Posted inଜାତୀୟ

ରାହୁଲଙ୍କୁ ଗୋଲାପ ଦେଲେ ସ୍ବରା

ନୂଆଦିଲ୍ଲୀ,୧।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ଗୁରୁବାର ଉଜୈନରେ ପହଞ୍ଚିଛି। କଂଗ୍ରେସ ଏହି ଯାତ୍ରାରେ ସାମିଲ ହେବା ପାଇଁ ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କର ମଧ୍ୟ ଉଜୈନରେ ପହଞ୍ଚିଥିଲେ। ଏହାପରେ ସେ ରାହୁଲ ଗାନ୍ଧୀଙ୍କ ସହ ଯାତ୍ରାରେ ସାମିଲ ହୋଇଥିଲେ। ଯାତ୍ରା ସମୟର କେତେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉକ୍ତ ଫଟୋରେ ସ୍ବରା ସିମ୍ଫଲ୍‌ ଲୁକ୍‌ରେ ନଜର ଆସିଥିଲେ। ସେ ଧଳା ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ଏହା ସହିତ ଏକ ପ୍ରିଣ୍ଟେଡ୍‌ ଶାଲ ନେଇଥିଲେ। ଅନ୍ୟପଟେ ଏହି ଯାତ୍ରାରେ ସ୍ବରା ରାହୁଲଙ୍କୁ ଏକ ଗୋଲାପ ଫୁଲ ଗୁଚ୍ଛ ଦେଇଥିବା ଦେଖିବାକୁ ମିଳିଛି। ଏହି ସମୟରେ ସ୍ବରା ହସୁଥିବା ବେଳେ ରାହୁଲ ମୁଣ୍ଡ ତଳକୁ କରି ଫୁଲ ଗ୍ରହଣ କରୁଥିବା ନଜର ଆସିଛନ୍ତି। ଏହି ସମୟରେ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାତ୍ରାରେ ସାମିଲ ହେବା ପରେ ଅଭିନେତ୍ରୀ ରାହୁଲ ଗାନ୍ଧୀଙ୍କ ଏହି ପଦଯାତ୍ରାକୁ ବେଶ୍‌ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭାଶୟ କର୍କଟ ପାଇଁ ସ୍ବଦେଶୀ ଟିକା ଆସନ୍ତା ବର୍ଷଠାରୁ ଜାତୀୟ ଟିକାକରଣ କାର୍ଯ୍ୟକ୍ରମରେ ହେବ ସାମିଲ…

ନୂଆଦିଲ୍ଲୀ,୧୫।୧୨ : ଗର୍ଭାଶୟ କର୍କଟ ପାଇଁ ସ୍ବଦେଶୀ ଟିକା ଆସନ୍ତା ବର୍ଷ ଜାତୀୟ ଟିକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ। ଏହା ପରେ ଦେଶରେ ନଅରୁ ୧୪...

କନ୍ୟା ସନ୍ତାନ ଜନ୍ମ ହେଲେ ହସ୍ପିଟାଲରେ ମାଗଣା ଚିକିତ୍ସା…

ପୁଣେ,୬।୧୧ : ପୁଣେର ଏକ ହସ୍ପିଟାଲ ’‘ବେଟି ବଚାଓ ମିଶନ’ର ଜୀବନ୍ତ ଉଦାହରଣ ପାଲଟିଛି। କନ୍ୟାଭ୍ରୁଣ ହତ୍ୟା ବିରୋଧରେ ଅଭିଯାନ ଅନ୍ତର୍ଗତ ଏଠାରେ କନ୍ୟା ସନ୍ତାନ...

କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ଆୟକର ଚଢାଉ

ବେଙ୍ଗାଲୁରୁ,୧୦।୧୦: କଂଗ୍ରେସର ବରିଷ୍ଠ ନେତା ତଥା କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱରଙ୍କ ବାସଭବନରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପରମେଶରଙ୍କ ମାଲିକାନାରେ...

ସେନା ପୋଷାକରେ ଧଳା କାର୍‌ରେ ଦିଲ୍ଲୀରେ ପ୍ରବେଶ କଲେ ୫ ଆତଙ୍କବାଦୀ: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ,୨୧।୧୦: ଦେଶର ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ସେନା ପୋଷାକରେ ଧଳା କାର୍‌ରେ ୫ ଆତଙ୍କବାଦୀ ଦିଲ୍ଲୀ ଏନସିଆର୍‌ ଅଞ୍ଚଳରେ ପ୍ରବେଶ କରିଛନ୍ତି। ସେମାନଙ୍କ...

ପ୍ରାର୍ଥୀପତ୍ର ଦାଖଲ କଲେ ଗୃହମନ୍ତ୍ରୀ

ଲକ୍ଷ୍ନୌ,୧୬।୪: କେନ୍ଦ୍ର ଗୃହମନ୍ତ୍ରୀ ଏବଂ ଲକ୍ଷ୍ନୌ ଲୋକସଭା ଆସନର ଭାଜପାର ଆଶାୟୀ ପ୍ରାର୍ଥୀ ରାଜନାଥ ସିଂହ ମଙ୍ଗଳବାର ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ରାଜନାଥ ସିଂହ...

‘ବିଚାରପତି ନିର୍ବାଚନର ସମ୍ମୁଖୀନ ହୁଅନ୍ତି ନାହିଁ’

ନୂଆଦିଲ୍ଲୀ,୨୩।୧: ବିଚାରପତିମାନଙ୍କୁ ନିର୍ବାଚନ କିମ୍ବା ଜନସାଧାରଣଙ୍କ ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ି ନ ଥାଏ ବୋଲି କେନ୍ଦ୍ର ଆଇନମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି। ତଥାପି ସେମାନେ...

କୁନାଲ କାମ୍‌ରା ନାମଧାରୀଙ୍କ ଟିକେଟ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୭-୨(ପି.ଟି.):ହାସ୍ୟାଭିନେତା କୁନାଲ କାମ୍‌ରାଙ୍କ ନାମରେ ଅନ୍ୟଜଣେ ବ୍ୟକ୍ତିଙ୍କ ଟିକେଟକୁ ଏୟାର ଇଣ୍ଡିଆ ବୁଧବାର ବାତିଲ କରିଥିଲା। ତାଙ୍କ ଟିକେଟକୁ ଭୁଲ୍‌ବଶତଃ ବାତିଲ କରାଯାଇଥିବା ସମ୍ପୃକ୍ତ ବ୍ୟକ୍ତି...

ଟୁଇଟରକୁ ପ୍ରଶ୍ନ: କାହିଁକି ବନ୍ଦ କରିଥିଲ କେନ୍ଦ୍ରମନ୍ତ୍ରୀଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ,୨୯।୬: କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଓ ବିରୋଧୀ ଏମ୍‌ପି ଶଶି ଥରୁରଙ୍କ ଆକାଉଣ୍ଟକୁ କାହିଁକି ଲକ୍‌ କରାଯାଇଥିଲା? ମାଇକ୍ରୋବ୍ଲଗିଂ...

Advertisement
Archives

Model This Week