Posted inଜାତୀୟ

ଡିଜିପିଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ

ରାଞ୍ଚି, ୩୦ା୮: ଝାଡ଼ଖଣ୍ଡ ଦୁମ୍‌କା ଜିଲାର ଯୁକ୍ତ ୨ ଛାତ୍ରୀ ଅଙ୍କିତା ସିଂଙ୍କୁ ପେଟ୍ରୋଲ ଢାଳି ହତ୍ୟା ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିଛନ୍ତି। ଜିଲା ଏସ୍‌ପି ଏହି ଟିମ୍‌ର ନେତୃତ୍ୱ ନେବେ। ଘଟଣାରେ ଅଦ୍ୟାବଧି ମୁଖ୍ୟ ଅଭିଯୁକ୍ତ ଶାହାରୁଖ ହୁସେନ୍‌ଙ୍କ ସମେତ ମୋଟ ୨ ଜଣଙ୍କୁ ଗିରଫ କରାଯାଇଛି। ସବୁ ଦିଗରୁ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଝାଡ଼ଖଣ୍ଡ ପୋଲିସ ଏଡିଜି ଏମ୍‌ଏଲ୍‌ ମୀନା କହିଛନ୍ତି। ଅନ୍ୟପକ୍ଷରେ ଝାଡ଼ଖଣ୍ଡ ହାଇକୋର୍ଟ ମଙ୍ଗଳବାର ନିଜ ଆଡ଼ୁ ଏହି ମାମଲା ଗ୍ରହଣ କରିବା ସହ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନୀରଜ ସିହ୍ନାଙ୍କୁ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଙ୍କିତାଙ୍କୁ ନିକଟରେ ଥିବା ଏମ୍ସ ମେଡିକାଲକୁ ନିଆ ନ ଯାଇ କାହିଁକି ରାଞ୍ଚି ରାଜେନ୍ଦ୍ର ଡାକ୍ତରଖାନାକୁ ପଠାଯାଇଥିଲା ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡ. ରବି ରଞ୍ଜନ ଏବଂ ଜଷ୍ଟିସ୍‌ ସୁଜିତ୍‌ ନାରାୟଣଙ୍କ ଡିଭିଜନ୍‌ ବେଞ୍ଚ୍‌ ଡିଜିପିଙ୍କୁ ପ୍ରଶ୍ନ କରିଥିଲେ। ଦେଓଘରସ୍ଥିତ ଏମ୍ଦରେ ବର୍ନ ୟୁନିଟ୍‌ରେ ଆବଶ୍ୟକ ମେଡିକାଲ ଉପକରଣ ନ ଥିବାରୁ ତାଙ୍କୁ ରାଞ୍ଚି ନିଆଯାଇଥିଲା ବୋଲି ଡିଜିପି କହିଛନ୍ତି।
ଯେ, ଏକତରଫା ପ୍ରେମରେ ବିଫଳ ହୋଇ ଅଭିଯୁକ୍ତ ଶାହାରୁଖ ଗତ ୨୩ ତାରିଖ ରାତିରେ ଅଙ୍କିତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ସପ୍ତାହେ ଧରି ମୃତ୍ୟୁ ସହ ସଂଗ୍ରାମ ପରେ ୧୯ ବର୍ଷୀୟା ଅଙ୍କିତା ଆଖି ବୁଜିଥିଲେ। ଏହାକୁ ନେଇ ରାଜ୍ୟବ୍ୟାପୀ ଉତ୍ତେଜନା ଦେଖାଦେଇଛି। ଦୋଷୀଙ୍କୁ ସୁରକ୍ଷା ଯୋଗାଇଥିବା ଅଭିଯୋଗରେ ଦୁମ୍‌କା ଏସ୍‌ଡିପିଓ ନୂର୍‌ ମୁସ୍ତାଫାଙ୍କୁ ନିଲମ୍ବନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri