ଫୁଲିଲା ହୀରାକୁଦ ଜଳଭଣ୍ଡାର, ଖୋଲିଲା ୪ ଗେଟ୍‌

ସମ୍ବଲପୁର,୧୯ା୯(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡ ଛତିଶଗଡ଼ରେ ଆଗକୁ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ହୀରାକୁଦ ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ଫୁଟ୍‌ ରହିଥିବା ବେଳେ ସୋମବାର ଅପରାହ୍ନ ସୁଦ୍ଧା ଜଳସ୍ତର ୬୨୯.୨୯ଫୁଟ୍‌ ରହିଛି। ତେଣୁ ଡ୍ୟାମର ସୁରକ୍ଷା ତଥା ରୁଲକର୍ଭ ନିୟମ ଅନୁସାରେ ସୋମବାର ପୁଣି ଗେଟ୍‌ ଖୋଲାଯାଇଛି। ବାମ ଓ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍‌ ଦେଇ ଚଳିତବର୍ଷର ତୃତୀୟ ପର୍ଯ୍ୟାୟ ବନ୍ୟାଜଳ ନିଷ୍କାସିତ ହେଉଛି।

ଏ ସମ୍ପର୍କରେ ହୀରାକୁଦ ଡ୍ୟାମ୍‌ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି, ଜଳଭଣ୍ଡାରର ଜଳସ୍ତର କ୍ଷମତା ବୃଦ୍ଧି ପାଇଛି। ଏପରିକି ପାଣିପାଗ ବିଭାଗର ଆକଳନ ଆଗାମୀ ଦିନରେ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଡ୍ୟାମର ସୁରକ୍ଷା ଦୃଷ୍ଟିରୁ ଜଳ ନିଷ୍କାସନ କରାଯାଉଛି। ବର୍ଷା ଓ ଜଳ ପ୍ରବେଶ ଅନୁପାତ ଦେଖି ଆଗାମୀ ଦିନରେ ଗେଟ୍‌ ସଂଖ୍ୟା ବୃଦ୍ଧି କରାଯିବ ବୋଲି ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୬୮ହଜାର ୮୧୨ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ସେହିପରି ସ୍ପିଲୱେ, ପାୱାରଚ୍ୟାନେଲ, ଚାଷ, କମ୍ପାନୀକୁ ମୋଟ ୧ଲକ୍ଷ ୬ହଜାର ୯୩୧ କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂରଣ ହେଉନି ୧୬ ବର୍ଷର ‘ସୁରେଶ୍ୱରୀ’ ଆଶା

ବଇଣ୍ଡା, ୧ା୮ – ୨୦୦୪ରେ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପର ଭୂମିପୂଜା ପରେ ଅନୁଗୋଳ ଜିଲା କିଶୋରନଗର ବ୍ଲକର ୬ ପଞ୍ଚାୟତର ଚାଷୀଙ୍କ ମନରେ ନୂଆ ଆଶା...

ବିଜେଡି ଫୋକସ୍‌ରେ ବିଧାନ ପରିଷଦ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ଓଡ଼ିଶା ବିଧାନସଭାରେ ପୂର୍ବରୁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। ହେଲେ ଏଥିପାଇଁ ପାର୍ଲାମେଣ୍ଟରେ ବିଧେୟକ ଆସି ଗୃହୀତ...

ଘାତକ ହେଉଛି ବାୟୁ ପ୍ରଦୂଷଣ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ଘାତକ ହେଉଛି ବାୟୁ ପ୍ରଦୂଷଣ। ଏଥିଯୋଗୁ ବିଭିନ୍ନ ମାରାତ୍ମକ ରୋଗର ଶିକାର ହୋଇ ବହୁ ମୂଲ୍ୟ ଜୀବନ ଚାଲିଯାଉଛି। ଏକ ଅଧ୍ୟୟନରୁ ଜଣାପଡିଛି ଯେ,...

ଛାତରୁ ଗଳୁଛି ପାଣି, ରୋଗୀ ହନ୍ତସନ୍ତ

ଖୁଣ୍ଟୁଣୀ,୨୫ା୭(ଡି.ଏନ୍‌.ଏ.): ୫୫ ନମ୍ବର ଜାତୀୟ ରାଜପଥ ଶିଳ୍ପାଞ୍ଚଳ ପାର୍ଶ୍ୱରେ ଥିବା ଖୁଣ୍ଟୁଣୀ ସରକାରୀ ଡାକ୍ତରଖାନା ଛାତ ଫାଟି ପାଣି ଗଳୁଛି। ଏଥିସହ ଷ୍ଟୋରରୁମ୍‌ ଛାତରୁ ସିମେଣ୍ଟ...

ଚଳନ୍ତା ଟ୍ରେନ୍‌ରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ନାବାଳକ ଉଦ୍ଧାର

ବାଲେଶ୍ୱର ଅଫିସ, ୫।୧୧-ବାଲେଶ୍ୱର ରେଳଷ୍ଟେଶନରେ ମଙ୍ଗଳବାର ପୂର୍ବାହ୍ନରେ ବାରିପଦା-ଭୁବନେଶ୍ୱର ବାଙ୍ଗିରିପୋଷି ଏକ୍ସପ୍ରେସ୍‌ ପହଞ୍ଚତ୍ବାକୁ ଅଳ୍ପ ସମୟ ଥିବା ବେଳେ ପୂର୍ବରୁ ଗାଡ଼ି ଭିତରେ ଥିବା ଜଣେ...

ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବ୍ୟବହାର ପାଇଁ ଡାକ୍ତରୀ ପରାମର୍ଶ ଜରୁରୀ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): କୋଭିଡ୍‌-୧୯ ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ (ଏଚ୍‌ସିକ୍ୟୁ) ପରି ଔଷଧ ବାବଦରେ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଡାକ୍ତରଙ୍କ ବିନା ପରାମର୍ଶରେ ଏହି ଔଷଧ...

ପାରଳାଖେମୁଣ୍ଡିରେ ଇ-ଫାଇଲିଂ ଷ୍ଟେଶନ

ପାରଳାଖେମୁଣ୍ଡି,୨୧।୩(ଡି.ଏନ.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲା କୋର୍ଟ ପରିସରରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ.ମୂରଲୀଧରଙ୍କ ଦ୍ୱାରା ଇ-ଫାଇଲିଂ ଷ୍ଟେଶନ ଉଦ୍‌ଘାଟିତ ହୋଇଯାଇଛି।...

ଦୁଇ ଶିକ୍ଷକଙ୍କୁ ରାଜ୍ୟସ୍ତରୀୟ ସମ୍ମାନ

ତାଳଚେର,୧୧ା୬(ନି.ପ୍ର.)ତାଳଚେର ବ୍ଲକର ଡେରାଠାରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦୁଇ ଜଣ ଶିକ୍ଷକ ରାଜ୍ୟସ୍ତରୀୟ ଉତ୍କଳ ଜ୍ୟୋତି ସମ୍ମାନରେ ସମ୍ମାନିତ ହୋଇଛନ୍ତି। କଟକର ଶହୀଦ୍‌...

Advertisement
Archives

Model This Week