ସାଇଲେଣ୍ଟ୍‌ କିଲର୍‌ ସାଜିଛି ଉଚ୍ଚ ରକ୍ତଚାପ…

ପ୍ରତିବର୍ଷ ମେ’ ୧୭ରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇଥାଏ। ୨୦୦୬ଠାରୁ ଏହି ଦିବସ ଲୋକଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପାଳିତ ହୋଇ ଆସୁଛି। ୨୦୦୫ରେ ପ୍ରଥମେ ଏହି ଦିବସ ମେ’ ୧୪ରେ ପାଳନ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଏହାକୁ ମେ’ ୧୭ରେ ପାଳନ କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା। ଚଳିତ ବର୍ଷ ଏହି ଦିବସର ଶୀର୍ଷକ ରହିଛି, ‘ମେଜର ୟୋର ବ୍ଲଡ୍‌ ପ୍ରେସର ଆକ୍ୟୁରେଟ୍‌ଲି, କଣ୍ଟ୍ରୋଲ ଇଟ୍‌, ଲିଭ୍‌ ଲଙ୍ଗର’( ନିଜର ରକ୍ତଚାପ ସଠିକ୍‌ ଭାବେ ମାପନ୍ତୁ, ଏହାକୁ ନିୟନ୍ତ୍ରଣ କରନ୍ତୁ, ଦୀର୍ଘଜୀବୀ ହୁଅନ୍ତୁ)।

ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ମଧ୍ୟ ଶରୀରରେ ସାଧାରଣତଃ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥାଏ। ତେବେ ଅଧିକ ଦିନ ଧରି ଏହି ସମସ୍ୟା ରହିଲେ ସାଇଲେଣ୍ଟ୍‌ କିଲର୍‌ ଭଳି ଅନ୍ୟ କେତେକ ରୋଗକୁ ଡାକି ଆଣିଥାଏ। ଉଚ୍ଚ ରକ୍ତଚାପ ଯୋଗୁ କରୋନାରୀ ଆର୍ଟେରୀ ସମସ୍ୟା, ଷ୍ଟ୍ରୋକ୍‌, ହାର୍ଟ ଆଟାକ୍‌, ଆର୍ଟିଆଲ ଫିବ୍ରିଲେଶନ, ପେରିଫେରିଆଲ୍‌ ଆର୍ଟିଆଲ ସମସ୍ୟା, ଦୃଷ୍ଟି ଶକ୍ତି ନଷ୍ଟ ହେବା, କିଡ୍‌ନୀ ସମସ୍ୟା, ମନେ ରଖିବା ଶକ୍ତି ସମସ୍ୟା ଆଦି ସୃଷ୍ଟି ହୋଇଥାଏ।
ଉଚ୍ଚ ରକ୍ତଚାପକୁ ପ୍ରାଇମେରୀ ଏବଂ ସେକେଣ୍ଡାରୀ ଭାବେ ବିଭକ୍ତ କରାଯାଇଥାଏ। ପ୍ରାଇମେରୀ ଉଚ୍ଚ ରକ୍ତଚାପ ୯୦ରୁ ୯୫ ପ୍ରତିଶତ ଲୋକଙ୍କର ପରିବର୍ତ୍ତିତ ଜୀବନଚର୍ଯ୍ୟା ଓ ଜେନେଟିକ କାରଣ ଯୋଗୁ ହୁଏ । ଅଧିକ ଲୁଣ ଖାଇବା, ଅତ୍ୟଧିକ ଓଜନ ବୃଦ୍ଧି, ଧୂମପାନ ଓ ଆଲକୋହୋଲ ପିଇବା ଯୋଗୁ ମୁଖ୍ୟତଃ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ସେହିପରି ୫ରୁ ୧୦ ପ୍ରତିଶତ ଲୋକଙ୍କଠାରେ ସେକଣ୍ଡାରୀ ଉଚ୍ଚ ରକ୍ତଚାପ ଦେଖାଯାଇଥାଏ। ଏହା କିଡ୍‌ନୀ ସମସ୍ୟା, କିଡ୍‌ନୀ ଆର୍ଟେରୀ ସଂକୁଚିତ ସମସ୍ୟା, ଅଧିକ ଜନ୍ମ ନିରୋଧ ବଟିକା ସେବନ ଆଦି ଯୋଗୁ ସୃଷ୍ଟି ହୋଇଥାଏ।
ସାଧାରଣତଃ ବୟସ୍କଙ୍କ କ୍ଷେତ୍ରରେ ସିଷ୍ଟୋଲିକ୍‌ ରକ୍ତଚାପ ୧୦୦ରୁ ୧୨୦ ମଧ୍ୟରେ ରହିଥାଏ। ସେହିପରି ଡାଇଷ୍ଟୋଲିକ୍‌ ରକ୍ତଚାପ ୬୦ରୁ ୮୦ ମଧ୍ୟରେ ରହିଥାଏ। ଫଳରେ ଏହାକୁ ୧୨୦ ବାଏ ୮୦ ବୋଲି କୁହାଯାଇଥାଏ। ମାତ୍ର ଏହାଠାରୁ ଅଧିକ ହେଲେ ଲଏହାକୁ ଉଚ୍ଚ ରକ୍ତଚାପ କୁହାଯାଏ।

ପୃଥିବୀର ପ୍ରାୟ ୩୭ ପ୍ରତିଶତ ଲୋକଙ୍କଠାରେ ଏହି ସମସ୍ୟା ରହିଥାଏ। ୨୦୧୦ରେ ଏହି ସମସ୍ୟା ଯୋଗୁ ପୃଥିବୀର ୧୮ ପ୍ରତିଶତ ଅର୍ଥାତ୍‌ ୯୪ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା। ପରେ ସଚେତନତା, ଖାଦ୍ୟପେୟ-ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଚିକିତ୍ସା ଦ୍ୱାରା ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri