ହିମାଂଶୁଙ୍କ କିଡ୍‌ନୀ ଠକେଇ ର଼୍ୟାକେଟ: ସହଯୋଗ କରୁଥିଲେ ଦୁଇ ବନ୍ଧୁ, ବାଜ୍ୟାପ୍ତ ହେବ ସମ୍ପତ୍ତି

ଭୁବନେଶ୍ୱର,୧୭ା୧(ବ୍ୟୁରୋ): କିଡ୍‌ନୀ ନାଁରେ ବହୁ କୋଟି ଠକେଇ ର଼୍ୟାକେଟର ମାଷ୍ଟରମାଇଣ୍ଡ୍‌ କେନ୍ଦ୍ରାପଡ଼ାର ହିମାଂଶୁ ଭୂଷଣ ନନ୍ଦଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ। ଶନିବାର ପ୍ରଥମ ଦିନରେ ନୟାପଲ୍ଲୀ ପୋଲିସ ତାଙ୍କୁ ଘଣ୍ଟା ଘଣ୍ଟା ଧରି ମାରାଥନ ଜେରା କରିଥିଲା। ଜେରାରୁ ହିମାଂଶୁଙ୍କ ନିକଟରୁ ପୋଲିସ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ହିମାଂଶୁ ସାରା ରାଜ୍ୟରେ କିଡ୍‌ନୀ ଠକେଇ ଜାଲ ବିଛାଇଥିବା ପୋଲିସ ଜାଣିବାକୁ ପାଇଛି। ଦୁଇଜଣ ବନ୍ଧୁ ଏହି ଠକେଇରେ ତାଙ୍କୁ ସାହାଯ୍ୟ କରୁଥିବା ନେଇ ହିମାଂଶୁ କହିଛନ୍ତି। ତେବେ ତାଙ୍କ ସହ କେଉଁ ପ୍ରାଇଭେଟ୍‌ ହସ୍ପିଟାଲ ଓ ଡାକ୍ତରଙ୍କ ସମ୍ପୃକ୍ତି ରହିଛି ତାହା ଜାଣିବାକୁ ଚେଷ୍ଟା କରୁଛି ପୋଲିସ। ଏଥିସହ ହିମାଂଶୁଙ୍କର କେଉଁ ଆକାଉଣ୍ଟରେ କେତେ ଟଙ୍କା ରହିଛି ଓ ତାଙ୍କର କେଉଁ କେଉଁ ଜାଗାରେ ସମ୍ପତ୍ତି ରହିଛି ତାହାର ସବୁକିଛି ଖୋଳତାଡ଼ ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ ହେବ ବୋଲି ଜଣେ ପୋଲିସ ଅଫିସର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ହିମାଂଶୁଙ୍କ ନାମରେ ଶନିବାର ଶହୀଦନଗର ଥାନାରେ ଆଉ ଏକ ଅଭିଯୋଗ ହୋଇଛି। କିଡ୍‌ନୀ ଯୋଗାଇଦେବାକୁ କହି କେନ୍ଦ୍ରାପଡ଼ା ମାର୍ଶାଘାଇର ଆଲୋକ ରଞ୍ଜନ ଚଇନୀଙ୍କଠାରୁ ହିମାଂଶୁ ଓ ତାଙ୍କର ଜଣେ ସହଯୋଗୀ ସଞ୍ଜୟ ପଲେଇ ସାଢ଼େ ୮ ଲକ୍ଷ ଟଙ୍କା ଠକି ନେଇଛନ୍ତି। ତେବେ ହିମାଂଶୁ ନିଜକୁ ଅଙ୍ଗ ପ୍ରତ୍ୟାରୋପଣ ୟୁନିଟର ରିଜିଓନାଲ୍‌ କୋ-ଅର୍ଡିନେଟର୍‌ ପରିଚୟ ଦେଇ ୨୦୧୫ରେ ତାଙ୍କ ନିକଟରୁ ଏହି ଟଙ୍କା ଠକିନେଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଏହାକୁ ମିଶାଇ ହିମାଂଶୁଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ୪ ଅଭିଯୋଗ ହୋଇସାରିଲାଣି। ସେ ବହୁ କୋଟିର ଠକେଇ କରିଥିବା ପୋଲିସ ଜାଣିବାକୁ ପାଇଥିବାବେଳେ ୪ ଜଣଙ୍କ ନିକଟରୁ ୩୫ଲକ୍ଷ ୭୧ହଜାର ଟଙ୍କା ଠକି ନେଇଛନ୍ତି।

ସୂଚନାଯୋଗ୍ୟ, ହିମାଂଶୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ମାର୍କେଟିଂ ବିଭାଗରେ ଚାକିରି କରୁଥିଲେ। ଏହି ସମୟରେ ସେ ହସ୍ପିଟାଲରେ କିଡ୍‌ନୀ ଆବଶ୍ୟକ ଥିବା ଲୋକଙ୍କ ସମ୍ପର୍କରେ ତଥ୍ୟ ହାସଲ କରିଥିଲେ। ପରେ ସେମାନଙ୍କୁ ଯୋଗାଯୋଗ କରି କିଡ୍‌ନୀ ଦେବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଠକେଇ କରୁଥିଲେ। ନୟାପଲ୍ଲୀ ପୋଲିସ ହାତରେ ଗିରଫ ହେବା ପରେ ହିମାଂଶୁର କଳାକାରନାମା ସାମ୍ନାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଉଚ୍ଚସ୍ଥ ଗୁରୁ-ବକ୍ରୀ ଶନିଙ୍କ ଚମତ୍କାର ସଂଯୋଗ: ଦୀପାବଳି ପର୍ଯ୍ୟନ୍ତ ଏହି ୩ ରାଶିକୁ ମିଳିବ ପ୍ରଚୁର ଧନଲାଭ, କ୍ୟାରିୟରରେ…

ଗୁରୁ ଗ୍ରହ ଜୁନ ୨ ତାରିଖରେ କର୍କଟ ରାଶିରେ ଗୋଚର କରିଥିଲେ। ଏବେ ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬ରେ ସିଂହ ରାଶିରେ ଗୋଚର କରିବେ। ଶନି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ମହିଳାଙ୍କ ଖାତାକୁ ଆସିବ ୩ହଜାର ଟଙ୍କା, ହେଲେ ସରକାର କାହିଁକି ଦେଉଛନ୍ତି ଏହି ଟଙ୍କା? ଜାଣନ୍ତୁ ଏହା ପଛର ରହସ୍ୟ

କୋଲକାତା,୧୮।୮: ପଶ୍ଚିମବଙ୍ଗ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର ପ୍ରକ୍ରିୟା ସୋମବାର (ଅଗଷ୍ଟ ୧୭, ୨୦୨୬) ଠାରୁ ଆରମ୍ଭ ହୋଇଛି। ରାଜ୍ୟ…

ଜନସାଧାରଣଙ୍କ ପାଇଁ ଚିନ୍ତାଜନକ ଖବର: ପେଟ୍ରୋଲ-ଡିଜେଲ ଦାମ୍‌…

ନୂଆଦିଲ୍ଲୀ, ୧୮।୮: ଜନସାଧାରଣଙ୍କ ପାଇଁ ଅନ୍ତର୍ଜାତୀୟ ବଜାରରୁ ଏକ ନୂଆ ଚିନ୍ତାଜନକ ଖବର ଆସୁଛି। Crude Oil ଦରରେ ଲଗାତାର ତୃତୀୟ ଦିନ ପାଇଁ ବୃଦ୍ଧି ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri