ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପଞ୍ଜୀକରଣ ଅବଧି ବର୍ଷେ ବଢ଼ାଯାଉ

କଟକ ଅଫିସ,୧୩ା୧୦:ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ନିମନ୍ତେ ପଞ୍ଜୀକରଣ ଅବଧି ୧ ମାସ ବୃଦ୍ଧି କରାଯାଇଛି । ହେଲେ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ଅବଧିକୁ ୧ ବର୍ଷ ବୃଦ୍ଧି କରିବା ସହ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ଜରିଆରେ ଆବେଦନ ଓ ଅର୍ଥ ପୈଠ ନିମନ୍ତେ ନିର୍ଦ୍ଦେଶ ଦେବାକୁ ଜୟନ୍ତୀ ଦାସଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ବୁଧବାର ରୁଜୁ ହୋଇଛି। ସେ ଆହୁରି କେତେକ ପ୍ରସଙ୍ଗ ଉପରେ ବିଚାର ନିମନ୍ତେ ମଧ୍ୟ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟରେ ହେଲମେଟ, ସିଟ୍‌ ବେଲ୍ଟ, ପଲ୍ୟୁସନ ପ୍ରମାଣପତ୍ର ଓ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଆଦି ଚେକିଂରୁ ଆଦାୟ ହେଉଥିବା ଜରିମାନା ଅର୍ଥ କେବଳ ସଡ଼କ ସୁରକ୍ଷା ଓ ସଡ଼କ ଦୁର୍ଘଟଣାର ମୃତାହତଙ୍କ ନିମନ୍ତେ ଖର୍ଚ୍ଚ ସମ୍ପର୍କରେ ଅଦାଲତ ଓଡ଼ିଶା ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଅଡିଟ୍‌ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଛନ୍ତି। ରାଜ୍ୟରେ ନକଲି ଡ୍ରାଇଭିଂ ଶିକ୍ଷାନୁଷ୍ଠାନ ବିନା ଲାଇସେନ୍ସରେ ଚାଲିଛି । ଟାକ୍ସ ଫୋର୍ସ ମାଧ୍ୟମରେ ଉକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସୋସାଇଟ୍‌ ଅଫ ଇଣ୍ଡିଆନ୍‌ ଅଟୋମୋବାଇଲ ମାନୁଫାକଚରର୍ସ (ସିଆଇଏଏମ) ଓ୍ବେବସାଇଟ୍‌ରେ ୨୦୧୧ ମସିହାଠାରୁ ଚୋରା ଯାନ ଓ ଉଦ୍ଧାର ହୋଇଥିବା ଯାନ ଗୁଡ଼ିକର ତଥ୍ୟ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଛି। ଏହି ମାମଲାରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ, ପ୍ରିନ୍‌ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ, କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ପରିବହନ ମନ୍ତ୍ରଣାଳୟ, ଏସ୍‌ଆଇଏଏମ୍‌, କଟକ ଆଞ୍ଚଳିକ ପରିବହନ ଅଧିକାରୀ ଓ କଟକ ଡିସିପିଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ଭଡ଼ାକରି ନିଜ ରାଜ୍ୟକୁ ଗଲେ ଯାଯାବର

କୋରୁକୋଣ୍ଡା,୨୯ା୫(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ବାଲିମେଳା ଏନ୍‌ଏସିର ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ପଡ଼ିଆରେ ମଧ୍ୟପ୍ରଦେଶର ୫ଟି ପରିବାରର ୨୪ ଜଣ ସଦସ୍ୟ ଯାଯାବର ଜୀବନ ବିତାଉଥିଲେ। ସେମାନେ ଲୁହା...

ସକାଳ ୯ରୁ ସାଢ଼େ ୬ ଯାଏ ଗଡ଼ିବନି ଭାରିଯାନ

ଅନୁଗୋଳ, ୧୧ା୯ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ରନ୍ତଲେଇ ଠାରୁ ବଅଁରପାଳ ପର୍ଯ୍ୟନ୍ତ ୫୫ନଂ. ଜାତୀୟ ରାଜପଥର ୧୭ କିଲୋମିଟର ରାସ୍ତା ମରାମତି ହେଉଛି।...

ଅସହାୟଙ୍କୁ ରନ୍ଧା ଖାଦ୍ୟ, ମାସ୍କ ବଣ୍ଟନ

ବାଲେଶ୍ୱର ଅଫିସ,୧୬।୪- ବର୍ତ୍ତମାନ ସମଗ୍ର ବିଶ୍ୱ କରୋନା ଭୂତାଣୁ କବଳରେ କବଳିତ। ଓଡ଼ିଶାରେ ଏହାର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ର ସମାଜକୁ...

ପୁରୀରୁ ଫେରି ପାରୁ ନାହାନ୍ତି ୩୫ଶ୍ରମିକ

ବରଗଡ଼ ଅଫିସ୍‌,୨୯।୪: ବରଗଡ଼ ଜିଲା ପାଇକମାଲ ବ୍ଲକ ଅନ୍ତର୍ଗତ ଛେତଗାଁର ୩୫ଜଣ ଶ୍ରମିକ ପୁରୀ ଜିଲାକୁ ଦାଦନ ଖଟିବାକୁ ଯାଇ ସେଠାରେ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି।...

ରାସ୍ତା ପ୍ରଶସ୍ତୀକରଣ ଲାଗି ଦାବିପତ୍ର

ସୋର, ୬।୯(ଡି.ଏନ.ଏ.): ସୋର ବ୍ଲକ ନଟାପଡ଼ାଠାରେ ୧୩୨/୩୩ କେଭି ଗ୍ରୀଡ଼ ସବ୍‌ଷ୍ଟେଶନ ପାଚେରି କଡ଼ ଦେଇ ଚାଷ ଜମିକୁ ଯାଇଥିବା ରାସ୍ତାକୁ ପ୍ରଶସ୍ତୀକରଣ ଲାଗି ଗ୍ରାମବାସୀ...

ବୈତରଣୀ ନଦୀର ସାଆଁଳା ବାଲିଘାଟ: ଏନ୍‌ଜିଟି ନିର୍ଦ୍ଦେଶକୁ ବେଖାତିର

ଯାଜପୁର ଅଫିସ,୨୩।୧୨: ନଦୀପଠାରୁ ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହୋଇପାରିବ ନାହିଁ। କୌଣସି ମେଶିନ ବ୍ୟବହାର ହେଉଥିଲେ ତାହାକୁ ଜବତ କରିବା ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ...

ପାଟଣା ବଜାରରୁ ସିରିଜ ଚୋରି, ରୁପା କଏନ୍‌ ସହ ନଗଦ ଟଙ୍କା, ଷ୍ଟେସନାରି ଚୋରି କଲେ ଦୁର୍ବୃତ୍ତ

ପାଟଣା,୨୧।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟସ୍ଥିତ ବଜାର ଦୋକାନରୁ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଚୋରି ହୋଇଛି। ସହଦେବ ବେହେରାଙ୍କ ଭେରାଇଟି ଷ୍ଟୋର ଓ...

ବିଚ୍‌ ରାସ୍ତାରେ ଉଲଗ୍ନ କଲେ, ଉଠ୍‌ବସ କରାଇଲେ

ଉଦଳା,୯ା୧୨(ଡି.ଏନ.ଏ.)- ବିଚ୍‌ ରାସ୍ତାରେ ଯୁବକଙ୍କୁ ମାଡ଼। ତାହା ପୁଣି ରାଜ୍ୟ ରାଜପଥରେ ଶତାଧିକ ଲୋକଙ୍କ ସମ୍ମୁଖରେ। ଉଦଳା ଥାନା ପୋଲିସ୍‌ ଘଟଣାସ୍ଥଳରେ ଉପସ୍ଥିତ ଥାଇ ମଧ୍ୟ...

Advertisement
Archives

Model This Week