Posted inଜାତୀୟ

ପୁଣି ନୂଆ ଭିଡିଓ ଶେୟାର କରି ବଡ଼ ଘୋଷଣା କଲେ ମୋଦି, ଗଠନ ହେଲା…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷା ସଂସ୍କାରକୁ ନେଇ ଗମ୍ଭୀର ନଜର ଆସୁଛନ୍ତି। ପ୍ରଥମେ NTAରେ ପ୍ରଶାସନିକ ପରିବର୍ତ୍ତନ ସହିତ ପୂର୍ବତନ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ମଧ୍ୟ ଗ୍ରହଣ କରି ନିଆଯାଇଛି। ବର୍ତ୍ତମାନ ଏହି ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ନ୍ୟସ୍ତ କରାଯାଇଛି।

ପିଏମ ମୋଦି ଇନଷ୍ଟାଗ୍ରାମରେ ବର୍ତ୍ତମାନ ତୃତୀୟ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଘୋଷଣା କରିଛନ୍ତି ଯେ ଶ୍ରୀ ନନ୍ଦର ନୀଲେକନୀଙ୍କ ଅଧ୍ୟକ୍ଷତାରେ ପରୀକ୍ଷା ସଂସ୍କାର ଉପରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଭିଡିଓ ବାର୍ତ୍ତାରେ କହିଛନ୍ତି, ‘ଫ୍ରେଣ୍ଡ୍ସ, ବିଦ୍ୟାର୍ଥୀମାନଙ୍କ ଭବିଷ୍ୟତ ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଯେଉଁ ଲୋକମାନେ ବିଦ୍ୟାର୍ଥୀମାନଙ୍କ ଭବିଷ୍ୟତ ସହିତ ଖେଳିଛନ୍ତି, ସେମାନେ ଜେଲରେ ଷଢୁଛନ୍ତି। ଆମେ ଫାଷ୍ଟ ଟ୍ରାକ କୋର୍ଟ ଗଠନ କରିସାରିଛୁ। ଆମେ ଆଜି ପାର୍ଲିଆମେଣ୍ଟ ଭିତରେ ମଧ୍ୟ କଠୋର ଆଇନର ବ୍ୟବସ୍ଥା ସହିତ ନୂତନ ଆଇନ ପ୍ରଣୟନ କରିବା ଦିଗରେ ଆଗକୁ ବଢ଼ୁଛୁ। କିନ୍ତୁ ଆମକୁ ଭବିଷ୍ୟତ ପାଇଁ ଚିନ୍ତା କରିବାକୁ ପଡ଼ିବ। ଆମର ପରୀକ୍ଷା ପଦ୍ଧତି ବିଶ୍ୱସନୀୟ ହେଉ। ଆମର ପରୀକ୍ଷା ପଦ୍ଧତି ସ୍ବଚ୍ଛ (ଟ୍ରାନ୍ସପରେଣ୍ଟ) ହେଉ। ଆମର ପରୀକ୍ଷା ପଦ୍ଧତିରେ ଟେକ୍ନୋଲୋଜିର ସର୍ବାଧିକ ଉପଯୋଗ ହେଉ। ଏହି ସମସ୍ତ କଥାକୁ ଧ୍ୟାନରେ ରଖି, ବିଶ୍ୱପ୍ରସିଦ୍ଧ ଟେକ୍ନୋଲୋଜି ବିଶେଷଜ୍ଞ ଶ୍ରୀମାନ ନନ୍ଦର ନୀଲେକନୀଙ୍କ ନେତୃତ୍ୱରେ ଏକ ଉଚ୍ଚକ୍ଷମତା ସମ୍ପନ୍ନ ଟାସ୍କ ଫୋର୍ସ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯାହା ପରୀକ୍ଷା ସଂସ୍କାର (ଏକ୍ସମିନେସନ ରିଫର୍ମ) ଉପରେ ଧ୍ୟାନ କେନ୍ଦ୍ରିତ କରିବ। ଏବଂ ଶୀଘ୍ର ଆସୁଥିବା ପରୀକ୍ଷା ପ୍ରଣାଳୀକୁ ଏହାର ରିପୋର୍ଟ ଆଧାରରେ ରୂପାନ୍ତରିତ କରାଯିବ।’

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଣ ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ନାହାନ୍ତି ସୁପ୍ରିମକୋର୍ଟ; ବିରାଟ କୋହଲିଙ୍କ ନାମ ନେଇ କହିଲେ ଏମିତି

ନୂଆଦିଲ୍ଲୀ,୨୯।୧୦: ସୁପ୍ରିମକୋର୍ଟ କହିଛନ୍ତି ଯେ ଦିଲ୍ଲୀ-ଏନସିଆର (Delhi-NCR) ରେ ବାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ସେ ନାହାନ୍ତି; ବରଂ, କୋର୍ଟ ଏକ ସନ୍ତୁଳିତ ନିର୍ଦ୍ଦେଶ…

ଆଶୁତୋଷ ସିହ୍ନା କିଏ? ପ୍ରଧାନମନ୍ତ୍ରୀଙ୍କ ଗଡ଼ରେ ଉଡ଼ାଇଲେ ଅଖିଲେଶଙ୍କ ପତାକା

ବାରାଣସୀ,୨୯।୧୦: ଉତ୍ତର ପ୍ରଦେଶର ୧୧ଟି ବିଧାନ ପରିଷଦ ଆସନ ପାଇଁ ଫଳାଫଳ ଘୋଷଣା କରାଯାଇଛି। ଏଥିରେ ଭାରତୀୟ ଜନତା ପାର୍ଟି (ଭାଜପା) ୬ଟି ଆସନ ଜିତିଥିବା ବେଳେ…

ଭାରତ ଉପରେ ‘ଏଲ ନିନୋ’ (El Ni୦o) ର ଗମ୍ଭୀର ପ୍ରଭାବ; ଦେଶରେ ୬ ମାସ ମଧ୍ୟରେ ୫୫ହଜାର ଲୋକଙ୍କର ହୋଇପାରେ ମୃତ୍ୟୁ!

ନୂଆଦିଲ୍ଲୀ,୨୯।୧୦: ‘ସୁପର’ ଏଲ ନିନୋ ଯୋଗୁ, ବିଶ୍ୱ ବୃଷ୍ଟିପାତ ଢାଞ୍ଚା ପରିବର୍ତ୍ତନ ହେଉଛି ଏବଂ 2026 ରେ ତାପମାତ୍ରା ବୃଦ୍ଧି ପାଉଛି। ପ୍ରତିକ୍ରିୟା ସ୍ବରୂପ, ‘କ୍ଲାଇମେଟ ଇମ୍ପାକ୍ଟ…

ଡିସେମ୍ବର ୧ରୁ ବଦଳିବ SBI କ୍ରେଡିଟ କାର୍ଡ ନିୟମ, ଏହି ସବୁ ପେମେଣ୍ଟରେ ଲାଗିବ ଅତିରିକ୍ତ ଶୁଳ୍କ

ନୂଆଦିଲ୍ଲୀ, ୨୯।୧୦: ଯଦି ଆପଣ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ର କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। ୧ ଡିସେମ୍ବର…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ୧ ନଭେମ୍ୱରରୁ ବଦଳିଯିବ ଗାଡ଼ି, ବ୍ୟାଙ୍କିଂ ଓ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୨୯।୧୦: ଆସନ୍ତା ୧ ନଭେମ୍ୱର ୨୦୨୬ରୁ ଦେଶରେ ସାଧାରଣ ଲୋକଙ୍କ ପକେଟ, ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଏବଂ ଦୈନନ୍ଦିନ ଜୀବନ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମରେ ବଡ଼…

ସରକାରଙ୍କ କଡ଼ା ନିୟମ, ପ୍ରଦର୍ଶନରେ ସାମିଲ ହେଲେ ମିଳିବନି ସରକାରୀ ଚାକିରି

ଲକ୍ଷ୍ନୌ,୨୯।୧୦: ଉତ୍ତରପ୍ରଦେଶରେ ସରକାରୀ ଚାକିରି ପାଇଁ ଆବେଦନକାରୀଙ୍କ ଚରିତ୍ର ଯାଞ୍ଚ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି । ନୂଆ ନିର୍ଦ୍ଦେଶ ଅନୁସାରେ, କେବଳ ରାଜନୈତିକ ବିଚାରଧାରା ଆଧାରରେ…

ବିଧାନ ପରିଷଦ ନିର୍ବାଚନରେ ରୋଚକ ଲଢ଼େଇ: ଭାଜପା ନା କଂଗ୍ରେସ, କିଏ ମାରିଲା ବାଜି, ଜାଣନ୍ତୁ…

ନୂଆଦିଲ୍ଲୀ, ୨୯।୧୦: ୪ଟି ରାଜ୍ୟର ୨୮ଟି ବିଧାନ ପରିଷଦ ଆସନ ପାଇଁ ହୋଇଥିବା ନିର୍ବାଚନରେ ଭାଜପା ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ଉତ୍ତରପ୍ରଦେଶ ଓ କର୍ନାଟକରେ ଅନେକ…

ଚାଷୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ବିଧାୟକ, କହିଲେ ପଶୁ-ପକ୍ଷୀ ମୃତଦେହ ଖାଇଲେ ହିଁ….

ମୁମ୍ବାଇ,୨୯।୧୦: ଚାଷୀଙ୍କ ଆତ୍ମହତ୍ୟାକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ମହାରାଷ୍ଟ୍ରର ବୁଲଢାଣାରୁ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ) ବିଧାୟକ ସଞ୍ଜୟ ଗାଏକୱାଡ଼। ସେ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?