ଟାଟୁ ଦେଖି ଚିହ୍ନିିଲେ ଭଉଣୀଭାଇ

ଧାମନଗର, ୪।୯(ସ୍ବ.ପ୍ର.): ମାତ୍ର ୧୪ ବର୍ଷ ବୟସରେ ଘରୁ ପଳାଇଥିଲେ। ଏପଟେ ପୁଅକୁ ଝୁରି ଝୁରି ମା’ ଆରପାରିକୁ ଚାଲିଗଲେ। ମା’ଙ୍କ ପରେ ପରେ ବାପା ମଧ୍ୟ ଆଖି ବୁଜି ଦେଲେ। ଦୀର୍ଘ ବର୍ଷ ବିତିଯିବା ପରେ ପରିବାର ଲୋକେ ଆଶା ଛାଡ଼ି ଦେଇଥିଲେ। ହେଲେ ଦୀର୍ଘ ୩୦ ବର୍ଷ ପରେ ଗତ ସୋମବାର ଗଁାକୁ ଫେରିଛନ୍ତି ଧାମନଗର ଏନ୍‌ଏସି ଅଧୀନ ଜୟନଗର ଗ୍ରାମର ସ୍ବର୍ଗତ ବୁଲା ପ୍ରଧାନଙ୍କ ବଡ଼ମଝିଆ ପୁଅ ରଘୁ (୪୫)। ତାଙ୍କ ଦେଖି ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ରଘୁଙ୍କୁ ଦେଖିବା ପାଇଁ ତାଙ୍କ ଘର ପାଖରେ ଗଁା ଲୋକଙ୍କ ଭିଡ଼ ଜମିଥିଲା।
କହନ୍ତି, ପାରିବାରିକ କଳହକୁ କେନ୍ଦ୍ର କରି ସେ ଘର ଛାଡ଼ିଥିଲେ। ଘର ଛାଡ଼ିବା ଦିନ ପ୍ରଥମେ ସେ ଭଦ୍ରକ ଷ୍ଟେଶନରୁ ଟ୍ରେନ୍‌ରେ ଚଢ଼ିଥିଲେ। କିନ୍ତୁ କେଉଁ ଆଡ଼କୁ ଯାଉଥିଲେ ସେ ଜାଣି ନ ଥିଲେ। ଏକ ଷ୍ଟେଶନରେ ଓହ୍ଲାଇବା ପରେ ମଧ୍ୟପ୍ରଦେଶ ବୋଲି ଜାଣିବାକୁ ପାଇଥିଲେ। ସେଠାରେ ଏକ ଦୋକାନରେ କାମ କରିଥିଲେ। କାମ କରୁଥିବା ସମୟରେ ସେଠାକାର ଏକ ଗାଡ଼ି ମାଲିକ ଆଶ୍ରୟ ଦେବା ପରେ ତାଙ୍କ ପାଖରେ ରହି ଗାଡ଼ିରେ ହେଲ୍‌ପର ଥିଲେ। ପରେ ଗାଡ଼ି ଚଲାଇଲେ। ହେଲେ ପାରିଶ୍ରମିକ ମାଗିବାରୁ ମାଲିକ କାମରୁ ବାହାର କରି ଦେଇଥିଲେ। ପରେ ନିକଟସ୍ଥ ଏକ ଆଶ୍ରମର ଜଣେ ଭକ୍ତ ତାଙ୍କୁ ସେଠାକୁ ନେଇ ଆଶ୍ରମରେ ରଖିଥିଲେ। ସେଠାରେ ୩ ବର୍ଷ ରହିବା ପରେ ଗଁା କଥା ମନେ ପଡ଼ିବାରୁ ଆଶ୍ରମର ଅନ୍ତେବାସୀ ତାଙ୍କୁ କିଛି ଟଙ୍କା ଦେଇ ଟ୍ରେନ୍‌ ଟିକେଟ କରି ଭଦ୍ରକ ପଠାଇଥିଲେ। ଷ୍ଟେଶନରୁ ସିଧା ଧାମନଗର ଆସି ଗଁା ନଁା ପଚାରି ପହଞ୍ଚିଛନ୍ତି। ଗଁାର ଏବେକାର ପରିବେଶ ଦେଖି ହଠାତ୍‌ ଘର ଏବଂ ପଡ଼ୋଶୀ ଲୋକଙ୍କୁ ଚିହ୍ନିପାରି ନ ଥିଲେ। ନିଜର ପରିଚୟ ଦେବା ସହ ଭଉଣୀ ଭାଇ ଓ ତାଙ୍କ ହାତରେ ଥିବା ଟାଟୁ ଦେଖି ପରସ୍ପରକୁ ଚିହ୍ନିଥିଲେ। ପରେ ଗଁା ଲୋକେ ଓ ତାଙ୍କ ଭାଇମାନେ ଖୁସି ହୋଇ ତାଙ୍କୁ ଆଦରି ନେଇଥିଲେ। ତେବେ ଏହା ମଧ୍ୟରେ ଉଭୟ ମା’ ବାପାଙ୍କ ଦେହାନ୍ତ ହୋଇଯାଇଥିବା ଜାଣିବା ପରେ ସେ ଦୁଃଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri