭାବୀ ଦାୟାଦ ଭାବେ ଚିତ୍ରଣ କରିଥିଲେ। ଭାଗ୍ୟର ବିଡ଼ମ୍ବନା ଯେ ଏହି ବଳିଷ୍ଠ ରାଜନୈତିକ ବ୍ୟକ୍ତିତ୍ୱ ଭାରତର ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତି ହୋଇପାରି ନ ଥିଲେ ଯଦିଓ ତାଙ୍କ ଇଙ୍ଗିତରେ ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତି ଚୟନ କରାଯାଉଥିଲା। ବିଜୁ ପଟ୍ଟନାୟକ ଥିଲେ ଓଡ଼ିଶାର ଏପରି ଜଣେ ସୁସନ୍ତାନ, ଯାହାଙ୍କ ପାଇଁ ପ୍ରତି ଓଡ଼ିଆ ଗର୍ବିତ।
– ଡ. ମନୋରଞ୍ଜନ ମହାନ୍ତି
ମୋ -୯୪୩୭୧୯୯୧୦୬


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?