ସରକାରୀ ଚାକିରି ପାଇଁ ବଢିଲା ବୟସ ସୀମା, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୯ା୫(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ତ୍ୱରାନ୍ବିତ କରିବା ସହିତ ଯୁବବର୍ଗଙ୍କୁ ନିଯୁକ୍ତି ଯୋଗାଇବା ଏବଂ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ଉପଯୋଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୁଧବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ଖବରଦାତା ସମ୍ମିଳନୀରେ କହିଛନ୍ତି, ସରକାରୀ ଚାକିରିରେ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମା ୩୨ରୁ ୪୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି ସରକାର ଓଡ଼ିଶା ବେସାମରିକ ସେବା(ସର୍ବୋଚ୍ଚ ବୟସସୀମା ସ୍ଥିରୀକରଣ) ନିୟମାବଳୀ ୧୯୮୯ର ସଂଶୋଧନ କରାଯାଇଛି। ସରକାରଙ୍କ ନିୟମାବଳୀରେ ଥିବା ବ୍ୟବସ୍ଥା ଅନୁଯାୟୀ ସରକାରୀ ପଦପଦବୀ ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସସୀମା ପୂର୍ବରୁ ୩୨ ବର୍ଷ ରହିଥିଲା। କ୍ୟାବିନେଟ୍‌ ନିଷ୍ପତ୍ତି ଦ୍ବାରା ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରି ବୟସମୀମା ପାର୍‌ ହୋଇଯାଇଥିବା ଆଶାୟୀ ଉପକୃତ ହେବେ।

ମୁଖ୍ୟ ଶାସନ ସଚିବ କହିଥିଲେ, ରାଜ୍ୟ ସରକାର କିଛି ସେବା ଓ ପଦବୀ, ଯେଉଁଠାରେ ସର୍ବୋଚ୍ଚ ବୟସସୀମା ଅଧିକ ଉଲ୍ଲେଖ ହୋଇଛି କିମ୍ବା ୟୁନିଫର୍ମ ସେବା ଯଥା ପୋଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ସେବା ଇତ୍ୟାଦି ଏବଂ ଯେଉଁ ସେବା ଓ ପଦବୀରେ ଶାରୀରିକ ଦକ୍ଷତା ପରୀକ୍ଷା ରହିଥାଏ ଏବଂ ଏହାବ୍ୟତୀତ ଅନ୍ୟ ସମସ୍ତ ବିଭିନ୍ନ ମୂଳ ପଦବୀ ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସସୀମା ୩୨ ବର୍ଷରୁ ୪୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତିି ନେଇଛନ୍ତି। ଉପରୋକ୍ତ ସର୍ବୋଚ୍ଚ ବୟସସୀମା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ, ମହିଳା, ଅବସରପ୍ରାପ୍ତ ସେନା ଅଧିକାରୀ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ଲାଗୁ ହେଉଥିବା ନିୟମାବଳୀ ଅନୁସାରେ କୋହଳ ହେବ ବୋଲି ସେ କହିଥିଲେ। ସେହିପରି ରାଜ୍ୟ ସରକାର ଓଡ଼ିଶା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(କୃତ୍ରିମ ବୁଦ୍ଧିମତ୍ତା) ନୀତି(୨୦୨୫)କୁ କ୍ୟାବିନେଟରେ ଅନୁମୋଦନ କରିଛନ୍ତି। ଏହି ନୀତିର ଏକ ପ୍ରମୁଖ ବିଶେଷତ୍ୱ ହେଲା ଏକ ସ୍ବତନ୍ତ୍ର ଏଆଇ ମିଶନ ସୃଷ୍ଟି କରିବ, ଯାହା ସରକାରୀ ବିଭାଗଗୁଡ଼ିକ ମଧ୍ୟରେ ଏଆଇ ପ୍ରୟୋଗର ପ୍ରୟାସଗୁଡିକୁ କାର୍ଯ୍ୟାନ୍ବିତ କରିବା ପାଇଁ ସର୍ବୋଚ୍ଚ ପ୍ରତିଷ୍ଠାନ ଭାବରେ କାର୍ଯ୍ୟ କରିବ। ଓଡ଼ିଶାର ବୈଷୟିକ ବିକାଶକୁ ଏହି ନୀତି ଆହୁରି ସୁଦୃଢ଼ କରିବ। ଏହି ନୀତି ଓଡ଼ିଶାର ଶ୍ରେଷ୍ଠ ଡିଜିଟାଲ ପରିବର୍ତ୍ତନ ପ୍ରକ୍ରିୟାର ଅଂଶବିଶେଷ ହେବା ସହ ଓଡ଼ିଶାର ପ୍ରଯୁକ୍ତିବିଦ୍ୟା ବିକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ହେବ। କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର ଦ୍ବାରା ପ୍ରଶାସନିକ କ୍ଷେତ୍ରରେ ସୁଫଳ ମିଳିବ। କୃତ୍ରିମ ବୁଦ୍ଧିମତ୍ତାକୁ ଆଧାରକରି ତଥ୍ୟ ସଂଗ୍ରହ, ନବସୃଜନକୁ ପ୍ରୋତ୍ସାହନ, ତଥ୍ୟ-ପରିଚାଳିତ ନିଷ୍ପତ୍ତି ସହ ରାଜ୍ୟର ସାମାଜିକ-ଆର୍ଥିକ ଉନ୍ନତି ସମ୍ଭବ ହୋଇପାରିବ।

ଓଡ଼ିଶା ଏଆଇ ନୀତି ବିଶେଷକରି କୃତ୍ରିମ ବୁଦ୍ଧିମତ୍ତାର ମୌଳିକ ଭିତ୍ତିିଭୂମି, ଦକ୍ଷତା, ଶକ୍ତି ଏବଂ ନିୟନ୍ତ୍ରଣାତ୍ମକ ଢାଞ୍ଚା ଉପରେ ପର୍ଯ୍ୟବସିତ। ଏହା ରାଜ୍ୟର କମ୍ପ୍ୟୁଟିଙ୍ଗ କ୍ଷମତାକୁ ସରଳ କରିବା ସହିତ ପରିପକ୍ୱ ତଥ୍ୟ ପ୍ରଦାନ କରିପାରିବ ଏବଂ ଶିଳ୍ପ ଓ ଶିକ୍ଷା ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବ। ଏହି ନୀତି ସମୟ-ଉପଯୋଗୀ ବିକାଶମୂଳକ ପ୍ରକଳ୍ପ ପ୍ରସ୍ତୁତି, ପାଇଲଟ୍‌ ପ୍ରକଳ୍ପଗୁଡିକ ମଧ୍ୟରେ ସମନ୍ବୟ ସ୍ଥାପନ ତଥା ସରକାରୀ ସଂସ୍ଥା, ଷ୍ଟାର୍ଟଅପ୍‌ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅନୁସନ୍ଧାନ ଓ ବିକାଶମୂଳକ କାର୍ଯ୍ୟରେ ସହାୟତା ଦେବ।

ଓଡ଼ିଶା ଏଆଇ ମିଶନରେ ଦୁଇସ୍ତରୀୟ ପରିଚାଳନା ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଗୋଟିଏ ଉଚ୍ଚସ୍ତରୀୟ ଏଆଇ ଟାସ୍କଫୋର୍ସ ଓ ଏଆଇ ସେଲ୍‌ର ବ୍ୟବସ୍ଥା ରହିଛି I ଏହି ନୀତିକୁ ଏକ ସମନ୍ବୟମୂଳକଭାବେ କାର୍ଯ୍ୟକାରୀ କରାଯାଇ ଭାରତ ଏଆଇ ମିଶନର ମୌଳିକ ଲକ୍ଷ୍ୟଗୁଡ଼ିକ ସହିତ ସମନ୍ବୟ ସ୍ଥାପନା କରାଯିବ। ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏକ ସୁଦୃଢ଼ ବୈଷୟିକ ଭିତ୍ତିଭୂମିର ନିର୍ମାଣ ପାଇଁ ନିଆଯାଉଥିବା ପଦକ୍ଷେପର ଏହି ନୀତି ଏକ ଦୃଷ୍ଟାନ୍ତ। ଏହା ବ୍ୟତୀତ ରାଜ୍ୟ ସରକାର ଏମ୍‌ଇଆଇଟିଓ୍ବାଇ ଏବଂ ଏନ୍‌ଏଏସ୍‌ଏସ୍‌ସିଓଏମ୍‌ ସହିତ ସହଭାଗିତାରେ ଏକ ଏଆଇ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି, ଯାହା ଓଡ଼ିଶାର ବୈଷୟିକ ଗବେଷଣା, ଆବିଷ୍କାର ଓ ବିକାଶକୁ ତ୍ୱରାନ୍ବିତ କରିବ ବୋଲି ମୁଖ୍ୟ ସଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?