Posted inଜାତୀୟ

ହିଜାବ: ଶିମୋଗାରେ ୧୪୪ ଧାରା

ବେଙ୍ଗାଲୁରୁ,୯।୨: କର୍ନାଟକ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ସ୍କୁଲ, କଲେଜରେ ମୁସଲମାନ ସମ୍ପ୍ରଦାୟର ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେବା ନେଇ ମଙ୍ଗଳବାର କର୍ନାଟକ ହାଇକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ହୋଇଛି। ଆବେଗ କିମ୍ବା ଭାବନା ଦ୍ୱାରା ନୁହେଁ ବରଂ ଯୁକ୍ତି ଏବଂ ଆଇନ ଅନୁସାରେ ଏହାର ବିଚାର ହେବା ଆବଶ୍ୟକ ବୋଲି ହାଇକୋର୍ଟ କହିଛନ୍ତି। ସମ୍ବିଧାନ ହିଁ ତାଙ୍କ ପାଇଁ ଭଗବତ ଗୀତା କହିବା ସହ ଜଷ୍ଟିସ୍‌ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ବୁଧବାରକୁ ମାମଲାର ଶୁଣାଣି ଘୁଞ୍ଚାଇଛନ୍ତି। ସେପଟେ କୋର୍ଟଙ୍କ ରାୟକୁ ଅପେକ୍ଷା କରି କର୍ନାଟକରେ ୩ ଦିନ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ବନ୍ଦ ଘୋଷଣା କରାଯାଇଛି। ଶାନ୍ତି ବଜାୟ ପାଇଁ ହାଇକୋର୍ଟ ଏବଂ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ସମସ୍ତଙ୍କୁ ନିବେଦନ କରିଛନ୍ତି। ଗଣ୍ଡଗୋଳ ଆଶଙ୍କାରେ ଶିମୋଗା ଜିଲାରେ ବୁଧବାର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହୋଇଛି।
ମାମଲା ଶୁଣାଣି ବେଳେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ହରିହର ଏବଂ ଦାଭେଙ୍ଗେରେ ସହରରେ ଏହାକୁ ନେଇ ଛାତ୍ରୀଛାତ୍ରମାନେ ହିଂସାକାଣ୍ଡ କରିଛନ୍ତି। ହରିହର ଫାଷ୍ଟ୍‌ ଗ୍ରେଡ୍‌ କଲେଜ କ୍ୟାମ୍ପସ୍‌ରେ ଦୁଇ ଗୋଷ୍ଠୀ ପରସ୍ପରକୁ ପଥର ଫିଙ୍ଗିଥିବା ଦେଖାଯାଇଥିଲା। ଏଥିରେ କେତେଜଣ ଛାତ୍ରୀଛାତ୍ର ଏବଂ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ଲୁହବୁହା ଗ୍ୟାସ୍‌ ପ୍ରୟୋଗ ସହ ଲାଠି ଚାର୍ଜ କରିଥିଲା। ମାଣ୍ଡ୍ୟର ଏକ କଲେଜରେ ଜଣେ ମୁସଲମାନ ଛାତ୍ରୀଙ୍କୁ ଗେରୁଆ ଗାମୁଛା ପକାଇଥିବା କେତେଜଣ ଛାତ୍ର ଘେରି ଯାଇ ଜୟ ଶ୍ରୀରାମ ନାରା ଦେଇଥିଲେ। ସେହି ସମୟରେ ଛାତ୍ରୀ ଜଣକ ଆଲ୍ଲା ହୁ ଆକବର କହି ଚିଲାଉଥିବା ଦେଖିବାକୁ ମିଳିଛି। ସେହିପରି ଶିମୋଗାର ଏକ କଲେଜରେ ଲାଗିଥିବା ତ୍ରିରଙ୍ଗାକୁ ହଟାଇ କେତେଜଣ ଛାତ୍ର ସେଠାରେ ଗେରୁଆ ପତାକା ଲଗାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଗତ ମାସରେ ଉଡୁପି ସ୍ଥିତ ପି.ୟୁ. ସରକାରୀ ବାଳିକା ମହାବିଦ୍ୟାଳୟରେ ହିଜାବ ବିବାଦ ଦେଖାଦେଇଥିଲା। ୬ ଜଣ ଛାତ୍ରୀ ହିଜାବ ପିନ୍ଧିଥିବାରୁ ସେମାନଙ୍କୁ ଶ୍ରେଣୀଗୃହକୁ ଅନୁମତି ମିଳି ନ ଥିଲା। ଉଡୁପି ଏବଂ ଚିକ୍କାମାଙ୍ଗାଲୁରୁର ଦକ୍ଷିଣପନ୍ଥୀ ସମୂହ ମୁସଲମାନ ଛାତ୍ରୀମାନେ କ୍ଲାସରେ ହିଜାବ ପିନ୍ଧିବାକୁ ବିରୋଧ କରିଥିଲେ। ଗତ ଶୁକ୍ରବାର ଏବଂ ଶନିବାର କେତେଜଣ ଛାତ୍ର ଗେରୁଆ ଗାମୁଛା ପକାଇ ସେମାନଙ୍କ କଲେଜକୁ ଯାଇଥିଲେ। ହିଜାବ ପିନ୍ଧିବା ସେମାନଙ୍କ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ବୋଲି ଆବେଦନକାରୀ ମୁସଲମାନ ଛାତ୍ରୀମାନେ ସେମାନଙ୍କ ପିଟିଶନରେ ଦର୍ଶାଇଛନ୍ତି।
କଲେଜକୁ ଛାତ୍ରୀଛାତ୍ରମାନେ କେବଳ ୟୁନିଫର୍ମ ପିନ୍ଧି ଆସିବାକୁ ଶନିବାର ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ୱେ ସେଠାରେ ହିଜାବ ବିବାଦ ଜାରି ରହିଛି। କ୍ରମେ ଏହା ଉଡୁପିର ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ଶିମୋଗାକୁ ମଧ୍ୟ ବ୍ୟାପିଛି। ଉଡୁପି କଲେଜର ୫ ଛାତ୍ରୀ ଏ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାରୁ କର୍ନାଟକ ସରକାର ସ୍କୁଲ, କଲେଜ ବନ୍ଦ ପାଇଁ ଘୋଷଣା କରିଛନ୍ତି। କୌଣସି ଶିକ୍ଷାନୁଷ୍ଠାନକୁ ଛାତ୍ରୀଛାତ୍ରମାନେ ହିଜାବ କିମ୍ବା ଗେରୁଆ ଗାମୁଛା ପିନ୍ଧି ଆସିବା ଅନୁଚିତ ବୋଲି କର୍ନାଟକ ଗୃହମନ୍ତ୍ରୀ ଆରାଗା ଜ୍ଞାନେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କ ପାଇଁ ଖୁସି ଖବର!ହଜାର ହଜାର ଟଙ୍କା ଶସ୍ତା ହେଲା ସୁନା, କିଣିବା ପୂର୍ବରୁ ଜାଣନ୍ତୁ ରେଟ୍

ନୂଆଦିଲ୍ଲୀ,୨୫।୬: ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଏବଂ ରୁପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି। ସୁନା ମୂଲ୍ୟ ପ୍ରାୟ ୧,୪୫୦–୧,୯୦୦…

ଭଞ୍ଜନଗର ଅଞ୍ଚଳରେ ବଢୁଛି ଗୋ’ ଚାଲାଣ, ପାଟ୍ରୋଲିଂ ସମୟରେ ୪ ଜଣଙ୍କୁ ଧରିଲେ ଏଏସ୍‌ଆଇ

ଭଞ୍ଜନଗର,୨୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବେନିୟମ ଭାବେ ଗୋ’ ଚାଲାଣ ଦିନକୁ ଦିନ  ବଢୁଛି। ବିଭିନ୍ନ ସମୟରେ ଜିଲାର ବିଭିନ୍ନ ଗାଈହାଟ ଦେଇ ଜିଲା…

ନେପାଳରେ ଭୂକମ୍ପ, ମୋଦି କହିଲେ ସବୁ ସହାୟତା ଯୋଗାଇବାକୁ ଆମେ ପ୍ରସ୍ତୁତ

କାଠମାଣ୍ଡୁ,୨୫ା୬: ଗୁରୁବାର ସକାଳେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ନେପାଳରେ ୨୫ କିଲୋମିଟର ଗଭୀରତାରେ ଆଜି ସକାଳ…

କେସିଙ୍ଗା ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବାକୁ ଜୋର୍‌ ଧରିଲା ଦାବି, ସହରରେ ଲାଗିଲା ପୋଷ୍ଟର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବରେ ପରିଚିତ କେସିଙ୍ଗା ନିର୍ବାଚନ ମଣ୍ଡଳୀ ଜିଲାର ଏକ ମାତ୍ର ମୁଖ୍ୟ ନିର୍ବାଚନ ମଣ୍ଡଳୀ ଥିଲା। ଗତ…

ଦୁର୍ଘଟଣା ଘଟାଇ ଫେରାର ହୋଇଯିବାବେଳେ ଡ୍ରାଇଭର ହେଲେ ଦୁର୍ଘଟଣାର ଶିକାର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଖଜୁରପଡ଼ା ଛକ ନିକଟରେ ବୁଧବାର ରାତିରେ ଏକ ଦୁର୍ଘଟଣା ଘଟିଛି। ସୂଚନାନୁଯାୟୀ, ଖଜୁରୀପଡ଼ା ଛକରେ ଅବସ୍ଥିତ ଅରିହନ୍ତ୍‌…

ଶାଳୀ ବାହାଘରକୁ ଆସି ଚାଲିଗଲା ଭିଣୋଇଙ୍କ ଜୀବନ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କୋଡ଼ଖମଣ ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ବୁଧବାର ରାତିରେ ଘଟିଛି ଦୁଃଖଦ ଘଟଣା। ପରମ୍ପରା…

ପଢାଉଥିବା ବେଳେ ରୁମ୍‌ ଡାକି ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ ଗଲେ ଟ୍ୟୁଶନ ଶିକ୍ଷକ

ଭୋଗରାଇ, ୨୫ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ସମ୍ପର୍କୀୟଙ୍କ…

ଶକ୍ତିଶାଳୀ ଭୂକମ୍ପ: ଭେନେଜୁଏଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ଆସିଥିବା ଶକ୍ତିଶାଳୀ ଭୂକମ୍ପ ଝଟକା ସମଗ୍ର ବିଶ୍ୱକୁ ଆତଙ୍କିତ କରିଦେଇଛି। ମାତ୍ର ଗୋଟିଏ ମିନିଟ୍‌ ବ୍ୟବଧାନରେ ୭.୨ ଏବଂ ୭.୫ ତୀବ୍ରତାର ଦୁଇଟି ପ୍ରଳୟଙ୍କରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri