ହିନାଙ୍କ ଗ୍ୟାଙ୍ଗଷ୍ଟର ଲୁକ୍‌

ମୁମ୍ବାଇ: ଟେଲିଭିଜନ ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା’ରୁ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ହିନା ଖାଁ ଏବେ ଖୁବ୍ ଚର୍ଚ୍ଚାରେ । ଟେଲିଭିଜନ ଦୁନିଆ ଅପେକ୍ଷା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଏହି ଅଭିନେତ୍ରୀ । ନିକଟରେ ତାଙ୍କ ଅଭିନୀତ ଗୀତ ‘ବାରିଶ’ ୨୫ କୋଟି ହିଟ୍ସ ପାଇ ସାରିଲାଣି । ଏବେ ବଡ ପରଦାରେ ଦର୍ଶକଙ୍କ ନିକଟତର ହେବାକୁ ଯାଉଥିବା ହିନା ଆସିଛନ୍ତି ଚର୍ଚ୍ଚାକୁ । ତାହା ହେଉଛି ଇନଷ୍ଟାଗ୍ରାମରେ ଅପଲୋଡ ହୋଇଥିବା ତାଙ୍କର ଏକ ଫଟୋକୁ ନେଇ । ଯେଉଁଥିରେ ସେ ସମ୍ପୂର୍ଣ୍ଣ ବ୍ଲାକ କଲରର ଡ୍ରେସ୍ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବ୍ଲାକ କଲର ଡ୍ରେସ୍ ସହ ସିଲଭର କଲର ନେକଲେସ୍‌, ଘଡି, ମ୍ୟାଚିଙ୍ଗ ନୋଜ୍ ପିନ୍ ପିନ୍ଧିଛନ୍ତି । ଏସବୁ ସହ ନ୍ୟୁଡ ମେକଅପରେ ଅଛନ୍ତି ହିନା । ଏହାସହ କାଜଲ ଆଖି ଖୁବ୍ ମାନୁଛି ଏହି ଅଭିନେତ୍ରୀଙ୍କୁ । ଏହାସହ କର୍ଲି ହେୟାର ତାଙ୍କୁ ଖୁବ୍ ଷ୍ଟାଇଲିସ୍ ଲୁକ୍ ଦେଉଛି । ଏହି ଫଟୋକି ମାତ୍ର କିଛି ଘଣ୍ଟା ମଧ୍ୟରେ ୫ ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଛି । ପ୍ରଶଂସକମାନେ ହାର୍ଟ ଓ ଫାୟାର ଇମୋଜି ଦେଇ କମେଣ୍ଟ କରୁଥିବା ଦେଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇମରଜେନ୍ସି

କଙ୍ଗନା ରାଣାଓ୍ବତ ଏବେ ଇମରଜେନ୍ସିକୁ ନେଇ ବ୍ୟସ୍ତ। ଅର୍ଥାତ୍‌ ଏଭଳି ଟାଇଟଲବିଶିଷ୍ଟ ଏକ ହିନ୍ଦୀ ସିନେମା ନିର୍ମାଣ କରାଯାଉଛି। ଏହାର କାହାଣୀ ରଚନା, ପ୍ରଯୋଜନା କରିବା...

କମ୍‌ କଥା କହି ଝିଅମାନଙ୍କ ମନ ଜିଣିଥାନ୍ତି ବଲିଉଡ୍‌ର ଏହି ରକଷ୍ଟାର

ବଲିଉଡ୍‌ର ‘ରକ୍‌ଷ୍ଟାର’ ରଣବୀର କପୁର ୨୮ ସେପ୍ଟେମ୍ବର ୧୯୮୨ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଆଜି ହେଉଛି ତାଙ୍କର ଜନ୍ମଦିନ। ରଣବୀର ହେଉଛନ୍ତି ବଲିଉଡ୍‌ର ସର୍ବପୁରାତନ ପ୍ରୀତିରାଜ...

ଫିଲ୍ମ ‘୮୩’ରେ ଦୀପିକାଙ୍କ ପ୍ରଥମ ଫଟୋ ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ୧୯୮୩ ମସିହା ବିଶ୍ୱକପ ବିଜେତା କପିଲ ଦେବଙ୍କ ଉପରେ ନିର୍ମାଣ ହୋଇଛି ଫିଲ୍ମ ‘୮୩’। ଏଥିରେ ମୁଖ୍ୟ...

ସୋନାଙ୍କୁ ସଲମାନଙ୍କ ଫ୍ୟାନ୍‌ କହିଲେ ଘରେ ପଶି ମାରିବୁ

ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା କଣ୍ଠଶିଳ୍ପୀ ସୋନା ମହାପାତ୍ର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ଭାଇଜାନଙ୍କୁ ଟାର୍ଗେଟ୍‌ କରିଛନ୍ତି ସେ। ସୋସିଆଲ...

ବାର୍ଥ ଡେ’ରେ ହେବ କରିନାଙ୍କ ଓଟିଟି ଡେବ୍ୟୁ

ମୁମ୍ବାଇ: ବଲିଉଡ ନାୟିକା କରିନା କପୁର ବଡ ପରଦାରେ ଗୋଟିଏ ପରେ ଗୋଟିଏ ହିଟ ମୁଭି ଦେଇ ଦର୍ଶକଙ୍କ ମନ ଜିତିଛନ୍ତି। ଏବେ ଅଭିନେତ୍ରୀ ଖୁବଶୀଘ୍ର...

ମା’ ହେବା ନେଇ ଏମିତି କହିଲେ ଅଙ୍କିତା

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ ତଥା ପବିତ୍ର ରିସ୍ତା ଫେମ୍‌ ଅଙ୍କିତା ଲୋଖଣ୍ଡେ ମା’ ହେବା ନେଇ ଖୁଲାସା କରିଛନ୍ତି।...

ପ୍ରବାସୀ ଶ୍ରମିକଙ୍କ ପାଇଁ ୬ଟି ବିମାନ ବୁକ୍‌ କଲେ ଅମିତାଭ ବଚ୍ଚନ

ଲକ୍‌ଡାଉନରେ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ସେଲିବ୍ରିଟିମାନେ ଆଗେଇ ଆସୁଛନ୍ତି। ସୋନୁ ସୁଦ, ପ୍ରକାଶ ରାଜ, ସ୍ବରା ଭାସ୍କର ଏବଂ ଅମିତାଭ ବଚ୍ଚନଙ୍କ ଭଳି ଷ୍ଟାରମାନେ...

ଗୀତ ଆଣିଲା ଯାତ୍ରାକୁ

ମମତା ବାରିକ। ଓଡ଼ିଆ ଯାତ୍ରା ଜଗତର ଜଣେ ସ୍ବନାମଧନ୍ୟ ଗାୟିକା। କେବଳ ସେ ଗାୟିକା ନୁହନ୍ତି; ଜଣେ ଆଙ୍କର ଭାବରେ ମଧ୍ୟ ସେ ନିଜର ଏକ...

Advertisement
Archives

Model This Week