Posted inଜାତୀୟ

ବିବାଦୀୟ ବ୍ୟଙ୍ଗଚିତ୍ରକୁ ଲଳିତକଳା ଏକାଡେମୀ ପକ୍ଷରୁ ପୁରସ୍କୃତ ନିଷ୍ପତ୍ତି,ନୋଟିସ୍‌ ଜାରି କଲେ ହାଇକୋର୍ଟ…

ନୂଆଦିଲ୍ଲୀ,୨୩।୧୧: ଏକ ବିବାଦୀୟ ବ୍ୟଙ୍ଗଚିତ୍ରକୁ ଲଳିତକଳା ଏକାଡେମୀ ପକ୍ଷରୁ ପୁରସ୍କୃତ କରିବାକୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ବିରୋଧରେ କେରଳ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ଏହାକୁ ଭିତ୍ତି କରି ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ବିଚାରପତି ଏନ୍‌.ନାଗରେଶଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ପକ୍ଷରୁ ଏଭଳି କରାଯାଇଛି।

ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ବ୍ୟଙ୍ଗଚିତ୍ରରେ ଭାରତର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କଲାଭଳି ଚିତ୍ରଣ ହୋଇଛି। କେରଳ ଲଳିତ କଳା ଏକାଡେମୀ ୧୯୬୨ରେ ସ୍ଥାପିତ ହୋଇଥିଲା। ଏହା ପେଟିଂ, ସ୍ଥାପତ୍ୟ, ବାସ୍ତୁକଳା ଏବଂ ଗ୍ରାଫିକ୍ସର ବିକାଶ ପାଇଁ କାର୍ଯ୍ୟ କରିଥାଏ। ୨୦୧୯-୨୦୨୦ ପାଇଁ ପୁରସ୍କୃତ କରାଯିବାକୁ ଥିବା ଏକ ବ୍ୟଙ୍ଗ ଚିତ୍ରରେ ଭାରତର ଭାବମୂର୍ତ୍ତିକୁ ବିକୃତ କରାଯାଇଥିବା ଅଭିଯୋଗ ହୋଇଛି।

କେରଳ କାର୍ଟୁନ ଏକାଡେମୀର ସେକ୍ରେଟାରୀ ଅନୁପ ରାଧାକୃଷ୍ଣନଙ୍କ ଦ୍ୱାରା କରାଯାଇଥିବା ଏହି ବ୍ୟଙ୍ଗଚିତ୍ରକୁ ପୁରସ୍କୃତ କରିବାକୁ ଯୋଜନା କରାଯାଇଛି। ବ୍ୟଙ୍ଗଚିତ୍ରରେ କୋଭିଡ୍‌-୧୯ ଗ୍ଲୋବାଲ ମେଡ଼ିକାଲ ସମିଟ୍‌ରେ ଇଂଲଣ୍ଡ, ଚାଇନା, ଆମେରିକା ଏବଂ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରାଯାଇଥିବାର ଚିତ୍ର ରହିଛି। ଏଥିରେ ଅନ୍ୟ ସମସ୍ତ ଦେଶର ଡାକ୍ତର ରହିଥିବାବେଳେ ଭାରତ ପକ୍ଷରୁ ଏକ ଗାଈକୁ ଗୈରିକ ବସ୍ତ୍ର ଆବୃତ୍ତ କରାଯାଇ ବସାଯାଇଛି।

ଏହି ବ୍ୟଙ୍ଗଚିତ୍ରକୁ ୨୫,୦୦୦ଟଙ୍କାର ପୁରସ୍କାର ପ୍ରଦାନ କରାଯିବାକୁ ଲଳିତକଳା ଏକାଡେମୀ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାକୁ ନେଇ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଉଛି। ଜାଣିଶୁଣି ଏଭଳି କରାଯାଇଥିବା ଆବେଦନରେ ଉଲ୍ଲେଖ କରାଯାଇଛି ବୋଲି ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟାଚାରର ଦ୍ୱିତୀୟ ନାମ ଟିଏମସି, ମମତାଙ୍କ ଗଡ଼ରେ ଗର୍ଜିଲେ ମୋଦି

କୋଲକାତା,୨।୩: ଲୋକ ସଭା ନିର୍ବାଚନ ପୂର୍ବରୁ ବଙ୍ଗଳା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ଟାର୍ଗେଟ କରିଛନ୍ତି।

ଶାହା, ରାଜନାଥଙ୍କ କାର୍‌ର ନମ୍ବର ପ୍ଲେଟ୍‌ରେ ‘CAA’, ଫଟୋ ଭାଇରାଲ

ନୂଆଦିଲ୍ଲୀ,୨।୩: ଲୋକ ସଭା ନିର୍ବାଚନ ପୂର୍ବରୁ ଦେଶରେ ପୁଣି ଥରେ ସିଏଏ ଆଇନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାଜପା ନିର୍ବାଚନ କମିଟି ବୈଠକରେ ପହଞ୍ଚିଥିବା...

‘୩ ଦିନ ଭିତରେ କ୍ଷମା ମାଗ’, ଖାର୍ଗେ, ଜୟରାମ ରମେଶଙ୍କୁ ନୋଟିସ ପଠାଇଲେ ଗଡକରୀ, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ,୨।୩: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ମହାସଚିବ ଜୟରାମ ରମେଶଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହି ନୋଟିସ ପଠାଇବା...

ମୋଦିଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଉଦୟନିଧି ଷ୍ଟାଲିନ, ଭାଜପା କହିଲା ଗୋଡର ନଖ ସହ ବି ସମାନ ନୁହେଁ

ନୂଆଦିଲ୍ଲୀ,୨।୩: ନିର୍ବାଚନ କମିଶନ ଚଳିତ ମାସ ଶେଷ ସୁଦ୍ଧା ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ବିଭିନ୍ନ ରାଜନୈତିକ ଦଳ...

ରିମୋର୍ଟ କଣ୍ଟ୍ରୋଲରେ ଚାଲୁଛନ୍ତି ରାଜସ୍ଥାନ ସରକାର, ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ଉପମୁଖ୍ୟମନ୍ତ୍ରୀ ଅଧିକ ଶକ୍ତିଶାଳୀ: ଗେହଲଟ୍‌

ଜୟପୁର,୨।୩: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଶୁକ୍ରବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଭଜନଲାଲ ସରକାରଙ୍କୁ ରିମୋର୍ଟ କଣ୍ଟ୍ରୋଲ ସରକାର ବୋଲି କହିଛନ୍ତି। ଗେହଲଟ୍‌ କହିଛନ୍ତି, ଭାଜପାର...

ଆଜି ଆସିବ ଭାଜପାର ୧୦୦ଜଣିଆ ପ୍ରାର୍ଥୀ ତାଲିକା, ଚର୍ଚ୍ଚାରେ ଓଡିଶାର ଏହି ୩ ନେତା

ନୂଆଦିଲ୍ଲୀ,୨।୩: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ ୨୦୨୪ । ଏନେଇ ଅଣ୍ଟା କସିଲେଣି ଜାତୀୟ ଦଳ କଂଗ୍ରେସ ଓ ଭାଜପା। ଏହାରି ଭିତରେ ଆଜି ଅର୍ଥାତ୍‌...

ନିର୍ବାଚନ ଲଢିବେ ନାହିଁ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨।୩: ଆସନ୍ତା ଲୋକ ସଭା ନିର୍ବାଚନକୁ ନେଇ ବହୁ ଆଲୋଚନା ଚାଲିଥିବା ବେଳେ ଏକ ଚମକାଇବା ଭଳି ଖବର ସାମ୍ନାକୁ ଆସିଛି। କ୍ରିକେଟରରୁ ନେତା ହୋଇଥିବା...

କ୍ରିକେଟ ପାଇଁ ରାଜନୀତିରୁ ଓହରିଗଲେ କି ଗମ୍ଭୀର

ନୂଆଦିଲ୍ଲୀ,୨।୩: ପୂର୍ବ ଦିଲ୍ଲୀରୁ ଭାଜପା ଏମ୍‌ପି ଗୌତମ ଗମ୍ଭୀର ଏଥର ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଶନିବାର ତାଙ୍କର ଏକ ଟୁଇଟ୍‌ ଏଭି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri