ଚନ୍ଦକାରେ ପ୍ରାଗୈତିହାସିକ ଗୁମ୍ଫା

ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରେ ରହିଛି ଏକାଧିକ ଗୁମ୍ଫା। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ୱ ବିଭାଗର ନଜର ଆଢୁଆଳରେ ରହିଥିବା ଏହି ଗୁମ୍ଫାଗୁଡ଼ିକର ଐତିହାସିକ ଗୁରୁତ୍ୱ ଓ ବିଶେଷତ୍ତ୍ୱ ରହିଥିଲେ ମଧ୍ୟ ତାହା ଲୋକଲୋଚନକୁ ଆସିପାରି ନାହିଁ। ଭୁବନେଶ୍ୱରଠାରୁ ୩୫ କି.ମି. ଦୂର ଜଙ୍ଗଲ ଭିତରେ ଏଭଳି କିଛି ଗୁମ୍ଫାକୁ ଠାବ କରିଛନ୍ତି ସେଣ୍ଟର ଫର୍‌ ରୁରାଲ ଟୁରିଜମ୍‌ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ (ସିଆର୍‌ଟିଡି)ର ସମ୍ପାଦକ ଲଳିତ ମୋହନ ପଣ୍ଡା। ଶୁକ୍ରବାର ଲଳିତଙ୍କ ସହ ଏକ ତିନିଜଣିଆ ଟିମ୍‌ ସେଠାରେ ପହଞ୍ଚତ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁମ୍ଫାଗୁଡ଼ିକର ପ୍ରାଥମିକ ସର୍ବେକ୍ଷଣ କରିଥିଲେ। ଲଳିତଙ୍କ ଟିମ୍‌ ଡମପଡା ପ୍ରବେଶ ପଥରେ ପଶି ଗୁମ୍ଫା ନିକଟରେ ପହଞ୍ଚତ୍ ବିଭିନ୍ନ ସ୍ଥାନର ଫଟୋ ଉଠାଇବା ସହିତ ଭିଡିଓ ମଧ୍ୟ କରିଛନ୍ତି। ଏଥିସହ ଗୁମ୍ଫାଗୁଡ଼ିକର ସ୍ଥିତି, ଶିଳାଲିପିରୁ ଏସବୁ ପ୍ରାକ୍‌ ଐତିହାସିକ ଯୁଗର ବୋଲି ସେ ଦାବି କରିଛନ୍ତି।
ତାଙ୍କ ସୂଚନାନୁସାରେ, ଗୋଟିଏ ସ୍ଥାନରେ ପାଖାପାଖି ହୋଇ ତିନୋଟି ବଡ଼ ଗୁମ୍ଫା, ଶେଲ୍‌ଟର ବେଡ୍‌ (ଆଦି ମାନବମାନେ ଶୋଉଥିଲେ) ଓ ଏକ ବୃହତ୍‌ ଗୁମ୍ଫା ରହିଛି। ସ୍ଥାନୀୟ ଲୋକେ କେତେକ ଗୁମ୍ଫା ସହ ଚଳପ୍ରଚଳ ହେଉଥିଲେ ମଧ୍ୟ ସେଗୁଡ଼ିକର ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ କିଛି ଜାଣି ନାହାନ୍ତି। ଗୋଟିଏ ଗୁମ୍ଫାର ଗର୍ତ୍ତ ବହୁତ ବଡ଼ ହୋଇଥିବାରୁ ଏହାକୁ ଅନ୍ଧାରି ଗୁମ୍ଫା ବୋଲି କୁହାଯାଉଛି। ଏହାକୁ ଲାଗି ଆଉ ଏକ ଗୁମ୍ଫା ରହିଛି। ସେହି ଗୁମ୍ଫାରୁ ଏକ ଜଳ ଉତ୍ସ ବାହାରି ଥିବା ଦେଖିବାକୁ ମିଳିଛି, ଯାହାକୁ ସ୍ଥାନୀୟ ଲୋକ ଶ୍ୱେତ ଗଙ୍ଗା ବୋଲି କହୁଛନ୍ତି। ଏହି ଝରର ପାଣି ଅତି ସ୍ବଚ୍ଛ। ଗୁମ୍ଫାଟି ଲମ୍ବା ସୁଡ଼ଙ୍ଗ ସଦୃଶ ହୋଇଛି। ତେଣୁ ସ୍ଥାନୀୟ ଲୋକମାନେ ଏଠାରେ ହୁଳହୁଳି ଓ ଘଣ୍ଟନାଦ କଲେ ଇନ୍ଦ୍ର ଦେବ ପ୍ରସନ୍ନ ହୋଇ ବୃଷ୍ଟି କରାଇଥା’ନ୍ତି ବୋଲି ଅଭୟାରଣ୍ୟ ମଧ୍ୟରେ ଥିବା ୫ଟି ରାଜସ୍ବ ଗାଁର ବାସିନ୍ଦା ମତ ଦେଇଛନ୍ତି। ପୁରାତନ କାଳରେ ନିଶ୍ଚିତ ଏହି ସ୍ଥାନରେ ଏକ ମାନବ ସଭ୍ୟତା ଥିବା ଜଣାପଡୁଛି। ସେହିପରି ମଧ୍ୟପ୍ରଦେଶର ଭୀମବେଟ୍‌କାର ଶିଳା ଚିତ୍ର ସହ ଏହାର ସାମଞ୍ଜସ୍ୟ ଥିବାରୁ ଏହି ଗୁମ୍ପାକୁ ପ୍ରାକ୍‌ ଐତିହାସିକ ସମୟର କୁହାଯାଇପାରିବ ବୋଲି ଲଳିତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏଥିସହ ସେ କହିଛନ୍ତି, ଗୁମ୍ଫାଗୁଡ଼ିକ ନୂତନ ପ୍ରସ୍ତର ଯୁଗର ହୋଇଥିବା ଅଧିକ ସମ୍ଭାବନା ରହିଛି। ଏଠାରେ ଫୁଲର ସାଙ୍କେତିକ ଚିତ୍ର ରହିଥିବା ଦେଖାଯାଇଛି। ଗବେଷକଙ୍କ ମତରେ ଏହା ୩୦୦୦ରୁ ୪୦୦୦ ଖ୍ରୀଷ୍ଟ ପୂର୍ବର ବୋଲି ସୂଚନା ମିଳୁଛି। ଏ ନେଇ ଆର୍କିଓଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ(ଏଏସ୍‌ଆଇ)ର ଗବେଷକଙ୍କୁ ମଧ୍ୟ ମୁଁ ଅବଗତ କରିଛି। ତେବେ ସିଆର୍‌ଟିଡି ତରଫରୁ ମଧ୍ୟ ଆଗକୁ ଏଠାରେ ଅଧିକ ଗବେଷଣା ଜାରି ରଖିବୁ ବୋଲି ଲଳିତ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଚନ୍ଦକା ବାହାରେ ଅର୍ଥାତ୍‌ ଅଭୟାରଣ୍ୟକୁ ଲାଗି ରହିଥିବା ଅଞ୍ଚଳରେ ବହୁ ପୁରାତନ ଗୁମ୍ଫାକୁ ସିଆର୍‌ଟିଡି ପକ୍ଷରୁ ଠାବ କରାଯିବା ସହ ସେହି ସ୍ଥାନର ପୁରାତନ ସାଙ୍କେତିକ ଚିତ୍ରକୁ ସର୍ବସାଧାରଣରେ ଉନ୍ମୋଚନ କରାଯାଇଥିଲା। ସେଗୁଡ଼ିକ ହେଲା ଦୁଆର-ଖୋଲ, ବାଘ ଗୁମ୍ଫା, ଗୟଳ ବାଙ୍କରେ ଥିବା ଜାରିଆ ଗୁମ୍ଫା, ଚାଞ୍ଚଲ୍ୟ ଗୁମ୍ଫା, ପାଣ୍ଡବ-ବଖରା ଗୁମ୍ଫା, ଦକ୍ଷିଣ-କବାଟ ଗୁମ୍ଫା, କାଳିଆ-ତଳିଆ ଗୁମ୍ଫା, ନରହରି ଗୁମ୍ଫା, ହାଡ଼ୁ ଦାସ ଗୁମ୍ଫା ଓ ଅନାହତ ଗୁମ୍ଫା। ତେବେ ନୂଆକରି ଠାବ ହୋଇଥିବା ଗୁମ୍ଫାଗୁଡ଼ିକ ଚନ୍ଦକା ଅଭୟାରଣ୍ୟର କୋର୍‌ ଏରିଆରେ ଥିବାରୁ ଏହା ଉପରେ କାହାର ନଜର ପଡୁ ନ ଥିଲା। ଅଭୟାରଣ୍ୟ ସୀମା ବାହାରେ ଥିବା ଗୁମ୍ଫାଗୁଡ଼ିକରେ ଫୁଲ, ତେଣ୍ଟା, ନିଆଁ ଆଦି ସାଙ୍କେତିକ ଚିତ୍ର ରହିଥିବାବେଳେ ଅଭୟାରଣ୍ୟ ଭିତରେ ଥିତ୍ତ୍ବା ଏହି ପ୍ରାକ୍‌ ଐତିହାସିକ ଅନ୍ଧାରି-ଗୁମ୍ଫାରେ କେବଳ ଫୁଲର ଚିତ୍ର ଦେଖିବାକୁ ମିଳିଛି। ଏହି ଗୁମ୍ଫା ପ୍ରାକ୍‌-ଐତିହାସିକ ସମୟର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାଇତି ରଖିଥିବାରୁ ଏହାର ସଂରକ୍ଷଣର ଆଶ୍ୟକତା ରହିଛି। ତେଣୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏହାର ସଂରକ୍ଷଣ ଭାର ହାତକୁ ନେବା ସହ ଏହାକୁ ସଂରକ୍ଷିତ ପ୍ରାକ୍‌-ଐତିହାସିକ ଗୁମ୍ଫା ମାନ୍ୟତା ଦେବା ପାଇଁ ଲଳିତ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri