ଇସାଇଙ୍କ ସବୁଠାରୁ ବଡ ଦେଶରେ ପ୍ରଥମଥର ହେବ ହିନ୍ଦୁ-ଆମେରିକୀୟ ଶିଖର ସମ୍ମିଳନୀ, ‘ହିନ୍ଦୁ ଫୋବିୟା’ ଉପରେ ହେବ ଆଲୋଚନା

ଓ୍ବାଶିଂଟନ,୧୧।୬: ବୃହତ୍ତମ ଖ୍ରୀଷ୍ଟିଆନ ଦେଶ ବା ଇସାଇଙ୍କ ସବୁଠାରୁ ବଡ ଦେଶ ଆମେରିକା ଜୁନ ୧୪ରେ ପ୍ରଥମ ଥର ପାଇଁ ହିନ୍ଦୁ-ଆମେରିକୀୟ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ସେଠାରେ ନିକଟରେ ଗଠିତ ’ଆମେରିକୀୟ ହିନ୍ଦୁ’ ରାଜନୈତିକ କ୍ରିୟାନୁଷ୍ଠାନ କମିଟି ଏହି ସମ୍ମିଳନୀର ସଂଗଠନ ଘୋଷଣା କରିଥିଲା। ଏହି ସମ୍ମିଳନୀରେ ଦେଶର ଶତାଧିକ ଭାରତୀୟ-ଆମେରିକୀୟ ନେତା ଏବଂ ହିନ୍ଦୁ ସଂଗଠନ ଏକତ୍ରିତ ହେବେ।
ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଆମେରିକାରେ ଆୟୋଜିତ ହୋଇଥିବା ପ୍ରଥମ ହିନ୍ଦୁ ଆମେରିକୀୟ ସମ୍ମିଳନୀକୁ ଆମେରିକା ଲୋକସଭାର ବାଚସ୍ପତି (ହାଉସ ବାଚସ୍ପତି) କେଭିନ ମ୍ୟାକାର୍ଥିି ସମ୍ବୋଧିତ କରିବେ। ବର୍ତ୍ତମାନ ଆମେରିକାରେ ପ୍ରାୟ ୩୦ଲକ୍ଷ ହିନ୍ଦୁ ବାସ କରନ୍ତି। ଆମେରିକୀୟ ୪ ହିନ୍ଦୁ ରାଜନୈତିକ କ୍ରିୟାନୁଷ୍ଠାନ କମିଟି ହିନ୍ଦୁମାନଙ୍କର ଉନ୍ନତି ତଥା ରାଜନୈତିକ ପ୍ଲାଟଫର୍ମରେ ସ୍ବର ଉତ୍ତୋଳନ ପାଇଁ ୨୦ରୁ ଅଧିକ ବିଦେଶୀ ସଂସ୍ଥାର ସହଯୋଗରେ ଗଠନ କରାଯାଇଥିଲା।

ଆମେରିକାରେ ରହୁଥିବା ହୃଦରୋଗ ବିଶେଷଜ୍ଞ ଡାକ୍ତର ରୋମେଶ ଜାପରା କହିଛନ୍ତି, ଆମେ ହିନ୍ଦୁ କକ୍‌ସକୁ ଏକାଠି କରିବାକୁ ଚେଷ୍ଟା କରୁଛୁ, ଯେଉଁଠାରେ ଆମେ ଏହି ସମସ୍ତ କଂଗ୍ରେସ ନେତା, ସିନେଟର ଏବଂ ପ୍ରତିନିଧୀଙ୍କୁ ଆମର କକ୍‌ସର ଏକ ଅଂଶ ହେବାକୁ କହିବୁ ବୋଲି ସେ କହିଛନ୍ତି। ସେ କହିଛନ୍ତି- ଆମର ଗୋଷ୍ଠୀ କଂଗ୍ରେସ ନେତାଙ୍କ ପାଇଁ ସମର୍ଥନ ଏବଂ ପାଣ୍ଠି ସଂଗ୍ରହ କରିବ ଯେଉଁମାନେ ହିନ୍ଦୁ ନୀତି ଏବଂ ମୂଲ୍ୟବୋଧ ସହ ସହମତ ଅଟନ୍ତି ଏବଂ ସମ୍ପ୍ରଦାୟକୁ ସାହାଯ୍ୟ କରିବାକୁ ଏବଂ ହିନ୍ଦୁଫୋବିୟା, ହିନ୍ଦୁ ଘୃଣା ଏବଂ ଇମିଗ୍ରେସନ ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri