ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ, ପରଜଙ୍ଗ ଓ କାମାକ୍ଷାନଗର ପାଇଁ ମଧ୍ୟ ଉଭୟ ଦଳ ପ୍ରାର୍ଥୀ ଦେଇସାରିଛନ୍ତି। ହେଲେ ହିନ୍ଦୋଳ ସଂରକ୍ଷିତ ଆସନ ପାଇଁ ବିଜେଡି ଓ ଭାଜପା ଏଯାଏ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଆଶାୟୀମାନେ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ସେହିପରି କଂଗ୍ରେସ ଜିଲାରେ ପ୍ରାର୍ଥୀ ଘୋଷଣାରେ ପୂରା ପଛରେ ପଡ଼ିଛି।
ବିଶେଷକରି ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ଉପରେ ଭାଜପା ସତର୍କ ନଜର ରଖିଛି। ସେହିପରି ଭାଜପା ମଧ୍ୟ କାହାକୁ ପ୍ରାର୍ଥୀ କରିବ ତାହାକୁ ବିଜେଡି ଚାହିଁ ରହିଥିବା ଆଲୋଚନା ହେଉଛି। ଉଭୟ ଦଳରୁ ଯଦି ପ୍ରାର୍ଥୀ ହେବାରୁ କୌଣସି ପ୍ରମୁଖ ନେତା ବଞ୍ଚିତ ହୁଅନ୍ତି, ତାହେଲେ ଏହାକୁ ନେଇ ଉଭୟଦଳ ରଣନୀତି ସ୍ଥିର କରିବେ ବୋଲି କୁହାଯାଉଛି। ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିରୁ ବିଧାୟିକା ସୀମାରାଣୀ ନାଏକଙ୍କ ସମେତ ଏମ୍‌ପି ମହେଶ ସାହୁ, ଅଶୋକ ନାଏକଙ୍କ ନାମ ଆଲୋଚନା ହେଉଥିବା ବେଳେ ଭାଜପାରୁ ପୂର୍ବତନ ମନ୍ତ୍ରୀ ଅଞ୍ଜଳୀ ବେହେରା ଓ ମନୋରଞ୍ଜନ ନାଏକଙ୍କ ନାମ ନେଇ ଚର୍ଚ୍ଚା ହେଉଛି। ତେବେ ହିନ୍ଦୋଳ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇ ନ ଥିବାରୁ ଉଭୟ ଦଳର ଏମ୍‌ପି ପ୍ରାର୍ଥୀ ନିର୍ବାଚନ ପାଇଁ ସାଙ୍ଗଠନିକ ବୈଠକରେ ଯୋଗଦେଇ କର୍ମୀମାନଙ୍କୁ ସଙ୍ଗଠିତ କରିବାରେ ସମସାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଜିଲାର ୪ଟି ଯାକ ବିଧାନସଭା ଏବଂ ଲୋକ ସଭା ପ୍ରାର୍ଥୀ ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇପାରି ନାହିଁ। ଫଳରେ ରାଜନୈତିକ ବାତାବରଣ ସରଗରମ ହୋଇପାରୁନାହିଁ। ଜିଲା କଂଗ୍ରେସ କମିଟିର ସୂଚନା ମୁତାବକ ଢେଙ୍କାନାଳ ଲୋକ ସଭା ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦିକା ସସ୍ମିତା ବେହେରା ଆଶାୟୀ ଥିବା ବେଳେ ଢେଙ୍କାନାଳ ରାଜ ପରିବାର ପକ୍ଷରୁ ମଧ୍ୟ ଜଣେ ଆଶାୟୀ ପ୍ରାର୍ଥୀ ହେବାର ସମ୍ଭାବନା ରହିଥିବା ଆଲୋଚନା ହେଉଛି। ସେହିପରି ଢେଙ୍କାନାଳ ବିଧାନସଭା ପାଇଁ ସୁସ୍ମିତା ସିଂହଦେଓଙ୍କ ସମେତ ଜିଲା ସଭାପତି ସୁନୀଲ ଦାଶ, ଯୁବ କଂଗ୍ରେସ ସଭାପତି ଶୁଭମ ଦାଶ, ଜିଲା ମହିଳା କଂଗ୍ରେସ ସଭାପତି ସ୍ମିତାରାଣୀ ସାମଲ ପ୍ରମୁଖ ଆଶାୟୀ ରହିଛନ୍ତି। କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଶିଷ୍ଟ ଶିକ୍ଷକ ନେତା ବିପ୍ରବର ସାହୁ, ପ୍ରଭୁଦତ୍ତ ଭଟ୍ଟ ଓ ପିସିସି ସାଧାରଣ ସମ୍ପାଦକ ଆଦିତ୍ୟ ମହାପାତ୍ରଙ୍କ ନାମ ଆଶାୟୀ ପ୍ରାର୍ଥୀଭାବେ ରହିଛି। ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗୋବର୍ଦ୍ଧନ ଶେଖର ନାଏକ ଓ କୈଳାସ ନାଏକ, ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ରଣଜିତ ସାହୁ ଓ ବିଜୟ ରାଉତରାୟଙ୍କ ନାମ ଚର୍ଚ୍ଚା ହେଉଥିବା ଜଣାପଡିଛି। ହିନ୍ଦୋଳକୁ ଛାଡି ବାକି ଆସନରେ ବିଜେଡି ଓ ଭାଜପା ପ୍ରାର୍ଥୀମାନେ ଏକପ୍ରକାର ପ୍ରଚାର କାମ ଆରମ୍ଭ କରିଥିବା ବେଳେ କଂଗ୍ରେସର ପ୍ରାର୍ଥୀ ଘୋଷଣା ହୋଇ ନ ଥିବାରୁ ଦଳର ପ୍ରାର୍ଥୀମାନେ କେବେ ପ୍ରଚାରରେ ସାମିଲ ହେବେ ତାହା ଆଲୋଚନାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ଜିଲା କଂଗ୍ରେସ ସଭାପତି ସୁନୀଲ ଦାଶ କହିଛନ୍ତି, ଜିଲା କଂଗ୍ରେସ ପକ୍ଷରୁ ସମସ୍ତ ତାଲିକା ହାଇକମାଣ୍ଡଙ୍କ ନିକଟକୁ ପଠାଯାଇଛି। ଚୂଡ଼ାନ୍ତ ନିଷ୍ପତ୍ତିି ହାଇକମାଣ୍ଡଙ୍କ ହାତରେ। ଜିଲା ବିଜେଡି ସଭାପତି ତଥା ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ କହିଛନ୍ତି, ବିଳମ୍ବ ତ ହେଉଛି। କେବେ ଘୋଷଣା ହେବ ଅପେକ୍ଷା କରିଛୁ। ଜିଲା ଭାଜପା ସଭାପତି ନରେଶଚନ୍ଦ୍ର ମହାପାତ୍ର କହିଛନ୍ତି, ଦଳର ସର୍ବଭାରତୀୟ ସ୍ତରରେ ପ୍ରାର୍ଥୀ ଚୂଡ଼ାନ୍ତ କରାଯାଉଛି। ତେଣୁ ନିଷ୍ପତ୍ତି ଅପେକ୍ଷାରେ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ବିଧାୟକଙ୍କ ନାଁରେ FIR, ନାବାଳିକାଙ୍କୁ ବଳାତ୍କାର ପରେ….

ରାଞ୍ଚି,୧୪।୧୧: ଝାଡ଼ଖଣ୍ଡର ସିମଡେଗା ଜିଲାର କଂଗ୍ରେସ ବିଧାୟକ ଭୂଷଣ ବାରାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ୧୪ ବର୍ଷୀୟ ଜଣେ…

ଦେଶ ବଞ୍ଚାଅ, ଅରାଜକତା ହଟାଅ ନାରାରେ ଭାଜପାର ବିଶାଳ ଶୋଭାଯାତ୍ରା

କୋରାପୁଟ,୧୪ା୧୧(ଅମିତାଭ ବେହେରା): ‘ଦେଶ ବଞ୍ଚାଅ, ଅରାଜକତା ହଟାଅ’ ନାରା ଦେଇ କୋରାପୁଟ ଜିଲା ଭାଜପା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଛି। ଜିଲାର ସମସ୍ତ ବ୍ଲକ୍‌ରୁ…

ଡାଲିରେ ୨୪ କ୍ୟାରେଟ ସୁନାର ଛୁଙ୍କ! ଦାମ ଶୁଣିଲେ ଉଡ଼ିଯିବ ଆପଣଙ୍କ ହୋସ୍‌

ଡାଲି କହିଲେ ଆମ ମନକୁ ଆସେ ଜିରା, ରସୁଣ, ଶୁଖିଲା ଲଙ୍କା ଆଉ ଘିଅର ବାସ୍ନାଭରା ଛୁଙ୍କ। ହେଲେ ଯଦି ଡାଲିରେ ଘିଅ ସହ ମିଶିଥିବା ୨୪…

ପେନଶନଭୋଗୀଙ୍କ ପାଇଁ ଜରୁରୀ ସୂଚନା: ନଭେମ୍ୱର ୩୦ ପୂର୍ବରୁ ସାରିଦିଅନ୍ତୁ ଏହି କାମ, ନଚେତ ବନ୍ଦ ହୋଇଯିବ ପେନଶନ!

ଦେଶର ଲକ୍ଷ ଲକ୍ଷ ପେନସନଭୋଗୀଙ୍କ ପାଇଁ ପ୍ରତିବର୍ଷ ନଭେମ୍ୱର ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରତି ମାସରେ ସୁରୁଖୁରୁରେ ପେନସନ ପାଇବା ପାଇଁ, ସମସ୍ତ ଯୋଗ୍ୟ ପେନସନଭୋଗୀଙ୍କୁ…

ମାତ୍ର ୧୫ ବର୍ଷ ବୟସରେ ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ ବିଶ୍ୱରେକର୍ଡ

ଇନ୍ଦୋର,୧୪।୧୧:ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟ୍‌ର ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ ଆଉ ଏକ ଐତିହାସିକ ଉପଲବ୍ଧି ହାସଲ କରିଛନ୍ତି। ଶନିବାର ଇନ୍ଦୋରର ହୋଲକର ଷ୍ଟାଡିୟମରେ…

ଆଜି ଭାରତ-ପାକିସ୍ତାନ ଏସିଆ କପ ଫାଇନାଲ: ମାତ୍ର ଏତିକି ରନ୍‌ କଲେ ୧୪ ବର୍ଷର ରେକର୍ଡ ଭାଙ୍ଗିବେ ଆର୍ଯ୍ୟବୀର!

ନୂଆଦିଲ୍ଲୀ,୧୪।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ର ଫାଇନାଲ ମ୍ୟାଚରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ମହାମୁକାବିଲା। ଭାରତୀୟ ସମୟ ଅନୁସାରେ ସକାଳ ୧୦ଟା ୩୦…

ଗଞ୍ଜାମ ବନ୍ୟା ବିପର୍ଯ୍ୟୟ: ଜଳସମ୍ପଦ ବିଭାଗର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ, ବଦଳିଲେ ଭଞ୍ଜନଗର ଅଧୀକ୍ଷଣ ଯନ୍ତ୍ରୀ

ଭଞ୍ଜନଗର,୧୪ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଗତ ୨୯ ତାରିଖରେ ଘଟିଥିବା ଭୟାବହ ବନ୍ୟାକୁ ନେଇ ଜଳସମ୍ପଦ ବିଭାଗର କାର୍ଯ୍ୟଧାରା ଏବେ ପ୍ରଶ୍ନଘେରରେ। ବିଭାଗୀୟ ଯନ୍ତ୍ରୀମାନଙ୍କ ମଧ୍ୟରେ ସମନ୍ବୟ…

IPL ୨୦୨୭ ପୂର୍ବରୁ ବଡ଼ ଟ୍ରେଡ୍‌ ଚର୍ଚ୍ଚା, ସାମ କରନ୍‌ଙ୍କ ବଦଳରେ ରାଜସ୍ଥାନକୁ ଆସିପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୧୪।୧୧: ଆଇପିଏଲ୍‌ ୨୦୨୭ ପୂର୍ବରୁ ଖେଳାଳି ଅଦଳବଦଳକୁ ନେଇ କ୍ରିକେଟ୍‌ ମହଲରେ ଚର୍ଚ୍ଚା ଜୋର ଧରିଛି । ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?