Posted inଜାତୀୟ

ନିୟମରେ ପରିବର୍ତ୍ତନ ଲାଗି ଅନୁରୋଧ କଲେ ଆର୍ଯ୍ୟନ

ମୁମ୍ବାଇ,୧୦।୧୨: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଏବେ ଡ୍ରାଗ୍ସ ଅନ୍‌ କ୍ରୁଜ ମାମଲାରେ ଜାମିନରେ ବାହାରେ ଅଛନ୍ତି। କିନ୍ତୁ ଜାମିନର ସର୍ତ୍ତ ମୁତାବକ, ତାଙ୍କୁ ପ୍ରତି ଶୁକ୍ରବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ଦକ୍ଷିଣ ମୁମ୍ବାଇ କାର୍ଯ୍ୟାଳୟରେ ହାଜର ହେବାକୁ ପଡ଼ୁଛି। ଏହି ନିୟମକୁ ପ୍ରତ୍ୟାହାର କରିବା ଲାଗି ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି।

ଡ୍ରାଗ୍ସ ଅନ୍‌ କ୍ରୁଜ ମାମଲାର ତଦନ୍ତ ଭାର ଦିଲ୍ଲୀ ଏନ୍‌ସିବିର ସ୍ବତନ୍ତ୍ର ତଦନ୍ତକାରୀ ଦଳକୁ ଦିଆଯାଇଥିବାରୁ ଉକ୍ତ ସର୍ତ୍ତରେ କିଛି କୋହଳ କରାଯାଇପାରେ ବୋଲି ଆର୍ଯ୍ୟନ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ହାଇକୋର୍ଟରେ ଏହି ଆବେଦନର ଶୁଣାଣି ଆସନ୍ତା ସପ୍ତାହରେ ହେବ ବୋଲି ତାଙ୍କ ଓକିଲ କହିଛନ୍ତି।

ମୁମ୍ବାଇ ଉପକୂଳରେ କ୍ରୁଜ ଯାହଜରେ ଏନ୍‌ସିବିର ଚଢ଼ାଉ ପରେ ଅକ୍ଟୋବର ୩ ତାରିଖରେ ଆର୍ଯ୍ୟନଙ୍କୁ ଡ୍ରଗ୍ସ ସେବନ, କିଣିବା ଓ ପାଖରେ ରଖିବା ଲାଗି ଗିରଫ କରାଯାଇଥିଲା। ସେହି ମାସ ୨୮ ତାରିଖରେ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ବମ୍ବେ ହାଇକୋର୍ଟ। ଜାମିନ ବେଳେ କୋର୍ଟ ତାଙ୍କ ଉପରେ ୧୪ ସର୍ତ୍ତ ଲଗାଇଥିଲେ। ପ୍ରତି ଶୁକ୍ରବାର ଏନ୍‌ସିବି କାର୍ଯ୍ୟାଳୟରେ ହାଜର ହେବା ସହ ଏଜେନ୍ସି ବିନା ଅନୁମତିରେ ମୁମ୍ବାଇ ଛାଡ଼ିପାରିବେ ନାହିଁ ଭଳି ସର୍ତ୍ତ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିର

ନୂଆଦିଲ୍ଲୀ,୧୩ ।୫: ଗୋଟିଏ ପରେ ଗୋଟିଏ ରାଜ୍ୟରେ ପରାଜୟ ହେବା ପରେ ଏବେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ରାଜସ୍ଥାନର ଉଦୟପୁରରେ ଚିନ୍ତନ...

ମହାତ୍ମା ଗାନ୍ଧୀଙ୍କ ନାତୁଣୀ ଉଷା ଗୋକନିଙ୍କ ପରଲୋକ…

ନୂଆଦିଲ୍ଲୀ,୨୧।୩ : ମହାତ୍ମା ଗାନ୍ଧୀଙ୍କ ନାତୁଣୀ ଉଷା ଗୋକନି ମଙ୍ଗଳବାର ମୁମ୍ବାଇରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଦୀର୍ଘ...

ଓଡ଼ିଶାରେ ୨ ଜାଲ୍‌ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୭।୮ (ବ୍ୟୁରୋ): ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦେଶର ୨୧ଟି ୟୁନିଭର୍ସିଟିକୁ ଜାଲ୍‌ ଘୋଷଣା କରିଛନ୍ତି। ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ କୌଣସି ଡିଗ୍ରୀ ପ୍ରଦାନ କରିପାରିବେ ନାହିଁ...

‘ଜୟ ଶ୍ରୀରାମ’ ସ୍ଲୋଗାନ ଲୋକଙ୍କୁ ଆଘାତ ଦେବା ପାଇଁ ବ୍ୟବହାର କରାଯାଉଛି: ଅମର୍ତ୍ତ୍ୟ ସେନ୍‌

କୋଲକାତା,୬।୭: ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍‌ ଶୁକ୍ରବାର କହିଛନ୍ତି, ଏବେ ‘ଜୟ ଶ୍ରୀରାମ’ ସ୍ଲୋଗାନ କେବଳ ଲୋକଙ୍କୁ ଆଘାତ ଦେବା ପାଇଁ ବ୍ୟବହାର କରାଯାଉଛି।...

କରୋନା ମୃତ୍ୟୁ କ୍ଷତିପୂରଣ, ନକଲି ମେଡ଼ିକାଲ ପ୍ରମାଣପତ୍ର ନେଇ ସୁପ୍ରିମ୍‌କୋର୍ଟଙ୍କ ଚିନ୍ତା ପ୍ରକଟ…

ନୂଆଦିଲ୍ଲୀ,୭।୩ : କରୋନା ମୃତ୍ୟୁ କ୍ଷତିପୂରଣ କ୍ଷେତ୍ରରେ ନକଲି ମେଡ଼ିକାଲ ପ୍ରମାଣ ପତ୍ର ଦାଖଲକୁ ନେଇ ସୁପ୍ରିମ୍‌କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। କୋର୍ଟ କହିଛନ୍ତି ଯେ,...

ଯେଉଁଠି ଅଛ ସୁରକ୍ଷିତ ରୁହ,ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ/କ୍ୱିଭ୍‌,୨୪।୨ : ୟୁକ୍ରେନର ରାଜଧାନୀ କ୍ୱିଭ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି ଯେ ୟୁକ୍ରେନରେ ଅନେକ ଅନିଶ୍ଚିତତା ରହିଛି। ତୁମେ...

ଜ୍ଞାନବ୍ୟାପୀ-ଶୃଙ୍ଗାର ଗୌରୀ ମାମଲା: ହିନ୍ଦୁଙ୍କ ସପକ୍ଷରେ ଆସିଲା ରାୟ

ଲକ୍ଷ୍ନୌ,୧୨।୯: ଉତ୍ତରପ୍ରଦେଶର ବାରାଣସୀରେ ଜ୍ଞାନବ୍ୟାପୀ ଏବଂ ଶୃଙ୍ଗାର ଗୌରୀ ମାମଲାରେ ସୋମବାର ଜିଲା କୋର୍ଟ ରାୟ ଦେଇଛନ୍ତି। ଶୃଙ୍ଗାର ଗୌରୀରେ ପୂଜାପାଠ କରିବାର ଅଧିକାର ପାଇଁ...

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ

ନ୍ୟୁୟର୍କ,୯।୯ -ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନରୱେର ସଂସଦ ପକ୍ଷରୁ ମନୋନୀତ କରାଯାଇଛି। ଇସ୍ରାଏଲ ଏବଂ ୟୁଏଇ ମଧ୍ୟରେ ହୋଇଥିବା...

Advertisement
Archives

Model This Week