ମନକଥା ଖୋଲି କହିଲେ ହିମାଂଶୁ

ଧର୍ମଶାଳା,୧୩।୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ତଥା ସମାଜସେବୀ ହିମାଂଶୁ ଶେଖର ସାହୁ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ମନକଥା ଖୋଲି କହିଛନ୍ତି। ଗତ ଦୁଇ ଦିନ ପୁର୍ବରୁ ଭାଜପା ରାଜ୍ୟ ସଭାପତିଙ୍କୁ ଭେଟିବା ପରେ ଶାଣିତ ହୋଇଛି ହିମାଂଶୁଙ୍କ ସ୍ବର। ନିକଟରେ ଭାଜପାରେ ମିଶିବାକୁ ଯାଉଥିବା ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ସମ୍ପାଦକ ହିମାଂଶୁ ଆଗାମୀ ୧୫ନଂ ଜୋନ ଜିଲାପରିଷଦ ଉପନିର୍ବାଚନକୁ କିଭଳି ଭାବରେ ଜିତା ଯାଇପାରିବ ସେ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ ସ୍ଥାନୀୟ ବିଧାୟକଙ୍କୁ ଟାର୍ଗେଟ କରିବାକୁ ପଛାଇନାହାନ୍ତି। ଧର୍ମଶାଳାର ସାଧାରଣଲୋକେ ସେମାନଙ୍କର ନାର୍ଜ୍ୟ ଅଧିକାରରୁ ବଞ୍ଚିତ ଅଛନ୍ତି। ପରିବାରବାଦ ରାଜନୀତିରେ ଦୀର୍ଘ ବର୍ଷ ଧରି ଧର୍ମଶାଳା ପେଶି ହୋଇଯାଇଥିବା ବେଳେ ଆଗାମୀ ଦିନରେ ଲୋକେ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି। ତେବେ ଜିଲାପରିଷଦ ଉପନିର୍ବାଚନରେ ଦଳ ଯାହାକୁ ପ୍ରାର୍ଥୀ ଘୋଷଣା କରିବ ତାକୁ ସେ ପୂର୍ଣ୍ଣ ସମର୍ଥନ କରିବା ସହିତ ତାଙ୍କୁ ଜିତାଇବାକୁ ପୂର୍ଣ୍ଣ ପ୍ରୟାସ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ); ବରଗଡ଼ ଜିଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ସୋମବାର ବରଗଡ଼ ବିଜ୍ଞାନ କେନ୍ଦ୍ର ଟୁକୁର୍ଲାରେ ଉଦ୍‌ଯାପିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀ ସରୋଜ…

ଶିକ୍ଷାନୁଷ୍ଠାନ ନିକଟରୁ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଷଷ୍ଠ ଜିଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ…

ଚାଷକାର୍ଯ୍ୟ ଆରମ୍ଭରୁ ସାର କଳାବଜାର: ଚାଷୀ ହଟହଟା

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସରୁ ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଛି। ଜମିରେ ଧାନ ବିହୁଡ଼ା, ପହ୍ଲାରୁଆ କାର୍ଯ୍ୟ ଏବେ ଜୋରସୋର୍‌ରେ ଚାଲିଛି। ଅନ୍ୟପଟେ ଚାଷ ଆରମ୍ଭରୁ…

ବିଦ୍ରୋହ ଭିତରେ ସୁପ୍ରିମକୋର୍ଟର CJI ସୂର୍ଯ୍ୟକାନ୍ତଙ୍କ ବିସ୍ଫୋରକ ବୟାନ, ସୋସିଆଲ ମିଡିଆରେ ଫେମସ୍‌ ହୁଅ ନାହିଁ…

ନୂଆଦିଲ୍ଲୀ,୨୩।୭: ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ୨୦୨୪-୨୫ ବ୍ୟାଚ୍‌ର ନୂତନ ‘ଏଡଭୋକେଟ୍ସ-ଅନ୍-ରିକର୍ଡ’ (AOR) ଙ୍କ ଆନୁଷ୍ଠାନିକ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରି ଆଇନ ପେଷାରେ ଶ୍ରେଷ୍ଠତା, ନିଷ୍ଠା…

କଠୋର କାର୍ଯ୍ୟାନୁଷ୍ଠାନ ନେଲେ ସରକାର! ସକାଳୁ ସକାଳୁ CJP ଦେଲା ବଡ଼ ସୂଚନା, ଦେଶରେ ହଇଚଇ

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜୀତ ଦୀପକେ କହିଛନ୍ତି ଯେ ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତି ଏବଂ ଅହିଂସା ପନ୍ଥାରେ ଆଗକୁ ବଢିବ।…

ବିଦ୍ରୋହ ଭିତରେ ଇନଷ୍ଟାଗ୍ରାମ୍‌ ଛାଡିଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ, କାରଣ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ, ୨୩ା୭: ଜନ୍ତର-ମନ୍ତରରେ ଛାତ୍ର ଏବଂ ‘କକରୋଚ୍ ଜନତା ପାର୍ଟି’ର ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ ନୈମିଷା…

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

ଏହି ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ: ସରକାର କହିଲେ…

ଭୁବନେଶ୍ୱର,୨୩ା୭(ସୁଚିସ୍ମିତା ସାହୁ): ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲାରେ ଜଣେ ଆକ୍ରାନ୍ତ ରହିଥିବା କୋଭିଡ୍‌ ଡ୍ୟାସ୍‌ବୋର୍ଡରେ ଦର୍ଶାଯାଇଥିବାବେଳେ ମଙ୍ଗଳବାର ଏମ୍‌କେସିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri