Posted inଜାତୀୟ

ଦିଲ୍ଲୀ ମଡେଲର କପି: ୧୨୫ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇବେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ଶିମଲା,୧୫।୪: ଚଳିତ ବର୍ଷ ଶେଷ ଆଡ଼କୁ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ହେବା। ଏଥିପାଇଁ ଏବେଠାରୁ ରାଜନୀତି ସରଗରମ ହୋଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଘୋଷଣାମାନ ଆରମ୍ଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଶୁକ୍ରବାର କେତେକ ଆକର୍ଷଣୀୟ ଯୋଜନା ଘୋଷଣା କରିଛନ୍ତି। ୧୨୫ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର ଲାଗି ରାଜ୍ୟର ଉପଭୋକ୍ତାମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ସେହିପରି ସରକାରୀ ବସ୍‌ରେ ମହିଳାମାନଙ୍କୁ ୫୦ ପ୍ରତିଶତ ରିହାତି ମିଳିବ। ଗ୍ରାମାଞ୍ଚଳରେ ପାଣି ବିଲ୍‌କୁ ମଧ୍ୟ ଛାଡ଼ କରାଯାଇଛି। ଚୋଗାନ୍‌ଠାରେ ୭୫ତମ ହିମାଚଳ ଦିବସ ସମାରୋହରେ ଅଧ୍ୟକ୍ଷତା କରି ଜୟରାମ ଉପରୋକ୍ତ ଘୋଷଣା କରିଛନ୍ତି। ଏଚ୍‌ଆର୍‌ଟିସି ବସ୍‌ରେ ମହିଳାମାନଙ୍କୁ ୫୦ ପ୍ରତିଶତ ରିହାତି ଦିଆଯିବ। ଏହାଦ୍ୱାରା ସେମାନଙ୍କର ୬୦ କୋଟି ଟଙ୍କା ସଞ୍ଚୟ ହୋଇପାରିବ। ଜୁଲାଇ ୧ରୁ ୧୨୫ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍‌ ବ୍ୟବହାର ଦେୟମୁକ୍ତ ହେବ। ଏହାଦ୍ୱାରା ୧୧.୫ ଲକ୍ଷ ଉପଭୋକ୍ତା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗ୍ରାମାଞ୍ଚଳରେ ମାଗଣାରେ ପାନୀୟ ଜଳ ଲୋକଙ୍କ ଘରେ ଯୋଗାଇ ଦିଆଯିବ। ଏହାଦ୍ୱାରା ଗ୍ରାମାଞ୍ଚଳ ପରିବାରଗୁଡ଼ିକ ୩୦ କୋଟି ଟଙ୍କାର ଆର୍ଥିକ ଲାଭ ପାଇପାରିବେ ବୋଲି ଜୟରାମ କହିଥିଲେ। ଏହା ବ୍ୟତୀତ ଚାମ୍ବା ସହରର ସୌନ୍ଦର୍ଯ୍ୟକରଣ ଓ ବିକାଶ ସହ ଟ୍ରାଫିକ୍‌ ସମସ୍ୟା ଦୂର କରାଯିବ। ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ପୂର୍ଣ୍ଣ ସହଯୋଗ କରୁଛନ୍ତି। ହିମାଚଳପ୍ରଦେଶ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସ୍ବତନ୍ତ୍ର ସଂଯୋଗ ରହିଛି। ତାଙ୍କ ନେତୃତ୍ୱରେ ରାଜ୍ୟକୁ ହଜାର ହଜାର କୋଟିର ପ୍ରୋଜେକ୍ଟ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଅନ୍ୟପଟେ ଜୟରାମ ଠାକୁରଙ୍କ ଏହି ଯୋଜନାକୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଦିଲ୍ଲୀ ମଡେଲର କପି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବନ୍ୟା ପରେ ନେପାଳକୁ ମାଡିଆସୁଛି ଆଉ ଏକ ବଡ଼ ବିପଦ! ଚାଇନା ଦେଲା ଭୟଙ୍କର ଚେତାବନୀ, ଯେକୌଣସି ସମୟରେ…

କାଠମାଣ୍ଡୁ, ୨୯।୮: ନେପାଳରେ ଭୟଙ୍କର ବନ୍ୟା ଏବଂ ଫ୍ଲାସ ଫ୍ଲଡ ଯୋଗୁ ବିପୁଳ କ୍ଷୟକ୍ଷତି ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ଦେଖାଦେଇଛି। ଚାଇନା…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ

କଟକ, ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିପାଳ। ପାର୍କର ବିଭିନ୍ନ କାମର ଅଗ୍ରଗତି…

ବୁର୍ଲାରେ ଫୁଟିଲା ଗୁଳି: ମାଂସ ବ୍ୟବସାୟୀଙ୍କ ଚାଲିଗଲା ଜୀବନ, ପରକୀୟା ପ୍ରୀତି …

ସମ୍ବଲପୁର,୨୯ା୮(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ପୂର୍ବାହ୍ନରେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି। ଏଥିରେ କିର୍ବା ଛକରେ ମାଂସ ଦୋକାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri