Posted inଜାତୀୟ

ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ ଫେରାଇଦେଲା ସ୍କୁଲ

ମାଡ଼ିକେରି,୧୪।୨: କର୍ନାଟକ କୋଡାଗୁ ଜିଲାର ଏକ ପବ୍ଲିକ୍‌ ସ୍କୁଲ୍‌କୁ ସୋମବାର ହିଜାବ ପିନ୍ଧି ଆସିଥିବା ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀଙ୍କୁ ପ୍ରବେଶ ଅନୁମତି ଦିଆଯାଇ ନାହିଁ। ଫଳରେ ସେମାନେ ଘରକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ନ୍ୟାୟ ମିଳିବ ବୋଲି ଛାତ୍ରୀମାନଙ୍କ ମାଆବାପା ଆଶାବାଦୀ ଥିବାବେଳେ ଅଦାଲତଙ୍କ ଚୂଡ଼ାନ୍ତ ରାୟକୁ ଅପେକ୍ଷା କରିଛନ୍ତି। କୋଡାଗୁର ନେଲିହୁଦିକେରିରେ ମୁସଲମାନ ଜନସଂଖ୍ୟା ଅଧିକ। ହିଜାବ ବିବାଦକୁ ନେଇ ହିଂସାତ୍ମକ ସ୍ଥିତି ଉପୁଜିବା ପରେ କର୍ନାଟକରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା। ସୋମବାର ସକାଳେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲିଥିବାବେଳେ ବହୁସଂଖ୍ୟାରେ ପିଲା ଆସିଥିଲେ। ତେବେ କର୍ନାଟକ ପବ୍ଲିକ୍‌ ସ୍କୁଲ୍‌କୁ ଆସିଥିବା ୩୦ ଜଣ ଛାତ୍ରୀଙ୍କୁ ପ୍ରବେଶ ଅନୁମତି ଦିଆଯାଇ ନ ଥିଲା ଏବଂ ହିଜାବ ଖୋଲିବାକୁ କୁହାଯାଇଥିଲା। ସ୍କୁଲ୍‌ ଗେଟ୍‌ ନିକଟରେ ପ୍ରିନ୍ସିପାଲ ଏବଂ ପରିଚାଳନା କର୍ତ୍ତୃପକ୍ଷ ଉପସ୍ଥିତ ରହି ପିଲାମାନଙ୍କୁ ଅଟକାଇଥିଲେ ଏବଂ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ମାନିବା ପାଇଁ ଅନୁରୋଧ କରିଥିଲେ। ତେବେ ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ବିନା ହିଜାବରେ ଶ୍ରେଣୀରେ ବସିବେ ନାହଁି ବୋଲି କହି ଘରକୁ ଫେରିଯାଇଥିଲେ। ଫେରିଯାଇଥିବା ଛାତ୍ରୀମାନଙ୍କ ଅଭିଭାବକମାନେ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଧର୍ମୀୟ ମୁଖ୍ୟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଉତ୍ତେଜନା ସୃଷ୍ଟି ହେବା ଆଶଙ୍କାରେ ଉକ୍ତ ସ୍କୁଲ୍‌ରେ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯାଇଛି।
ସେହିପରି ସିଦ୍ଦପୁରାର ଇକ୍‌ର ପବ୍ଲିକ୍‌ ସ୍କୁଲ୍‌ରେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧି ପଢ଼ିବାକୁ ଅନୁମତି ଦିଆଯାଇଥିବା ଖବର ପାଇ ବିରାଜପେଟ୍‌ ତହସିଲ୍‌ଦାର ଯୋଗାନନ୍ଦ ଉକ୍ତ ସ୍କୁଲ୍‌କୁ ପରିଦର୍ଶନରେ ଯାଇଥିଲେ। ସେ ସ୍କୁଲ୍‌ ପରିଚାଳନା କର୍ତ୍ତୃପକ୍ଷ ପିଲାଙ୍କୁ ହିଜାବ ପିନ୍ଧିବା ପାଇଁ ଅନୁମତି ଦେବା ନିମନ୍ତେ ପ୍ରସ୍ତାବ ଗୃହୀତ କରାଇଥିବା ଜାଣିବା ପରେ ତହସିଲଦାର ଏହାର ନକଲ ମାଗିଛନ୍ତି।
କର୍ନାଟକରେ ହିଜାବକୁ ନେଇ ଗତ ମାସରୁ ବିବାଦ ଲାଗି ରହିଛି। ଉଡ଼ୁପି ଜିଲାର ଏକ ପ୍ରି-ୟୁନିଭର୍ସିଟି କଲେଜରେ ହିଜାବ ପିନ୍ଧିଥିବା କେତେଜଣ ଛାତ୍ରୀଙ୍କୁ କ୍ୟାମ୍ପସ୍‌ରେ ପ୍ରବେଶ ଅନୁମତି ଦିଆଯାଇ ନ ଥିଲା। ପରେ ଅନ୍ୟ କଲେଜକୁ ମଧ୍ୟ ହିଜାବ ବିବାଦ ବ୍ୟାପିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିପାକ୍ଷିକ ବୈଠକ ପୂର୍ବରୁ ମୋଦିଙ୍କୁ ଏ କ’ଣ କହିଦେଲେ ଟ୍ରମ୍ପ? ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ରାନ୍ସର ଏଭିଆନଠାରେ ଆୟୋଜିତ ଜି-୭ (G-7) ସମିଟ ଅବସରରେ ଆଜି ବୁଧବାର (୧୭ ଜୁନ,…

ଧାନକିଣାରେ ଅବ୍ୟବସ୍ଥା: ଚିନ୍ତାରେ ଶତାଧିକ ଚାଷୀ

ତିହିଡ଼ି,୧୭ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ ଧାନ ଅମଳ…

ଭାଜପାରେ ସାମିଲ ହେଲେ ବିଜେଡି-କଂଗ୍ରେସର ବହୁ କର୍ମକର୍ତ୍ତା

ମାଲକାନଗିରି,୧୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡ଼ିଆ ସଦର ବ୍ଲକ କଲ୍ୟାଣମଣ୍ଡପଠାରେ ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ମାଲକାନଗିରି ବିଧାୟକ…

ପ୍ରବଳ ଖରା ଯୋଗୁ ସକାଳୁଆ ସ୍କୁଲ, ଜାଣନ୍ତୁ କେଉଁ ଜିଲାରେ ହେଲା ଘୋଷଣା

ନୂଆପଡା,୧୭।୬: ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ…

ଆନ୍ତଃଜିଲା ବାଇକ ଚୋରି ର଼୍ୟାକେଟ୍‌ର ପର୍ଦ୍ଦାଫାଶ, ୭ ଗିରଫ

ରିଷିଡା ୧୭।୬: (ସୁଶାନ୍ତ ମଲ୍ଲିକ): ମ.ରାମପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଆନ୍ତଃ ଜିଲା ବାଇକଚୋରି ର଼୍ୟାକେଟ ବର୍ତ୍ତମାନ ପୋଲିସ ହାତରେ । ଦୀର୍ଘଦିନ ଧରି…

ସ୍ବାଧୀନତାର ୭୮ ବର୍ଷ ପରେ ବି ଅନ୍ଧାରରେ ଗ୍ରାମବାସୀ: ଦେଲେ ଏଭଳି ଚେତାବନୀ, ବିଜୁଳି ନ ମିଳିଲେ …

ଥୁଆମୁଳ ରାମପୁର, ୧୭।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଲକ ଅଧୀନସ୍ଥ ‘ତୁମୋନୀଖୋଲ’ ଗ୍ରାମକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ପହଞ୍ଚି…

ସୁବର୍ଣ୍ଣପୁର ପରେ ଏହି ଜିଲାରେ ସ୍କୁଲ ଛୁଟି, ୨୨ରେ ଖୋଲିବ ସ୍କୁଲ

ଭୁବନେଶ୍ୱର,୧୭।୬: ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ…

ଅନ୍ଧାରରେ ଲୁଚି ମଣିଷର ଜାସୁସୀ କରୁଛନ୍ତି ଏଲିଅନ! ବୈଜ୍ଞାନିକଙ୍କ ଏହି ଚେତାବନୀ ସାରା ବିଶ୍ୱରେ ସୃଷ୍ଟି କଲାଣି ଆତଙ୍କ

ବିଗତ ଅନେକ ବର୍ଷ ଧରି ଏହି ସୌରମଣ୍ଡଳରେ ଏଲିଅନଙ୍କ ଉପସ୍ଥିତିକୁ ନେଇ ଅନେକ ବଡ଼ ବଡ଼ ଦାବି କରାଯାଇଛି। ହେଲେ ଏପର୍ଯ୍ୟନ୍ତ ଏହା ଏକ ଅସମାହିତ ପ୍ରଶ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri