Posted inଫୁରସତ

‘ରିଙ୍ଗ୍‌ ଅଫ୍‌ ଫାୟାର’ରେ ଭୂକମ୍ପ ଭୟ

ଜାକର୍ତ୍ତା: ଭୂକମ୍ପରେ ଦୋହଲିଛି ଇଣ୍ଡୋନେସିଆ। ଶୁକ୍ରବାର ବିଳମ୍ବିତ ରାତିରେ ସଂଘଟିତ ପ୍ରକୃତିର ଏହି ତାଣ୍ଡବ ନେଇଛି ୪୦ରୁ ଊର୍ଦ୍ଧ୍ୱ ଜୀବନ। ୬୦୦ରୁ ଅଧିକ ଆହତ ହୋଇଛନ୍ତି। ସପ୍ତାହେ ପୂର୍ବରୁ ଏଠାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅଦ୍ୟାବଧି ଏହାର ରହସ୍ୟ ଉନ୍ମୋଚନ ହୋଇନାହିଁ। ‘ରିଙ୍ଗ୍‌ ଅଫ୍‌ ଫାୟାର’ ନାମରେ ପରିଚିତ ଇଣ୍ଡୋନେସିଆ। ପୃଥିବୀର ସବୁଠାରୁ ସମ୍ବେଦନଶୀଳ ସ୍ଥାନରେ ରହିଥିବାରୁ ଲଗାତର ଭୂକମ୍ପ ଆସିଥାଏ। ସୁନାମି ଭୟ ମଧ୍ୟ ଲାଗି ରହିଥାଏ। ପ୍ରଶାନ୍ତ ମହାସାଗର ସନ୍ନିକଟ ଏହି ଦେଶ ବାତ୍ୟାପ୍ରବଣ ମଧ୍ୟ। ଏଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପ୍ରତିବର୍ଷ ଅନେକ ଜୀବନ ଯାଉଥିବାବେଳେ ବିପୁଳ କ୍ଷତି ସହୁଛି ଏହି ମୁସ୍‌ଲିମ୍‌ ଦେଶ।

ପୃଥିବୀର ସକ୍ରିୟ ଭୂକମ୍ପ ଜୋନ୍‌ ମଧ୍ୟରେ ଆସୁଛି ଇଣ୍ଡୋନେସିଆ, ଜାଭା, ସୁମାତ୍ରା। ଖାସ୍‌ ଏହି କାରଣରୁ ସମ୍ପୃକ୍ତ ଅଞ୍ଚଳକୁ ‘ରିଙ୍ଗ୍‌ ଅଫ୍‌ ଫାୟାର’ ଆଖ୍ୟା ଦିଆଯାଇଛି। ୪୦ ହଜାର ବର୍ଗ କି.ମି. ପରିବ୍ୟାପ୍ତ ଏହି ଅଞ୍ଚଳରେ ରହିଛି ପୃଥିବୀର ୭୫% ସକ୍ରିୟ ଆଗ୍ନେୟଗିରି। ସେଥିରେ ସମୟେ ସମୟେ ହେଉଥିବା ପ୍ରଚଣ୍ଡ ବିସ୍ଫୋରଣ ଭୂକମ୍ପର କାରଣ ସାଜୁଛି ଏବଂ ସୁନାମିକୁ ନିମନ୍ତ୍ରଣ କରୁଛି। ଜିଓଲୋଜିକାଲ ସର୍ଭେ ଅଫ୍‌ ଆମେରିକାର ଏକ ରିପୋର୍ଟ ଅନୁଯାୟୀ, ପୃଥିବୀର ମୋଟ ଭୂକମ୍ପର ୯୦% ଏବଂ ୮୧% ବଡ଼ଧରଣର ଭୂମିକମ୍ପ ‘ରିଙ୍ଗ୍‌ ଅଫ୍‌ ଫାୟାର’ ଅଞ୍ଚଳରେ ହୋଇଥାଏ। ପ୍ରତିବର୍ଷ ଏହି କାରଣରୁ କୋଟି କୋଟି ଟଙ୍କାର କ୍ଷତି ସହିଥାନ୍ତି ଏହି ଦେଶ ସମୂହ। ଏଠାରେ ବାସଗୃହ ନିର୍ମାଣ କରିବା ମଧ୍ୟ ଦୁରୂହ ବ୍ୟାପାର। ଭୂକମ୍ପ ପ୍ରତିରୋଧ ଗୃହ ଲାଗି ଏଠାରେ ପରିତ୍ୟକ୍ତ ଟାୟାର ବ୍ୟବହାର କରାଯାଉଛି।

ପୃଥିବୀ ଆଭ୍ୟନ୍ତରରେ ଥିବା ଟେକ୍ଟୋନିକ ପ୍ଲେଟ୍‌ ଚଳମାନ। ପ୍ରତିବର୍ଷ ୧୦ରୁ ୪୦ ମିଲିମିଟର ହିସାବରେ ଏହା ଗତିଶୀଳ। କେତେକ ପ୍ଲେଟ ୧୬୦ ମିଲିମିଟର ଯାଏ ସ୍ଥାନାନ୍ତର ହେଉଥିବା ନଜିର ରହିଛି। ଦୁଇ ପ୍ଲେଟ୍‌ ମଧ୍ୟରେ ଧକ୍କା ହେଲେ ଯେଉଁ ତୀବ୍ର କମ୍ପନ ସୃଷ୍ଟି ହୁଏ, ତାହା ହିଁ ସାଜିଥାଏ ଭୂକମ୍ପର କାରଣ। ଭୂକମ୍ପ ସୃଷ୍ଟିର କେନ୍ଦ୍ରସ୍ଥଳଠାରୁ ଦୂରତା ଏବଂ ତୀବ୍ରତା ଅନୁଯାୟୀ ଏହା ସାମାନ୍ୟ ବା ଭୟଙ୍କର ହୋଇପାରେ। ସମୁଦ୍ର ଭିତରେ ଭୂକମ୍ପ ପାଇଁ ପ୍ରଳୟଙ୍କରୀ ସୁନାମି ସୃଷ୍ଟି ହୁଏ। ୨୦୦୪ରେ ଇଣ୍ଡୋନେସିଆରେ ହୋଇଥିବା ଭୂକମ୍ପ ଆଜି ବି ସତେଜ। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୯.୧। ଏହାଯୋଗୁ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ସୁନାମି ପୃଥିବୀର ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଭିତରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏହାର ପ୍ରଭାବରେ ପ୍ରଭାବିତ ହୋଇଥିଲା ସୁମାତ୍ରା ସମେତ ୧୪ ଦେଶ। କେବଳ ଇଣ୍ଡୋନେସିଆରେ ୧ଲକ୍ଷ ୬୮ ହଜାର ଜୀବନ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri