Posted inଜାତୀୟ

ଚାଉଳର ପୂରା ଖର୍ଚ୍ଚ କେନ୍ଦ୍ର ବହନ କରିବା ଐତିହାସିକ ନିଷ୍ପତ୍ତି: ସମୀର

ଭୁବନେଶ୍ବର,୧୪।୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୮୦ କୋଟି ଲୋକଙ୍କୁ ଏଣିକି ସମ୍ପୂର୍ଣ୍ଣ ମାଗଣାରେ ଚାଉଳ ଓ ଗହମ ଯୋଗାଇଦେବାକୁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକ ଉପକୃତ ହେବା ସହ ମାସିକ ମୁଣ୍ଡ ପିଛା ୫ କେଜି ଚାଉଳ ମାଗଣାରେ ପାଇବେ। ଏ ବାବଦରେ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ମୋଦି ସରକାରଙ୍କ ଏଭଳି ନିଷ୍ପତ୍ତି ଫଳରେ ସବୁ ରାଜ୍ୟ ସରକାର ଆର୍ଥିକ ଚାପ ମୁକ୍ତ ହୋଇପାରିବେ। ସମଗ୍ର ଦେଶବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଆଗାମୀ ଦିନରେ ଆସୁଥିବା ‘ୱାନ୍‌ ନେଶନ ୱାନ୍‌ ରାଶନ’ ଯୋଜନାକୁ ଏହା ଆଗେଇନେବ ବୋଲି ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ସମୀର ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଆହୁରି କହିଛନ୍ତି, ଓଡ଼ିଶା ଭଳି ରାଜ୍ୟ ଯେଉଁଠି ଦାଦନ ସମସ୍ୟା ଅଛି ସେହି ରାଜ୍ୟର ଲୋକମାନେ ଏବେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଲାଭ ପାଇବେ। ଖାଦ୍ୟ ସୁରକ୍ଷା ଆଇନରେ ମିଳୁଥିବା ସାମଗ୍ରୀରେ ଆଗରୁ ଚାଉଳ କିଲୋ ପିଛା ଖର୍ଚ୍ଚ ହେଉଥିବା ୩୭ ଟଙ୍କା ୨୮ ପଇସାରୁ କେନ୍ଦ୍ର ସରକାର ୩୪ ଟଙ୍କା ୨୮ ପଇସା ଦେଉଥିବାବେଳେ ରାଜ୍ୟ ସରକାର ମାତ୍ର ୨ ଟଙ୍କା ଦେଉଥିଲେ। ମାତ୍ର ୨ ଟଙ୍କା ଦେଇ ସବୁ ବାହାବା ବିଜେଡି ନେବା ସହ ଏହାକୁ ଏକ ଭୋଟ ରାଜନୀତିରେ ପରିଣତ କରିଦେଇଥିଲା। ଏବେ ମୋଦି ସରକାର ଘୋଷଣା କରିଛନ୍ତି, ଏଣିକି ସବୁ ଅର୍ଥ କେନ୍ଦ୍ର ସରକାର ବହନ କରିବେ। ଏହି ଘୋଷଣା ପରେ ରାଶନ କଳାବଜାରକାରୀ, ଭୂତ ହିତାଧିକାରୀ ଭଳି ଦୁର୍ନୀତିକୁ ରୋକାଯାଇପାରିବ। ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି, ସେମାନେ ନିଶ୍ଚିତ ଭାବେ ଦୁର୍ନୀତିର ପକ୍ଷଧର ହୋଇଥିବେ ବୋଲି ସମୀର କହିଛନ୍ତି।
ତେବେ ଭାଜପାର ଏହି ମନ୍ତବ୍ୟ ପରେ ବିଜେଡି ନେତା ତଥା ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, କେନ୍ଦ୍ର ସରକାର ବ୍ରାଣ୍ଡିଂ କରନ୍ତୁ ବା ଯାହା ବି କରନ୍ତୁ ଚାଉଳ ପ୍ରସଙ୍ଗ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ତେଣୁ ଅନ୍ତ୍ୟୋଦ୍ୱୟ ଯୋଜନା ଯାହା ଥିଲା ତାକୁ ପ୍ରଧାନମନ୍ତ୍ରୀଙ୍କ ନାଁରେ ଯୋଡ଼ାଗଲା। ତେଣୁ ଯୋଜନାରେ ନାଁକୁ ବ୍ୟବହାର କରାଯାଉଛି। ଅନ୍ତ୍ୟୋଦୟ ଯୋଜନା ରାଜ୍ୟର ନୁହେଁ ଭାରତ ସରକାର କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ହୋଇଥିଲା। ବର୍ତ୍ତମାନ ତାକୁ କାହିଁକି ବଦଳାଇଲେ ସେକଥା ଜାଣିନାହାନ୍ତି। ହେଲେ ଗୋଟିଏ କଥା ସତ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ କେବଳ ରାଜନୈତିକ ଲାଭ ଉଠାଇବାକୁ ପ୍ରୟାସ କରୁଛନ୍ତି। ବ୍ରାଣ୍ଡିଂ କରିବାର ଆବଶ୍ୟକତା କ’ଣ ଅଛି। ଆମେ କହି ନ ଥିଲୁ ନବୀନ ପଟ୍ଟନାୟକ ଏହି ଚାଉଳ ଦେଉଛନ୍ତି। ଲୋକଙ୍କ ପାଖରେ ପହଞ୍ଚାଇବା ଦାୟିତ୍ୱ ରାଜ୍ୟ ସରକାରଙ୍କର। ଲୋକ ଯଦି କହିବେ ନବୀନ ପଟ୍ଟନାୟକ ଦେଲେ ଆମର କ’ଣ କହିବାର ଅଛି ବୋଲି ଅମର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ବିକଶିତ ଭାରତ ପାଇଁ ମୋଦି ଦେଲେ ୭ ଫର୍ମୁଲା: ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ‘ଶକ୍ତିର ସପ୍ତଧାରା’ର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ନିର୍ମାଣ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri