Posted inଫୁରସତ

‘ରିଙ୍ଗ୍‌ ଅଫ୍‌ ଫାୟାର’ରେ ଭୂକମ୍ପ ଭୟ

ଜାକର୍ତ୍ତା: ଭୂକମ୍ପରେ ଦୋହଲିଛି ଇଣ୍ଡୋନେସିଆ। ଶୁକ୍ରବାର ବିଳମ୍ବିତ ରାତିରେ ସଂଘଟିତ ପ୍ରକୃତିର ଏହି ତାଣ୍ଡବ ନେଇଛି ୪୦ରୁ ଊର୍ଦ୍ଧ୍ୱ ଜୀବନ। ୬୦୦ରୁ ଅଧିକ ଆହତ ହୋଇଛନ୍ତି। ସପ୍ତାହେ ପୂର୍ବରୁ ଏଠାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅଦ୍ୟାବଧି ଏହାର ରହସ୍ୟ ଉନ୍ମୋଚନ ହୋଇନାହିଁ। ‘ରିଙ୍ଗ୍‌ ଅଫ୍‌ ଫାୟାର’ ନାମରେ ପରିଚିତ ଇଣ୍ଡୋନେସିଆ। ପୃଥିବୀର ସବୁଠାରୁ ସମ୍ବେଦନଶୀଳ ସ୍ଥାନରେ ରହିଥିବାରୁ ଲଗାତର ଭୂକମ୍ପ ଆସିଥାଏ। ସୁନାମି ଭୟ ମଧ୍ୟ ଲାଗି ରହିଥାଏ। ପ୍ରଶାନ୍ତ ମହାସାଗର ସନ୍ନିକଟ ଏହି ଦେଶ ବାତ୍ୟାପ୍ରବଣ ମଧ୍ୟ। ଏଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପ୍ରତିବର୍ଷ ଅନେକ ଜୀବନ ଯାଉଥିବାବେଳେ ବିପୁଳ କ୍ଷତି ସହୁଛି ଏହି ମୁସ୍‌ଲିମ୍‌ ଦେଶ।

ପୃଥିବୀର ସକ୍ରିୟ ଭୂକମ୍ପ ଜୋନ୍‌ ମଧ୍ୟରେ ଆସୁଛି ଇଣ୍ଡୋନେସିଆ, ଜାଭା, ସୁମାତ୍ରା। ଖାସ୍‌ ଏହି କାରଣରୁ ସମ୍ପୃକ୍ତ ଅଞ୍ଚଳକୁ ‘ରିଙ୍ଗ୍‌ ଅଫ୍‌ ଫାୟାର’ ଆଖ୍ୟା ଦିଆଯାଇଛି। ୪୦ ହଜାର ବର୍ଗ କି.ମି. ପରିବ୍ୟାପ୍ତ ଏହି ଅଞ୍ଚଳରେ ରହିଛି ପୃଥିବୀର ୭୫% ସକ୍ରିୟ ଆଗ୍ନେୟଗିରି। ସେଥିରେ ସମୟେ ସମୟେ ହେଉଥିବା ପ୍ରଚଣ୍ଡ ବିସ୍ଫୋରଣ ଭୂକମ୍ପର କାରଣ ସାଜୁଛି ଏବଂ ସୁନାମିକୁ ନିମନ୍ତ୍ରଣ କରୁଛି। ଜିଓଲୋଜିକାଲ ସର୍ଭେ ଅଫ୍‌ ଆମେରିକାର ଏକ ରିପୋର୍ଟ ଅନୁଯାୟୀ, ପୃଥିବୀର ମୋଟ ଭୂକମ୍ପର ୯୦% ଏବଂ ୮୧% ବଡ଼ଧରଣର ଭୂମିକମ୍ପ ‘ରିଙ୍ଗ୍‌ ଅଫ୍‌ ଫାୟାର’ ଅଞ୍ଚଳରେ ହୋଇଥାଏ। ପ୍ରତିବର୍ଷ ଏହି କାରଣରୁ କୋଟି କୋଟି ଟଙ୍କାର କ୍ଷତି ସହିଥାନ୍ତି ଏହି ଦେଶ ସମୂହ। ଏଠାରେ ବାସଗୃହ ନିର୍ମାଣ କରିବା ମଧ୍ୟ ଦୁରୂହ ବ୍ୟାପାର। ଭୂକମ୍ପ ପ୍ରତିରୋଧ ଗୃହ ଲାଗି ଏଠାରେ ପରିତ୍ୟକ୍ତ ଟାୟାର ବ୍ୟବହାର କରାଯାଉଛି।

ପୃଥିବୀ ଆଭ୍ୟନ୍ତରରେ ଥିବା ଟେକ୍ଟୋନିକ ପ୍ଲେଟ୍‌ ଚଳମାନ। ପ୍ରତିବର୍ଷ ୧୦ରୁ ୪୦ ମିଲିମିଟର ହିସାବରେ ଏହା ଗତିଶୀଳ। କେତେକ ପ୍ଲେଟ ୧୬୦ ମିଲିମିଟର ଯାଏ ସ୍ଥାନାନ୍ତର ହେଉଥିବା ନଜିର ରହିଛି। ଦୁଇ ପ୍ଲେଟ୍‌ ମଧ୍ୟରେ ଧକ୍କା ହେଲେ ଯେଉଁ ତୀବ୍ର କମ୍ପନ ସୃଷ୍ଟି ହୁଏ, ତାହା ହିଁ ସାଜିଥାଏ ଭୂକମ୍ପର କାରଣ। ଭୂକମ୍ପ ସୃଷ୍ଟିର କେନ୍ଦ୍ରସ୍ଥଳଠାରୁ ଦୂରତା ଏବଂ ତୀବ୍ରତା ଅନୁଯାୟୀ ଏହା ସାମାନ୍ୟ ବା ଭୟଙ୍କର ହୋଇପାରେ। ସମୁଦ୍ର ଭିତରେ ଭୂକମ୍ପ ପାଇଁ ପ୍ରଳୟଙ୍କରୀ ସୁନାମି ସୃଷ୍ଟି ହୁଏ। ୨୦୦୪ରେ ଇଣ୍ଡୋନେସିଆରେ ହୋଇଥିବା ଭୂକମ୍ପ ଆଜି ବି ସତେଜ। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୯.୧। ଏହାଯୋଗୁ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ସୁନାମି ପୃଥିବୀର ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଭିତରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏହାର ପ୍ରଭାବରେ ପ୍ରଭାବିତ ହୋଇଥିଲା ସୁମାତ୍ରା ସମେତ ୧୪ ଦେଶ। କେବଳ ଇଣ୍ଡୋନେସିଆରେ ୧ଲକ୍ଷ ୬୮ ହଜାର ଜୀବନ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?