Posted inଜାତୀୟ

ହିମାଚଳ ଭୁସ୍ଖଳନରେ ୧୮ ମୃତ: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ସହାୟତା ରାଶି ଘୋଷଣା

ବିଳାସପୁର,୮ା୧୦: ହିମାଚଳପ୍ରଦେଶର ବିଳାସପୁର ଜିଲାରେ ମଙ୍ଗଳବାର ସନ୍ଧ୍ୟାରେ ବଡ଼ ଧରଣର ଭୂସ୍ଖଳନ ଘଟି ମାଟି ଅତଡ଼ା ତଳେ ଏକ ବସ୍‌ ପୋତିହୋଇପଡ଼ିବାରୁ ଅନୂ୍ୟନ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ବହୁସଂଖ୍ୟାରେ ଲୋକ ମାଟିପଥର ତଳେ ରହିଯାଇଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୋଲିସ ଓ ଜିଲା ପ୍ରଶାସନର ଅଧିକାରୀମାନେ ପହଞ୍ଚତ୍ଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବିଳାସପୁର ଡେପୁଟୀ କମିଶନର ରାହୁଲ କୁମାର କହିଛନ୍ତି। ବସ୍‌ଟି ମାରୋଟାନ୍‌ରୁ ଘୁମାରନଓ୍ବିନ୍‌ ଯାଉଥିବାବେଳେ ସେଥିରେ ୩୦ରୁ ୩୫ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଉଛି। ବାଲୁ ବ୍ରିଜ୍‌ ନିକଟରେ ଭୂସ୍ଖଳନ ହେବାରୁ ପାହାଡ଼ ପାର୍ଶ୍ୱ ରାସ୍ତାରେ ଯାଉଥିବା ଘରୋଇ ବସ୍‌ଟି ମାଟିପଥର ତଳେ ପୋତିହୋଇପଡ଼ିଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହି କଷ୍ଟକର ସମୟରେ ମୋର ଚିନ୍ତାଧାରା ପ୍ରଭାବିତ ଲୋକ ଏବଂ ସେମାନଙ୍କ ପରିବାର ସହିତ ଅଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପ୍ରଭାବିତ ଲୋକଙ୍କ ପାଇଁ କ୍ଷତିପୂରଣ ଘୋଷଣା ମଧ୍ୟ କରିଛି।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦୁର୍ଘଟଣା ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ଶେୟାର କରିଛି। ପୋଷ୍ଟରେ, ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ହିମାଚଳ ପ୍ରଦେଶର ବିଳାସପୁରରେ ଦୁର୍ଘଟଣାରେ ପ୍ରାଣହାନି ଯୋଗୁଁ ମୁଁ ଦୁଃଖିତ। ଏହି କଷ୍ଟକର ସମୟରେ ପ୍ରଭାବିତ ଲୋକ ଏବଂ ସେମାନଙ୍କ ପରିବାର ସହିତ ମୋର ଚିନ୍ତାଧାରା ରହିଛି।” ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।

ସେ ଆହୁରି କହିଛନ୍ତି, ’ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (PMNRF)ରୁ ଦୁର୍ଘଟଣାରେ ମୃତକଙ୍କ ନିକଟତମ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ।

Dharitri – Odisha’s No.1 Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri