Posted inଜାତୀୟ

ବ୍ୟାଙ୍କ ବୁଡ଼ିଗଲେ ବି ଜମାକାରୀଙ୍କ ଟଙ୍କା ସୁରକ୍ଷିତ…

ନୂଆଦିଲ୍ଲୀ, ୧୨।୧୨: ବ୍ୟାଙ୍କ ବୁଡ଼ିଗଲେ ବି ଏବେ ଜମା ରଖିଥିବା ଜମାକାରୀଙ୍କ ପାଇଁ ସେମାନଙ୍କର ଟଙ୍କା ନେଇ କୌଣସି ଚିନ୍ତା କରିବାର ନାହିଁ। ସେମାନଙ୍କର ଟଙ୍କା ସୁରକ୍ଷିତ ରହିବ। ପୂର୍ବରୁ ଜମା ଟଙ୍କା ଫେରସ୍ତ ପାଇବାର କୌଣସି ସମୟ ସୀମା ନ ଥିଲା। ମାତ୍ର ଏବେ ଭାଜପା ସରକାର ଜମାକାରୀଙ୍କ ଟଙ୍କା ଫେରସ୍ତା ପାଇଁ ୯୦ ଦିନ ଅର୍ଥାତ୍‌ ୩ ମାସର ସମୟ ସୀମା ଧାର୍ଯ୍ୟ କରାଯାଇଛି।

ଯାହାଫଳରେ ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ଗତ ୧୦ ବର୍ଷ ଧରି ଲାଗି ରହିଥିବା ସମସ୍ୟାର ସାଧାନ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବ୍ୟାଙ୍କ ଡିପୋଜିଟ୍‌ ଇନସ୍ୟୁରାନ୍ସ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଡିପୋଜିଟର ଫାଷ୍ଟ୍‌ ଭାବେ ନାମିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ଏକ ଲକ୍ଷରୁ ଅଧିକ ଜମାକାରୀ ଫେରସ୍ତ ପାଇ ନ ଥିବା ସେମାନଙ୍କ ଟଙ୍କାକୁ ପାଇଛନ୍ତି। ଏହି ଫେରସ୍ତ ଟଙ୍କା ପରିମାଣ ୧୩୦୦ କୋଟିରୁ ଅଧିକ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ର ତଥା ଦେଶର କୋଟି କୋଟି ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଦଶନ୍ଧି ଧରି ଚାଲିଆସୁଥିବା ଏକ ବଡ ସମସ୍ୟାର ସମାଧାନ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଠିକ ସମୟରେ ଯେକୌଣସି ସମସ୍ୟାର ସମାଧାନ କରି ପାରିଲେ ଏହାକୁ ଅଧିକ ଗୁରୁତର ହେବାରୁ ରକ୍ଷା କରାଯାଇପାରିବ। କିନ୍ତୁ ବର୍ଷ ବର୍ଷ ଧରି ସମସ୍ୟାକୁ ଏଡ଼ାଇବା ପାଇଁ ଏକ ପ୍ରବୃତ୍ତି ଥିଲା। ଆଜିର ନୂଆ ଭାରତ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଉଛି।

ଦେଶରେ ଏବେ କୌଣସି ସମସ୍ୟାର ସମାଧାନ ପାଇଁ ଟାଳଟୁଳ ନୀତି ଗ୍ରହଣ କରାଯାଉନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ବ୍ୟାଙ୍କ ବୁଡ଼ିଗଲେ ଜମାକାରୀଙ୍କ ପାଇଁ ମାତ୍ର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫେରସ୍ତ ପାଇବାର ବ୍ୟବସ୍ଥା ଥିଲା। ଏହି ଟଙ୍କା କେବେ ମିଳିବ ତାହାର କୌଣସି ସମୟ ସୀମା ମଧ୍ୟ ନ ଥିଲା। ଗରିବଙ୍କ ଚିନ୍ତା ଏବଂ ମଧ୍ୟବିତ୍ତଙ୍କ ଚିନ୍ତାକୁ ବିଚାରକୁ ନେଇ ଭାଜପା ସରକାର ଏହି ପରିମାଣକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ସେ କହିଛନ୍ତି ଯେ ଆମ ଦେଶରେ ବ୍ୟାଙ୍କ ଜମାକାରୀଙ୍କ ପାଇଁ ବୀମା ବ୍ୟବସ୍ଥା ୬୦ ଦଶକରେ କରାଯାଇଥିଲା। ଏହାପୂର୍ବରୁ, ବ୍ୟାଙ୍କରେ ଜମା ହୋଇଥିବା ରାଶି ମଧ୍ୟରୁ କେବଳ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଣ୍ଟି ଦିଆଯାଇଥିଲା। ତା’ପରେ ଏହାକୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

ଦେଶର ସମୃଦ୍ଧି ପାଇଁ ବ୍ୟାଙ୍କଗୁଡିକର ପ୍ରମୁଖ ଭୂମିକା ରହିଛି। ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିବା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ଯଦି ଆମେ ବ୍ୟାଙ୍କ ସଞ୍ଚୟ ବୃଦ୍ଧି କରିବାକୁ ଚାହୁଁ, ତେବେ ଜମାକାରୀଙ୍କୁ ସୁରକ୍ଷା ଦେବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ତଥା ଆରବିଆଇ ଗଭର୍ନର ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତ ମୁସଲମାନଙ୍କୁ ଓବିସି ବର୍ଗରେ ସାମିଲ କରିବାକୁ ନେଇ କର୍ନାଟକ ସରକାରଙ୍କ ବୟାନରେ ସନ୍ତୁଷ୍ଟ ନୁହେଁ ଏନସିବିସି

ବେଙ୍ଗାଲୁରୁ,୨୫।୪: ନ୍ୟାସନାଲ କମିଶନ ଫର ବ୍ୟାକଓ୍ବାର୍ଡ କ୍ଲାସେସ (ଏନସିବିସି) ସଂରକ୍ଷଣ ସୁବିଧା ଯୋଗାଇବା ପାଇଁ କର୍ନାଟକର ସମସ୍ତ ମୁସଲମାନ ସମ୍ପ୍ରଦାୟକୁ ଓବିସି ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ...

୨୦୨୪ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ମହଙ୍ଗା ଇଲେକ୍ସନ, ୨୦୧୯ ତୁଳନାରେ ଖର୍ଚ୍ଚ ହେଉଛି ୨ ଗୁଣା ଅଧିକ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବ ରେକର୍ଡ ଭାଙ୍ଗିବା ଏବଂ ବିଶ୍ୱର ସବୁଠାରୁ ମହଙ୍ଗା ର୍ନିବାଚନ ଇଭେଣ୍ଟ ହେବାକୁ ଯାଉଛି। ଏନଜିଓ ସେଣ୍ଟର ଫର...

ଏହି ଲୋକ ସଭା ଆସନରେ ସ୍ବାମୀଙ୍କୁ ଟକ୍କର ଦେବେ ସ୍ତ୍ରୀ

ଲକ୍ଷ୍ନୌ,୨୫।୩୪: ଉତ୍ତରପ୍ରଦେଶର ଇଟାୱା ଲୋକ ସଭା ଆସନରେ ପ୍ରତିଯୋଗିତା ରୋଚକ ହୋଇଛି। ବର୍ତ୍ତମାନର ଏମ୍‌ପି ରାମ ଶଙ୍କର କ୍ୟାଥେରିଆଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ଭାଜପା...

ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ କଂଗ୍ରେସ ମନିଫେଷ୍ଟୋ ଉପରେ ପ୍ରଶ୍ନ ଉଠାଉଛନ୍ତି। କିଛି ଦିନ ପୂର୍ବେ...

‘୨୦୨୫ ସୁଦ୍ଧା ଭାଜପା ସଂରକ୍ଷଣ ଉଚ୍ଛେଦ କରିବ’: ରେବନ୍ଥ ରେଡ୍ଡୀଙ୍କ ବଡ଼ ଦାବି

ହାଇଦ୍ରାବାଦ,୨୫।୪: ମୁସଲମାନମାନଙ୍କ ପାଇଁ କୋଟାକୁ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଚାଲିଥିବା ରାଜନୈତିକ ଵାକଯୁଦ୍ଧ ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଅଭିଯୋଗ କରିଛନ୍ତି...

ପ୍ରଥମେ ଖବରଦାତା ସମ୍ମିଳନୀ-ପରେ ରାଲି, ଏବେ ରୋଡ ଶୋ’…ଏଏପିର ପ୍ରଚାର ସମ୍ଭାଳିବେ ସୁନୀତା କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଗିରଫ ହୋଇ ଜେଲ୍‌ ଯିବା ପରେ ତାଙ୍କ ପତ୍ନୀ ସୁନୀତା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି। ସେ...

ହୋଟେଲରେ ନିଆଁ ଲାଗି ୬ ମୃତ, ୧୨ ଆଇସିୟୁରେ ଭର୍ତ୍ତିି

ପାଟନା,୨୫ା୪: ଗୁରୁବାର ପାଟନାରେ ଥିବା ଏକ ହୋଟେଲରେ ନିଆଁ ଲାଗିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏହି...

ଭାଜପାରେ ଯୋଗଦେଲେ ପ୍ରସିଦ୍ଧ ୟୁଟ୍ୟୁବର: ମା’ଙ୍କ କଥାରେ ଧରିଲେ ପଦ୍ମ

ନୂଆଦିଲ୍ଲୀ,୨୫।୪: ବିହାରର ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କାଶ୍ୟପ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀରେ ଦଳର ଜାତୀୟ ସଭାପତି ଜେପି ନଡାଙ୍କୁ ଭେଟି ପଦ୍ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri