ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ କହିବାକୁ ଗଲେ ଏହାର ଅର୍ଥ ଶାଶ୍ୱତ ଧର୍ମ। ତଥାପି, ଏହି ଶାବ୍ଦିକ ଅଭିବ୍ୟକ୍ତିରେ ଏକ ବିରୋଧାଭାସ ରହିଛି। କାରଣ ଧର୍ମର ବର୍ଗୀକରଣକୁ ଆମେ ଆଜି ଯାହା ବୁଝୁଛୁ, ତାହା ତୁଳନାମୂଳକ ଭାବେ ହେଉଛି ଏକ ଆଧୁନିକ ଧାରଣା ଏବଂ ଏହା ଔପନିବେଶିକ ଶାସନ ସମୟରେ ପାଶ୍ଚାତ୍ୟ ଚିନ୍ତାଧାରା ମାଧ୍ୟମରେ ଭାରତକୁ ଆସିଥିଲା। ୧୯ଶ ଶତାବ୍ଦୀରେ ପାଶ୍ଚାତ୍ୟ ଚିନ୍ତାଧାରାର ପ୍ରଭାବକୁ ସାମ୍ନା କରିଥିବା ଜାପାନୀ ବିଦ୍ୱାନ୍‌ମାନେ ଅନୁଭବ କରିଥିଲେ ଯେ, ଧର୍ମ ହେଉଛି ଏକ ବର୍ଗ, ଯାହା ଧର୍ମାନ୍ତରୀକରଣ ଦ୍ୱାରା ସ୍ଥିର ହୁଏ। ଆପଣ ବୌଦ୍ଧ, ଖ୍ରୀଷ୍ଟିଆନ କିମ୍ୱା ଇସଲାମ ଧର୍ମ ଗ୍ରହଣ କରିପାରିବେ। କିନ୍ତୁ ଶିନ୍ତୋବାଦ(ଜାପାନର ମୂଳ ଅଧ୍ୟାତ୍ମ ବିଚାର)କୁ କେହି ଗ୍ରହଣ କରିପାରିବେ ନାହିଁ କିମ୍ୱା ସେଥିରୁ ଧର୍ମାନ୍ତର ହୋଇପାରିବେ ନାହିଁ। ଏହା ଏମିତି ଏକ ପରିଚୟ, ଯାହା ଜନ୍ମରୁ ମିଳେ-ଠିକ୍‌ ଚାଇନାର ହାନ୍‌ ଭଳି। ଏଗୁଡ଼ିକ ଧର୍ମ ନୁହେଁ ବରଂ ଜାତିଗତ ପରିଚୟ। ତେଣୁ ଧର୍ମାନ୍ତରୀକରଣ ଦ୍ୱାରା ଏଥିରେ କେହି ପ୍ରବେଶ କିମ୍ୱା ପ୍ରସ୍ଥାନ କରିପାରନ୍ତି ନାହିଁ। ଏହି ବ୍ୟାଖ୍ୟା ଅନୁଯାୟୀ, ହିନ୍ଦୁ ବିଚାରଧାରା ଧର୍ମରେ ସୀମିତ ନୁହେଁ ବରଂ ଏକ ଜାତିଗତ ପରିଚୟ, ଯେଉଁଥିରେ ଜଣେ ଜାତି ମାଧ୍ୟମରେ ଜନ୍ମ ହୁଏ। କେହି ଇଚ୍ଛା କଲେ ହିନ୍ଦୁ ହୋଇପାରିବେ ନାହିଁ। କିନ୍ତୁ ଯେକୌଣସି ବ୍ୟକ୍ତି ମୁସଲମାନ କିମ୍ୱା ଖ୍ରୀଷ୍ଟିଆନ ହୋଇପାରନ୍ତି। ତେଣୁ, ପ୍ରଚାର ଓ ଧର୍ମାନ୍ତରକୁ ପ୍ରୋତ୍ସାହିତ କରୁଥିବା ଧର୍ମଗୁଡ଼ିକୁ ହିନ୍ଦୁ ପରିଚୟ ପ୍ରତି ଏକ ବିପଦ ଭାବେ ଦେଖାଯାଏ।
ଭାରତୀୟଙ୍କ ପାଖରେ ନିଜ ସମାଜ ଓ ପରମ୍ପରାର ବର୍ଗୀକୃତ କରିବାର ସୁଯୋଗ ନ ଥିଲା। ଉପନିବେଶବାଦୀ ଶକ୍ତିମାନେ ଜାଣିବାକୁ ଚାହୁଁଥିଲେ ଯେ ଭାରତର ଧର୍ମ କ’ଣ। ଏହି ଚାପର ପରିଣାମ ସ୍ୱରୂପ ୧୯ଶ ଶତାବ୍ଦୀର ପ୍ରାରମ୍ଭରେ ‘ହିନ୍ଦୁତ୍ୱ’ ଶବ୍ଦ ସାମ୍ନାକୁ ଆସିଲା। ଏହି ଶବ୍ଦ ରାଜା ରାମମୋହନ ରାୟଙ୍କ ଭଳି ସଂସ୍କାରକମାନଙ୍କ ସହ ଜଡ଼ିତ ଥିଲା। ସେମାନେ ବାଲ୍ୟ ବିବାହ, ସତୀଦାହ ଏବଂ ନିଷେଧ କରାଯାଇଥିବା ବିଧବା ବିବାହ ଭଳି ସାମାଜିକ କୁସଂସ୍କାରକୁ ବିରୋଧ କରିବା ପାଇଁ ଏହି ନୂତନ ଧାରଣାକୁ ବ୍ୟବହାର କରିଥିଲେ। ଫଳରେ୧୯ତମ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ହିନ୍ଦୁ ସଂସ୍କାରକଙ୍କ ବିରୋଧରେ ପ୍ରତିକ୍ରିୟା ଦେଖାଦେଇଥିଲା। ପରମ୍ପରାବାଦୀମାନେ ‘ସନାତନ ଧର୍ମ’ଶବ୍ଦକୁ ବ୍ୟବହାର କରି ଦାବି କଲେ ଯେ, ହିନ୍ଦୁ ଏକ ଅପରିବର୍ତ୍ତନଶୀଳ ଓ ଚିରନ୍ତନ ପରମ୍ପରା। ଏହା ହିଁ ବ୍ୟାଖ୍ୟା କରେ କାହିଁକି ଆଜି ୫,୦୦୦ ବର୍ଷର ହିନ୍ଦୁଧର୍ମ ଧାରଣାକୁ ଏତେ ଗୁରୁତ୍ୱ ଦିଆଯାଉଛି ଏବଂ ଆର୍ଯ୍ୟମାନେ ଓ ଘୋଡ଼ା ଭାରତ ବାହାରୁ ଆସିଥିଲେ ବୋଲି ଥିବା ଐତିହାସିକ ମତକୁ ସ୍ୱୀକାର କରିବା ପାଇଁ ଏତେ ଅନିଚ୍ଛା ପ୍ରକାଶପାଉଛି। ତେବେ ଲେଖକ-ପଣ୍ଡିତ ଚନ୍ଦ୍ରନାଥ ବସୁ ‘ହିନ୍ଦୁତ୍ୱ’ ଶବ୍ଦ ପ୍ରଚଳନ କରିବା ପରେ ୨୦ଶ ଶତାବ୍ଦୀରେ, ବିନାୟକ ଦାମୋଦର ସାବରକରଙ୍କ ଦ୍ୱାରା ଏହା ରାଜନୈତିକ ଗୁରୁତ୍ୱ ହାସଲ କରିଥିଲା। ସେ ଏହାକୁ ଏକ ରାଜନୈତିକ ଚିନ୍ତାଧାରା (ରାଜନୈତିକ ଆଦର୍ଶ) ଭାବରେ ପୁନଃ ପ୍ରତିଷ୍ଠା କରିଥିଲେ। ଆର୍‌ଏସ୍‌ଏସ୍‌ ହିନ୍ଦୁତ୍ୱକୁ ଏହାର ସାଂଗଠନିକ ନୀତି ଭାବରେ ଗ୍ରହଣ କଲା ଏବଂ ୨୦୧୪ରେ ଭାଜପା କ୍ଷମତାକୁ ଆସିବା ପରେ ରାଜନୈତିକ କ୍ଷେତ୍ରରେ ଏହି ଶବ୍ଦକୁ ଅଧିକ ପ୍ରାଧାନ୍ୟ ଦିଆଗଲା। ଗତ କିଛି ବର୍ଷ ହେଲା ନେତାଙ୍କ ମଧ୍ୟରେ ‘ସନାତନ ଧର୍ମ’ ଶବ୍ଦର ବ୍ୟବହାର ବଢ଼ିଛି। ତେବେ ହିନ୍ଦୁତ୍ୱ ଶବ୍ଦ ଅଧିକ ଧାର୍ମିକ ଶୁଣାଯାଉଥିବା ବେଳେ ସନାତନ ଧର୍ମକୁ ସାଂସ୍କୃତିକ ଭାବେ ଉପସ୍ଥାପନ କରାଯାଇପାରିବ, ଯାହା ଜୈନ, ବୌଦ୍ଧ ଏବଂ ଶିଖ୍‌ମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟାପକ ସୁଯୋଗ ଦେଇଥାଏ। ତଥାପି, ପ୍ରାୟ କେହି ବି ସ୍ପଷ୍ଟ ଭାବରେ କହିପାରିବେ ନାହିଁ ଯେ ସନାତନ ଧର୍ମର ପ୍ରକୃତ ଅର୍ଥ କ’ଣ। ‘ମର୍ଚାଣ୍ଟ୍‌ସ ଅଫ୍‌ ଭର୍ଚୁ’ (୨୦୨୨) ପୁସ୍ତକରେ ପ୍ରିନ୍ସଟନ୍‌ ବିଶ୍ୱବିଦ୍ୟାଳୟର ଐତିହାସିକ ଦିବ୍ୟା ଚେରିଆନ୍‌ ଦର୍ଶାଇଛନ୍ତି ଯେ ସପ୍ତଦଶ ଶତାବ୍ଦୀର ରାଜପୁତ ଦରବାରର ଐତିହାସିକ ବିବରଣୀଗୁଡ଼ିକରେ ହିନ୍ଦୁ ଶବ୍ଦ ବ୍ୟବହାର ହେଉଥିଲା। ତୁର୍କୀ କିମ୍ୱା ମୁସଲମାନ ଏବଂ ଅସ୍ପୃଶ୍ୟଙ୍କୁ ବାଦ୍‌ ଦେଇ ଏହାକୁ ସଂଜ୍ଞାକୃତ ବା ପରିଭାଷିତ କରାଯାଇଥିଲା। ଏହି ସଂଜ୍ଞାକୁ ରାଜସ୍ଥାନ ଓ ଗୁଜରାଟ ଅଞ୍ଚଳର ଶକ୍ତିଶାଳୀ ଜୈନ ଏବଂ ବୈଷ୍ଣବ ମହାଜନ କିମ୍ୱା ବ୍ୟବସାୟୀ -ଅମଲାମାନେ ସମର୍ଥନ କରିଥିବା ଜଣାଯାଏ। ଏବେ ମଧ୍ୟ ଏହି ଅଞ୍ଚଳ ଭାରତର ସବୁଠୁ ପ୍ରଭାବଶାଳୀ ରାଜନୈତିକ-ଧାର୍ମିକ ପୃଷ୍ଠପୋଷକଙ୍କ କେନ୍ଦ୍ର ଭାବେ ପରିଚିତ, ଯେଉଁଥିରେ ଉତ୍ତର ଭାରତର ବୈଷ୍ଣବ ଆନ୍ଦୋଳନ ସହ ଜଡ଼ିତ ବହୁ ପ୍ରଭାବଶାଳୀ ବ୍ୟକ୍ତି ଅନ୍ତର୍ଭୁକ୍ତ ଅଛନ୍ତି।
ପ୍ରାୟ ୨,୦୦୦ ବର୍ଷ ପୂର୍ୱେ ବୌଦ୍ଧ ଧମ୍ମପଦରେ ପ୍ରାକୃତ ଭାଷାର ‘ଧମ୍ମୋ ସନାତନୋ’ ବାକ୍ୟାଂଶ ପ୍ରଥମେ ଦେଖିବାକୁ ମିଳେ। ଜୈନଧର୍ମର ଆଚାରାଙ୍ଗ ସୂତ୍ରରେ ମଧ୍ୟ ପୁନର୍ଜନ୍ମ ଓ କର୍ମତତ୍ତ୍ୱ ପ୍ରସଙ୍ଗରେ ଏହି ସନାତନ ଧାରଣାର ବ୍ୟବହାର ହୋଇଛି। ପରବର୍ତ୍ତୀ ସମୟରେ ପ୍ରାୟ ସେହି ଯୁଗରେ ଏହି ଚିନ୍ତାଧାରା ମହାଭାରତର ଭଗବଦ୍‌ ଗୀତା ମାଧ୍ୟମରେ ଭକ୍ତି ପରମ୍ପରାରେ ପ୍ରବେଶ କରିଥିଲା।
ଭଗବଦ୍‌ ଗୀତା ହେଉଛି ପୂର୍ୱର ଉପନିଷଦୀୟ ଗ୍ରନ୍ଥଗୁଡ଼ିକ (ପ୍ରାୟ ଖ୍ରୀଷ୍ଟପୂର୍ୱ ୫୦୦) ଉପରେ ଆଧାରିତ ଏକ ନୂତନ ସୃଷ୍ଟି, ଯାହା କେବଳ ଚେତନା (ପୁରୁଷ, ଜୀବ, ଆତ୍ମା, ବ୍ରହ୍ମ) ଉପରେ ଗୁରୁତ୍ୱ ଦେଇଥିଲା। ଗୀତା ଆଧ୍ୟାତ୍ମିକ ସତ୍ୟ ସହିତ ଏକ ନୂତନ ଧାରଣା ବସ୍ତୁବାଦୀ ସତ୍ୟ (ପ୍ରକୃତି) ଯୋଗ କଲା, ଯାହାକୁ ଏହା ସାଂଖ୍ୟ ଦର୍ଶନ କିମ୍ୱା ପ୍ରାରମ୍ଭିକ ତନ୍ତ୍ର ଚିନ୍ତାଧାରାରୁ ଗ୍ରହଣ କରିଥିଲା। ପ୍ରକୃତି ଉପରେ ଗୁରୁତ୍ୱ ଦେବାରୁ ଗୀତାରେ ସାତ୍ତ୍ୱିକ, ତାମସିକ ଏବଂ ରାଜସିକ ଭଳି ଶବ୍ଦଗୁଡ଼ିକର ପ୍ରଚଳନ ହେଲା। ଗୁପ୍ତ ଯୁଗ (ପ୍ରାୟ ୩୦୦ ଖ୍ରୀଷ୍ଟାବ୍ଦ) ପରେ ଧର୍ମଶାସ୍ତ୍ରର ବର୍ଣ୍ଣ (ଜାତି) ଏବଂ ଦ୍ୱିଜ (ଦ୍ୱିତୀୟ ଜନ୍ମପ୍ରାପ୍ତ) ପରି ଧାରଣା ଆସିବାରୁ ଏହି ଶବ୍ଦଗୁଡ଼ିକ ଅଧିକ ଲୋକପ୍ରିୟ ହୋଇଉଠିଲା। ଜେନେଟିକ୍‌ (ଆନୁବଂଶିିକ) ଅଧ୍ୟୟନ ଅନୁଯାୟୀ, ଏହି ସମୟରେ ହିଁ ଭାରତରେ ସ୍ୱଜାତି ବିବାହ ଦୃଢ଼ ହୋଇଥିଲା ।
ଉଲ୍ଲେଖନୀୟ ବିଷୟ ହେଉଛି, ‘ସାତ୍ତ୍ୱିକ’ ଖାଦ୍ୟ ଶବ୍ଦ ଆୟୁର୍ୱେଦରେ ଦେଖାଯାଏ ନାହିଁ, ତଥାପି ଏହା ସନାତନ ଧର୍ମ ଆନ୍ଦୋଳନର କେନ୍ଦ୍ରବିନ୍ଦୁ ପାଲଟିଛି । ଉତ୍ତର ଭାରତର ମନ୍ଦିରଗୁଡ଼ିକ ଏବେ ଦାବି କରୁଛନ୍ତି ଯେ, ସେମାନଙ୍କ ପରିସରର ୧୫ କିଲୋମିଟର ମଧ୍ୟରେ କୌଣସି ମାଂସ ବିକ୍ରି କରୁଥିବା ପ୍ରତିଷ୍ଠାନ ରହିବ ନାହିଁ । ଏହି ଖାଦ୍ୟ-ରାଜନୀତି ସନାତନ ଧର୍ମ ଆନ୍ଦୋଳନର ପ୍ରକୃତ ସ୍ୱରୂପକୁ ସୂଚିତ କରେ। ଏହି ମତାନୁସାରେ, ସନାତନ ଧର୍ମ ମୂଳତଃ ଉତ୍ତର ଭାରତର ବ୍ରାହ୍ମଣ, ବଣିଆ ଓ ଜୈନ ସମ୍ପ୍ରଦାୟ ଦ୍ୱାରା ପ୍ରଚାରିତ ଏକ ନିରାମିଷ-କୈନ୍ଦ୍ରିକ ହିନ୍ଦୁଧର୍ମ, ଯାହାର ଖାଦ୍ୟ ସଂସ୍କୃତି ଭାରତର ଅନ୍ୟାନ୍ୟ ଅଞ୍ଚଳର ପାରମ୍ପରିକ ଖାଦ୍ୟାଭ୍ୟାସକୁ ପ୍ରତିଫଳିତ କରେ ନାହିଁ।
ଏହି ନିରାମିଷ-ସାତ୍ତ୍ୱିକ ପରିଚୟ ସମ୍ପୂର୍ଣ୍ଣ ଭିନ୍ନ ଅନୁଷ୍ଠାନଗୁଡ଼ିକୁ ଏକତ୍ରିତ କରେ। ଗାନ୍ଧୀଙ୍କ ସାବରମତୀ ଆଶ୍ରମଠାରୁ ଆରମ୍ଭ କରି ଆର୍‌ଏସ୍‌ଏସ୍‌ ମୁଖ୍ୟାଳୟ ସେମାନଙ୍କ କ୍ୟାଣ୍ଟିନରେ କେବଳ ନିରାମିଷ ଖାଦ୍ୟ ପରଷୁଛନ୍ତି। ତେଣୁ, ଏହି ଦୃଷ୍ଟିକୋଣରୁ ସନାତନ ଧର୍ମର ପ୍ରଚଳିତ ସରଳତମ ପରିଭାଷା ହେଉଛି -ସାତ୍ତ୍ୱିକ ନିରାମିଷ ଖାଦ୍ୟର ପବିତ୍ରତାକୁ ନିଜର ପରିଚୟର ମୂଳ ଆଧାର କରୁଥିବା ହିନ୍ଦୁଧର୍ମ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?