Advertisement
Posted inଜାତୀୟ

ହିମାଚଳ ପ୍ରଦେଶ ନିର୍ବାଚନ: ଭାଜପାର ଘୋଷଣା ପତ୍ର ଜାରି

ଶିମ୍‌ଲା,୬।୧୧: ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ଭାଜପା ରବିବାର ଘୋଷଣା ପତ୍ର ପ୍ରକାଶ କରିଛି। ଭାଜପା ଏହି ଘୋଷଣା ପତ୍ରକୁ ‘ସଙ୍କଳ୍ପ ପତ୍ର- ୨୦୨୨’ ନାମରେ ନାମିତ କରିଛି। ଭାଜପା ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡା ଘୋଷଣା ପତ୍ର ପ୍ରକାଶ କରି କହିଛନ୍ତି, ଜୟ ରାମ ଠାକୁରଙ୍କ କାର୍ଯ୍ୟକାଳ ମଧ୍ୟରେ ୬୦୦୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିଲା, ଘର ନିର୍ମାଣ କରାଯାଇଥିଲା, ଗରିବ ଲୋକଙ୍କୁ ରାସନ ଦିଆଯାଇଥିଲା, ପାଞ୍ଚ ବର୍ଷ ମଧ୍ୟରେ ଏମ୍ସ କରାଯାଇଥିଲା। ବଲ୍କ ଡ୍ରଗ ଫାର୍ମା ପାର୍କ ମଧ୍ୟ ନିର୍ମାଣ କରାଯାଉଛି। ୟୁନିଫର୍ମ ସିଭିଲ କୋଡକୁ ଏହାର ଘୋଷଣା ପତ୍ରରେ ଲାଗୁ କରିବାକୁ ଭାଜପା ପ୍ରତିଶ୍ରୁତି ଦେଇଛି। ଏଥିପାଇଁ ଏକ କମିଟି ଗଠନ କରାଯିବ। ମୁଖ୍ୟମନ୍ତ୍ରୀ ସମ୍ମାନ ନିଧି ସହ ପ୍ରତିବର୍ଷ ୩୦୦୦ ଟଙ୍କା ପ୍ରଦାନ କରାଯିବ। ଆଠ ଲକ୍ଷରୁ ଅଧିକ ଚାକିରି ଦିଆଯିବ। ସମସ୍ତ ଗାଁକୁ ପକ୍କା ରାସ୍ତା କରାଯିବ। ପାଞ୍ଚଟି ନୂତନ ମେଡିକାଲ କଲେଜ ଖୋଲାଯିବ। ମୋବାଇଲ କ୍ଲିନିକ ଭ୍ୟାନ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀକୁ ଯିବ। ପୁରୁଣା ପେନ୍ସନ୍ର ପୁନରୁଦ୍ଧାର ସମ୍ପର୍କରେ ଘୋଷଣା ପତ୍ରରେ କୌଣସି ଉଲ୍ଲେଖ କରାଯାଇ ନାହିଁ।
ଭାଜପାର ଘୋଷଣା ପତ୍ର ଜାରି ସମୟରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର, ଭାଜପା ସଙ୍କଳ୍ପ ପତ୍ର କମିଟିର ସଭାପତି ପ୍ରଫେସର ଡା. ସିକନ୍ଦର କୁମାର, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ପୂର୍ବତନ ମନ୍ତ୍ରୀ ହର୍ଷ ମହାଜନ, ଏମ୍‌ପି ଇନ୍ଦୁ ଗୋସ୍ବାମୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଓଏସ୍‌ଡି ଲାଞ୍ଚ ନେଉଥିବାବେଳେ ଗିରଫ

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଓଏସ୍‌ଡି(ସ୍ବତନ୍ତ୍ର କର୍ତ୍ତବ୍ୟ ଅଧିକାରୀ) ଗୋପାଳକୃଷ୍ଣ ମାଧବ ଗିରଫ ହୋଇଛନ୍ତି। ଜିଏସ୍‌ଟି ସମ୍ପର୍କିତ ମାମଲାରେ ଗୋପାଳ ଜଣେ...

ଜାମିନ୍‌ ମିଳିବାର ଦିନକ ପରେ ମୋଦି ସରକାରଙ୍କୁ ଘେରିଲେ ଚିଦାମ୍ବରମ୍‌: ଦେଶର ଜିଡ଼ିପି ୪.୫ ନୁହେଁ ୧.୫ ପ୍ରତିଶତ

ନୂଆଦିଲ୍ଲୀ,୫।୧୨: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ଜାମିନ୍‌ ମିଳିବାର ଗୋଟିଏ ଦିନ ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିଛନ୍ତି।...

କଂଗ୍ରେସ ବିଧାୟକ ଦଳର ନେତା ହେଲେ ବାଲାସାହେବ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର କଂଗ୍ରେସ ବିଧାୟକ ଦଳର ନେତାଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ବାଲାସାହେବ ଥୋରାଟ। ମଙ୍ଗଳବାର ମୁମ୍ବାଇର ଏକ ହୋଟେଲରେ ଅନୁଷ୍ଠିତ ବୈଠକରେ...

କର୍ନାଟକର ବିଦ୍ରୋହୀ ବିଧାୟକ ମାଗିଲେ ୪ ସପ୍ତାହ ସମୟ

ବେଙ୍ଗାଲୁରୁ,୨୩।୭: କର୍ନାଟକ ରାଜନୀତି ଦିନକୁ ଦିନ ନୂଆ ମୋଡ ନେଉଛି। ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ମେଣ୍ଟ ସରକାରର ଆସ୍ଥା ଭୋଟକୁ ନେଇ ଚାଲିଛି ନାଟକ। ସୋମବାର...

ଗରିବଙ୍କ ପାଇଁ ୮୦ ଲକ୍ଷ ନୂଆ ଘର,ଚଳିତ ବର୍ଷରୁ ଚିପ୍‌ ପାସପୋର୍ଟ, ୧୦୦ ଗତି ଶକ୍ତି କାର୍ଗୋ…

ନୂଆଦିଲ୍ଲୀ, ୧।୨ : ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ୨୦୨୨-୨୩ ବର୍ଷରେ ଗରିବଙ୍କ ପାଇଁ ୮୦ଲକ୍ଷ ନୂଆ ଘର ନିର୍ମାଣ...

ଲକ୍‌ଡାଉନ ୪.୦ ପରେ ‘ଓ୍ବାର୍କ ଫ୍ରମ ହୋମ’ ପାଇଁ ପ୍ରସ୍ତୁତ ହେଉଛନ୍ତି ମୋଦି ସରକାରଙ୍କ ୭୦ରୁ ଊର୍ଦ୍ଧ୍ୱ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୪।୫: କରୋନା ଭାଇରସର ସଂକ୍ରମଣ ବହୁ ଦିନ ପର୍ଯ୍ୟନ୍ତ ରହିବ ବୋଲି କୁହାଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ପକ୍ଷରୁ ମଧ୍ୟ ଏହି ସୂଚନା ଦିଆଯାଇଛି। ଡବ୍ଲୁଏଚ୍‌ଓ...

ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ରେ ସିଏଏ-ଏନ୍‌ଆର୍‌ସିକୁ ନା

ସାରା ଦେଶରେ ଏବେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି)କୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏବେ ଏମିତି ଏକ...

ନିର୍ବାଚନ ପ୍ରଚାର କରିପାରିବେ ନାହିଁ ମମତା

କୋଲକାତା, ୧୨ା୪- ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ ଆୟୋଗ (ଇସି)। ତୃଣମୂଳ କଂଗ୍ରେସ ସୁପ୍ରିମୋ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ...

Advertisement
Archives

Model This Week