Posted inଜାତୀୟ

ଚିନ୍ତା ବଢ଼ାଇଲାଣି ହିମାଳୟ ଗ୍ଲେସିୟର

ନୂଆଦିଲ୍ଲୀ, ୮।୨:ଏକବିଂଶ ଶତାବ୍ଦୀ ଆରମ୍ଭରୁ ହିମାଳୟ ଅଞ୍ଚଳର ଗ୍ଲେସିୟର (ହିମବାହ) ଦୁଇଗୁଣା ଅଧିକ ବେଗରେ ତରଳୁଥିବା ଏକ ସର୍ଭେରୁ ଜଣାପଡ଼ିଛି। ୨୦୧୯ରେ ପ୍ରକାଶିତ ସର୍ଭେ ଅନୁଯାୟୀ ଉତ୍ତାପ ବଢ଼ୁଥିବାରୁ ହିମବାହ ଶୀଘ୍ର ତରଳୁଛି। ପ୍ରତିବର୍ଷ ଦେଢ଼ଫୁଟ ଉଚ୍ଚର ବରଫ ତରଳୁଥିବାରୁ ଭାରତ ସମେତ ବିଭିନ୍ନ ଦେଶ ପାଇଁ ସମସ୍ୟା ସୃଷ୍ଟି ହେବାକୁ ଯାଉଛି।
ଭାରତ, ଚାଇନା, ନେପାଳ, ଭୁଟାନର ୪୦ ବର୍ଷର ସାଟେଲାଇଟ୍‌ ପର୍ଯ୍ୟବେକ୍ଷଣକୁ ବିଶ୍ଳେଷଣ କରାଯାଇଥିଲା। ଜଳବାୟୁରେ ପରିବର୍ତ୍ତନ ଯୋଗୁ ହିମାଳୟର ଗ୍ଲେସିୟର ଦ୍ରୁତଗତିରେ ତରଳୁଥିବା ଗବେଷକମାନେ ଜାଣିବାକୁ ପାଇଥିଲେ। ୨୦୧୯ରେ ସାଇନ୍ସ ଆଡ୍‌ଭାନ୍‌ସେସ୍‌ରେ ଏହି ଅଧ୍ୟୟନ ପ୍ରକାଶ ପାଇଥିଲା। ଅଧ୍ୟୟନ ଅନୁଯାୟୀ ୧୯୭୫ରୁ ୨୦୦୦ ମଧ୍ୟରେ ଯେତିକି ବରଫ ତରଳିଥିଲା, ୨୦୦୦ ପରଠାରୁ ତା’ର ଦୁଇଗୁଣ ହାରରେ ତରଳିବାରେ ଲାଗିଛି। ଗତ ୪ ଦଶନ୍ଧି ମଧ୍ୟରେ ହିମାଳୟରେ ଗଚ୍ଛିତ ବରଫ ମଧ୍ୟରୁ ଏକ-ଚତୁର୍ଥାଂଶ ତରଳି ଥାଇପାରେ ବୋଲି ଅଧ୍ୟୟନର ମୁଖ୍ୟ କଲମ୍ବିଆ ୟୁନିଭର୍ସିଟିର ଜୋଶୁଆ ମୌରେର୍‌ କହିଛନ୍ତି। ୨୦୦୦ରୁ ୨୦୧୬ ମଧ୍ୟରେ ତାପମାତ୍ରା ୧୯୭୫ରୁ ୨୦୦୦ ମଧ୍ୟର ତାପମାତ୍ରାଠାରୁ ହାରାହାରି ୧ ଡିଗ୍ରୀ ସେଲ୍‌ସିିୟସ ବଢ଼ିଛି। ହିମାଳୟର ପଶ୍ଚିମରୁ ପୂର୍ବକୁ ୨୦୦୦ କିଲୋମିଟର ମଧ୍ୟରେ ୬୫୦ ଗ୍ଲେସିୟରର ସାଟେଲାଇଟ୍‌ ଚିତ୍ରକୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ଆମେରିକା ସ୍ପାଏ ସାଟେଲାଇଟ୍‌ରେ ଉତ୍ତୋଳନ ହୋଇଥିବା ଫଟୋଗୁଡ଼ିକ ସ୍ବତଃ ଥ୍ରି ଡାଇମେନଶନ୍‌ (୩ଡି) ମଡେଲରେ ପରିବର୍ତ୍ତନ ହୋଇପାରୁଥିବାରୁ ବିଭିନ୍ନ ସମୟରେ ଗ୍ଲେସିୟର ଉଚ୍ଚତାରେ ହେଉଥିବା ପରିବର୍ତ୍ତନ ଜଣାପଡ଼ିଥିଲା। ସେହି ଅନୁଯାୟୀ ୧୯୭୫ରୁ ୨୦୦୦ ମଧ୍ୟରେ ଉକ୍ତ ଅଞ୍ଚଳର ହିମବାହ ପ୍ରତିବର୍ଷ ହାରାହାରି ୦.୨୫ ମିଟର ତରଳିଥିଲା। ତେବେ ୯୦ ଦଶକରୁ ଉତ୍ତାପ ବଢ଼ିବାରୁ ବରଫ ତରଳିବା ବଢ଼ିଥିଲା। ୨୦୦୦ ପରେ ପ୍ରତିବର୍ଷ ଏହା ୦.୫ ମିଟରକୁ ବୃଦ୍ଧି ପାଇଥିଲା। ଏସୀୟ ଦେଶଗୁଡ଼ିକରେ ଅତ୍ୟଧିକ ଜୀବାଶ୍ମ ଓ ଜୈବ ଇନ୍ଧନ ପୋଡ଼ାଯାଉଥିବାରୁ ଉପରକୁ ଉଠୁଥିବା କଳାଧୂଆଁ ଓ କାର୍ବନ ଗ୍ଲେସିୟର ପୃଷ୍ଠରେ ଜମା ହେଉଛି। ଏହା ସୌରଶକ୍ତିକୁ ଗ୍ରହଣ କରୁଥିବାରୁ ବରଫ ତରଳିବା ବଢ଼ିଛି।

 


Enter your email to get our daily news in your inbox.

All Right Reserved By Dharitri.Com

୩୩ ଫିଲ୍ମକୁ ପଛରେ ପକାଇ ଓସ୍କାର ଗଲା ‘ଗୋନ୍ଧଳ’; ମିଳିଲା ଅଫିସିଆଲ୍ ଟିକେଟ୍!

ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡ (ଓସ୍କାର ୨୦୨୭) ପାଇଁ ଭାରତରୁ ଅଫିସିଆଲ ଏଣ୍ଟ୍ରି କରିଛି ମରାଠୀ ଫିଲ୍ମ ‘ଗୋନ୍ଧଳ’। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏବଂ ଇମ୍ପାର…

ମା’ଙ୍କ ଏକମାତ୍ର ଭରସା ଥିଲେ ସୁମିତ, ଛଡ଼ାଇନେଲା ତୁମ୍ବେଶ୍ୱର ଘାଟ: ଗଣେଶ ଭସାଣି ବେଳେ ଋଷିକୁଲ୍ୟାରେ ଭାସିଗଲେ ଛାତ୍ର

ପୁରୁଷୋତ୍ତମପୁର, ୧୮/୯ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀର ତୁମ୍ବେଶ୍ୱର ଘାଟରେ ଶୁକ୍ରବାର ଅଘଟଣ ଘଟିଛି। ଗଣେଶ…

ଶାଶୁଙ୍କୁ ଛୁରିରେ ଆକ୍ରମଣ କଲେ ବୋହୁ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୧୮।୯( ଦ୍ବିତୀକୃଷ୍ଣ ପଣ୍ଡା): ପାରିବାରିକ କଳହକୁ କେନ୍ଦ୍ରକରି ଶାଶୁଙ୍କୁ ଛୁରିରେ ଆକ୍ରମଣ କରିବା ଅଭିଯୋଗରେ ବୋହୁ ଗିରଫ ହୋଇଛନ୍ତି। ସେ ହେଲେ ଭାରତୀ ସାହୁ। କରୁଣାକର ମାର୍ଗ…

ଜୈବ ବିବିଧତା ସୁରକ୍ଷା ନେଇ…

ଭଞ୍ଜନଗର, ୧୮/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଶୁକ୍ରବାର ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କୁ ସ୍ୱାଗତ…

ନବନିର୍ମିତ ପ୍ରଶାସନିକ ଗୃହ ଉଦ୍‌ଘାଟିତ: ୫୨ ଲକ୍ଷ ଟଙ୍କା ବ୍ୟୟରେ ହୋଇଛି ନିର୍ମାଣ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ନବନିର୍ମିତ ପ୍ରଶାସନିକ ଗୃହ ଶୁକ୍ରବାର କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଦ୍ୱାରା ଉଦ୍‌ଘାଟିତ…

ବ୍ୟାଙ୍କର ୩ ସ୍କାଏଲାଇଟ୍‌ ଭାଙ୍ଗି ପଶିଥିଲେ: ୪ ଗିରଫ

କେସିଙ୍ଗା, ୧୮।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ଗିଗିନା ଗ୍ରାମରେ ଥିବା କାନାରା ବ୍ୟାଙ୍କ ଶାଖାରୁ ଚୋରି ଅଭିଯୋଗରେ ୪ ଜଣଙ୍କୁ ପୋଲିସ…

କେସିଙ୍ଗା ବ୍ଲକରେ ନୂତନ ଯୋଗାଣ ଅଧିକାରୀ: ଦୀର୍ଘଦିନ ପରେ ପୂରଣ ହେଲା ଖାଲି ପଦବୀ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଦୀର୍ଘଦିନ ଧରି ଯୋଗାଣ ଅଧିକାରୀ ପଦବୀ ଖାଲି ରହିଥିଲା। ଫଳରେ ରାସନ କାର୍ଡରେ ନାମ ଯୋଡ଼ିବା…

IPL 2027 ନିଲାମ ପୂର୍ବରୁ ୧୧ ବଡ଼ ବ୍ୟାଟରଙ୍କୁ ରିଲିଜ କରାଯିବ! ଲିଷ୍ଟ ଦେଖିଲେ ମୁଣ୍ଡରେ ହାତ ଦେବେ

ନୂଆଦିଲ୍ଲୀ,୧୮।୯: ସମସ୍ତ ଦଳ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ୨୦ତମ ସିଜିନଅର୍ଥାତ IPL 2027 ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଯଦିଓ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?