ହାଇଓ୍ବେ ପାଟ୍ରୋଲିଂ ପ୍ରଦର୍ଶନ ଅତି ଖରାପ

ଭୁବନେଶ୍ୱର, ୫।୨(ବ୍ୟୁରୋ): ରାଜ୍ୟ ସରକାର ଗତ କିଛିଦନ ହେଲା ଓଡ଼ିଶାରେ ସଡକ ଦୁର୍ଘଟଣାଜନିତ ମୃତ୍ୟୁ ହାର ହ୍ରାସ କରିବା ଲାଗି ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି। ସବୁ ଜିଲାର ଏସ୍‌ପି ଏବଂ ଜିଲାପାଳଙ୍କୁ ପରିବହନ ବିଭାଗ ସଚିବ ବିଷ୍ଣୁପଦ ସେଠୀ ଦୁଇଥର ଚିଠି ଲେଖିସାରିଲେଣି। ଆର୍‌ଟିଓ ଏବଂ ପୋଲିସ ମିଳିତ ଭାବେ ଜଏଣ୍ଟ ଏନ୍‌ଫୋର୍ସମେଣ୍ଟ କମିଟି ଗଠନକରି କିପରି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବେ ସେଥିପ୍ରତି ଧ୍ୟାନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ସଚିବ ସେଠୀ ରାଜ୍ୟର ସିଆଇଡି ଏବଂ କ୍ରାଇମ୍‌ବ୍ରାଞ୍ଚ(ସିବି) ଅତିରିକ୍ତ ପୋଲିସ ଡିଜିମାନଙ୍କୁ ଚିଠି ଲେଖି ହାଇଓ୍ବେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ହାଇଓ୍ବେ ପାଟ୍ରୋଲିଂ ପ୍ରଦର୍ଶନ ବେଶ୍‌ ନୈରାଶ୍ୟଜନକ ଥିବା ପରିବହନ ସଚିବ ଦର୍ଶାଇଛନ୍ତି।
ପରିବହନ ସଚିବ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ରାଜ୍ୟର ମୁଖ୍ୟ ୫ଟି ରାସ୍ତାରେ ହାଇଓ୍ବେ ପାଟ୍ରୋଲିଂ କରାଯିବ। ସେଥିରେ ଭୁବନେଶ୍ୱର-ପୁରୀ, ସମ୍ବଲପୁର-ସୋହେଲା, ଜଳେଶ୍ୱର-ଇଚ୍ଛାପୁର, କଟକ-ସମ୍ବଲପୁର ଏବଂ ଝାରସୁଗୁଡା-ରାଉରକେଲା ରାସ୍ତା ଆଦି ରହିଛି। ଏହି ୫ ମୁଖ୍ୟ ରାସ୍ତାକୁ ୩୬ ଭାଗରେ ବିଭକ୍ତ କରାଯାଇଛି। ଏହିସବୁ ରାସ୍ତାରେ ବେଶି ସଡକ ଦୁର୍ଘଟଣା ଘଟିବା ସହ ବହୁ ଲୋକଙ୍କ ଜୀବନ ଯାଉଛି। ତେଣୁ ଏହି ରାସ୍ତାଗୁଡିକରେ ଅଧିକରୁ ଅଧିକ ହାଇଓ୍ବେ ପାଟ୍ରୋଲିଂ ଲାଗି ଯୋଜନା କର। ଗତ ନଭେମ୍ବରରେ ଉକ୍ତ ୩୬ ରାସ୍ତାରେ ହାଇଓ୍ବେ ପାଟ୍ରୋଲିଂ କିପରି ହୋଇଛି ସିଆଇଡି ଏବଂ ସିବି ରିପୋର୍ଟ ମୁତାବକ ହସ୍ତଗତ ହୋଇଛି। ଗତ ନଭେମ୍ବରରେ ସେହି ୩୬ ରାସ୍ତାରେ ୧୦୪୬ ଟ୍ରାଫିକ ନିୟମ ଉଲ୍ଲଂଘନ ମାମଲା ଧରାଯାଇଛି। ୩୬ ରାସ୍ତା ଲାଗି ୩୬ଟି ହାଇଓ୍ବେ ପାଟ୍ରୋଲିଂ ଟିମ୍‌ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୮ଟି ଟିମ୍‌ ନଭେମ୍ବରରେ ଗୋଟିଏ ହେଲେ ଟ୍ରାଫିକ ନିୟମ ଉଲ୍ଲଂଘନ ମାମଲା ଧରିନାହାନ୍ତି। ୬ଟି ଟିମ୍‌ ମାସକରେ ୧୦ରୁ କମ୍‌ ମାମଲା ଧରିଛନ୍ତି। ଦର୍ଶାଯାଇଥିବା ୩୬ ରାସ୍ତାରେ ବ୍ୟାପକ ଟ୍ରାଫିକ ନିୟମ ଉଲ୍ଲଂଘନ ହେଉଥିବା ଜଣାପଡିଛି। ସେହିପରି ଗତ ଡିସେମ୍ବରରେ ମଧ୍ୟ ହାଇଓ୍ବେ ପାଟ୍ରୋଲିଂ ଟିମ୍‌ ପ୍ରଦର୍ଶନ ସମାନ। ୨୦୨୧ର ଜାନୁୟାରୀରୁ ଅକ୍ଟୋବର ମଧ୍ୟରେ ୨୦୨୦ର ଏହି ସମୟଠାରୁ ୧୨ ପ୍ରତିଶତ ଅଧିକ ସଡ଼କ ଦୁର୍ଘଟମାଜନିତ ମୃତ୍ୟୁ ରାଜ୍ୟରେ ଘଟିଛି। ତେଣୁ ଉକ୍ତ ୩୬ଟି ଯାକ ହାଇଓ୍ବେ ପାଟ୍ରୋଲିଂ ଗାଡ଼ି କିପରି ଠିକ୍‌ରେ କାର୍ଯ୍ୟ କରି ଟ୍ରାଫିକ ନିୟମ ଉଲ୍ଲଂଘନକାରୀମାନଙ୍କୁ ଧରିବେ ସେଥିଲାଗି ପ୍ରତି ଜିଲାର ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି। ଏହାସହ ହାଇଓ୍ବେ ପାଟ୍ରୋଲିଂ ଗାଡ଼ିଗୁଡିକୁ ଲେଜର ଗନ୍‌, ବ୍ରେଥ୍‌ ଆନାଲାଇଜର ଯୋଗାଇବା ସହ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରି ଧରିବାକୁ କୁହାଯାଇଛି। ଏସ୍‌ପିମାନେ ଏହାର ତତ୍ତ୍ୱାବଧାନ କରିବେ। ଏହାସହ ୨୦୨୦ ଏବଂ ୨୦୨୧ର ଥାନାଓ୍ବାରି ଦୁର୍ଘଟଣାଜନିତର ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଏହି ଦୁର୍ଘଟଣା କେଉଁ ରାସ୍ତାରେ ହୋଇଛି, କେଉଁ ଥାନା ଅଧୀନରେ ତାହା ଯାଉଛି, କେତୋଟି ଦୁର୍ଘଟଣା ଉକ୍ତ ଅଞ୍ଚଳରେ କେବେ କେବେ ଘଟିଛି, କେତେଜଣ ଆହତ ହୋଇଥିବା ବେଳେ କେତେଜଣଙ୍କ ମୃତ୍ୟୁ ଘଟିଛି ତା’ର ତଥ୍ୟ ଥାନାଓ୍ବାରି ପ୍ରଦାନ କରିବାକୁ ପରିବହନ ସଚିବ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
ମିଳିଥିବା ତଥ୍ୟ ମୁତାବକ, ରାଜ୍ୟରେ ହାଇଓ୍ବେ ପାଟ୍ରୋଲିଂ ଲାଗି ରାଜ୍ୟ ସରକାର ଓଡ଼ିଶାର ୧୧୯ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି। ୩୬ଟି ଦୁର୍ଘଟଣାପ୍ରବଣ ରାସ୍ତା ସକାଶେ ୩୬ଟି ଗାଡ଼ି ପ୍ରଦାନ କରିଛନ୍ତି। ପୁନଃ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏନ୍‌ଫୋର୍ସମେଣ୍ଟ କରିବା ଏବଂ ଦ୍ରୁତ ଗାଡ଼ି ଚାଳକଙ୍କୁ ଧରିବା, ଭିସିଆର୍‌ କରିବା ଆଦି ପାଇଁ ଯେତିକି କ୍ଷମତା ଦେବା କଥା ଦିଆଯାଇନାହିଁ। ରାଜ୍ୟ ପରିବହନ ବିଭାଗ ଉକ୍ତ କର୍ମଚାରୀମାନଙ୍କ ଫାଇଲ ଯାଞ୍ଚ କରିବା ପରେ ଏହି କ୍ଷମତା ପ୍ରଦାନ କରିବେ। ଏ ପର୍ଯ୍ୟନ୍ତ ଉକ୍ତ କର୍ମଚାରୀମାନଙ୍କୁ କ୍ଷମତା ଦିଆଯାଇ ନ ଥିବାବେଳେ ସେମାନେ କିଭଳି ଦୁର୍ଘଟଣାପ୍ରବଣ ୩୬ ରାସ୍ତାରେ କଡ଼ାକଡ଼ି ଚେକିଂ କରିବେ ସେନେଇ ଜଣେ ଅଧିକାରୀ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?