Posted inଜାତୀୟ

‘ବିକିନି ହେଉ କି ହିଜାବ, ମହିଳାମାନେ ନିଜ ଇଚ୍ଛା ଅନୁସାରେ କପଡ଼ା ପିନ୍ଧିବାର ରହିଛି ଅଧିକାର’

ନୂଆଦିଲ୍ଲୀ,୯।୨: କର୍ନାଟକରେ ଆରମ୍ଭ ହୋଇଥିବା ହିଜାବ ବିବାଦକୁ ଚର୍ଚ୍ଚା ଜୋର ଧରିଛି। ହିଜାବ ପିନ୍ଧିଥିବାରୁ ମୁସଲମାନ ଝିଅମାନଙ୍କୁ କଲେଜ କ୍ୟାମ୍ପସ କିମ୍ବା କ୍ଲାସରେ ବସିବାକୁ ଅନୁମତି ମିଳୁନାହିଁ। ହିଜାବକୁ ବିରୋଧ କରି କିଛି ଶିକ୍ଷାର୍ଥୀ ଗେରୁଆ ସ୍କାର୍ଭ ମଧ୍ୟ ପିନ୍ଧି କଲେଜ ଆସୁଛନ୍ତି। ଦୁଇ ଦିନ ହେଲା ଏହାକୁ ନେଇ ବିବାଦ ଲାଗି ରହିଥିବାରୁ କର୍ନାଟକ ସରକାର ସମସ୍ତ ସ୍କୁଲକୁ ୩ ଦିନ ପାଇଁ ବନ୍ଦ ମଧ୍ୟ ଘୋଷଣା କରିଛନ୍ତି। ଏସବୁ ଭିତରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଟୁଇଟ୍‌ ଯୋଗେ କହିଛନ୍ତି, ମହିଳାମାନେ ନିଜ ଇଚ୍ଛା ଅନୁସାରେ କପଡ଼ା ପିନ୍ଧିବାର ଅଧିକାର ରହିଛି। ବିକିନି, ଓଢଣା ଜିନ୍ସ ହେଉ କି ହିଜାବ ମହିଳାମାନେ ସେମାନଙ୍କ ଇଚ୍ଛା ଅନୁସାରେ ପିନ୍ଧିବେ। ଏହି ଅଧିକାର ତାଙ୍କୁ ଭାରତୀୟ ସମ୍ଭିଧାନରୁ ମିଳିଛି।

ସୂଚନାଯୋଗ୍ୟ, କର୍ନାଟକରେ ହିଜାବକୁ ନେଇ ଦିନକୁ ଦିନ ପରିସ୍ଥିତି ସଙ୍ଗୀନ ହେଉଛି। ଗୋଟିଏ ଗୋଷ୍ଠୀ ହିଜାବ ପିନ୍ଧି କଲେଜ ଆସିବାକୁ ଜିଦ ଧରିଥିବା ବେଳେ ଅନ୍ୟ ଏକ ଗୋଷ୍ଟୀର ଛାତ୍ରୀଛାତ୍ରମାନେ ଗେରୁଆ ସ୍କାର୍ପ ପନ୍ଧି ଆସିବାକୁ ଦାବି କରିଛନ୍ତି। ଏହାକୁ ନେଇ ଦୁଇ ଗୋଷ୍ଟୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଥମେ କର୍ନାଟକର ପିୟୁ ସରକାରୀ ମହିଳା ମହାବିଦ୍ୟାଳୟରେ ହିଜାବ ବିବାଦ ସୃଷ୍ଟି ହୋଇଥିଲା। ଯେଉଁଠି ୬ ଜଣ ଛାତ୍ରୀ ହିଜାବ ପକାଇ ଆସିଥିବା ବେଳେ ସେମାନଙ୍କୁ କ୍ଲାସ ରୁମରେ ପ୍ରତିବନ୍ଧକ ଲାଗାଯାଇଥିଲା। କଲେଜ ହିଜାବ ପ୍ରତିବନ୍ଧକକୁ ନେଇ ଜଣେ ଯୁବତୀ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ମଙ୍ଗଳବାର ହାଇକୋର୍ଟରେ ଏହାର ଶୁଣାଣି ହୋଇଥିଲା। କୋର୍ଟରେ ସରକାରଙ୍କ ଆଡଭୋକେଟ ଜେନେରାଲ ଏବଂ ହିଜାବ ପିନ୍ଧି ସ୍କୁଲ-କଲେଜରେ ଆଡମିଶନ ଚାହୁଁଥିବା ଛାତ୍ରୀଙ୍କ ଆଡଭୋକେଟଙ୍କ ପକ୍ଷରୁ ଯୁକ୍ତି ବାଢିଥିଲେ। ଏହି ଯୁକ୍ତି ଶୁଣିବା ପରେ କୋର୍ଟ ଆଜିର ଶୁଣାଣି ଶେଷ କରିଛନ୍ତି ଏବଂ ଆଜି ଅପରାହ୍ନ ୨.୩୦ରେ ମାମଲାର ପୁଣି ଶୁଣାଣି ହେବ ବୋଲି କହିଛନ୍ତି।
ହିଜାବ ବିବାଦ ମଧ୍ୟରେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ତିନି ଦିନ ପାଇଁ ରାଜ୍ୟର ସମସ୍ତ ହାଇସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ବୋମ୍ମାଇ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଆମେ କର୍ନାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ। ମୁଁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ ଛାତ୍ରୀଛାତ୍ରମାନଙ୍କୁ ନିବେଦନ କରୁଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ କୌଣସି ସଂଘର୍ଷ ନ ହେବା ଉଚିତ ବୋଲି ମୁଁ ବିଦ୍ୟାଳୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri