Posted inଜାତୀୟ

ସମଲିଙ୍ଗୀ ଯୋଡ଼ିଙ୍କୁ ଏକାଠି ରହିବାକୁ ଅନୁମତି ଦେଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌, ୧।୬ : ସୌଦି ଆରବରେ ଅଧ୍ୟୟନ ସମୟରେ ଆଦିଲା ନଜରୀନ୍‌ ଏବଂ ଫାତିମା ନୁରା ପରସ୍ପରର ନିକଟତର ହୋଇଥିଲେ। ପରେ ଦୁହେଁ ଏକାଠି ରହିବାକୁ ସ୍ଥିର କଲେ । କିନ୍ତୁ ଆଦିଲା ଏବଂ ଫାତିମାଙ୍କ ସମ୍ପର୍କୀୟମାନେ ଏନେଇ ଆପତ୍ତି ଉଠାଇଥିଲେ। ଯାହା ପରେ ଏନେଇ ସମଲିଙ୍ଗୀ ଯୋଡ଼ି ଏକାଠି ରହିବା ଅନୁମତି ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୌଦି ଆରବରେ ସ୍କୁଲରେ ପାଠ ପଢୁଥିବାବେଳେ ଆଦିଲା ଏବଂ ଫାତିମା ପରସ୍ପରର ନିକଟତର ହୋଇଥିଲେ। ସ୍ନାତକ ପରେ ଉଭୟ ଏକାଠି ରହିବାକୁ ସ୍ଥିର କଲେ। କିନ୍ତୁ ଉଭୟଙ୍କ ପରିବାର ତାଙ୍କ ପଦକ୍ଷେପକୁ ବିରୋଧ କରୁଥିଲେ।

ଫାତିମାଙ୍କୁ ଅପହରଣ କରାଯିବା ପରେ ଆଦିଲା କେରଳ ହାଇକୋର୍ଟରେ ଏନେଇ ପିଟିଶନ ଦାଖଲ କରିଥିଲେ। ଏହି ପ୍ରସଙ୍ଗରେ କେରଳ ହାଇକୋର୍ଟରେ ଦାଖଲ ହୋଇଥିବା ପିଟିଶନରେ ଆଦିଲା କହିଛନ୍ତି ଯେ ସେ ଏବଂ ତାଙ୍କ ସାଥୀ ଫାତିମାଙ୍କୁ ସେମାନଙ୍କ ପରିବାର ଶାରୀରିକ ତଥା ମାନସିକ ନିର୍ଯାତନା ଦେଉଛନ୍ତି। ଛଅ ଦିନ ପୂର୍ବରୁ, ଫାତିମାଙ୍କୁ ତାଙ୍କ ସମ୍ପର୍କୀୟମାନେ ଅପହରଣ କରି ନେଇଥିଲେ। ଆଦିଲା ଅଭିଯୋଗ କରିଛନ୍ତି ଯେ ତାଙ୍କ ସହ ରହିବାକୁ ଆଲୁଭାକୁ ଆସିଥିବା ଫାତିମାଙ୍କୁ ତାଙ୍କ ପରିବାର ଅପହରଣ କରିନେଇଥିଲେ। ପରେ ମଙ୍ଗଳବାର ଫାତିମା ନିଖୋଜ ଥିବା ଦାବି କରି ହାଇକୋର୍ଟରେ ଏକ ହାବିସ କର୍ପସ ଦାଖଲ କରାଯାଇଥିଲା।

ଏହି ଆବେଦନର ବିଚାର କରି ହାଇକୋର୍ଟ ପୋଲିସକୁ ଫାତିମା ନୁରାଙ୍କୁ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ସମୟରେ କୋର୍ଟରେ ଆବେଦନକାରୀ ଆଦିଲାଙ୍କୁ କୋର୍ଟକୁ ଡକାଯାଇଥିଲା। ବିଚାରପତି ବିନୋଦ ଚନ୍ଦ୍ରନଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ବୟସ୍କମାନଙ୍କ ପାଇଁ ଏକାଠି ରହିବା ପ୍ରତିବନ୍ଧିତ ନୁହେଁ। ହାଇକୋର୍ଟ ଆଦିଲାଙ୍କ ଆବେଦନ ଶୁଣିବା ପରେ ତାଙ୍କୁ ଫାତିମାଙ୍କ ସହ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

ଜମନକିରା,୨୯।୮(ରବିନ୍ଦ୍ର ପ୍ରସାଦ ଦାନୀ): ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଦୁରବସ୍ଥା ଯୋଗୁଁ ୧୬୨ ଛାତ୍ରଛାତ୍ରୀ ବିପଦସଙ୍କୁଳ…

ସରକାରଙ୍କ ଚେଷ୍ଟା ଫେଲ୍‌! ପିଆଜ ଦର ୮୦ ଟଙ୍କା ପାର୍‌, ଜାଣନ୍ତୁ ନୂଆ ରେଟ୍‌ ଲିଷ୍ଟ

ନୂଆଦିଲ୍ଲୀ,୨୯।୮: ରୋଷେଇ ଘରରେ ପିଆଜ ଦର ପୁଣିଥରେ ସାଧାରଣ ଲୋକଙ୍କ ବଜେଟକୁ ପ୍ରଭାବିତ କରୁଛି। ଦେଶର ଅନେକ ଅଞ୍ଚଳରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖାଦେଇଛି। କିଛି…

ପୁଣି ସୃଷ୍ଟି ହେଲା ଲଘୁଚାପ: ୬ ଜିଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୯।୮: ବଙ୍ଗୋପସାଗର ପାର୍ଶବର୍ତ୍ତୀ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସକାଳ ୫ଟା ୩୦ପେଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି।…

ପୁନଃରୁଦ୍ଧାର ହେବ କେସିଙ୍ଗା କୋଣାର୍କ ସୂତାକଳ: ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା କୋଣାର୍କ ସୂତାକଳର ପୁନରୁଦ୍ଧାର,କାର୍ଯ୍ୟକ୍ଷମ ଓ ଘରୋଇକରଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ତଥା ହସ୍ତତନ୍ତ ଓ ବୟନଶିଳ୍ପ…

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri