Posted inଜାତୀୟ

ଭାରତ ପାଇଁ ଐତିହାସିକ ମୂହୂର୍ତ୍ତ: ପି. କେ. ମିଶ୍ର

ନୂଆଦିଲ୍ଲୀ,୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର ଗୁରୁବାର ଭାରତର ଜି -୨୦ ଅଧ୍ୟକ୍ଷତାକୁ ଏକ ଐତିହାସିକ ମୂହୂର୍ତ୍ତ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି, ଦେଶର ପ୍ରତିଷ୍ଠା ଓ ଖ୍ୟାତିକୁ ଉପଯୁକ୍ତ ଭାବେ ପ୍ରଦର୍ଶନ କରିବା ଆମ ଦାୟିତ୍ୱ। ଦେଶର ୫୬ ସ୍ଥାନରେ ଏହି ବୈଠକ ଆୟୋଜିତ ହେବ। ପ୍ରତ୍ୟେକ ରାଜ୍ୟ ସରକାର, କେନ୍ଦ୍ର ଶାସିତ ଅଞ୍ଚଳ ତଥା ନାଗରିକ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଅଂଶୀଦାର ବୋଲି ଏଥିରେ ନିଶ୍ଚିତ ହେବ। ଭାରତରେ ଯେତିକି ବିବିଧତା ରହିଛି ସେତିକି ସ୍ବତନ୍ତ୍ରତା ରହିଛି। ଦେଶର ସର୍ବୋତ୍ତମ ପରମ୍ପରା ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ଆମ ଦାୟିତ୍ୱ ବୋଲି ବିଶ୍ୱବିଦ୍ୟାଳୟ କନେକ୍ଟ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେବା ଅବସରରେ ମିଶ୍ର କହିଛନ୍ତି। ମିଶ୍ର ଆହୁରି କହିଛନ୍ତି, ସର୍ବବୃହତ୍‌ ବହୁପକ୍ଷୀୟ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଭାରତ ଗୌରବମୟ ସୁଯୋଗ ପାଇଛି। ବିଶ୍ୱବିଦ୍ୟାଳୟଗୁଡ଼ିକ ଛାତ୍ରୀଛାତ୍ରଙ୍କୁ ସ୍ଥାନୀୟ ଇତିହାସ ତଥା ଗୁରୁତ୍ୱପୂର୍ଣ୍ଣ ସ୍ଥାନ, କଳା ଏବଂ ଅନ୍ୟାନ୍ୟ ସାଂସ୍କୃତିକ ପରମ୍ପରା ବିଷୟରେ ତାଲିମ ଦେଇ ପାରିବେ। ଏପରି କି ବିଦ୍ୟାର୍ଥୀମାନେ ବୈଠକ ଆୟୋଜନ ତଥା ବିଦେଶୀ ପ୍ରତିନିଧିଙ୍କୁ ମାର୍ଗଦର୍ଶନ କରିବାରେ ଏକ ଅଂଶ ହୋଇପାରିବେ। ଗୁରୁତ୍ୱପୂର୍ଣ୍ଣ ଐତିହାସିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ସ୍ଥାନ ବ୍ୟତୀତ ପ୍ରକୃତି, ପଦଯାତ୍ରା, ଗ୍ରାମ୍ୟ ପରିଦର୍ଶନ, ସାପ୍ତାହିକ ତଥା ସ୍ଥାନୀୟ ବଜାର ପରିଦର୍ଶନ ଭଳି ଗଭୀର ଅନୁଭୂତି ହୋଇପାରେ। ବିଶ୍ୱବିଦ୍ୟାଳୟଗୁଡ଼ିକ ମେଧାବି ପିଲାଙ୍କୁ ଚୟନ କରି ଅଧିବେଶନର ଯୋଗାଯୋଗ ପାଇଁ ଭାବରେ ତାଲିମ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ବର୍ଷ ନିର୍ମାଣ ହେବ ରାମ ମନ୍ଦିର: ସମ୍ପୂର୍ଣ୍ଣ ହେବାକୁ ଲାଗିପାରେ ୫ ବର୍ଷ

ନୂଆଦିଲ୍ଲୀ,୧୦।୧୧: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଏବେ ସମସ୍ତଙ୍କ ନଜର କେବେ ଓ କେମିତି ନିର୍ମାଣ ହେବ ଅଯୋଧ୍ୟାରେ ରାମ ମନ୍ଦିର। ତେବେ ରାଷ୍ଟ୍ରୀୟ ସ୍ବୟଂ...

ଉପରାଜ୍ୟପାଳଙ୍କ ସମସ୍ତ ନିର୍ଦ୍ଦେଶ ଅଣସାମ୍ବିଧାନିକ-ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ,ସିସୋଡିଆଙ୍କ ଅଭିଯୋଗ…

ନୂଆଦିଲ୍ଲୀ,୪।୧୦ : ଦିଲ୍ଲୀ ସରକାର ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ବଢ଼ିିବାରେ ଲାଗିଛି। ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଉପରାଜ୍ୟପାଳ ବିନୟ କୁମାର...

ଏମିତି ଏକ ରୋବଟ, ଯାହା କରୋନା ରୋଗୀଙ୍କୁ କରିବ ସହାୟତା

ରାଞ୍ଚି,୪ା୧୦: ଝାଡ଼ଖଣ୍ଡର ଜାମସେଦପୁରରେ ରହୁଥିବା ଦୁଇ ଭାଇ ଏମିତି ଏକ ରୋବଟ ପ୍ରସ୍ତୁତ କରିଛନ୍ତି, ଯାହା ୩୬୦ ଡିଗ୍ରୀରେ ଘୂରୁଛି। ଖାଲି ଘୂରୁନି ଘରଠୁ ଆରମ୍ଭ...

ନାଗରିକତ୍ୱ ଆଇନ ଧାରା ୬ଏର ସାମ୍ବିଧାନିକ ବୈଧତା ଉପରେ ପ୍ରଥମେ ନିଷ୍ପତ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ା୧: ନାଗରିକତ୍ୱ ଆଇନର ଧାରା ୬ଏ’କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ପିଟିଶନଗୁଡ଼ିକର ଶୁଣାଣି ମଙ୍ଗଳବାର ହୋଇଥିଲା। ଉକ୍ତ ଧାରାରେ ରହିଥିବା ବ୍ୟବସ୍ଥାଗୁଡ଼ିକର ସାମ୍ବିଧାନିକ ବୈଧତା...

ପାଣିରୁ ବ୍ୟାପେ ନାହିଁ କରୋନା ସଂକ୍ରମଣ: ବିଶେଷଜ୍ଞ

ଲକ୍ଷ୍ନୌ/ପାଟନା,୧୩।୫: କରୋନା ମହାମାରୀ ଦେଶରେ ତାଣ୍ଡବ ରଚିବାରେ ଲାଗିଛି। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନ୍ତିମ ସଂସ୍କାର...

ଅଯୋଗ୍ୟ ଘୋଷିତ ୧୭ ବିଧାୟକ ଲଢ଼ିପାରିବେ ନିର୍ବାଚନ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୩।୧୧: କର୍ନାଟକର ଅଯୋଗ୍ୟ ଘୋଷିତ ୧୭ ବିଧାୟକ ନିର୍ବାଚନ ଲଢ଼ିପାରିବେ ବୋଲି ବୁଧବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଏହି ଘଟଣାରେ ବାଚସ୍ପତିଙ୍କ ନିଷ୍ପତ୍ତି ଠିକ୍‌ ଥିବା...

୮ ମାସରେ ୮୦୦ ଜୀବନ ବଞ୍ଚାଇଲେଣି ଏହି ବ୍ୟକ୍ତି, ମାଗଣାରେ ଯୋଗାଉଛନ୍ତି…

ପାଟଣା,୨୦ା୧୨: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ମହାମାରୀ ସହିତ ସଂଘର୍ଷ କରୁଛି। ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଗୌରବ ରାୟ ନାମକ ଜଣେ...

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ଉତ୍‌କ୍ଷୀପ୍ତ ହୋଇ ସ୍କୁଲରେ ନିଆଁ ଲଗାଇଲେ ଛାତ୍ର

ଇମ୍ଫାଲ୍‌,୨୭।୪: ମଣିପୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୬ ଜଣ ଛାତ୍ର ସ୍ଥାନୀୟ କାଥଲିକ୍‌ ସ୍କୁଲର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ଉତ୍‌କ୍ଷୀପ୍ତ ହୋଇ ସ୍କୁଲରେ ନିଆଁ...

Advertisement
Archives

Model This Week